Advertisment

Daily Horoscope 7th March 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ଘର ପାଇଁ ଜରୁରୀ ଜିନିଷ କ୍ରୟ କରିବେ । କର୍ମ କ୍ଷେତ୍ରରେ ସଫଳତା ପାଇଁ କାହାଠାରୁ ପରାମର୍ଶ ମିଳିବ । ବ୍ୟବସାୟରେ ଧନ ଲାଭର ସୁଯୋଗ ଆସିବ ।

undefined

Horoscope Photograph: (OTV)

Advertisment

ମେଷ-
ଅଶ୍ୱନୀ- ଘର ପାଇଁ ଜରୁରୀ ଜିନିଷ କ୍ରୟ କରିବେ । କର୍ମ କ୍ଷେତ୍ରରେ ସଫଳତା ପାଇଁ କାହାଠାରୁ ପରାମର୍ଶ ମିଳିବ । ବ୍ୟବସାୟରେ ଧନ ଲାଭର ସୁଯୋଗ ଆସିବ ।
ଦ୍ୱିଜା- ଅଫିସରେ ସହକର୍ମୀଙ୍କ ସହ ସମ୍ବନ୍ଧ ମଜବୁତ ରହିବ ଠିକ ସମୟରେ କାମ ଆରମ୍ଭ କରନ୍ତୁ ସଫଳତା ପାଇବେ । ଛାତ୍ରଙ୍କୁ କୈାଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ ।  
କୃତିକା- ଦୀର୍ଘଦିନର ଆଶା ପୂରଣ ହୋଇପାରେ ।  ଧାତୁଅଳଙ୍କାର କ୍ରୟ କରି ସାମୟିକ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ । ରାଜନୀତିରେ ବିରୋଧିଙ୍କ ପ୍ରତି ସାବଧାନ ରୁହନ୍ତୁ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ସୂର‌୍ୟ୍ୟ ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ 

Advertisment

ବୃଷ-
କୃତିକା- ଜୀବନ ସାଥିଙ୍କ ବିଚାର ବୁଝିବାକୁ ଚେଷ୍ଟା କରିବେ । ସେବାସମ୍ବନ୍ଧ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣ କରିବେ । ବନ୍ଧୁ ବା ସମ୍ପର୍କୀୟ ସହାୟତା ଯୋଗୁଁ ଆର୍ଥିକ ସ୍ୱଚ୍ଚଳତା ସହ ଆପଣଙ୍କ ଆତ୍ମବିଶ୍ୱାସ ମଧ୍ୟ ବଢିବ ।
ରୋହିଣୀ- ଛାତ୍ରଛାତ୍ରି ମାନେ ସେମାନଙ୍କ ପରିଶ୍ରମ ଅନୁଯାୟୀ ଫଳ ମିଳିବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି  ମାନେ ମାନ ସମ୍ମାନ ପାଇବେ । ନିଜ ସିଦ୍ଧାନ୍ତରେ ଅଟଳ ରହିବା ଫଳରେ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ ।
ମୃଗଶିରା- ଶତୃମାନେ ମିତ୍ର ପରି ବ୍ୟବହାର କରିବେ । ମହିଳା ମାନେ ଆଧାର୍ମିକ ଦିଗରେ ମନ ଦେବେ । ପଇସାପତ୍ର ଅଭାବକୁ ନେଇ ସାମାନ୍ୟ ସମସ୍ୟା ଦେଖାଦେଇପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ

ମିଥୁନ-
ମୃଗଶିରା- ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ଦେଇପାରେ । ଘର ଲୋକଙ୍କ ସାହାଯ୍ୟରେ ଅଧୁରା କାମ ପୂରା କରିବେ । ଆପଣଙ୍କୁ ରଚନାତ୍ମକ କାମରୁ ପ୍ରଶଂସା ମିଳିବ ।
ଆଦ୍ରା- ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦଢୃ କରିବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ । ଛାତ୍ରଛାତ୍ରି କ୍ୟାରିୟରରେ ନୂଆ ରୂପରେ ସୁଶୋଭିତ ହେବେ । 
ପୁନର୍ବସୁ- ରାଜନୀତିରେ ନିଜକୁ ଦୃଢ ରଖିବେ । ଛାତ୍ରଛାତ୍ରୀ ମାନେ ଉତମ ଫଳ ପ୍ରଦର୍ଶନ କରିବେ । କୈାଣସି ବିଶେଷ ଖବର ମିଳିବାର ଯୋଗ ଅଛି ।  
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ

Advertisment

କର୍କଟ-
ପୁନର୍ବସୁ- ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇପାରେ । ସ୍ୱାର୍ଥ ପ୍ରବୃତିର ଶୀକାର ହୋଇ ବନ୍ଧୁ ମିତ୍ରଙ୍କ ସହ ହସ ଖୁସିର ବାତାବରଣ ସୃଷ୍ଟି ହେବ । ଜୀବନରେ ନୂଆଲକ୍ଷ ନିର୍ଦ୍ଧାରିତ କରିବା ପାଇଁ ମନ ଲଗାଇ କାର୍ଯ୍ୟ କରିବେ ।
ପୁଷ୍ୟା- ସନ୍ତାନ ମାନଙ୍କର ସଫଳତା ଯୋଗୁଁ ମାନସିକ ସ୍ଥିତି ଭଲ ରହିବ । ବ୍ୟବସାୟରେ ନୂଆ ଶାଖା ଖୋଲିବା ପାଇଁ ଚେଷ୍ଟା କରିବେ । କର୍ମଚାରୀମାନେ ପରିଶ୍ରମର ଫଳ ପ୍ରାପ୍ତ କରିବେ ।
ଅଶ୍ଲେଷା- ଉଚ୍ଚ କର୍ମକର୍ତା ମାନେ ଆପଣଙ୍କ ଉପରେ ଖୁସି ହେବାର ଆଶା ଦେଖାଦେବ ।  ଇଚ୍ଛା ନଥିଲେ ମଧ୍ୟ ପରିସ୍ଥିତିରେ ପଡି ଜମି ବିକ୍ରୟ କରିବେ । ନାରୀମାନେ ଉଦର ପୀଡାରୁ ମୁକ୍ତି ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – କୈାଣସି ଭୋକିଲା ଲୋକଙ୍କୁ ଖାଦ୍ୟ ଦିଅନ୍ତୁ

ସିଂହ-
ମଘା- ସ୍ୱାସ୍ଥ୍ୟ ସମସ୍ୟାକୁ ଅବହେଳା କରିବା ପାଇଁ ବାଧ୍ୟ ହୋଇପଡିବେ । ପରିବାରରେ ନୂତନ ସଦର୍ଶଙ୍କର ଆଗମନ ହୋଇପାରେ । ଚାକିରୀ ଖୋଜୁଥିବା ବ୍ୟକ୍ତିମାନଙ୍କୁ ନିଜର ଚେଷ୍ଟା ଓ ପରିଶ୍ରମର ପରିମାଣ ମିଳିବ । 
ପୂ,ଫାଲଗୁନି- ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ । ସରକାରୀ କ୍ଷେତ୍ରରୁ ବିପୁଳ ପରିମାଣର ଟଙ୍କା ପାଇପାରିବେ । 
ଉ,ଫାଲଗୁନି- ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ । ବିଦ୍ୟାର୍ଥୀ ମାନେ ପ୍ରତିଦ୍ୱନ୍ଦିତାରେ ସଫଳ ହେବା ପାଇଁ ଚେଷ୍ଟା କରିବେ । ଜମିବାଡି ସମସ୍ୟାର ସି୍ଥତି ଆପଣଙ୍କ ସପକ୍ଷରେ ରହିବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗିଙ୍କ ଯନ୍ତ୍ର ମହାକବଚ ଧାରଣ କରନ୍ତୁ

Advertisment

କନ୍ୟା-
ଉ,ଫଳଗୁନି- ଆପଣଙ୍କ ଆର୍ଥୀକ ସ୍ଥିତି ସୁଦୃଢ ରହିବ । ନିର୍ଦ୍ଧାରିତ ସମୟ ମଧ୍ୟରେ କାମ କରନ୍ତୁ ଆପଣଙ୍କୁ ଲାଭ ମିଳିବ । ଉତମ ବୁଝାବଣା ମାଧ୍ୟମରେ ପରିବାରିକ ଜୀବନ ମଧୁମୟ ରହିବ ।
ହସ୍ତା- ନୂତନ ବ୍ୟବସାୟ ଆରମ୍ଭ କରିି , ମାତ୍ର ମୂଳଧନ ବିନିଯୋଗରେ ସାମାନ୍ୟ ଲାଭ ଦେଖାଦେବ । ରାଜନୀତି କ୍ଷେତ୍ରରେ ସମସ୍ୟା ସୁଧାର ନେବି । ଅନ୍ୟ ମନସ୍କ ହେତୁ ପାଠପଢାରେ ମନ ଲାଗିବ ନାହିଁ ।
ଚିତ୍ରା- ଖର୍ଚ୍ଚ ଅଟକଳ କ୍ଷେତ୍ରରେ ଅସମର୍ଥତା ପ୍ରକାଶ ପାଇବ ।  ମାଲିମକନ୍ଦମାରେ ଆପଷ ସମାଧାନର ରାସ୍ତା ଖୋଲିଯିବ । ମହିଳା ମାନଙ୍କର ସଂଗୀତ କ୍ଷେତ୍ରରେ ରୂଚି ରହିବ 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ

