Yearly Horoscope Photograph: (OTV)
ମେଷ-
ପରିଶ୍ରମର ଫଳ ମିଳିବାରେ ବିଳମ୍ବ ହେବ। ବଡ଼ ଭାଇ କିମ୍ବା ବନ୍ଧୁମାନଙ୍କ ସହ ସମ୍ପର୍କ ଖରାପ ହୋଇପାରେ । କାହାରିକୁ ଋଣ ଦିଅନ୍ତୁ ନାହିଁ, କାରଣ ସେହି ଟଙ୍କା ଫେରିପାଇବା ଏହି ବର୍ଷ କଷ୍ଟକର ହେବ। ଭୁଲ୍ ନିଷ୍ପତି ନେଇପାରନ୍ତି । ଅଜଣା ଭୟ ବା ମାନସିକ ଚାପ ବଢ଼ିପାରେ । ନିଶାଦ୍ରବ୍ୟ କିମ୍ବା ଖରାପ ସଙ୍ଗତରୁ ଦୂରେଇ ରୁହନ୍ତୁ, ନଚେତ୍ ସାମାଜିକ ସମ୍ମାନ ହାନି ହେବାର ଭୟ ରହିଛି । ନିଜର ଲୋକମାନେ ହିଁ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିପାରନ୍ତି। ନିଜର ଗୁପ୍ତ କଥା କାହାକୁ କୁହନ୍ତୁ ନାହିଁ । ଗାଡ଼ି ଚଲାଇବା ସମୟରେ ଅଧିକ ସାବଧାନ ରୁହନ୍ତୁ ଏବଂ କ୍ରୋଧରେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ । ଯେଉଁମାନେ ସିଙ୍ଗଲ୍ ଅଛନ୍ତି, ସେମାନଙ୍କ ଜୀବନକୁ କେହି ଜଣେ ସ୍ପେଶାଲ୍ ବ୍ୟକ୍ତି ଆସିପାରନ୍ତି । ଯଦି ପୂର୍ବରୁ କୌଣସି ଭୁଲ ବୁଝାମଣା ଥିଲା, ତେବେ ତାହା ଦୂର ହେବ । ବର୍ଷର ଆରମ୍ଭ ବହୁତ ଭଲ ରହିବ। ଜୀବନସାଥୀଙ୍କ ସହ ତାଳମେଳ ଭଲ ରହିବ ଏବଂ ଆପଣ ପରସ୍ପରକୁ ସାହାଯ୍ୟ କରିବେ । ପ୍ରେମ ହେଉ କିମ୍ବା ବିବାହ, କୌଣସି ତୃତୀୟ ବ୍ୟକ୍ତିଙ୍କୁ ନିଜ ବ୍ୟକ୍ତିଗତ କଥାରେ ମୁଣ୍ଡ ଖେଳାଇବାକୁ ଦିଅନ୍ତୁ ନାହିଁ। ଏହା ବିଚ୍ଛେଦର କାରଣ ହୋଇପାରେ । ଆପଣଙ୍କର କଥା କହିବାର ଶୈଳୀ ଓ ବ୍ୟକ୍ତିତ୍ୱ ଲୋକଙ୍କୁ ପ୍ରଭାବିତ କରିବ। ସାଧାରଣ ଜନତାଙ୍କ ମଧ୍ୟରେ ଆପଣଙ୍କର ଗ୍ରହଣୀୟତା ବଢ଼ିବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା ୯
ପ୍ରତିକାର- ପ୍ରତ୍ୟେକ ମଙ୍ଗଳ ବାର ଦିନ କୌଣସି ଦିବ୍ୟଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟ ସହଯୋଗ କରନ୍ତୁ ।
ବୃଷ-
ଚାକିରିରେ ପଦୋନ୍ନତି ଏବଂ ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ଅଛି। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଭଲ ସମୟ । ଆର୍ଥିକ ଦୃଷ୍ଟିକୋଣରୁ ଏହି ବର୍ଷ ମିଶ୍ରିତ ଫଳ ଦେବ। ଆୟ ବଢ଼ିବା ସହିତ ଅପ୍ରତ୍ୟାଶିତ ଖର୍ଚ୍ଚ ମଧ୍ୟ ବଢ଼ିପାରେ। ତେଣୁ ନିବେଶ କରିବା ପୂର୍ବରୁ ସତର୍କ ରୁହନ୍ତୁ । ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ବର୍ଷଟି ପରିଶ୍ରମର ବର୍ଷ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବା ପାଇଁ ଏକାଗ୍ରତା ଆବଶ୍ୟକ। ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ସତର୍କ ରହିବାକୁ ପଡ଼ିବ। ରକ୍ତଚାପ କିମ୍ବା ପେଟ ଜନିତ ସମସ୍ୟା ଦେଖାଦେଇପାରେ । ଯୋଗ ଓ ପ୍ରାଣାୟାମ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ପରିବାରରେ ହସଖୁସିର ବାତାବରଣ ରହିବ। କୌଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଜୀବନସାଥୀଙ୍କ ସହ କିଛି ଛୋଟମୋଟ ମନୋମାଳିନ୍ୟ ହୋଇପାରେ, କିନ୍ତୁ ପରସ୍ପର ପ୍ରତି ବିଶ୍ୱାସ ବଢ଼ିବ। ଦୂର ସ୍ଥାନକୁ ଭ୍ରମଣର ଯୋଗ ରହିଛି। ଯଦି ଆପଣ ବିଦେଶରେ ପଢ଼ିବାକୁ କିମ୍ବା ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଶୁଭ ସୁଯୋଗ ମିଳିପାରେ। ନୂତନ ଘର କିମ୍ବା ଗାଡ଼ି କିଣିବାର ଯୋଗ ମଧ୍ୟ ଏହି ବର୍ଷ ରହିଛି । ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ, ନଚେତ୍ ବଣିବଣିଆ କାମ ବିଗିଡ଼ି ଯାଇପାରେ । କର୍ମକ୍ଷେତ୍ରରେ କିଛି ଲୋକ ଆପଣଙ୍କ ବିରୁଦ୍ଧରେ ସଡ଼ଯନ୍ତ୍ର କରିପାରନ୍ତି। ତେଣୁ ନିଜର ଗୁପ୍ତ ଯୋଜନା ବିଷୟରେ ସମସ୍ତଙ୍କୁ ଜଣାନ୍ତୁ ନାହିଁ । ପୁରୁଣା ବନ୍ଧୁଙ୍କ ସହ କିଛି ଭୁଲ ବୁଝାମଣା ହୋଇପାରେ। ବିଶେଷ କରି ଅର୍ଥ କାରବାର ସମୟରେ ବନ୍ଧୁତା ମଧ୍ୟରେ ଦୂରତା ଆସିପାରେ, ତେଣୁ ସାବଧାନ ରୁହନ୍ତୁ । ଯଦି ଆପଣ ରାଜନୀତି, ନ୍ୟାୟପାଳିକା କିମ୍ବା ବୈଷୟିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ତେବେ ଏହି ବର୍ଷ ଆପଣଙ୍କୁ ବିଶେଷ ସମ୍ମାନ ମିଳିବ। ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ଯୁବକଯୁବତୀମାନେ ଭଲ ଖବର ପାଇପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ନିଜର ଜନ୍ମ ଦିନରେ ଅସହାୟ ବୃଦ୍ଧ ବ୍ୟକ୍ତିଙ୍କୁ ଅନ୍ନ ଦାନ କରନ୍ତୁ ।
ମିଥୁନ-
ଅଫିସ୍ ବା କର୍ମକ୍ଷେତ୍ରରେ କାମର ବୋଝ ବହୁତ ବଢ଼ିଯାଇପାରେ। ଆପଣ ଯେତିକି ପରିଶ୍ରମ କରିବେ, ସେତିକି ଶ୍ରେୟ ନ ମିଳିବାରୁ ମନ ଦୁଃଖ ହୋଇପାରେ। ନିଜର ବସ୍ କିମ୍ବା ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ, ନଚେତ୍ ଚାକିରି ଉପରେ ବିପଦ ଆସିପାରେ । ଅଜଥା ଚିନ୍ତା ଯୋଗୁଁ ଅନିଦ୍ରା ବା ମୁଣ୍ଡବିନ୍ଧା ସମସ୍ୟା ଦେଖାଦେଇପାରେ। କୋର୍ଟ-କଚେରୀ ମାମଲାରେ ହଠାତ୍ କିଛି ବଡ଼ ଧରଣର ଅର୍ଥ ବ୍ୟୟ ହୋଇପାରେ । କାହାରିକୁ ଟଙ୍କା ଧାର ଦିଅନ୍ତୁ ନାହିଁ କିମ୍ବା କାହା ପାଇଁ ଜାମିନଦାର ହୁଅନ୍ତୁ ନାହିଁ, ନଚେତ୍ ଆପଣ ହଇରାଣ ହୋଇପାରନ୍ତି । ପରିବାର ମଧ୍ୟରେ କୌଣସି ପୁରୁଣା ସମ୍ପତ୍ତି ବିବାଦକୁ ନେଇ ଭାଇବନ୍ଧୁଙ୍କ ସହ ସମ୍ପର୍କ ଖରାପ ହୋଇପାରେ । ଆପଣଙ୍କର ଉନ୍ନତି ଦେଖି କିଛି ଲୋକ ପଛରେ ସମାଲୋଚନା କରିବେ। ବିଶେଷ କରି ମହିଳା ବନ୍ଧୁଙ୍କ ସହ କଥାବାର୍ତ୍ତା ବେଳେ ସତର୍କ ରୁହନ୍ତୁ, ନଚେତ୍ ବଦନାମ ହେବାର ଭୟ ରହିଛି । ଯାତ୍ରା ସମୟରେ ନିଜର ଜିନିଷପତ୍ର ଚୋରି ହେବା କିମ୍ବା ହଜିଯିବାର ଭୟ ରହିଛି । ପରୀକ୍ଷା ସମୟରେ ସ୍ମରଣ ଶକ୍ତି କମିଲା ପରି ଅନୁଭବ ହେବ। ଯଦି ଆପଣ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଛନ୍ତି, ତେବେ ଶେଷ ମୁହୂର୍ତ୍ତରେ କୌଣସି ବୈଷୟିକ ସମସ୍ୟା କିମ୍ବା ଭୁଲ ବୁଝାମଣା ଯୋଗୁଁ ସୁଯୋଗ ହାତଛଡ଼ା ହୋଇପାରେ। ସାଥୀଙ୍କ ସହ ସାମାନ୍ୟ କଳହ ହୋଇପାରେ। ବିଶେଷ କରି କୌଣସି ତୃତୀୟ ବ୍ୟକ୍ତିଙ୍କ କଥାରେ ପଡ଼ି ନିଜ ସମ୍ପର୍କରେ ସନ୍ଦେହ କରନ୍ତୁ ନାହିଁ। ଆପଣ ନୂଆ ସାଥୀ ଖୋଜୁଛନ୍ତି, ତେବେ ବର୍ଷର ମଧ୍ୟଭାଗରେ କାହା ସହିତ ସାକ୍ଷାତ ହୋଇପାରେ। ରାଜନୀତିରେ ନିଜର ବରିଷ୍ଠ ନେତାଙ୍କ ସହ ସମ୍ପର୍କ ସୁଧାରି ରଖନ୍ତୁ। କୌଣସି ବିବାଦୀୟ ବୟାନ ଦେବାରୁ ଦୂରେଇ ରୁହନ୍ତୁ, ନଚେତ୍ ତାହା ଆପଣଙ୍କ କ୍ୟାରିୟରରେ ବାଧା ସୃଷ୍ଟି କରିପାରେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ଯଥା ସମ୍ଭବ କୌଣସି ଅସହାୟ ବିଦ୍ୟାର୍ଥୀ କୁ ନିଜର ସାହାଯ୍ୟ ସହ ଯୋଗ ଜାରିରଖନ୍ତୁ ।
କର୍କଟ-
କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ବର୍ଷ ମିଶ୍ରିତ ଫଳ ପ୍ରଦାନ କରିବ । ଛୋଟ ଛୋଟ କଥାକୁ ନେଇ ପରିବାରର ସଦସ୍ୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇପାରେ। ବିଶେଷ କରି ଜୀବନସାଥୀଙ୍କ ସହ ମତଭେଦ ହେବାର ସମ୍ଭାବନା ଅଛି । ଆପଣଙ୍କ କଥା କହିବାର ଶୈଳୀ ଅନ୍ୟମାନଙ୍କୁ କଷ୍ଟ ଦେଇପାରେ । ସମ୍ପର୍କରେ ତିକ୍ତତା ଆସିପାରେ। ଘରର ବୟସ୍କ ବ୍ୟକ୍ତିଙ୍କ ସହିତ ନମ୍ରତାର ସହ କଥା ହୁଅନ୍ତୁ । କଳା, ଶିକ୍ଷା କିମ୍ବା ଖାଦ୍ୟ ସାମଗ୍ରୀ ବ୍ୟବସାୟରେ ଅଛନ୍ତି, ତେବେ ଆର୍ଥିକ ସ୍ଥିତି ସ୍ଥିର ରହିବ। ପଦୋନ୍ନତି ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବାରମ୍ବାର ନିଜର ଚାକିରି ବଦଳାଇବା ପାଇଁ ଇଚ୍ଛା ହୋଇପାରେ । ପ୍ରେମ ସମ୍ପର୍କରେ ଭୁଲ୍ ବୁଝାମଣା ହୋଇପାରେ। ସାଥୀଙ୍କ ସହ କଥାବାର୍ତ୍ତା ବେଳେ ସଂଯମତା ରକ୍ଷା କରନ୍ତୁ। ଅବିବାହିତମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ। ରାଜନେତାମାନେ ନିଜର ପ୍ରତିଷ୍ଠା ବଜାୟ ରଖିବା ପାଇଁ ସଂଘର୍ଷ କରିବେ। ଜନସାଧାରଣଙ୍କ ସହ ସମ୍ପର୍କ ଭଲ ରହିବ, କିନ୍ତୁ ବିରୋଧୀମାନେ ଆପଣଙ୍କୁ ନିଚ୍ଚା ଦେଖାଇବାକୁ ଚେଷ୍ଟା କରିବେ । ପରିବାର ପକ୍ଷରୁ କିମ୍ବା ପୈତୃକ ସମ୍ପତ୍ତିରୁ କିଛି ବଡ଼ ଆର୍ଥିକ ଲାଭ ମିଳିପାରେ । ଦୂରଯାତ୍ରା କିମ୍ବା ବିଦେଶ ଯାତ୍ରାର ପ୍ରବଳ ଯୋଗ ରହିଛି। ଏହି ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ହେବ । ପୁରୁଣା ଗାଡ଼ି ବାରମ୍ବାର ଖରାପ ହେବା ଯୋଗୁଁ ଆପଣ ହଇରାଣ ହୋଇପାରନ୍ତି । ଗାଡ଼ିର କାଗଜପତ୍ର, ଇନ୍ସୁରାନ୍ସ ଏବଂ ଟ୍ୟାକ୍ସ ସମ୍ବନ୍ଧୀୟ କାର୍ଯ୍ୟରେ ଅବହେଳା କରନ୍ତୁ ନାହିଁ, ନଚେତ୍ ଆଇନଗତ ସମସ୍ୟାରେ ପଡ଼ିପାରନ୍ତି । ଆପଣ ଯେଉଁ କାମ କରିବେ, ସେଥିରେ ବାରମ୍ବାର ବାଧା ଆସିବ। ସହଜ କାମଟି ମଧ୍ୟ ପୂରଣ ହେବାକୁ ଅଧିକ ସମୟ ଲାଗିବ। ଗାଡ଼ି ଚଲାଇବା ସମୟରେ ଅଧିକ ସାବଧାନ ରୁହନ୍ତୁ। ନଦୀ-ପୋଖରୀ ନିକଟକୁ ଯିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ । କୌଣସି ମାଙ୍ଗଳିକ କାର୍ଯ୍ୟ କିମ୍ବା ଚିକିତ୍ସା ବାବଦରେ ବଡ଼ ଧରଣର ଅର୍ଥ ବ୍ୟୟ ହୋଇପାରେ । ଆପଣ କରିନଥିବା ଭୁଲ ପାଇଁ ମଧ୍ୟ ଆପଣଙ୍କୁ ଦାୟୀ କରାଯାଇପାରେ। ମିଥ୍ୟା ଅପବାଦ ବା ବଦନାମ ହେବାର ଭୟ ରହିଛି । ପରିବାରରେ ଭୁଲ ବୁଝାମଣା ଯୋଗୁଁ ମନୋମାଳିନ୍ୟ ହୋଇପାରେ। ଆପଣଙ୍କର ବିରୋଧୀମାନେ ଅଧିକ ଶକ୍ତିଶାଳୀ ହେବେ । ନିଜର ଗୋପନୀୟ ରଣନୀତି କାହାକୁ କୁହନ୍ତୁ ନାହିଁ। କୌଣସି ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି କିମ୍ବା ମିଥ୍ୟା ଅପବାଦ ମିଳିପାରେ । କର୍ମକ୍ଷେତ୍ରରେ କାର୍ଯ୍ୟଭାର ବହୁତ ବଢ଼ିବ। କର୍ମକ୍ଷେତ୍ରରେ କାହାରି ସହ ଶତ୍ରୁତା କରନ୍ତୁ ନାହିଁ। ସହକର୍ମୀମାନେ ଆପଣଙ୍କ କାମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ମାତୃ ସ୍ଥାନୀୟ ଗୁରୁଜନ ଏବଂ ମହିଳା ମାନଙ୍କୁ ପ୍ରଣାମ କରନ୍ତୁ ଓ ତାଙ୍କ ଠାରୁ ଆଶୀର୍ବାଦ ନିଅନ୍ତୁ ।
ସିଂହ-
ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ଚଳିତ ବର୍ଷ ଉଭୟ ସଫଳତା ଓ କିଛି କଠୋର ଶିକ୍ଷା ପ୍ରଦାନ କରିବ । ଆପଣ କର୍ମକ୍ଷେତ୍ରରେ ନେତୃତ୍ୱ ନେବାର ସୁଯୋଗ ପାଇବେ। ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ। ଆଖିରେ କୌଣସି ସମସ୍ୟା କିମ୍ବା ହାଡ଼ ଜନିତ ଯନ୍ତ୍ରଣା ଦେଖାଦେଇପାରେ। ଖରାରେ ଅଧିକ ସମୟ ବୁଲନ୍ତୁ ନାହିଁ। ପାର୍ଟନରସିପ୍ ବ୍ୟବସାୟରେ ବିବାଦ ଦେଖାଦେଇପାରେ। ନୂଆ ଚୁକ୍ତି କରିବା ପୂର୍ବରୁ ସାବଧାନ ରୁହନ୍ତୁ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅଜଥା କଳହ ବଢ଼ିବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିପାରେ । କୌଣସି ବଡ଼ ପଦବୀ କିମ୍ବା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ। ଆପଣଙ୍କର ନିଷ୍ପତ୍ତି ନେବା କ୍ଷମତାକୁ ସମସ୍ତେ ପ୍ରଶଂସା କରିବେ । ଅଟକି ରହିଥିବା ଟଙ୍କା ଫେରିପାଇବେ। ନୂତନ ଆୟର ପନ୍ଥା ଖୋଲିବ। ବିଶେଷ କରି ଜମିବାଡ଼ି କିମ୍ବା ପୈତୃକ ସମ୍ପତ୍ତିରୁ ଲାଭ ମିଳିବାର ଯୋଗ ରହିଛି । ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ବର୍ଷଟି ଖୁବ୍ ଭଲ ରହିବ। ବିଶେଷ କରି ଯେଉଁମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଛନ୍ତି, ସେମାନଙ୍କୁ ଭାଗ୍ୟର ସହଯୋଗ ମିଳିବ। ଉଚ୍ଚଶିକ୍ଷା ପାଇଁ ବିଦେଶରେ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ସାକାର ହୋଇପାରେ। ଅଳସୁଆମି ତ୍ୟାଗ କରି ଏକାଗ୍ରତା ରଖିଲେ ଆପଣ ଶୀର୍ଷ ସ୍ଥାନରେ ପହଞ୍ଚିପାରିବେ । କର୍ମଜୀବୀ ମହିଳାମାନେ କର୍ମକ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ । ଯଦି ଆପଣ ରାଜନୀତି କିମ୍ବା ସାମାଜିକ କାର୍ଯ୍ୟରେ ଅଛନ୍ତି, ତେବେ କୌଣସି ପୁରସ୍କାର କିମ୍ବା ଉଚ୍ଚ ସମ୍ମାନ ମିଳିବାର ଯୋଗ ରହିଛି।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ବର୍ଷର ପ୍ରଥମାର୍ଦ୍ଧରେ କୌଣସି ତୀର୍ଥ ସ୍ଥାନକୁ ଯାତ୍ରା କରନ୍ତୁ ଓ ସେଠାକାର ସାଧୁ ସନ୍ଥଙ୍କ ସହିତ କିଛି ସମୟ ଅତିବାହିତ କରନ୍ତୁ ।
କନ୍ୟା-
କନ୍ୟା ରାଶିର ବ୍ୟକ୍ତିମାନେ ଅଧିକ ଚିନ୍ତା କରନ୍ତି। ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଅନିଦ୍ରା ଓ ଚିନ୍ତା ବୃଦ୍ଧି ପାଇବ। ବାପା-ମା ଙ୍କ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ଆପଣ ଦୌଡ଼ାଦୌଡ଼ି କରିପାରନ୍ତି। ଏହି ବର୍ଷ କାର୍ଯ୍ୟରେ ବିଫଳତା ଯୋଗୁଁ ମାନସିକ ଚାପ ଓ ଏକାକୀପଣ ଅନୁଭବ କରିବେ। ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ପେଟରେ ଗମ୍ଭୀର ସମସ୍ୟା ଦେଖାଦେଇପାରେ। ମହିଳାମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କ ରହିବା ଉଚିତ୍। କର୍ମକ୍ଷେତ୍ରରେ ଆପଣଙ୍କର ବିରୋଧୀମାନେ ଅଧିକ ସକ୍ରିୟ ହେବେ। ଆପଣଙ୍କର ଛବି ଖରାପ କରିବା ପାଇଁ ମିଥ୍ୟା ଅଭିଯୋଗ ଆସିପାରେ। ଆପଣ ଯେତିକି ପରିଶ୍ରମ କରିବେ, ତାହାର ସମ୍ପୂର୍ଣ୍ଣ ଶ୍ରେୟ ଅନ୍ୟ କେହି ନେଇଯାଇପାରନ୍ତି, ଯାହା ଆପଣଙ୍କୁ ହତାଶ କରିବ। କୌଣସି ପୁରୁଣା ବିବାଦ କିମ୍ବା ଆଇନଗତ ମାମଲା ଯୋଗୁଁ ହଠାତ୍ ବଡ଼ ଧରଣର ଅର୍ଥ ବ୍ୟୟ ହେବ। ଆପଣଙ୍କର ସମାଲୋଚନା କରିବାର ସ୍ୱଭାବ ବନ୍ଧୁମାନଙ୍କୁ ଆପଣଙ୍କଠାରୁ ଦୂରେଇ ଦେବ। ଆପଣଙ୍କୁ ଲାଗିବ ଯେ ବିପଦ ସମୟରେ କେହି ଆପଣଙ୍କ ପାଖରେ ନାହାଁନ୍ତି । ଆପଣଙ୍କର କାର୍ଯ୍ୟ କରିବାର ଶୈଳୀକୁ ଲୋକେ ପସନ୍ଦ କରିବେ। ବିଶେଷ କରି ସୂଚନା ଓ ପ୍ରସାରଣ କିମ୍ବା ସାଂଗଠନିକ କାର୍ଯ୍ୟରେ ଆପଣଙ୍କୁ ବଡ଼ ଦାୟିତ୍ୱ ମିଳିପାରେ । ଯେଉଁମାନଙ୍କୁ ଆପଣ ନିଜର ବୋଲି ଭାବୁଛନ୍ତି, ସେମାନେ ବିପଦ ସମୟରେ ପଛଘୁଞ୍ଚା ଦେଇପାରନ୍ତି। ରାଜନୈତିକ ସହଭାଗୀମାନଙ୍କ ସହ ସମ୍ପର୍କରେ ତିକ୍ତତା ଆସିପାରେ । ଆପଣଙ୍କର ପରିଚାଳନା ଶୈଳୀ ଅତି ଉଚ୍ଚକୋଟୀର ହେବ। ଅନୁଷ୍ଠାନର ଛୋଟ ଛୋଟ ତ୍ରୁଟିକୁ ସୁଧାରିବାରେ ଆପଣ ସଫଳ ହେବେ । ଅନୁଷ୍ଠାନର ପଞ୍ଜିକରଣ ଟ୍ୟାକ୍ସ କିମ୍ବା ଅନ୍ୟାନ୍ୟ କାଗଜପତ୍ର କାମରେ ସ୍ୱଚ୍ଛତା ରଖନ୍ତୁ। ସରକାରୀ ନିୟମର ଉଲ୍ଲଂଘନ କଲେ ଅନୁଷ୍ଠାନ ପାଇଁ ବିପଦ ଆସିପାରେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- କୌଣସି ଅବିବାହିତ ଯୁବକ ଯୁବତୀଙ୍କ ବିବାହ କାର୍ଯ୍ୟରେ ସହଯୋଗ କରନ୍ତୁ ।
ତୁଳା-
ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ବର୍ଷ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ । ଧନ ଆଗମନର ନୂଆ ପଥ ଖୋଲିବ। ଯଦି ଆପଣ କୌଣସି ପୁରୁଣା ଋଣରେ ଫସି ରହିଥିଲେ, ତେବେ ଚଳିତ ବର୍ଷ ସେଥିରୁ ମୁକ୍ତି ପାଇବେ। ସମ୍ପତ୍ତି କିଣାବିକାରୁ ଭଲ ଲାଭ ମିଳିବାର ଯୋଗ ଅଛି । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ। ଯେଉଁମାନେ ବ୍ୟବସାୟ କରୁଛନ୍ତି, ସେମାନଙ୍କ ପାଇଁ ନୂତନ ଅନୁବନ୍ଧ ମିଳିବାର ଶୁଭ ସମୟ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ସଫଳତା ପାଇବେ। ବିଶେଷ କରି କଳା, ମ୍ୟାନେଜମେଣ୍ଟ ଏବଂ ଡିଜାଇନିଂ ପଢ଼ୁଥିବା ପିଲାମାନେ ଉତ୍ତମ ସଫଳତା ପାଇବେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବାର ଯୋଗ ଅଛି। ଯେଉଁମାନେ ସନ୍ତାନ ପ୍ରାପ୍ତି ପାଇଁ ଆଶାୟୀ ଅଛନ୍ତି, ସେମାନଙ୍କର ମନସ୍କାମନା ପୂରଣ ହେବ। ଅବିବାହିତମାନଙ୍କ ପାଇଁ ଶୁଭ ବିବାହର ଯୋଗ ରହିଛି । ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର ଭାଗ୍ୟୋଦୟ ହେବ । ଆପଣଙ୍କର ଗୁପ୍ତ ଶତ୍ରୁମାନେ ନିଜେ ନିଜେ ପରାସ୍ତ ହେବେ। ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତିମାନଙ୍କୁ ଶୁଭ ସମ୍ବାଦ ମିଳିପାରେ । ଆପଣ ନିଜ ପାଇଁ ନୂଆ ଗାଡ଼ି, ସୁନା ଗହଣା କିମ୍ବା ବିଳାସପୂର୍ଣ୍ଣ ସାମଗ୍ରୀ କିଣିବାରେ ଟଙ୍କା ଖର୍ଚ୍ଚ କରିବେ, ଯାହା ଆପଣଙ୍କୁ ମାନସିକ ସୁଖ ଦେବ । ଜମିବାଡ଼ି କିମ୍ବା ପୁରୁଣା ବିବାଦ କୋର୍ଟରେ ଚାଲିଛି, ତେବେ ରାୟ ଆପଣଙ୍କ ସପକ୍ଷରେ ଆସିବାର ସମ୍ଭାବନା ଅଧିକ । ଆପଣଙ୍କର ଆତ୍ମବିଶ୍ୱାସ ବହୁତ ବଢ଼ିବ । ଆପଣଙ୍କର କଥା କହିବାର ଶୈଳୀ ଏତେ ପ୍ରଭାବଶାଳୀ ହେବ ଯେ ଲୋକେ ଆପଣଙ୍କ ଆଡ଼କୁ ଆକର୍ଷିତ ହେବେ। ଆପଣଙ୍କର କଥା କହିବାର ଶୈଳୀ ଏବଂ ଶାନ୍ତ ସ୍ୱଭାବ ଯୋଗୁଁ ଆପଣ ଜନସାଧାରଣଙ୍କ ମନ ଜିତିବାରେ ସଫଳ ହେବେ। ବିରୋଧୀଙ୍କୁ ମଧ୍ୟ ଆପଣ ନିଜର ଯୁକ୍ତି ଦ୍ୱାରା ନିରୁତ୍ତର କରିପାରିବେ। ଦଳ ମଧ୍ୟରେ ଆପଣଙ୍କୁ କୌଣସି ବଡ଼ ସଂଗଠନର ଦାୟିତ୍ୱ ମିଳିପାରେ। ଯୁବପିଢ଼ିଙ୍କ ସହ ଆପଣଙ୍କର ସମ୍ପର୍କ ଅଧିକ ନିବିଡ଼ ହେବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର-ଗରିବ ଲୋକଙ୍କୁ ଧଳା ବସ୍ତ୍ର, ଚାଉଳ, ଚିନି, କ୍ଷୀର କିମ୍ବା ଘିଅ ଦାନ କରନ୍ତୁ।
ବିଛା-
ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଚଳିତ ବର୍ଷ କିଛିଟା କଷ୍ଟକର ହୋଇପାରେ । ଅଜଥା ଚିନ୍ତାରେ ରହିବେ। ମନରେ ଏକ ପ୍ରକାର ଅଜଣା ଭୟ ବା ଅସ୍ଥିରତା ରହିବ। ଆପଣ ଯେତେ ପରିଶ୍ରମ କଲେ ମଧ୍ୟ ଫଳ ମିଳିବାରେ ବିଳମ୍ବ ହେବ। କାମ ଶେଷ ମୁହୂର୍ତ୍ତରେ ଅଟକି ଯାଇପାରେ। ଗାଡ଼ି ଚଲାଇବା ସମୟରେ ଅତି ସାବଧାନ ରୁହନ୍ତୁ । ଆପଣଙ୍କର ରାଗ ଏବଂ କଟୁ କଥା ପରିବାରର ଶାନ୍ତି ନଷ୍ଟ କରିପାରେ। ଜୀବନସାଥୀଙ୍କ ସହ ସାମାନ୍ୟ କଥାକୁ ନେଇ ବଡ଼ ବିବାଦ ହୋଇପାରେ। ପରସ୍ପର ଉପରେ ସନ୍ଦେହ କରିବା ଦ୍ୱାରା ଦୂରତା ବଢ଼ିବ। ଔଷଧ କିମ୍ବା ଆଇନଗତ ମାମଲା ପାଇଁ ଆପଣଙ୍କର ଗଛିତ ଅର୍ଥ ଖର୍ଚ୍ଚ ହୋଇଯାଇପାରେ । କର୍ମକ୍ଷେତ୍ରରେ କିଛି ଲୋକ ଆପଣଙ୍କୁ ନିଚ୍ଚା ଦେଖାଇବାକୁ ଚେଷ୍ଟା କରିବେ। ଆପଣଙ୍କର ନିକଟତର ବନ୍ଧୁ ହିଁ ଆପଣଙ୍କର ବିରୋଧାଚରଣ କରିପାରନ୍ତି । ଆପଣଙ୍କୁ ନିଜ କ୍ଷମତାଠାରୁ ଅଧିକ କାମ କରିବାକୁ ପଡ଼ିବ, କିନ୍ତୁ ପ୍ରଶଂସା ମିଳିବାରେ ବିଳମ୍ବ ହେବ । ବାରମ୍ବାର ଚାକିରି ବଦଳାଇବା ପାଇଁ ମନ ହେବ, କିନ୍ତୁ ଏହି ବର୍ଷ ବିନା ଯୋଜନାରେ ଚାକିରି ଛାଡ଼ିବା ଆପଣଙ୍କୁ ଆର୍ଥିକ ସଙ୍କଟରେ ପକାଇପାରେ । ରାଜନୀତିରେ ଆପଣ ଯେଉଁ ପଦବୀ କିମ୍ବା ଟିକେଟ ପାଇଁ ଆଶା