ମେଷ-
କୌଣସି ବ୍ୟକ୍ତି ଉପରେ ରାଗ ସୁଝାଇବାକୁ ଯାଇ କଡାଭାଷା ପ୍ରୟୋଗ କରିପାରନ୍ତି । ସଭାସମିତିରେ ସମ୍ମାନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ସନ୍ଧ୍ୟାରେ ସାମାନ୍ୟ ଅସୁସ୍ଥି ଅନୁଭବ କରିବେ । ପାରିବାରିକ କ୍ଷେତ୍ରରେ ସମସ୍ୟା ବଢିଯାଉଥିବାରୁ ଦୁର୍ଭାବନା ବଢିଚାଲିବ । ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ । କୌଣସି ସାଧାରଣ ଘଟଣାକୁ କେନ୍ଦ୍ରକରି ମନ ଅଶାନ୍ତ ରହିବ । ଜମିଜମା କିମ୍ବା ଅର୍ଥ ସମ୍ପର୍କୀୟ କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ଗରିବ ଲୋକଙ୍କୁ ଭୋଜନ, ପୋଷାକ, ତୈଳ ଦାନ କରନ୍ତୁ
ବୃଷ-
ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। କୌଣସି ବ୍ୟକ୍ତିଙ୍କ ସହିତ କଥା ହେବାବେଳେ ସହଜ ସରଳ ଭାଷା କହନ୍ତୁ। ବ୍ୟବସାୟରେ ସକାରାତ୍ମକ ପରିବର୍ତ୍ତନ ଦେଖିବେ। ପୂର୍ବରୁ କରିଥିବା ନିବେଶରୁ ଭଲ ଲାଭ ପାଇବେ। ସଫ୍ଟୱେର୍ ଇଂଜିନିୟରଙ୍କ ଲାଗି ସମୟ ଅନୁକୂଳ। ଚାକିରି ପାଇଁ ବଡ଼ କଂପାନିରୁ ଇମେଲ୍ ଆସିପାରେ। ଜୀବନବୀମା କ୍ଷେତ୍ରରେ କାମ କରୁଥିବା ଲୋକଙ୍କର ଆଶା ପୂରଣ ହେବ। ଫାଲ୍ତୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖି ସଂଚୟ ପାଇଁ ଭାବିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ପରିଶ୍ରମ କରିବାକୁ ହେବ। ଆତ୍ମବିଶ୍ବାସ ବୃଦ୍ଧି ପାଇଁ ଯୋଗ ଅଭ୍ୟାସ କରନ୍ତୁ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଓଁ ବ୍ରାଂ ବ୍ରୀଂ ବୈା ସଃ ବୁଧାୟ ନମଃ ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ମିଥୁନ-
ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ରାଜନୈତିକ କ୍ଷେତ୍ରରେ କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବେ । ଛାତ୍ରଛାତ୍ରୀ ମାନେ ବିଦ୍ୟାରେ ସଫଳ ହେବେ । ସଫଳତା ଅବଲମ୍ବନ ନ କଲେ ବାଦବିବାଦ ମାଲିମୋକଦ୍ଦମାର ସମ୍ମୁଖୀନ ହୋଇପାରନ୍ତି । ଭୋଗବିଳାସ ଦ୍ରବ୍ୟ କ୍ରୟ କରି ଅର୍ଥିକ ସଙ୍କଟ ଭୋଦି ପାରନ୍ତି । ଦାମ୍ପତ୍ୟ ସୁଖରେ ବାଧା ଉପୁଜି ପାରେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- କୈାଣସି ଧର୍ମାନୁଷ୍ଠାନରେ ତେଲ, କଳା ଲୁଗା ଦାନ କରନ୍ତୁ
କର୍କଟ-