ତୁଳା-
ଚିତ୍ରା- ପାରିବାରିକ ବାତାବରଣ ଶାନ୍ତିଦାୟକ ରହିବ , ପିତା.ମାତାଙ୍କ ଆର୍ଶିବାଦ ସହ ଆପଣ ସବୁ କାର‌୍ୟ୍ୟ ସମ୍ପନ୍ନ କରିବେ। ଅଫିସ୍‌ରେ କାମ କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରେ ।
ସ୍ୱାତୀ- ପ୍ରଶାସନ ସହ ଜଡିତ ଲୋକମାନଙ୍କ ଉପରେ କମ୍ ଚାପ ରହିବ । ବ୍ୟବସାୟୀ ମାନେ ବିଶେଷ ଲାଭବାନ୍ ହେବେ । କର୍ମକ୍ଷେତ୍ରରେ କର୍ମଚାରୀ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ ।
ବିଶାଖା- କୈାଣସି ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କଲେ କ୍ଷତିରେ ପଡିବେ । ମହିଳା ମାନେ ଅଧିକ କାର୍ଯ୍ୟକରି ପ୍ରଂଶସିତ ହେବେ । ସମ୍ପତି ବଢାଇବାର ଯୋଜନା ସଫଳ ହେବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଲକ୍ଷ୍ମୀଙ୍କ ପୂଜା ପାଠ କରନ୍ତୁ 

ବିଛା-
ବିଶାଖା- ଶ୍ୱାସ ଓ ହୃଦ ରୋଗୀ ମାନେ ବିଶେଷ ସତର୍କତା ରହିବା ଦରକାର୍ । ଏଭଳି ବ୍ୟକ୍ତିଙ୍କ ସହ ମିଶିବେ, ଯିଏ ଆପଣଙ୍କ ନୂଆ କାମରେ ସାହାଯ୍ୟ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବା ଫଳରେ ବ୍ୟବସାୟରେ ପରିବର୍ତନ କରିବାର ଇଚ୍ଛା ହେବ ।
ଅନୁରାଧା- ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ । ବିଜ୍ଞାନ ଛାତ୍ରୀ ସଫଳତା ପାଇବେ । ରାଜନିତିରେ ସମସ୍ତଙ୍କ ପ୍ରତି ନମ୍ର ବ୍ୟବହାର ରହିବ । ଟଙ୍କା ନିବେଶ କରିଲେ ଆଶାତୀତ ଲାଭ ପାଇବେ ।
ଜ୍ୟେଷ୍ଠା- ଚାକିରି କ୍ଷେତ୍ରରେ ସ୍ଥାନ ପରିବର୍ତନ ହେବା ସହ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମଖୀନ ହୋଇପାରନ୍ତି ।  ଅନେକ ସୂତ୍ରରୁ କିଛି ଧନ ସମ୍ପତି ପାଇବାର ଯୋଗ ଅଛି । ମହିଳା ମାନେ ଟିକେ ମାନସିକ ଚାପରେ ରହିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ବଗଳାମୁଖୀଙ୍କ ପୂଜାର୍ଚ୍ଚନା କରନ୍ତୁ

