Advertisment

Daily Horoscope 5th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ଦୀର୍ଘ ଦିନରୁ ପ୍ରତୀକ୍ଷିତ କୌଣସି ଗୁରୁତ୍ୱପୂର୍ଣ୍ଣ ଖବର ପାଇ ଭାବ ବିଭୋର ହେବେ । କର୍ମକ୍ଷେତ୍ରରେ କୈାଣସି ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।

Advertisment

ମେଷ-
ଅଶ୍ୱନୀ- ଦୀର୍ଘ ଦିନରୁ ପ୍ରତୀକ୍ଷିତ କୌଣସି ଗୁରୁତ୍ୱପୂର୍ଣ୍ଣ ଖବର ପାଇ ଭାବ ବିଭୋର ହେବେ । କର୍ମକ୍ଷେତ୍ରରେ କୈାଣସି ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ଦ୍ୱିଜା-    ନୂତନ ସ୍ଥାନ ପରିଭ୍ରମଣ ସୁଯୋଗ ଜୁଟିବ । କର୍ମକ୍ଷେତ୍ରର ସମସ୍ୟାକୁ ସରଳ ସମାଧାନ କରିବାରେ ସମର୍ଥ ହେବେ । ବ୍ୟବସାୟରେ ଲାଭ ମିଳିବ । ମନୋରଞ୍ଜନରେ କ୍ଷେତ୍ରରେ ଆଗ୍ରହୀ ହେବେ।
କୃତିକା- ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । କୌଣସି ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ। ସାମ୍ବାଦିକତା ଓ ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ମିଳିବ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ

Advertisment

ବୃଷ-
କୃତିକା- ସ୍ୱାସ୍ଥ୍ୟରେ ସୁଧାର ସାଙ୍ଗକୁ ମାନସିକ ସ୍ଥିରତା ଅକ୍ଷୁର୍ଣ୍ଣ ରହିବ । କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହନାଭୁତି ପ୍ରଦର୍ଶନ କରିବେ । ପିଲା ମାନଙ୍କ ସହିତ ହସଖୁସିରେ ସମୟ ବିତାଇବେ ।
ରୋହିଣୀ- ରାଜନୈତିକ କ୍ଷେତ୍ରରେ ଯଶଲାଭ ହେବ । ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରିପାରିବେ । ସାମୟିକ ଭାବପ୍ରବଣତା କିମ୍ବା ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି।
ମୃଗଶିରା-ଆକସ୍ମିକ ବିପଦ ଦେଖାଦେଇ ପାରେ । ସତର୍କତା ଅବଲମ୍ବନ ନକଲେ ପୈତୃକ ସମ୍ପତି ହସ୍ତାନ୍ତର ହୋଇପାରେ । ସଂଚାର କ୍ଷେତ୍ରରେ ବ୍ୟକ୍ତିଙ୍କୁ ଲାଭ ମିଳିବ ବିଭିନ୍ନ କାରଣକୁ ନେଇ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ 

ମିଥୁନ-
ମୃଗଶିରା- ପରିବାରରେ ଛୋଟ କଥାକୁ ନେଇ କଳହ ସୃଷ୍ଟି ଆଶଙ୍କା ଦେଖାଦେଇପାରେ । ବାଣିଜ୍ୟ ଓ ବ୍ୟବସାୟରେ କିଛି ନା କିଛି ସମସ୍ୟା ଅବଶ୍ୟ ପରିଲକ୍ଷିତ ହେବ । ବନ୍ଧୁ ଗହଣରେ ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ।
ଆଦ୍ରା- ଆର୍ଥିକ ସ୍ୱଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆତ୍ମତ୍ତୃପ୍ତି ଲାଭ କରିବେ । ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର‌୍ୟ୍ୟ ସାଧନ କରିବାର ସୁଯୋଗ ପାଇବେ । ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି।
ପୁନର୍ବସୁ- ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ କଚେରି ମାମଲା ସପକ୍ଷରେ ଯିବ । ଦୀର୍ଘଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ । ପରକଥାରେ ପଡ଼ି ଭୁଲ ମାର୍ଗର ଅନୁସରଣ କରି ଅନୁତପ୍ତ ହୋଇପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର –ନିଜର ଖାଇବାର କିଛି ଅଂଶ ଗାଇକୁ ଖାଇବାକୁ ଦିଅନ୍ତୁ

