Advertisment

Daily Horoscope 5th March 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟୀମାନେ ଆଜି ବ୍ୟବସାୟରେ ଲାଭାଂଶ କମାଇବେ । ଶାରୀରିକ ପୀଡା ଅପେକ୍ଷାକୃତ କମ ରହିବ । ଋଣ କ୍ଷେତ୍ରରେ ଅର୍ଥ ଲାଭ କରିବେ ।

Horoscope

Horoscope Photograph: (OTV)

Advertisment

ମେଷ -

ଅଶ୍ୱନୀ- ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟୀମାନେ ଆଜି ବ୍ୟବସାୟରେ ଲାଭାଂଶ କମାଇବେ । ଶାରୀରିକ ପୀଡା ଅପେକ୍ଷାକୃତ କମ ରହିବ । ଋଣ କ୍ଷେତ୍ରରେ ଅର୍ଥ ଲାଭ କରିବେ ।
ଦ୍ୱିଜା- ରାଜନୈତିକ କ୍ଷେତ୍ରରେ ଦୃଢ ସଂକଳ୍ପ ଓ ଆତ୍ମବିଶ୍ୱାସ ଫଳରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ପାଇବ । ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲଢିପାରନ୍ତି । କଳା,ଚଳଚ୍ଚିତ୍ର କ୍ଷେତ୍ରରେ ଆଗେଇବେ ।

Advertisment

କୃତିକା- ପୂର୍ବ ଶତ୍ରୁମାନେ ପରାସ୍ତ ହେବେ । ସାମ୍ବାଦିକମାନେ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ଅବିବାହିତ ଯୁବକ,ଯୁବତୀ ମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ହନୁମାନଙ୍କର ଚାଳିଶା ପାଠ କରନ୍ତୁ

ବୃଷ -

କୃତିକା-ପରିବାରରେ ସୁଖ ଶାନ୍ତି ରାଜୁତି କରିବ, କିନ୍ତୁ ଏଥିପାଇଁ କିଛିଟା ସ୍ବାର୍ଥତ୍ୟାଗ ଜରୁରୀ ହୋଇପାରେ । ବନ୍ଧୁମାନଙ୍କୁ ଆପଣେଇ ନେଇ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ । ପରିଜନ ସହିତ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବାର ସମ୍ଭାବନା ରହିଛି।
ରୋହିଣୀ- କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ଯେଉଁ କ୍ଷେତ୍ରରେ ନିବେଶ କରିଲେ ଲକ୍ଷ୍ମୀ କୃପା ପ୍ରାପ୍ତି ହେବ । ବନ୍ଧୁଙ୍କ ସହ ମନାନ୍ତରଜନିତ ମାନସିକ ଅଶାନ୍ତିର ଆଶଙ୍କା ମଧ୍ୟ ରହିଛି।    

Advertisment

ମୃଗଶିରା- ପରିବହନରେ ସମସ୍ୟା ଦେଖାଦେବା କାରଣରୁ ବ୍ୟସ୍ତ ହୋଇପାରନ୍ତି । ନୂତନ ଜାଗା ଜମି କ୍ରୟ କରିପାରନ୍ତି । ଧାର୍ମିକ କାର୍ଯ୍ୟରେ ମନ ଲାଗିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଲକ୍ଷ୍ମୀଙ୍କର ମନ୍ତ୍ର ପାଠ କରନ୍ତୁ

ମିଥୁନ - 

ମୃଗଶିରା- ବ୍ୟବସାୟରେ ଅଂଶୀଦାର ମାନଙ୍କ ସହ କିଛି ଚୁକ୍ତିନାମା କରିପାରନ୍ତି । ଜୀବନସାଥୀଙ୍କ ପ୍ରତି ପ୍ରେମ ଓ ସମ୍ମାନ ବୃଦ୍ଧି ପାଇବା ସହ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ସମସ୍ତ ଦୁଶ୍ଚିନ୍ତା ଦୂର ହେବା ସହ ଶରୀର ସୁସ୍ଥ ରହିବ ।
ଆଦ୍ରା- ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । କୈାଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚେଷ୍ଟା କରିବେ । ବିରୋଧୀମାନେ ସତ ଚେଷ୍ଟା କରିଲେ ମଧ୍ୟ କୈାଣସି କ୍ଷତି କରିପାରିବେ ନାହିଁ ।
ପୁନର୍ବସୁ- ପୁରୁଣା ଗାଡି ବିକିବାରେ ମନ ବଳାଇବେ । ମହିଳାମାନେ ପାରିବାରିକ ସମସ୍ୟା ଭୋଗିବେ । ଗୃହସୀମାକୁ କେନ୍ଦ୍ରକରି ଭାଇ କିମ୍ବା ପଡ଼ୋଶୀଙ୍କ ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର – ବୁଧଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

