Astrology Photograph: (OTV)
ସାପ୍ତାହିକ ରାଶିଫଳ (ସୋମ ୦୧ ରୁ ରବି ୦୭)
ମେଷ-
ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ । କୈାଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରି ପାରିବେ । କୈାଣସି ବରିଷ୍ଠ ନେତାଙ୍କ ପରାମର୍ଶରେ ନିର୍ବାଚନର ସୁଯୋଗ ପାଇପାରନ୍ତି । ଅଚାନକ ଧନ ଲାଭ ହେବା କାରଣରୁ ଆର୍ଥିକ ପରିସ୍ଥିତି ଆପଣଙ୍କର ବହୁତ ଭଲ ରହିବ । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦପଦବି ମିଳିବା ସହ ନୂତନ ସମ୍ପର୍କ ସୃଷ୍ଟି ହେବ । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତ ହେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ଓଁ ଅଂ ଅଙ୍ଗାରକାୟ ନମଃ – ଜପ କରନ୍ତୁ
ବୃଷ-
କେତେକ ପରିମାଣରେ ସୁଫଳ ଅବଶ୍ୟ ବୃଦ୍ଧି ପାଇବ । ତଥାପି ଏହା ମୋଟାମୋଟି ଶୁଭ ହୋଇଥିବାରୁ ବୃଷ ରାଶି ଜାତ ବ୍ୟକ୍ତି ମାନେ କର୍ମକ୍ଷେତ୍ରରେ ସଫଳତା ପାଇବେ । ଆୟବୃଦ୍ଧି ହେବ । ବହୁ ପରିଶ୍ରମ ହେତୁ ବିଭିନ୍ନ କ୍ଷେତ୍ରରେ ଯଶବୃଦ୍ଧି , ପ୍ରମୋଶନ ବା ନୂତନ ପଦବୀ ଲାଭ । ପୂଜା,ଭକ୍ତି, ଧର୍ମଚର୍ଚ୍ଚା, ସତସଙ୍ଗ ପ୍ରତି ମନ ବଳାଇବେ । ସ˚ପର୍କୀୟଙ୍କ ସାହାଯ୍ୟରେ ଆପଣଙ୍କ କାମ ପୂରା ହେବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଓଁ ଶଂ ଶନିଶ୍ଚରାୟ ନମଃ ଜପ କରନ୍ତୁ
ମିଥୁନ-
ଚର୍ମ ରୋଗ ଦେଖାଦେଇପାରେ । ଠିକାଦାରୀ, ଧାତୁ ବ୍ୟବସାୟୀ, ଔଷଧ ଦୋକାନ, ଭୋଜନାଳୟ, କଳକାରଖାନା, ଖଣିଜପଦାର୍ଥ ଆଦି ବ୍ୟବସାୟରେ ବିଶେଷ ଲାଭବାନ୍ ହେବେ । କର୍ମକ୍ଷେତ୍ରରେ ଦାୟିତ୍ୱ ବଢିବା ସହ ମିତ୍ରମାନଙ୍କ ଦ୍ୱାରା ଲାଭ ମିଳିବ ଓ ସହଯୋଗୀ ମାନଙ୍କ ଯୋଗୁ ଶାନ୍ତି ପାଇବେ । ଅନାବଶ୍ୟକ ଖର୍ଚ୍ଚ ଅଧିକରୁ ଅଧିକ ହେବା ଫଳରେ ମାନସିକ ଦୁଶ୍ଚିନ୍ତା ବଢିଯିବ । ଚାକିରିରେ ସ୍ଥାନ ପରିବର୍ତନ ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ଶାରୀରିକ ଅସୁସ୍ଥତା ସାମାନ୍ୟ ଦେଖାଦେଇପାରେ । ଅନ୍ୟ ମାନଙ୍କର ବିଶ୍ୱାସଘାତକତା ମାନସିକ ସ୍ତରରେ ବହୁ କ୍ଷତି ଘଟାଇପାରେ । ମିଥ୍ୟା ପ୍ରଲୋଭନର ଶିକାର ହୋଇ ନିଜର ପ୍ରଭୂତ କ୍ଷତି ହୋଇପାରେ , ତେଣୁ ସାବଧାନ ରହିବା ଉଚିତ୍ । ଅନ୍ୟ ପାଇଁ ଖରାପ ଭାବିଲେ ନିଜେ ହିଁ ଅସୁବିଧାରେ ପଡିପାର , ତେଣୁ ଅନ୍ୟୟ ଅନୀତି , ମିଥ୍ୟା ଇତ୍ୟାଦି ଠାରୁ ଦୂରରେ ରହନ୍ତୁ । ଅଭାବ ଅସୁବିଧା କିଛି ମାତ୍ରାରେ କମ ରହିବାର ଦେଖାଦେବ । ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଭୋକିଲା ଲୋକଙ୍କୁ ଖେଚୁଡି ଖାଇବାକୁ ଦିଅନ୍ତୁ