Advertisment

କର୍କଟ-
ପୁନର୍ବସୁ- ପାରିବାରିକ ଜୀବନରେ ବୁଝାବଣା ନେଇ ତିକ୍ତତା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ । ସତର୍କ ରୁହନ୍ତୁ ଆପଣଙ୍କ ବ୍ୟବହାରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି ।
ପୁଷ୍ୟା- ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ନିଜ ଲୋକଙ୍କ ଅନାଦର ଭାବ ମନକୁ ସାମୟିକ ବ୍ୟଥିତ କରିପାରେ।
ଅଶ୍ଲେଷା- ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ । ଅନ୍ୟର ଭଲ କରିବାକୁ ଯାଇ ଅପମାନିତ ।  ଅନ୍ୟମାନଙ୍କର କଥା ଓ କାର୍ଯ୍ୟକଳାପ ଯୋଗୁ ନିଜକୁ ଅସହାୟ ମନେ କରିବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଜଳ ସୋତରେ ଭାସୁଥିବା ମାଛଙ୍କୁ ଖାଦ୍ୟ ଦିଅନ୍ତୁ

ସିଂହ-
ମଘା- ଅତୀତ ଘଟଣା ମନେପକାଇ ମାନସିକ ସ୍ଥିତି ଠିକ୍ ରହିବ ନାହିଁ । ଆନୁଷ୍ଠାନିକ କାମରେ ଦକ୍ଷତା ବୃଦ୍ଧି କାରଣରୁ ସାମାଜିକ ପ୍ରତିଷ୍ଠା ବଢ଼ିବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ ।
ପୂ,ଫାଲଗୁନି- ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ର ମଧ୍ୟମ ପ୍ରକାରର ରହିବ । କର୍ମକ୍ଷେତ୍ରରେ ବନ୍ଧୁତା ଓ ବ୍ୟବସାୟରେ ଉନ୍ନତି କରିବେ । ସାଂସ୍କୃତିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଦକ୍ଷତାରୁ ପ୍ରଶଂସିତ ହେବେ ।
ଉ,ଫାଲଗୁନି- ଆପଣଙ୍କର ପିତୃପୁରୁଷଙ୍କ ଘର ପାଇପାରିବେ । ଛାତ୍ରଛାତ୍ରି ମାନଙ୍କର ମାନସିକ ବିକାଶ ଘଟିବ । ଅଯଥା ଖର୍ଚ୍ଚରୁ ନିଜକୁ ରୋକିବାକୁ ହେବ ନଚେତ ଆବଶ୍ୟକତା ସମୟରେ ଆପଣଙ୍କ ପାଖରେ ପଇସାର ଅଭାବ ଦେଖାଯାଇପାରେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ

Advertisment

କନ୍ୟା-
ଉ,ଫଳଗୁନି- ଅସନ୍ତୋଷକୁ ବନ୍ଧୁଙ୍କ ସମ୍ମୁଖରେ ବଖାଣି ଓଲଟା ଫଳ ଭୋଗିବେ । ପରିବାର ସଦସ୍ୟଙ୍କ କାର‌୍ୟ୍ୟ ମନକୁ ନ ପାଇଲେ ମଧ୍ୟ କିଛି କରିବାର ଉପାୟ ପାଇବେ ନାହିଁ । କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ।
ହସ୍ତା- ବ୍ୟବସାୟରେ ବ୍ୟୟର ଭାର ବଢି ଚାଲିବ । ଲୋକ ମାନଙ୍କ ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ । ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ ।
ଚିତ୍ରା- ରାଜନୀତିରେ ଦୁଃସାହାସିକ ପଦକ୍ଷପ ନେବେ । ଖେଳାଳିଙ୍କ ପାଇଁ ଦିନଟି ବହୁତ ଭଲ ରହିବ । ଚାକିରିରେ ବଦଳି ହେବା ଦ୍ୱାରା ଅସୁବିଧାରେ ପଡି ପାରନ୍ତି ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ସର୍ବକାର‌୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ 

ତୁଳା-
ଚିତ୍ରା- ଅନିୟମିତ ଆହାର ଯୋଗୁ ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ । ଅଫିସ୍ କାମରେ କୌଣସି ବ୍ୟକ୍ତି ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ଚେଷ୍ଟା ସଫଳ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ ।
ସ୍ୱାତୀ- ବ୍ୟବସାୟ, ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇ କାମ ସ୍ଥଗିତ ରହିଯାଇପାରେ। ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେବ । ସାମାଜିକ ସ୍ତରରୁ ଅର୍ଥଲାଭ ଓ ବନ୍ଧୁମିଳନ ଅବଶ୍ୟ ଘଟିବ।
ବିଶାଖା- ପାରସ୍ପରିକ ଆଲୋଚନା କ୍ରମେ ପାରିବାରିକ ବିବାଦର ସମାଧାନ ହୋଇଯିବ। ସ୍ୱାର୍ଥସାଧନ ଉଦ୍ଦେଶ୍ୟରେ ଆତ୍ମୀୟମାନେ ଆପଣଙ୍କ ପ୍ରଶଂସା କରି ପାରନ୍ତି।ରାଜନୀତିରେ ଆଶା ପୂରଣ ହେବ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଫଟକୁ ପୂଜା କରନ୍ତୁ 

ବିଛା-
ବିଶାଖା- ମାନସିକ ସ୍ଥିରତା ଦେଖାଦେବା ସହ କାମରେ ପରିଶ୍ରମ କରି ପ୍ରଂଶସିତ ହେବେ ।  ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ପ୍ରେମିକ ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ ।
ଅନୁରାଧା- ରାଜନୀତି କ୍ଷେତ୍ରରେ ଯଶ ମାନକୁ ଅଧିକ ମହତ୍ୱ ଦେଇ ସମ୍ମାନ ପାଇବେ ।  କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ସଭାସମିତିରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ ।
ଜ୍ୟେଷ୍ଠା- ଜମିଜମା ବିବାଦ ଜଟିଳ ହୋଇପାରେ । ଛୋଟବଡ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ । ମହିଳା ମାନେ ସହଯୋଗର ହାତ ବଢାଇବେ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ

ଧନୁ-
ମୂଳା- ଦେହ ଦୁର୍ବଳତା ପାଇଁ କର୍ମକ୍ଷେତ୍ରରେ ଠିକ୍ ସେ କାର୍ଯ୍ୟ କରିପାରିବେ ନାହିଁ । ଦ୍ୱନ୍ଦ୍ୱରେ ପଡ଼ି ବନ୍ଧୁଙ୍କ କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି । ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ସକାଶେ ମନ ବଳାଇ କର୍ମମୁଖର ହେବେ। 
ପୂ,ଷାଢା- କର୍ମ କ୍ଷେତ୍ରରେ ବାଧା ଆସିଲେ ମଧ୍ୟ ସଫଳତା ହାସଲ କରିବେ । ଶାରୀରିକ ଅସୁସ୍ଥତା ଦେଖାଦେଇ ପାରେ । ସନ୍ତାନଙ୍କ ଭାଗ୍ୟରେ ଏବଂ ଆର୍ଥିକ ସି୍ଥତି ଉନ୍ନତି ଦେଖାଦେବ । କୈାଶଳ କ୍ରମେ କାର୍ଯ୍ୟସିଦ୍ଧି ହେବ ।    
ଉ,ଷାଢା- ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ । ପାଖ,ପଡ଼ୋଶୀଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ପାଇଁ ମନ ବଳାଇବେ । ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । କଚେରି ମାମଲା ମନ୍ଥର ହୋଇପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶନି ଦେବଙ୍କ ପୂଜାର୍ଚ୍ଚନା କରନ୍ତୁ