ଧନୁ-
ମୂଳା- ଦାମ୍ପତ୍ୟ ସୁଖରେ  ଶାନ୍ତି ଅନୁଭବ କରିବେ । ଯେକୌଣସି ବହୁରାଷ୍ଟ୍ରୀୟ କମ୍ପାନୀ ସହିତ ମିଳିତ ଭାବରେ କାର୍ଯ୍ୟ କରିପାରିବେ । ବ୍ୟବସାୟ ପଥ ସୁଗମ ହେବ , ଆୟ ଅବ୍ୟହତ ହେବ ।
ପୂ,ଷାଢା- ପରିବାରରେ କିପରି ତିକ୍ତତା ନଆସେ ସେଥି ଉପରେ ନଜର ରଖିବା ଆବଶ୍ୟକ । କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ସାମାଜିକ ସହଯୋଗ ଲାଭ କରିବେ ।
ଉ,ଷାଢା- ରାଜନୀତି କ୍ଷେତ୍ରରେ ପଦ ପଦବୀ ଲାଭ ହେବ ।  ଛାତ୍ରଛାତ୍ରୀ ମାନେ ପଢାରେ କୃତକାର୍ଯ୍ୟ କରିବେ । ନିଜର ବାସସ୍ଥାନ କରିବା ପାଇଁ ନୂତନ ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦୀ ରଙ୍ଗର ପୋଷାକ ପିନ୍ଧନ୍ତୁ

ମକର-
ଉ,ଷାଢା- ହଠାତ୍ କୈାଣସି ରୋଗ ଦେଖା ଦେଇପାରେ । ପ୍ରେମ ମନ ଭାବନାରେ ହଠାତ୍ ଆଶୁଥିବା ପରିବର୍ତନ ଆପଣଙ୍କୁ ନିରାଶ କରିପାରେ । ଆପଣ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି ପାଇଁ ଆବେଦନ କରି ସେଥିରେ ନିଶ୍ଚିନ୍ତ ଭାବରେ ସଫଳତା ପାଇବେ ।
ଶ୍ରବଣା- ଶିକ୍ଷାରେ ଉତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ । ବଡ କଂପାନିରୁ ଚାକିରି ପାଇଁ ଡାକରା ଆସିବ । ସାମାଜିକ କାର‌୍ୟ୍ୟରେ ଭାଗନେଇ ଗଠନ ମୂଳକ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ।
ଧନିଷ୍ଠା- ସରକାରୀ କ୍ଷେତ୍ରରେ ମନୋନୀତ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରେ । ଟଙ୍କା କାରବାରକୁ ନେଇ ଅନେକ ସୁବିଧା ପାଇବେ । ମହିଳା ମାନେ ଗୃହୋପକରଣ କ୍ରୟ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା  ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
ଧନିଷ୍ଠା- ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ । ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ । ବ୍ୟବସାୟ-ବାଣିଜ୍ୟ ଆଶାନୁରୂପ ଫଳ ପ୍ରାପ୍ତି ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ ।
ଶତଭିଷା- ଜୀବନ ସାଥିଙ୍କ ସହିତ ସମ୍ବନ୍ଧ ମଧୁର ରହିବ । ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ । ଆପଣଙ୍କ ସକାରତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ
ପୂ,ଭାଦ୍ରପଦ- ଜମି ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେଇପାରେ । ମହିଳା ମାନଙ୍କର ମାନସିକ ସ୍ଥିତି ଭଲ ରହିବ ନାହିଁ । ଧନ ପ୍ରାପ୍ତି ଆଦି ଶୁଭଫଳ ମଧ୍ୟ ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ

ମୀନ-
ପୂ,ଭାଦ୍ରପଦ- ଜୀବନ ଶୈଳୀରେ ସାବଧାନତା ଅବଲମ୍ବନ କଲେ ସବୁ ପୁରୁଣା ରୋଗରୁ ମୁକ୍ତି ମିଳିବ ।  ପରିବାରରେ ହସଖୁସିର ବାତାବରଣ ଖେଳିଯିବ । ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ମିଳିବ ।
ଉ,ଭାଦ୍ରପଦ- ପ୍ରେମିକ, ପ୍ରେମିକା ମାନଙ୍କ ପାଇଁ ସୁଖକର ହେବ ।  ଅଫିସ୍‌ରେ ଆପଣଙ୍କର ପଦୋନ୍ନତି ବିଷୟରେ ଆଲୋଚନା କରିପାରନ୍ତି । ବିଦ୍ୟା କ୍ଷେତ୍ରରେ ପ୍ରଂଶସା ପାଇବେ । 
ରେବତୀ- ଗୁପ୍ତ ଶତୃ ପରାଜିତ ହୋଇପାରନ୍ତି । ଜାଗା, ଜମି ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ମହିଳା ମାନେ ସହନଶୀଳତା ଦେଖାଇବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବିଷ୍ଣୁ ସାହସ୍ରନାମା  ପାଠ କରନ୍ତୁ

Horoscope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