Advertisment

କର୍କଟ -

ପୁନର୍ବସୁ- ଘରେ କୌଣସି ଶୁଭ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ କରିପାରନ୍ତି । କରିଥିବା ଉଚ୍ଚ ଆଶା ପୂରଣ ନ ହୋଇ ପାରେ । ଧର୍ମ ମାର୍ଗରେ ଯିବା ପାଇଁ ମନ ବଳାଇ ପାରନ୍ତି ।
ପୁଷ୍ୟା- କର୍ମ କ୍ଷେତ୍ରରେ ସ୍ଥାନାନ୍ତର ଓ ମତାନ୍ତର ଦେଖାଦେଇପାରେ । ଛାତ୍ର ଛାତ୍ରୀ ମାନେ ପାଠ ପଢା ପ୍ରତି ଅଧିକ ଧ୍ୟାନ ଦେବେ । ନିଜ ପାଇଁ ମୂଲ୍ୟବାନ୍ ବାଦ୍ୟଯନ୍ତ୍ର କିଣିପାରନ୍ତି ।

ଅଶ୍ଲେଷା- କୌଣସି ନିକଟ ସମ୍ପର୍କୀୟଙ୍କ ସମ୍ପତ୍ତି କମ୍ ମୂଲ୍ୟରେ ପାଇପାରନ୍ତି । ପାରମ୍ପରିକ ପୋଷାକ ପ୍ରତି ଆଗ୍ରହ ପ୍ରକାଶ କରିବେ । ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ ।   
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ସିଂହ -

ମଘା- କିଛି ଶୁଭ ଖବର ସଙ୍ଗକୁ ଅର୍ଥଲାଭରୁ ମନ ଖୁସୀ ହୋଇଯିବ । ଭଲ ସମ୍ପର୍କ ନ ଥିବା ନିକଟସ୍ଥ ବ୍ୟକ୍ତିମାନେ ପରୋକ୍ଷ ସମାଲୋଚନା କରିପାରନ୍ତି । ତରବରିଆ ଯାତ୍ରାରୁ ବିରତ ରହିଲେ ଭଲ, ସତର୍କ ନ ରହିଲେ ସାଧାରଣ ଆଘାତ ଲାଗିପାରେ । 
ପୂ,ଫାଲଗୁନି- ଅନେକ ସୁଯୋଗ ହାତ ପାହାନ୍ତାରେ ପାଇବା ଫଳରେ ମନରେ ଉତ୍ସାହ ରହିବ । ଜାଗା, ଜମି, ବାହନ ଆଦି କ୍ରୟ କରିବେ । ଉଚ୍ଚ ଶିକ୍ଷା ପ୍ରାପ୍ତ ହେବାର ସମ୍ବାବନା ରହିଛି ।  

ଉ,ଫାଲଗୁନି- ଜରୁରୀ କାମରେ ବିଦେଶ ଯାତ୍ରାରେ ସଫଳ ହେବେ । ଧନଧାନ୍ୟ, ବାହାନାଦି ପ୍ରାପ୍ତି ହେବାର ଯୋଗ ଅଛି । ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

କନ୍ୟା - 

ଉ,ଫଳଗୁନି- ପାରିବାରିକ କ୍ଷେତ୍ରରେ ଛୋଟ ଛୋଟ କଥାକୁ ଧରି ବସିଲେ ଅଶାନ୍ତିର ମାତ୍ରା ବଢିଯାଇପାରେ । କର୍ମକ୍ଷେତ୍ରରେ ଦୃଢ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ । ବନ୍ଧୁଙ୍କ ଜରିଆରେ ସକାଳୁ ସକାଳୁ ଶୁଭ ଖବର ପାଇ ମନଟା ଖୁସୀ ହୋଇଯିବ। 
ହସ୍ତା- ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ସତର୍କ ନ ରହିଲେ ପରିସ୍ଥିତି ବଦଳି ଯାଇପାରେ । ବେଖାତିର ମନୋଭାବ ହେତୁ ଉପର ଅଧିକାରୀ ରାଗି ପାରନ୍ତି । ରାଜନୀତିରେ ଶତୃମାନେ ବେଖାତିର କରିବେ ।

