• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th March 2023: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଭଲ କରିବେ, ଲାଭବାନ ହେବେ

ସୌର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ଶନିବାର । ଚନ୍ଦ୍ର – କର୍କଟ ଅହୋରାତ୍ର । ତିଥି – ୧୨ଶୀ ଦିବା ୧୧.୪୩ ଗତେ ୧୩ଶୀ ।

Virgo

କନ୍ୟା

Saturday 04 Mar 2023

ଉ, ଫାଲଗୁନୀ – ବୃତିଗତ ଧନ୍ଦାରୁ ବୈଷୟିକ ଅଭିବୃଦ୍ଧି ଘଟିବ । ମିତ୍ର ଆପଣଙ୍କ ପ୍ରଶଂସା କରିଲେ ମଧ୍ୟ ସାବଧାନ ରୁହନ୍ତୁ । ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ । ସୁସ୍ଥ ଅନୁଭବ କରିବେ । ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର ହେବ । 

ହସ୍ତା – ସାମାଜିକ ପ୍ରତିଷ୍ଠା ସହିତ ସୁଖ ସୌଭାଗ୍ୟ ପ୍ରଦାନ କରିବ । କର୍ତୁପକ୍ଷ ଆପଣଙ୍କୁ କୌଣସି ଦାୟିତ୍ୱ ଦେବେ । ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ। ଓକିଲ ପୁରୁଣା ମକଦ୍ଦମାରେ ଜୟଲାଭ କରିବେ । 
ଚିତ୍ରା – ଛୋଟବଡ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ । ଗୃହିଣୀ ମାନେ କର୍ତ୍ତବ୍ୟପରାୟଣ ରହିବେ । ଭୂ-ସମ୍ପତି କିଣିବା ପୂର୍ବରୁ ଶୁଭ ମୁହୂର୍ତ ଦେଖନ୍ତୁ । ଅଧିକ ଭାବୁକ ହେଲେ ମନ ଅଶାନ୍ତି ରହିବ ।    
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