କୌଣସି ବଡ଼ ସୁଯୋଗ ଆପଣଙ୍କୁ ଅପେକ୍ଷା କରିରହିଛି। ଭରସାଯୋଗ୍ୟ ବନ୍ଧୁର ପରାମର୍ଶ ଆପଣଙ୍କ କାମରେ ଆସିବ। ଟଙ୍କାପଇସା ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଅଫିସରେ ଅଶାନ୍ତି ଅନୁଭବ କରିପାରନ୍ତି। ବରିଷ୍ଠଙ୍କ ଠାରୁ ସକାରାତ୍ମକ ଆଶ୍ବାସନା ପାଇବେ। ସାମାଜିକ ସଂଗଠନ କ୍ଷେତ୍ରରେ ଥିବା ଲୋକଙ୍କର ପ୍ରତିଷ୍ଠା ବଢ଼ିବ। ଜୀବନସାଥୀ ସହିତ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ। ଅବିବାହିତଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ। ଛାତ୍ରଛାତ୍ରୀ ଶିକ୍ଷକଙ୍କ ତରଫରୁ ମାର୍ଗ ଦର୍ଶନ ପାଇବେ। ଭଲ ସ୍ବାସ୍ଥ୍ୟ ପାଇଁ ନିଜର ଜୀବନ ଶୈଳୀ ବଦଳାନ୍ତୁ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଓଁ ଶ୍ରାଂ ଶ୍ରୀଂ ସୈା ସଃ ଚନ୍ଦ୍ରାୟ ନମଃ ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ସିଂହ-
ସ୍ୱାସ୍ଥ୍ୟରେ ପରିବର୍ତନ ହେବ । ଶତୃମାନେ ଦୂରେଇ ଯିବେ । ବ୍ୟବସାୟ କ୍ଷେତ୍ରରେ ମନ ଲାଗିବା ଦ୍ୱାରା ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ । ଅଚାନକ ଧନ ପ୍ରାପ୍ତି ହେବ । ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଷ କରିବେ । ଭାଗ୍ୟର ପରିବର୍ତନ ହେଲାଭଳି ଉନ୍ନତି ପଥରେ ଅଗ୍ରସର ହେବେ । ଶୁଭ ସମାଚାର ପାଇ ଖୁସି ହେବେ । ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରି ପ୍ରଶଂସିତ ହେବେ । ଐଶ୍ୱର୍ୟ୍ୟ ପ୍ରାପ୍ତି ତଥା ଅନେକ କ୍ଷେତ୍ରରେ ସଫଳତାର ସୂଚନା ମିଳିବ । କର୍ମକର୍ତାଙ୍କ ବ୍ୟବହାର ଆପଣଙ୍କ କର୍ତବ୍ୟ ନିଷ୍ଠା ବୃଦ୍ଧି କରାଇବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ଗୁରୁଜନ ମାନଙ୍କଠାରୁ ଆର୍ଶିବାଦ ନେଇ କର୍ମ ଆରମ୍ଭ କରନ୍ତୁ
କନ୍ୟା-
ଚିନ୍ତାମୁକ୍ତ ରହିବେ। କାମ ପାଇଁ ବଡ଼ ନିଷ୍ପତ୍ତି ନିଅନ୍ତୁ ସଫଳ ହେବେ। କିଛି ନୂଆ ସଂପର୍କ ଆପଣଙ୍କ ତାଲିକାରେ ଯୁକ୍ତ ହେବେ। ନୂଆ ବେପାର ଆରମ୍ଭ କରିବା ଲାଗି ବଡ଼ ଭାଇର ସହଯୋଗ ପାଇବେ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ପଦୋନ୍ନତି ପାଇଁ ବିଚାର କରିପାରନ୍ତି। ଚାକିରି ଖୋଜୁଥିବା ଲୋକ ସଫଳତା ପାଇବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିବ। ଲୋକମାନଙ୍କୁ ଆବଶ୍ୟକତା ଅନୁସାରେ ପରାମର୍ଶ ଦିଅନ୍ତୁ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ପରିଶ୍ରମ କରନ୍ତୁ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଓଁ ବ୍ରାଂ ବ୍ରୀଂ ବୈା ସଃ ବୁଧାୟ ନମଃ ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ତୁଳା-
ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ମାନସିକ ଅଶାନ୍ତି ଦୂର ହେବ । ବ୍ୟାପାର କାରବାରରେ ଅଟକି ଥିବା ଅର୍ଥ ମିଳିଯିବା ଫଳରେ ସାବଧାନ ରହି ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବାର ସମ୍ଭାବନା ଅଛି । ବାଧ୍ୟବାଧକତାରେ ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ପଡିପାରେ । ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । କୌଶଳ ପୂର୍ଣ୍ଣ କାର୍ଯ୍ୟ ପଦ୍ଧତି ଯୋଗୁ ବହୁତ ଦିନରୁ ଭାଙ୍ଗିପଡିଥିବା ସମ୍ପର୍କ ପୁଣିଥରେ ଯୋଡି ହୋଇଯିବ । ଅଫିସ କାମରୁ ଫୁରୁସତ ପାଇବେ ନାହିଁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଓଁ ହ୍ରୀଂ ଦୁଂ ଦୁର୍ଗାୟୈ ନମଃ ଜପ କରନ୍ତୁ
ବିଛା-
ଏଭଳି ପରିସ୍ଥିତି ଠାରୁ ଦୂରରେ ରହନ୍ତୁ ଯେଉଁଥିରେ ଆପଣ ଅସୁବିଧା ଅନୁଭବ କରୁଛନ୍ତି। ଭାବନାକୁ ସକାରାତ୍ମକ କରି ରଖନ୍ତୁ। କ୍ୟାରିୟର୍କୁ ବଢ଼ାଇବା ଲାଗି ନୂଆ ଅବସର ପାଇବେ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣି ପାରନ୍ତି। ଆୟର ନୂଆ ଉତ୍ସ ସାମନାକୁ ଆସିବ। ଅଫିସ କାମରେ ଲାଗି ରହିଥିବା ବାଧା ଦୂର ହେବ। ରାଜନୀତିକ ନେତା କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ପରିବାରରେ ଖୁସି ବଜାୟ ରଖିବା ଲାଗି ଆପଣଙ୍କୁ ସମୟ ଦେବାକୁ ହେବ। ଛାତ୍ରଛାତ୍ରୀଙ୍କର ଅଧ୍ୟୟନ ପ୍ରତି ଏକାଗ୍ରତାରେ କିଛି କମି ଆସିପାରେ। ନିଜକୁ ସୁସ୍ଥ ରଖିବା ଲାଗି ଯୋଗ କରନ୍ତୁ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ଓଁ କ୍ରାଂ କ୍ରୀଂ କୈା ସଃ ଭୈାମାୟ ନମଃ ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ଧନୁ-
ସନ୍ତାନ ମାନଙ୍କୁ ନେଇ ବିଭିନ୍ନ ଚିନ୍ତା ଭିତରେ ସମୟ କଟିପାରେ । ଆୟ କମ୍ ବ୍ୟୟ ବେଶି ହେବା ସହିତ ଅର୍ଥହାନୀ ଲାଗି ରହିପାରେ । ପୈତୃକ ସମ୍ପତିକୁ ନେଇ ବିବାଦର ସମ୍ମୁଖୀନ ହେବେ । ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ସୁଯୋଗ ପାଇବେ । ଆତ୍ମିୟ ଲୋକଙ୍କ ସାହାର୍ଯ୍ୟ ପୁରା ହେବ । ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ସାହିତ୍ୟ କ୍ଷେତ୍ରରେ ବେଶ୍ ଆଦୃତ ହେବେ । ଅର୍ଥ ସଙ୍କଟ ଦେଖାଦେବା କାରଣରୁ ଚାହୁଁଥିବା ଜିନିଷ ପାଇପାରିବେ ନାହିଁ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୁରାନ୍ତୁ ନାହିଁ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ମକର-