ଚିତ୍ରା- ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ଶୁଣା ଖବରକୁ ବିଶ୍ୱାସ କରି ହଠାତ୍ ଯାତ୍ରା କରିବାକୁ ପଡ଼ିପାରେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -   ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ତୁଳା -

ଚିତ୍ରା- ଆଶା କରିଥିବା ଖବର ପାଇ ଖୁସୀ ହୋଇଯିବେ । ପ୍ରେମିକା, ପ୍ରେମିକ ମାନଙ୍କର ଅନେକ ଦିନର ଅଭିଳାଷା ପୂର୍ଣ୍ଣ ହେବ । ଭାଇ- ଭଉଣୀ ମାନଙ୍କ ସହ ମନୋମାଳିନ୍ୟ ଦୂର ହେବ ।
ସ୍ୱାତୀ- ଆନୁଷ୍ଠାନିକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ । ସାମାଜିକ ସ୍ତରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ଅନୁତାପ କରିପାରନ୍ତି । ପିଲାମାନଙ୍କ ଉଚ୍ଚଶିକ୍ଷା ସକାଶେ ପ୍ରାଧାନ୍ୟ ଦେଇପାରନ୍ତି । 

ବିଶାଖା- ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବା ସହ ଋଣ ପରିଶୋଧ କରି ପାରନ୍ତି । ପଡୋଶୀମାନେ ଈର୍ଷାପରାୟଣ ହେଲେ ବି କ୍ଷତିକାରୀ ହେବେ ନାହିଁ । ବାଣିଜ୍ୟ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଦେବଙ୍କ ଦର୍ଶନ ସହିତ ମନ୍ତ୍ର ଜପ କରନ୍ତୁ

ବିଛା -

ବିଶାଖା- କଳ୍ପନା ବାହାରେ ଥିବା କୌଣସି କାର୍ଯ୍ୟ ହାସଲ ହେତୁ ଖୁସି ରହିବେ । କରିଥିବା କର୍ମ ପାଇଁ ପୁରସ୍କୃତ ହୋଇପାରନ୍ତି । ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ । ଖାଦ୍ୟ ପ୍ରତି ସଜାଗ ରୁହନ୍ତୁ ।
ଅନୁରାଧା- ରାଜନୀତି କ୍ଷେତ୍ରରେ ଜନସମ୍ପର୍କ ସୁଦୃଢ ହୋଇ ଯାହା ଚିନ୍ତା କରିଛନ୍ତି ତାହା ପୂରଣ କରିବାକୁ ଚେଷ୍ଟା କରିବେ । ଚତୁରତା ହେତୁ ବିଗିଡିଥିବା କର୍ମ କୁ ସଜାଡି ପାରିବେ । ବିଦ୍ୟାରେ ଉନ୍ନତି କରିବେ ।

ଜ୍ୟେଷ୍ଠା- ମାଲିମୋକଦ୍ଦମା ସ୍ଥିତି ଅନୁକୂଳ ହୋଇପାରେ । କୌଣସି ବ୍ୟକ୍ତି ନିକଟରେ ବାକି ରହିଥିବା ଟଙ୍କା , ପଇସାକୁ କେନ୍ଦ୍ର କରି ଅନର୍ଥ ସୃଷ୍ଟିହେବାର ସୂଚନା ରହିଛି । ମହିଳାଙ୍କ ପାରିବାରିକ ଟେନ୍‌ସନ କେତେକାଂଶରେ କମିଯିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଦୂର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ

ଧନୁ -

ମୂଳା- କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହାନୁଭୂତି ପ୍ରଦର୍ଶନ କରିବେ । ସ୍ୱାସ୍ଥ୍ୟରେ ସୁଧାର ସାଙ୍ଗକୁ ମାନସିକ ସ୍ଥିରତା ଅକ୍ଷୁର୍ଣ୍ଣ ରହିବ । ପ୍ରେମିକ ପ୍ରେମିକା ମାନେ ନିଜ ଜୀବନ ସାଥୀକୁ ନେଇ ଭବିଷ୍ୟତର ସ୍ୱପ୍ନ ଦେଖିବେ । 
ପୂ,ଷାଢା- ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ । ଉପରିସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବା ସହ କର୍ମକ୍ଷେତ୍ରରେ ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ।