ରଖିଛନ୍ତି, ସେଥିରେ ଶେଷ ମୁହୂର୍ତ୍ତରେ ବାଧା ଆସିପାରେ। ସହଜରେ କୌଣସି ଜିନିଷ ହାସଲ ହେବ ନାହିଁ। ସରକାରୀ ସ୍ତରରେ କିମ୍ବା ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆପଣଙ୍କର ମତଭେଦ ହୋଇପାରେ। ଜମିବାଡ଼ି ମାମଲାରେ ଉପୁଜିପାରେ। ନୂଆ ଘର କିମ୍ବା ଗାଡ଼ି କିଣିବା ବେଳେ କାଗଜପତ୍ର ଭଲଭାବେ ଯାଞ୍ଚ କରନ୍ତୁ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ମଙ୍ଗଳବାର ଦିନ ଗରିବ ଲୋକଙ୍କୁ ନାଲି ରଙ୍ଗର ବସ୍ତ୍ର, ମସୁର ଡାଲି କିମ୍ବା ମିଠା ଦାନ କରନ୍ତୁ।
ଧନୁ-
ଚଳିତ ବର୍ଷ ଧନୁ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ । ଏହି ବର୍ଷ ଆପଣଙ୍କୁ ମାନସିକ ଶାନ୍ତି ଓ ପ୍ରଗତି ପ୍ରଦାନ କରିବ । ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୂରଣ ହେବ। ପରିବାର ସହିତ ଦୂରଯାତ୍ରା କିମ୍ବା କୌଣସି ଧାର୍ମିକ ସ୍ଥାନ ପରିଭ୍ରମଣର ଯୋଗ ରହିଛି । ଆର୍ଥିକ ଦୃଷ୍ଟି କୋଣରୁ ଏହି ବର୍ଷ ଖୁବ୍ ଭଲ ରହିବ । ଆୟର ଏକାଧିକ ସ୍ରୋତ ସୃଷ୍ଟି ହେବ । ଦୀର୍ଘ ଦିନରୁ ଅଟକି ରହିଥିବା ଟଙ୍କା ହଠାତ୍ ଫେରିପାଇବେ । ସମାଜରେ ଆପଣଙ୍କର ମାନ-ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଆୟର ନୂତନ ପନ୍ଥା ଖୋଲିବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଏହା ଶ୍ରେଷ୍ଠ ସମୟ। ବିଦେଶୀ କମ୍ପାନୀ ସହ ଚୁକ୍ତି ହୋଇପାରେ । ରାଜନେତାମାନଙ୍କ ପାଇଁ ଏହି ବର୍ଷ "ପଦ ପ୍ରତିଷ୍ଠା"ର ବର୍ଷ। ଆପଣଙ୍କର ସ୍ପଷ୍ଟବାଦିତା ପାଇଁ ଆପଣ ଲୋକପ୍ରିୟ ହେବେ। କିନ୍ତୁ ବିରୋଧୀଙ୍କ ଚାଲ୍ ପ୍ରତି ସଜାଗ ରୁହନ୍ତୁ । ସନ୍ତାନମାନଙ୍କର ଉନ୍ନତି ଦେଖି ଆପଣ ଖୁସି ହେବେ । ଆପଣଙ୍କର ଆଧ୍ୟାତ୍ମିକତା ପ୍ରତି ରୁଚି ବଢ଼ିବ ଏବଂ କୌଣସି ବଡ଼ ତୀର୍ଥ ସ୍ଥାନ ଦର୍ଶନ କରିବାର ସୁଯୋଗ ମିଳିବ । ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ବର୍ଷ ବିବାହ ବନ୍ଧନରେ ଆବଦ୍ଧ ହେବାର ପ୍ରବଳ ଯୋଗ ରହିଛି। ପରିଶ୍ରମର ଫଳ ମିଳିବ। ଚଳିତ ବର୍ଷ ଆପଣଙ୍କୁ କୌଣସି ବଡ଼ ପଦବୀ କିମ୍ବା ପଦୋନ୍ନତି ମିଳିବାର ପ୍ରବଳ ସମ୍ଭାବନା ଅଛି। ଯେଉଁମାନେ ପିଏଚ୍.ଡି କିମ୍ବା କୌଣସି ବିଶେଷ ପ୍ରଶିକ୍ଷଣ ନେବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଶୁଭ ଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଜୀବନସାଥୀଙ୍କ ପରାମର୍ଶରେ ଆପଣ ଆର୍ଥିକ କ୍ଷେତ୍ରରେ ସଫଳ ହେବେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିପାରେ କିମ୍ବା ପୁରୁଣା ନିବେଶରୁ ଭଲ ରିଟର୍ଣ୍ଣ ମିଳିବାର ଯୋଗ ଅଛି । ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ପରିବାରର ବୟସ୍କ ବ୍ୟକ୍ତି ଏବଂ ଗୁରୁଜନମାନଙ୍କର ଆଶୀର୍ବାଦ ନିଅନ୍ତୁ।
ମକର-
ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ବର୍ଷ ଚ୍ୟାଲେଞ୍ଜର ବର୍ଷ ରହିବ । କ୍ୟାରିୟରରେ ଭୁଲ ନିଷ୍ପତ୍ତି ଯୋଗୁଁ ବଡ଼ ଧରଣର ଆର୍ଥିକ କ୍ଷତି ହୋଇପାରେ। ବିଶେଷ କରି ସେୟାର ମାର୍କେଟ କିମ୍ବା କୌଣସି ଗୁପ୍ତ ଯୋଜନାରେ ଟଙ୍କା ଲଗାଇଲେ ତାହା ବୁଡ଼ିଯାଇପାରେ । ଆପଣଙ୍କ ଉପରେ କାର୍ଯ୍ୟଭାର ବଢ଼ିବ କିନ୍ତୁ କାମର ପ୍ରଶଂସା ମିଳିବ ନାହିଁ। ସହକର୍ମୀମାନଙ୍କ ସହ ଅଯଥା ଭୁଲ ବୁଝାମଣା ଯୋଗୁଁ ଚାକିରି କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ । ପାଠପଢ଼ାରେ ମନ ଲାଗିବ ନାହିଁ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆପଣ ପରିଶ୍ରମ ଅନୁଯାୟୀ ସଫଳତା ପାଇବାରେ ବାଧା ଉପୁଜିପାରେ। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି, ସେମାନଙ୍କ ପାଇଁ ବିବାହର ଯୋଗ ରହିଛି । ଭାଇ-ଭଉଣୀଙ୍କ ସହ ସମ୍ପର୍କରେ ସାମାନ୍ୟ ତିକ୍ତତା ଆସିପାରେ। ପରିବାରର ବୟସ୍କ ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହିବେ । ଆପଣଙ୍କର ସ୍ପଷ୍ଟବାଦିତା ବେଳେବେଳେ କଠୋର ଶୁଭିପାରେ। ବିଶେଷ କରି ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା ବେଳେ ସଂଯମତା ରଖନ୍ତୁ, ନଚେତ୍ ଆପଣ ଏକାକୀ ହୋଇଯାଇପାରନ୍ତି । କାମର ଚାପ ଯୋଗୁଁ ଆପଣ ଅଧିକ ଶାରୀରିକ ଏବଂ ମାନସିକ କ୍ଳାନ୍ତି ଅନୁଭବ କରିବେ । ବୟସ୍କ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏବଂ ସ୍ନାୟୁଗତ ସମସ୍ୟା ଦେଖାଦେଇପାରେ। ବାୟୁ ଦୋଷ କିମ୍ବା ଗ୍ୟାସ୍ ସମସ୍ୟା ପ୍ରତି ସତର୍କ ରୁହନ୍ତୁ । କୌଣସି ପୁରୁଣା ଋଣ ପରିଶୋଧ କରିବାକୁ ଯାଇ ଆପଣଙ୍କର ଆର୍ଥିକ ବଜେଟ୍ ବିଗିଡ଼ି ଯାଇପାରେ । ସେୟାର ମାର୍କେଟ୍ କିମ୍ବା କୌଣସି ନୂଆ ବ୍ୟବସାୟରେ ଅନ୍ଧ ଭାବେ ବଡ଼ ଧରଣର ନିବେଶ କରନ୍ତୁ ନାହିଁ। କାଗଜପତ୍ର କାମରେ ସାବଧାନ ରୁହନ୍ତୁ । ଆପଣଙ୍କୁ ଲାଗିବ ଯେ ଆପଣ ଯେତିକି ପରିଶ୍ରମ କରୁଛନ୍ତି, ସେତିକି ଶୀଘ୍ର ଫଳ ମିଳୁନାହିଁ। କାମରେ ବାରମ୍ବାର ବାଧା ଆସିପାରେ । କର୍ମକ୍ଷେତ୍ରରେ ଆପଣଙ୍କର ସଫଳତା ଦେଖି କିଛି ଲୋକ ପଛରେ ସମାଲୋଚନା କରିବେ। ନିଜର ଗୁପ୍ତ ଯୋଜନା କାହାକୁ କୁହନ୍ତୁ ନାହିଁ । ଅନାବଶ୍ୟକ ଦୂର ଯାତ୍ରା ଆପଣଙ୍କୁ ଶାରୀରିକ କଷ୍ଟ ଦେଇପାରେ। ଯାତ୍ରା ସମୟରେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ଏବଂ ନିଜର ଦାମୀ ଜିନିଷ ପ୍ରତି ସତର୍କ ରୁହନ୍ତୁ।ଆପଣଙ୍କର କଠୋର ବାଣୀ ଯୋଗୁଁ କିଛି ସହଯୋଗୀ ଅସନ୍ତୁଷ୍ଟ ହୋଇପାରନ୍ତି, ତେଣୁ ନମ୍ରତା ରକ୍ଷା କରନ୍ତୁ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଆତ୍ମବିଶ୍ୱାସ ବଢାଇବା ପାଇଁ ପ୍ରତିଦିନ ହନୁମାନ ଚାଳିଶା ପାଠ କାରନ୍ତୁ ।
କୁମ୍ଭ-
ପ୍ରେମ ସମ୍ପର୍କ ପାଇଁ ଅତ୍ୟନ୍ତ ଶୁଭ। ପ୍ରେମ ବିବାହ କରିବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କୁ ପରିବାରର ସମର୍ଥନ ମିଳିବ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ଏବଂ ଏକାଠି କୌଣସି ଦୂର ଯାତ୍ରାର ଯୋଗ ରହିଛି । ବ୍ୟବସାୟରେ ନୂଆ ନିବେଶ କରିବା ପାଇଁ ସମୟ ଅନୁକୂଳ। ବିଶେଷ କରି ଲୁହା, ମେସିନାରୀ, ତେଲ ଏବଂ ବୈଷୟିକ କ୍ଷେତ୍ରରେ ଜଡ଼ିତ ବ୍ୟବସାୟୀମାନେ ଅଧିକ ଲାଭବାନ ହେବେ। ଆର୍ଥିକ ସମସ୍ୟାର ସମାଧାନ ହେବ। ଅଟକି ରହିଥିବା ଟଙ୍କା ଫେରିପାଇବେ। ବିଦେଶୀ ବ୍ୟବସାୟରୁ ଭଲ ଲାଭ ମିଳିପାରେ। ଚାକିରି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିବ। ପଦୋନ୍ନତି ସହ ଦରମା ବୃଦ୍ଧିର ଯୋଗ ରହିଛି। ବେକାରୀମାନଙ୍କୁ ମନ ମୁତାବକ ନୂଆ ଚାକିରି ମିଳିବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ। ଯେଉଁମାନେ ବୈଷୟିକ ଶିକ୍ଷା କିମ୍ବା ଡାକ୍ତରୀ ପଢ଼ୁଛନ୍ତି, ସେମାନଙ୍କ ପାଇଁ ଏହି ବର୍ଷଟି ବହୁତ ଶୁଭ। ବିଦେଶ ଯାଇ ପଢ଼ିବାର ସ୍ୱପ୍ନ ସାକାର ହୋଇପାରେ। ରାଜନୀତିରେ ଆପଣଙ୍କର ପ୍ରଭାବ ବଢ଼ିବ। ଆପଣଙ୍କର ବୁଦ୍ଧି ଓ କାର୍ଯ୍ୟ କରିବାର ଶୈଳୀକୁ ଲୋକେ ପ୍ରଶଂସା କରିବେ। ଦଳ ମଧ୍ୟରେ କୌଣସି ବଡ଼ ଦାୟିତ୍ୱ କିମ୍ବା ପଦବୀ ମିଳିବାର ଯୋଗ ଅଛି। ସାଧାରଣ ଜନତାଙ୍କ ସମର୍ଥନ ଆପଣଙ୍କ ସପକ୍ଷରେ ରହିବ। କୁମ୍ଭ ରାଶିର ମହିଳାମାନେ ଏହି ବର୍ଷ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ। କର୍ମଜୀବୀ ମହିଳାମାନଙ୍କୁ ସମ୍ମାନଜନକ ପଦବୀ ମିଳିବ। ପରିବାରରେ ଆପଣଙ୍କର ନିଷ୍ପତ୍ତିକୁ ଗୁରୁତ୍ୱ ଦିଆଯିବ। ସନ୍ତାନ ସୁଖ ମିଳିବାର ଯୋଗ ଅଛି। ନୂଆ ଅଳଙ୍କାର କିମ୍ବା ବସ୍ତ୍ର କ୍ରୟ କରିପାରନ୍ତି। କୌଣସି ବଡ଼ ଅନୁଷ୍ଠାନ ପକ୍ଷରୁ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ଆପଣଙ୍କ ଲେଖନୀରେ ନୂଆ ଚିନ୍ତାଧାରା ଦେଖିବାକୁ ମିଳିବ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଗରିବ, ଅସହାୟ ବା ଭିକ୍ଷୁକମାନଙ୍କୁ କଳା କମ୍ବଳ, କଳା କପଡ଼ା, କଳା ରାଶି କିମ୍ବା ପୁରୁଣା ଜୋତା-ଚପଲ ଦାନ କରନ୍ତୁ ।
ମୀନ-
ମୀନ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ମିଶ୍ରିତ ଫଳାଫଳ ପ୍ରଦାନକାରୀ ବର୍ଷ ହେବ। ପେଟ ଜନିତ ସମସ୍ୟା କିମ୍ବା ଗଣ୍ଠି ଯନ୍ତ୍ରଣା ହେବାର ଆଶଙ୍କା ଅଛି। ନିୟମିତ ଯୋଗ ଏବଂ ପ୍ରାଣାୟାମ କଲେ ସ୍ୱାସ୍ଥ୍ୟରେ ସୁଧାର ଆସିବ। ଯଦି ଆପଣ ଶିକ୍ଷା, ବ୍ୟାଙ୍କିଙ୍ଗ୍ କିମ୍ବା ପରାମର୍ଶଦାତା କ୍ଷେତ୍ରରେ ଅଛନ୍ତି, ତେବେ ଉନ୍ନତି କରିବେ। ବିଦେଶୀ କମ୍ପାନୀରୁ ଭଲ ସୁଯୋଗ ମିଳିପାରେ। ଛୋଟ ଛୋଟ କଥାକୁ ନେଇ ପରିବାରର ସଦସ୍ୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇପାରେ। ବିଶେଷ କରି ଜୀବନସାଥୀଙ୍କ ସହ ମତଭେଦ ହେବାର ସମ୍ଭାବନା ଅଛି।ଆପଣଙ୍କର କଥା କହିବାର ଶୈଳୀ ଅନ୍ୟମାନଙ୍କୁ କଷ୍ଟ ଦେଇପାରେ, ଯାହା ସମ୍ପର୍କରେ ତିକ୍ତତା ଆଣିବ। ଘରର ବୟସ୍କ ବ୍ୟକ୍ତିଙ୍କ ସହିତ ନମ୍ରତାର ସହ କଥା ହୁଅନ୍ତୁ । କଳା, ଶିକ୍ଷା କିମ୍ବା ଖାଦ୍ୟ ସାମଗ୍ରୀ ବ୍ୟବସାୟରେ ଅଛନ୍ତି, ତେବେ ଆର୍ଥିକ ସ୍ଥିତି ସ୍ଥିର ରହିବ। ବିଦେଶୀ କମ୍ପାନୀ ସହ କାରବାର କଲେ ଭଲ ମୁନାଫା ମିଳିବ। ପଦୋନ୍ନତି ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବାରମ୍ବାର ନିଜର ଚାକିରି ବଦଳାଇବା ପାଇଁ ଇଚ୍ଛା ହେବ, କିନ୍ତୁ ବର୍ଷର ମଧ୍ୟଭାଗରେ ସ୍ଥିର ରହିବା ଭଲ। ପ୍ରେମ ସମ୍ପର୍କରେ ଭୁଲ୍ ବୁଝାମଣା ହୋଇପାରେ। ସାଥୀଙ୍କ ସହ କଥାବାର୍ତ୍ତା ବେଳେ ସଂଯମତା ରକ୍ଷା କରନ୍ତୁ। ଅବିବାହିତମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ, କିନ୍ତୁ ଯାଞ୍ଚ କରିବା ପରେ ହିଁ ଆଗକୁ ବଢ଼ନ୍ତୁ । ରାଜନେତାମାନେ ନିଜର ପ୍ରତିଷ୍ଠା ବଜାୟ ରଖିବା ପାଇଁ ସଂଘର୍ଷ କରିବେ। ଜନସାଧାରଣଙ୍କ ସହ ସମ୍ପର୍କ ଭଲ ରହିବ, କିନ୍ତୁ ବିରୋଧୀମାନେ ଆପଣଙ୍କୁ ନିଚ୍ଚା ଦେଖାଇବାକୁ ଚେଷ୍ଟା କରିବେ । ପରିବାର ପକ୍ଷରୁ କିମ୍ବା ପୈତୃକ ସମ୍ପତ୍ତିରୁ କିଛି ବଡ଼ ଆର୍ଥିକ ଲାଭ ମିଳିପାରେ । ଦୂରଯାତ୍ରା କିମ୍ବା ବିଦେଶ ଯାତ୍ରାର ପ୍ରବଳ ଯୋଗ ରହିଛି। ଏହି ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ହେବ।ପୁରୁଣା ଗାଡ଼ି ବାରମ୍ବାର ଖରାପ ହେବା ଯୋଗୁଁ ଆପଣ ହଇରାଣ ହୋଇପାରନ୍ତି।ଗାଡ଼ିର କାଗଜପତ୍ର, ଇନ୍ସୁରାନ୍ସ ଏବଂ ଟ୍ୟାକ୍ସ ସମ୍ବନ୍ଧୀୟ କାର୍ୟ୍ୟରେ ଅବହେଳା କରନ୍ତୁ ନାହିଁ, ନଚେତ୍ ଆଇନଗତ ସମସ୍ୟାରେ ପଡ଼ିପାରନ୍ତି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଶନିବାର ଦିନ କଳା ରାଶି ବା ସୋରିଷ ତେଲ ଗରିବ ଲୋକଙ୍କୁ ଦାନ କରନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/01/yearly-horoscope-2026-01-01-09-13-47.jpg)