ମକର-
ଉ,ଷାଢା- ପରିବାରରେ ଆପଣଙ୍କ ପ୍ରାଧାନ୍ୟତା ବୃଦ୍ଧି ହୋଇପାରେ । ପ୍ରେମିକା, ପ୍ରେମିକ ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ବେମାର, ବୃଦ୍ଧିଜନ, ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ ।
ଶ୍ରବଣା- ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତାର ସୁଯୋଗ ପାଇବେ । ଶତୃ ବୃଦ୍ଧି ହେଲେ ମଧ୍ୟ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ବିଜୟୀ ହେବେ । 
ଧନିଷ୍ଠା- ନିଜ  ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ । ଋଣ କ୍ଷେତ୍ରରେ ଅର୍ଥ ଲାଭ କରିବେ । ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଂଶସାକୁ ସହି ନପାରି କଟୁ ମନ୍ତବ୍ୟ ଦେଇପାରନ୍ତି ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ 

କୁମ୍ଭ-
ଧନିଷ୍ଠା- ସାମାନ୍ୟ ଶାରୀରିକ ସମସ୍ୟା ଦେଖାଦେବା ସହିତ ଦୁର୍ବଳତା ଅନୁଭବ କରିବେ । ଦାମ୍ପତ୍ୟ ଜୀବନରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ । ସାହିତ୍ୟ, ଲେଖାପଢ଼ା, କ୍ରୀଡ଼ା, ଚଳଚ୍ଚିତ୍ର ଓ ସଙ୍ଗୀତ କ୍ଷେତ୍ରରୁ ସୁନାମ ଅର୍ଜନ କରିବେ। 
ଶତଭିଷା- ପରିବହନ, ଶେୟାର ବଜାର କ୍ଷେତ୍ରରୁ ସୁଫଳ ମିଳିବ । କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ସାମାଜିକ ସ୍ଥିତି ପ୍ରାୟତଃ ସନ୍ତୋଷଜନକ ନ ହୋଇପାରେ।
ପୂ,ଭାଦ୍ରପଦ- ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ପ୍ରଶଂସିତ ହୋଇପାରନ୍ତି ।  ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ବିଦ୍ୟାର୍ଥୀ ମାନେ  ଶିକ୍ଷାରେ ସଫଳତା ଲାଭ କରିବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ 

ମୀନ-
ପୂ,ଭାଦ୍ରପଦ- କଠିନ ଶ୍ରମ ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ଆଜିର କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ପଡ଼ୋଶୀଙ୍କ ସହ ସୁ-ସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ ।
ଉ,ଭାଦ୍ରପଦ- ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ରାଜନୀତି କ୍ଷେତ୍ରରେ ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇଁ ନିଃସଙ୍ଗତା ବୋଧର ପୀଡା ଦୂରେଇ ଯିବ । 
ରେବତୀ- ଜମିବାଡି ସମସ୍ୟାରୁ ମୁକ୍ତି ପାଇବେ । ମହିଳା ମାନେ କୌଣସି  ଧର୍ମାନୁଷ୍ଠାନରେ କିଛି ଅଗ୍ରଣି ଦାୟିତ୍ୱ ନେଇ ପାରନ୍ତି । କୈାଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଭେଟ ହେବ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା ସହିତ ମନ୍ତ୍ର ପାଠ କରନ୍ତୁ

Daily Horoscope Horoscope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