ସିଂହ-
ସ୍ନାୟୁ ରୋଗ ଆଦିରେ ପୀଡିତ ହୋଇପାରନ୍ତି । ଦୂର ସମ୍ପର୍କୀୟଙ୍କ ବୋଝ ଉଠାଇବାକୁ ପଡିପାରେ । ରାଜନୀତିଜ୍ଞମାନେ ଅଧିକ କ୍ଷମତା ଉପଭୋଗ କଲେ ସୁଦ୍ଧା କେତେକ ସହକର୍ମୀ ଓ ଜନତାଙ୍କ ବିରୋଧୀର ସମ୍ମୁଖୀନ ହେବେ । ଚିତ୍ରତାରକା ମାନେ ନୂତନ ନୂତନ ସୁଯୋଗ ଲାଭ କରିବେ । ମକଦ୍ଦମା ଆପଣଙ୍କ ସପକ୍ଷରେ ଆସିପାରେ । ବେକାର ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଆସିପାରେ । ସଂଗଠନ ଓ ଶାସନ କ୍ଷେତ୍ରରେ ସ୍ଥିତି ସାମାନ୍ୟ ଉନ୍ନତି ହେବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ରାମଙ୍କର ମନ୍ତ୍ର ଜପ କରନ୍ତୁ
କନ୍ୟା-
ଅନେକ ପରିମାଣରେ ସୁଫଳ ବୃଦ୍ଧି ପାଇବାର ସମ୍ଭାବନା ମଧ୍ୟ ରହିଛି । ମାଲିମକଦ୍ଦମାରେ ବିଜୟ ହେବେ । ଶତୃଦମନ , ଯଶ, ସମ୍ମାନ ବୃଦ୍ଧି, ପ୍ରତିଷ୍ଠା ବା ପ୍ରମୋଶନ ପ୍ରାପ୍ତି, ଅର୍ଥଲାଭ, ବାକି ପଡିଥିବା ଅର୍ଥ ଫେରି ପାଇବେ । ଐଶ୍ୱର୍ଯ୍ୟ ପ୍ରାପ୍ତି ତଥା ଅନେକ କ୍ଷେତ୍ରରେ ସଫଳତାର ସୂଚନା ମିଳିବ । କର୍ମକର୍ତାଙ୍କ ବ୍ୟବହାର ଆପଣଙ୍କ କର୍ତବ୍ୟ ନିଷ୍ଠା ବୃଦ୍ଧି କରାଇବ । ପ୍ରେମ ସମ୍ପର୍କ ମଧୁର ହେବାରେ ବହୁ ବାଧା ଆସିପାରେ । କର୍ମକ୍ଷେତ୍ରରେ ଅସୁବିଧାର ସୀମା ଟପି ଯାଇପାରେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ଗଣେଷଙ୍କୁ ଦ୍ୱବ ଦାନ କରନ୍ତୁ
ତୁଳା-
ପାଦରେ ଆଘାତ , ଲିଭରରେ ସାମାନ୍ୟ ସମସ୍ୟା ଆସିପାରେ । ଆଧାତ୍ମିକ ଉନ୍ନତି, ଉଦ୍ୟମରେ ସଫଳତା , ଗୁହରେ ମାଙ୍ଗଲ୍ୟକର୍ମ , ଧର୍ମନୁଷ୍ଠାନରେ ଆୟୋଜନ ଦାୟିତ୍ୱ, ଗୃହ ନିର୍ମାଣ ବା ଯାନବାହ. ଭୂମି କ୍ରୟ କରି ପାରିବେ । ନୂତନ ଦ୍ରବ୍ୟର କାରବାର, ପ୍ରଚେଷ୍ଠାରେ ମାନ୍ଦା ଯୋଗୁଁ ବ୍ୟବସାୟୀ ମାନେ ବିଶେଷ ଲାଭ ପାଇପାରିବେ ନାହିଁ । ନିଜର ଦକ୍ଷତା ପାଇଁ ପ୍ରଂଶସିତ ହେଲେ ମଧ୍ୟ ପଦୋନ୍ନତି ମିଳିପାରେ । ଛାତ୍ରଛାତ୍ରି ମାନେ ପରିଶ୍ରମ ତୁଳନାରେ ଫଳ ପାଇ ପାରିବେ ନାହିଁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା-
କର୍ମକ୍ଷେତ୍ରରେ ନିଜର ଲୋକ ମାନେ ଯେତେ ପ୍ରକାରର ସମସ୍ୟା ସୃଷ୍ଟି କଲେ ମଧ୍ୟ କୌଣସି ପ୍ରକାରର ଅସୁବିଧା ନ ହୋଇ ଯଥା ସମୟରେ ସବୁ କିଛି ଠିକ୍ ହୋଇଯିବ। ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ବନ୍ଧୁଙ୍କୁ ମିଶନ୍ତୁ, ସେ ଅବଶ୍ୟ ଆପଣଙ୍କୁ କିଛିଟା ସାହାଯ୍ୟ ମିଳିବ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ଗୋସାଳାରେ ଗୋଖାଦ୍ୟ ଦାନ କରନ୍ତୁ
ଧନୁ-