ଉ,ଷାଢା- ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତମ ଫଳ ପ୍ରଦର୍ଶନ କରିବେ । ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ପ୍ରସ୍ତାବ ସ୍ଥିରିକୃତ ହୋଇଯିବ । ଉଧାର ଦେଇଥିବା ଟଙ୍କା ସହଜରେ ହସ୍ତଗତ ହୋଇଯିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ମକର -

ଉ,ଷାଢା- ବାକି ପଡିଥିବା ଅର୍ଥକୁ ପାଇବେ । ନିଜର ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିବେ । କର୍ମ କ୍ଷେତ୍ରରେ ନିଜର ମାନ ସମ୍ମାନ ବୃଦ୍ଧି ପାଇବ । ପ୍ରେମିକା ପ୍ରେମିକ ମାନେ ନିକଟତର ହୋଇପାରନ୍ତି ।
ଶ୍ରବଣା- କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବାରେ ପ୍ରତିବନ୍ଧକ ରହିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହୋଇପାରିବେ । ଅନ୍ୟମାନଙ୍କୁ ସାମୟିକ ସହଯୋଗ ଦେଇ ପରୋକ୍ଷରେ ପ୍ରଶଂସିତ ହେବେ। 

ଧନିଷ୍ଠା- ଅଫିସ୍‌ରେ ସ୍ଥଗିତ କାମ ପାଇଁ ଅନ୍ୟକୁ କିମ୍ବା ନିଜର ଘର ଲୋକ ମାନଙ୍କୁ କୈଫିୟତ୍ ଦେବାକୁ ପଡିବାର ଆଶଙ୍କା ରହିଛି । ସନ୍ତାନଙ୍କ କୃତୀ ଓ କୃତିତ୍ୱରେ ଖୁସୀ ହୋଇପାରନ୍ତି। 
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପିମ୍ପୁଡ଼ିକୁ ମଇଦା ଖାଇବାକୁ ଦିଅନ୍ତୁ

କୁମ୍ଭ -

ଧନିଷ୍ଠା- ପରିବାରରେ ଆପଣଙ୍କ ପ୍ରାଧାନ୍ୟତା ବୃଦ୍ଧି ହୋଇପାରେ । ପ୍ରେମିକା, ପ୍ରେମିକ ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ଅସହାୟ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ
ଶତଭିଷା-ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରି ପାରନ୍ତି । ସାମାଜିକ କଲ୍ୟାଣରେ ପୂର୍ଣ୍ଣ ସହଯୋଗ କରିବେ ।

ପୂ,ଭାଦ୍ରପଦ- ରାଜନୀତି କ୍ଷେତ୍ରରେ ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇଁ ନିଃସଙ୍ଗତା ବୋଧର ପୀଡା ଦୂରେଇ ଯିବ । ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇ ପାରନ୍ତି
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮    
ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ

ମୀନ -

ପୂ,ଭାଦ୍ରପଦ- ବ୍ୟବହାରରେ ଶାଳୀନତା ରକ୍ଷା ନ କଲେ ଓଲଟା ଫଳ ପାଇବେ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସାଙ୍ଗକୁ କଳା, ସାହିତ୍ୟ, ପ୍ରବଚନ, ଆଧ୍ୟାତ୍ମିକ ସଭାସମିତିରେ ସମ୍ମାନିତ ହେବେ । ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ ଓ ପଦମର‌୍ୟ୍ୟାଦା ବୃଦ୍ଧି ପାଇବ
ଉ,ଭାଦ୍ରପଦ- ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ମାନସିକ ସନ୍ତୁଳନ ହରାଇବେ । ରାଜନୀତି ତଥା ପ୍ରଶାସନିକ ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । କୌଣସି ଜନକଲ୍ୟାଣ ସଂସ୍ଥାରେ ଉଚ୍ଚପଦପଦବୀ ମିଳିପାରେ

ରେବତୀ- ଆଶଙ୍କା ଦୂର ହୋଇଯିବ ଓ ସାମାଜିକ ସମ୍ମାନ ଲାଭ କରିିବେ । ସଙ୍ଗଠନ କିମ୍ବା ନିର୍ମାଣ ଓ ପରିବହନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ଖୁସି ଅନୁଭବ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର- ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

Daily Horoscope Horoscope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