Horoscope Photograph: (OTV)
ମେଷ-
ଅଶ୍ୱନୀ- ଆପଣଙ୍କ ସମ୍ମାନରେ ଆଞ୍ଚ ଆସିପାରେ ତେଣୁ ସତର୍କ ରୁହନ୍ତୁ । ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ଦୂରଭ୍ରମଣର ସୁଯୋଗ ଜୁଟିଯିବାର ସମ୍ଭାବନା ରହିଛି।
ଦ୍ୱିଜା-ପିଲାମାନେ ପାଠ ପଢାରେ ମଗ୍ନ ରହିବେ । ସରକାରୀ ସାହାଯ୍ୟ ପ୍ରାପ୍ତି ହେବ । ଜୋର୍ କରି ଅନ୍ୟମାନଙ୍କଠାରୁ ଅର୍ଥ, କାମ, ଆଦାୟ କରିବାରେ ସଫଳ ହେବେ
କୃତିକା- ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି । ମହିଳା ମାନେ ବିଦେଶ ଯାତ୍ରା କରି ପାରିବେ । ସତର୍କ ହୋଇ ଟଙ୍କା ଖର୍ଚ୍ଚ ନକରିଲେ ଅସୁବିଧାରେ ପଡିପାରନ୍ତି । ସିନେତାରକା ମାନେ ଭଲ ନାମ କମାଇବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – କୈାଣସି ଅସାହ୍ୟ ଲୋକଙ୍କୁ କିଛି ସାହାଯ୍ୟ କରନ୍ତୁ
ବୃଷ-
କୃତିକା- ସମ୍ପର୍କୀୟ ବନ୍ଧୁ ବ୍ୟବସାୟରେ ସାହାଯ୍ୟ ସହଯୋଗ କରିବେ । ଆପଣଙ୍କୁ ପାରିବାରିକ ସୁଖ ସମୃଦ୍ଧି ସାଙ୍ଗକୁ କର୍ମକ୍ଷେତ୍ରରେ ଆଶା ଅନୁଯାୟୀ ସୁଫଳ ପ୍ରଦାନ କରିବ। ସନ୍ତାନଙ୍କ ଦ୍ୱାରା ଗୌରବ ଅନୁଭବ କରିବେ ।
ରୋହିଣୀ- ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ। ଅଫିସ୍ ସମସ୍ୟା ସମାଧାନର ରାସ୍ତା ବାହାର କରିବାରେ ସମର୍ଥ ହେବେ। ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉଠାଇ ସମସ୍ୟା ସୃଷ୍ଟି କରିପାରନ୍ତି।
ମୃଗଶିରା- ରାଜନୀତି କ୍ଷେତ୍ରରେ ସମ୍ମାନ ପାଇବେ । ବିଦ୍ୟାର୍ଥୀଙ୍କର ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ । ଯାନ ବାହନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଲକ୍ଷ୍ମୀଙ୍କର ମନ୍ତ୍ର ପାଠ କରନ୍ତୁ
ମିଥୁନ-
ମୃଗଶିରା- ବ୍ୟବସାୟରେ ଲାଭବାନ୍ ହେବେ । ପାରିବାରିକ ସମସ୍ୟାରେ ଜଡିତ ରହିବେ । ଶୁଣା କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ଆଦ୍ରା- ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବହୁତ ଭଲରେ ଅତିବାହିତ ହେବ। ଆଧ୍ୟାତ୍ମିକ ମାମଲାରେ ବ୍ୟସ୍ତ ରହିବେ । କର୍ମ କ୍ଷେତ୍ରରେ କଠିନ ପରିଶ୍ରମ କରି ସନ୍ତୋଷ ଲାଭ କରିବେ ।
ପୁନର୍ବସୁ- ସାମାଜିକ କ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ସାହାଯ୍ୟ କରିବେ। ଋଣଗ୍ରସ୍ତ ହୋଇ ନୂତନ ଗୃହ ନିର୍ମାଣ କରି ପାରନ୍ତି । କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ପୁନର୍ବସୁ- ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। ବ୍ୟବସାୟରେ ପ୍ରଚୁର ପରିମାଣରେ ଆମଦାନୀ ରପ୍ତାନି କରିବେ ।