ଜୀବନରେ ଖୁସିର ଆଗମନ ହେବ। କ୍ୟାରିୟର୍ ପାଇଁ ସାହାଯ୍ୟକାରୀ ଲୋକଙ୍କ ସହିତ ସାକ୍ଷାତ୍ ହେବ। କୌଣସି ବିଶେଷ ବିଷୟରେ ଚିନ୍ତା ବଦଳି ପାରେ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ରଣନୀତି ବନାଇବେ। ଆୟର ଅପ୍ରତ୍ୟାଶିତ ବୃଦ୍ଧି ହେବ। ଅଫିସରେ କିଛି ସହକର୍ମୀ ଆପଣଙ୍କ କାମର ବିରୋଧ କରିବେ ଆଉ କିଛି ସହକର୍ମୀ ଆପଣଙ୍କର ସମର୍ଥନ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସକ୍ରିୟ ଭୂମିକା ନିର୍ବାହ କରିପାରନ୍ତି। ଛାତ୍ରଛାତ୍ରୀ ସିନିୟର୍ଙ୍କ ଠାରୁ କୌଣସି ପ୍ରାକ୍ଟିକାଲ୍ ସଂପୂର୍ଣ୍ଣ କରିବା ପାଇଁ ସାହାଯ୍ୟ ନେବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଓଁ ପ୍ରାଂ ପ୍ରୀଂ ପୌ ସଃ ଶନିଶ୍ୱରାୟ ନମଃ ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
କୁମ୍ଭ-
ଅନେକ ପରିମାଣରେ ସୁଫଳ ବୃଦ୍ଧି ପାଇବାର ସମ୍ଭାବନା ମଧ୍ୟ ରହିଛି । ଦୈହିକ ଦୁର୍ବଳତା କର୍ମ କ୍ଷେତ୍ରକୁ ମନ୍ଥର କରାଇବ । ପ୍ରେମ ପ୍ରସଙ୍ଗରେ ମଧୁରତା ଆସିବ । ଦୀର୍ଘ ଦିନରୁ ଅଟକି ରହିଥିବା କାମକୁ ପୂରା କରିବା ପାଇଁ ଆଗ୍ରହ କରିପାରନ୍ତି । ବ୍ୟବସାୟରେ ମାନ ମତାନ୍ତର ଦେଖାଦେଇପାରେ । ରାଜନୀତିରେ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ ଓ ପ୍ରଶଂସିତ ହେବେ । ନୂତନ କର୍ମ ସଂସ୍ଥାନ ପାଇଁ ମନ ବଳାଇପାରନ୍ତି । କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି କିନ୍ତୁ ନିରାଶ ହେବାକୁ ପଡିବ ନାହିଁ । ବନ୍ଧୁ ମାନଙ୍କ ସହ ଭ୍ରମଣ ସୁଖ ବେଶ୍ ଉପଭୋଗ୍ୟ ହୋଇପାରେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଅସହାୟ ବ୍ୟକ୍ତି ବା ମହିଳା ମାନଙ୍କୁ କମ୍ବଳ ଦାନ କରନ୍ତୁ
ମୀନ-
କ୍ୟାରିୟର୍ ପାଇଁ ଉନ୍ନତିର ମାର୍ଗ ଖୋଲିବ। କୌଣସି ବିଶେଷ କାମ କରିବାକୁ ଚାହୁଁଥିଲେ ନିଶ୍ଚୟ କରନ୍ତୁ, ସଫଳ ହେବେ। କାରବାର ବଢ଼ାଇବା ଲାଗି ମନରେ ନୂଆ ନୂଆ ବିଚାର ଆସିବ। ଅଫିସ କାମରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। କର୍ତ୍ତୃପକ୍ଷ ଆପଣଙ୍କ ଉପରେ ବହୁତ ଖୁସି ରହିବେ। କଳାକାରଙ୍କ ଲାଗି ସମୟ ବିଶେଷ ରୂପେ ଭଲ। ଘନିଷ୍ଠ ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ଜମିବାଡ଼ି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ଜୀବନସାଥୀ ସହିତ କୌଣସି କଥାକୁ ନେଇ ମତଭେଦ ହେବ। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ ରହିବ। ଦେହ ଓ ମନ ଭଲ ରହିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଓଁ ଗ୍ରାଂ ଗ୍ରୀଂ ଗୈା ସଃ ଗୁରବେ ନମଃ ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640505080.jpg)