ହାତରେ ଆଘାତ ଲାଗିପାରେ । ଗୃହିଣୀ ମାନେ ଅଳଙ୍କାର କ୍ରୟ କରିବେ । ଅତ୍ୟନ୍ତ ପ୍ରଭାବଶାଳୀ ତଥା ସ୍ଥାନୀୟ ବ୍ୟକ୍ତିଙ୍କର ମିତ୍ରତା ଯୋଗୁଁ ନିଜର ପ୍ରତିଷ୍ଠା ବଢିବ । କୈାଣସି ଶୁଭକାର୍ଯ୍ୟ ଆରମ୍ଭ କରିବାରେ ବାରମ୍ବାର ବାଧା ଆସିପାରେ । ଖେଳାଳୀ ମାନେ ପ୍ରଗତି ପାଇଁ ସାମାନ୍ୟ ବାଧା ପାଇବେ । ପେସାଦାର ମାନେ ପ୍ରବଳ ସଂଘର୍ଷ ମଧ୍ୟରେ ସଫଳତା ପାଇବେ । ସମାଜ ସେବା କରିବାରେ ମନଭାବ ପୋଷଣ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର –ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ
ମକର-
ପରିବାର ବର୍ଗଙ୍କ ପାଇଁ ଆପଣ କେତେକ କ୍ଷେତ୍ରରେ ସଫଳତା ପାଇ ପାରନ୍ତି । ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ହେତୁ ବ୍ୟସ୍ତ ହେବେ । କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ । ବ୍ୟବସାୟୀମାନେ କୌଶଳରେ କାର୍ୟ୍ୟ ହାସଲ କରିବେ । ବହୁ ବ୍ୟୟ, ମାଲିମକଦ୍ଦମା ସହିତ ସାମାନ୍ୟ ସୁଫଳ ମିଳିପାରେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ପିମ୍ପୁଡ଼ିକୁ ମଇଦା ଖାଇବାକୁ ଦିଅନ୍ତୁ
କୁମ୍ଭ-
କୈାଣସି ସମସ୍ୟାକୁ ଅବହେଳା ନ କରିବା ଉଚିତ୍ । ଗ୍ରାହକଙ୍କ ସହ ତର୍କ ବିତର୍କ ହେବା ଫଳରେ ବାଣିଜ୍ୟ କ୍ଷେତ୍ରରେ ସାମାନ୍ୟ କ୍ଷତି ହୋଇପାରେ । ବିଦ୍ୟାର୍ଥି ମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ନିଜର ବ୍ୟବହାରରେ ସଂଯମତା ରଖନ୍ତୁ । ସାମ୍ବାଦିକ ମାନେ କାର୍ଯ୍ୟରେ କୃତିତ୍ୱ ଲାଭ କରିବେ । ନୂତନ ଗୃହ ,ବାହନ ଜାଗା ,ଜମି କ୍ରୟ କରି ପାରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ
ମୀନ-
ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପ୍ରେମିକା-ପ୍ରେମିକଙ୍କ ପାଇଁ ଦିନଟି ଉତ୍ତମ । ସାମାଜିକ କାର୍ୟ୍ୟରେ ଯୋଗ ଦେଇପାରନ୍ତି । ନାନା ତୀର୍ଥ ଭ୍ରମଣ , ସାମୟିକ ବ୍ୟାଧି ଓ ପୀଡା, ଅତ୍ୟଧିକ ବ୍ୟୟ, ସ୍ୱାସ୍ଥ୍ୟ ଭଗ୍ନ ଇତ୍ୟାଦି କରାଇବା ସଙ୍ଗେ ସଙ୍ଗେ ନାନା ଯୋଜନା ମଧ୍ୟ ପ୍ରସ୍ତୁତ କରିବେ । ଯଦିଓ ସେଥିରେ ଅକୃତ କାର୍ୟ୍ୟ ହେବାର ସମ୍ଭାବନା ରହିବ । ଭାବିଚିନ୍ତି ନୂତନ କାର୍ୟ୍ୟ ଆରମ୍ଭ କରନ୍ତୁ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- କୈାଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବା ସହିତ ସାହାଯ୍ୟ ସହଯୋଗ କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/01/astrology-2025-12-01-08-50-20.jpg)