ପୁଷ୍ୟା- ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଇ ସଫଳ ହେବେ । ରାଜନୈତିକ କ୍ଷେତ୍ରରେ ଉପଯୁକ୍ତ ଲୋକମାନଙ୍କ ସହିତ ସ୍ଥାୟୀ ବନ୍ଧୁତା ସ୍ଥାପନ କରି ପାରିବେ । ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପନ କରିବେ ।
ଅଶ୍ଲେଷା- ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ । ଦୂର ସ୍ଥାନକୁ ଯାତ୍ରା କଲେ ଅସୁବିଧାରେ ପଡିପାରନ୍ତି । ଯାନ ବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଶ୍ୱେତଚନ୍ଦନରେ କର୍ପୂର ମିଶେଇ ମସ୍ତକରେ ଧାରଣ କରନ୍ତୁ
ସିଂହ-
ମଘା- ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବ। ପାରିବାରିକ କ୍ଷେତ୍ରରେ ମିଶ୍ରିତ ଫଳ ଅନୁଭବ କରିବେ । କର୍ମ କ୍ଷେତ୍ରରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବେ।
ପୂ,ଫାଲଗୁନି- ରାଜନୈତିକ କ୍ଷେତ୍ରରେ ଶତୃ ବୃଦ୍ଧି ପାଇବ । ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ହେତୁ ଆଶ୍ୱସ୍ତି ଅନୁଭବ କରିବେ। ଗତକାଲି ରାତିରେ ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍ ଠିକ୍ ହୋଇଯିବ।
ଉ,ଫାଲଗୁନି-ନୂତନ ଗୃହାରମ୍ଭ କରିପାରନ୍ତି । ଆୟ ଧିରେ ଧିରେ ବୃଦ୍ଧି ହେବ । ବିବାଦୀୟ ଘଟଣାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଘରର ବଡ ଲୋକ ମାନଙ୍କଠାରୁ ଆର୍ଶିବାଦ ନେଇ କର୍ମ ଆରମ୍ଭ କରନ୍ତୁ
କନ୍ୟା-
ଉ,ଫଳଗୁନି- ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ପାଇବ । ଦୂର ବନ୍ଧୁଙ୍କ ଠାରୁ ଶୁଭ ସମାଚାର ପାଇ ଖୁସି ହେବେ । ମାନସିକ ଦୁଶ୍ଚିନ୍ତା ଦୂରେଇ ଯିବ । ଅଟକିଥିବା କାର୍ଯ୍ୟ ପୂରଣ ହେବ ।
ହସ୍ତା- କର୍ମକ୍ଷେତ୍ରରେ କେହି ଜଣେ ପ୍ରତିବାଦର ସ୍ବର ଉଠାଇ ସମସ୍ୟା ସୃଷ୍ଟି କରିପାରନ୍ତି। ବିଦ୍ୟାର୍ଥୀ ମାନେ ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ଆର୍ଥିକ ସ୍ଥିତି ସ୍ୱଛଳ ରହିବା ଫଳରେ ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ ।
ଚିତ୍ରା- ବିବାଦୀୟ ବିଷୟ ଚିନ୍ତାକରି ସମ୍ପର୍କୀୟମାନେ ମଧ୍ୟ ପାଖ ମାଡ଼ିବେ ନାହିଁ। ଦୀର୍ଘ ଦିନରୁ ଅବହେଳିତ କାର୍ୟ୍ୟ ସକାଶେ ଅନୁତାପ କରିପାରନ୍ତି। ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବାରେ ପଡୋଶୀ ସାହାଯ୍ୟ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ
ତୁଳା-
ଚିତ୍ରା- ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ନୂତନ ବ୍ୟବସାୟ କରିବାକୁ ଯୋଜନା କରୁଛନ୍ତି, ସେଥିରେ ସଫଳତା ପାଇବେ । ନିଜର କର୍ମ ଦ୍ୱାରା ସମାଜରେ ମାନ ସମ୍ମାନ ମଧ୍ୟ ଅର୍ଜିତ କରିପାରିବେ ।
ସ୍ୱାତୀ-ଅଫିସ୍ରେ ପଦୋନ୍ନତିର ସୁଯୋଗ ପାଇବେ । କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ଦୃଢ଼ ନିଷ୍ପତ୍ତି ନେବେ । କୌଣସି ଜରୁରୀ କାମରେ ବାହାରକୁ ଯାତ୍ରା କରିପାରନ୍ତି।
ବିଶାଖା- ସମାଜ ସେବା କରିବାରେ ମନଭାବ ପୋଷଣ କରିବେ । ଗୃହ ନିର୍ମାଣ ବା ଯାନବାହ. ଭୂମି କ୍ରୟ କରି ପାରିବେ । ମହିଳା ମାନେ ସୁସ୍ୱାଦ ଭୋଜନ କରିବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ବିଛା-
ବିଶାଖା- ନିଜର ଇଚ୍ଛା ବିରୋଧରେ କୌଣସି କାର୍ଯ୍ୟ କରିବା ଅନୁଚିତ୍ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜ ମାନ କରିବ । ସନ୍ତାନ ମାନଙ୍କ ପାଇଁ ଘରକୁ ଖୁସି ଖବର ଆସିବ ।
ଅନୁରାଧା- ନୂତନ କର୍ମ ନିଯୁକ୍ତିର ସୂଚନା ପାଇବେ । ଋଣ ଭାରରୁ ମୁକ୍ତି ପାଇବେ । ବିଭିନ୍ନ ବିଭାଗୀୟ ପରୀକ୍ଷା ଦେବାର ସୁଯୋଗ ପାଇବେ ଓ ପରୀକ୍ଷାରେ ସଫଳ ହେବେ ।
ଜ୍ୟେଷ୍ଠା- ଜାଗା , ଜମି , ଯାନବାହାନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଯିବ । ପଡୋଶୀ ମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରି ପାରନ୍ତି । ଘରକୁ ବନ୍ଧୁ ଆସିବା ଦ୍ୱାରା ଖର୍ଚ୍ଚାନ୍ତ ହୋଇପାରନ୍ତି ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ
ଧନୁ-
ମୂଳା- ସ୍ୱାସ୍ଥ୍ୟ ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ । ବ୍ୟବସାୟରେ ଭାଗିଦାର ମାନଙ୍କ ସହିତ ଜରୁରୀ ଆଲୋଚନା କରିବେ । ସମ୍ପର୍କୀୟଙ୍କ ସହାୟତାରେ ଆପଣଙ୍କ କାର୍ଯ୍ୟ ପୂରା ହେବ ।
ପୂ,ଷାଢା- ରାଜନୈତିକ କ୍ଷେତ୍ରରେ ଶତୃ ଓ ବିରୋଧିମାନେ ଅପଦସ୍ଥ ହେବେ । ଏକ ଭିନ୍ନ ପରିସ୍ଥିତିରେ ଭଟ୍ଟା ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିବେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ, କିନ୍ତୁ ଶାରୀରିକ ପରିଶ୍ରମଜନିତ ପୀଡ଼ା ଅନୁଭବ କରିବେ।
ଉ,ଷାଢା- ସମ୍ପତିକୁ ନେଇ ପାରିବାରିକ ସମସ୍ୟା ସମାଧାନ ହୋଇଯିବ । ନୂତନ ଯାନବାହନ କ୍ରୟ କରିବାର ସୁଯୋଗ ପାଇବେ । ମହିଳା ମାନେ ଖୁସିରେ ସମୟ ଅତିବାହିତ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
ଉ,ଷାଢା-ଅନେକ ଗୁଡିଏ କାର୍ଯ୍ୟବ୍ୟସ୍ତତା ଭିତରେ ବ୍ୟତିବ୍ୟସ୍ତ ରହିବେ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ସମସ୍ତଙ୍କ ପ୍ରତି ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସହାର୍ଯ୍ୟ କରିବ ।
ଶ୍ରବଣା- ବନ୍ଧୁ ବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାର୍ଯ୍ୟ ସହେଯାଗ କରିବେ । ବ୍ୟବସାୟୀ ମାନେ କଠିନ ପରିଶ୍ରମ କରିବେ । ନୂଆ ଲକ୍ଷ ନିର୍ଦ୍ଧାରିତ କରି ତାହାର ସଫଳତା ପାଇଁ ପ୍ରଯତ୍ନଶୀଳ ରହିବେ ।
ଧନିଷ୍ଠା- କୋର୍ଟ କଚେରୀ ଧନ୍ଦା ମଧ୍ୟରେ ଆଶ୍ୱସ୍ତି ବଢିବ । ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନାକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ । ଇଚ୍ଛା ନଥିଲେ ମଧ୍ୟ କେତେକ କର୍ମ କରିବାକୁ ବାଧ୍ୟ ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ
କୁମ୍ଭ-
ଧନିଷ୍ଠା- ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ଅପୂରଣୀୟ କାମନାକୁ କର୍ମକ୍ଷମ କରାଇବାରେ ସହାୟ ହେବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବ। ମାନସିକ ପ୍ରଫୁଲ୍ଲତା ଓ ବିଳାସବ୍ୟସନରେ ଜୀବନ ନିର୍ବାହ କରିବେ ।
ଶତଭିଷା- ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍ ଯାତ୍ରା କରିବାକୁ ପଡ଼ିପାରେ। ଶାରୀରିକ ଅସୁସ୍ଥତା ହେତୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି । କିଛି ସାହାଯ୍ୟ ମାଧ୍ୟମରେ ଅନ୍ୟ ମାନଙ୍କୁ ନିଜ ସପକ୍ଷରେ ନେଇ କାମ ହାସଲ କରିବେ।
ପୂ,ଭାଦ୍ରପଦ- ନିଜ କ୍ୟାରିୟରରେ ଟିକେ ସତର୍କ ରହିବାକୁ ପଡ଼ିବ । ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଜମଜିମା, ମାଲିମକଦ୍ଦମା, ଯୋଗାଯୋଗ, ସାମ୍ବାଦିକତାରେ ପ୍ରତିଷ୍ଠାର୍ଜନ କରିବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ
ମୀନ-
ପୂ,ଭାଦ୍ରପଦ- ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । କର୍ମ କ୍ଷେତ୍ରରେ ପ୍ରତ୍ୟେକ ମୁଖରୁ ପ୍ରଶଂସାବାଣୀ ଶୁଣିବା ସହ ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ । କର୍ମ କ୍ଷେତ୍ରରେ ମାନ୍ୟତା ଅର୍ଜନ କରିବେ ।
ଉ,ଭାଦ୍ରପଦ- ରାଜନୀତି କ୍ଷେତ୍ରରେ ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ବିଦ୍ୟା କ୍ଷେତ୍ରରେ ଆଶାମୁତାବକ ଫଳ ପାଇବେ । ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରିପାରିବେ ।
ରେବତୀ- ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଧାର କରିବାକୁ ବାଧ୍ୟ ହେବେ । ସ୍ୱାର୍ଥକୁ କେନ୍ଦ୍ର କରି ସୁବର୍ଣ୍ଣ ସୁଯୋଗକୁ ହାତଛଡା କରିପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ପାଣିରେ ଗୋଟାଲୁଣ ମିଶାଇ ଘରକୁ ପୋଛି ଦିଅନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Horoscope_1642647381.jpg)