Advertisment

Daily Horoscope 3rd November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ – ଶାରୀରିକ ଅସୁସ୍ଥତା ଦେଖାଦେବ କିନ୍ତୁ ସତର୍କ ରହିଲେ । ଯୋଜନା ମୁତାବକ କାମ କଲେ କୈାଣସି ପ୍ରକାର ଅସୁବିଧା ହେବ ନାହିଁ । ଗୁରୁଜନଙ୍କ ସହମତରେ ଆଗକୁ ବଢିପାରିବେ ।

Horoscope

Horoscope Photograph: (OTV)

Advertisment

ମେଷ
ଅଶ୍ୱନୀ – ଶାରୀରିକ ଅସୁସ୍ଥତା ଦେଖାଦେବ କିନ୍ତୁ ସତର୍କ ରହିଲେ । ଯୋଜନା ମୁତାବକ କାମ କଲେ କୈାଣସି ପ୍ରକାର ଅସୁବିଧା ହେବ ନାହିଁ । ଗୁରୁଜନଙ୍କ ସହମତରେ ଆଗକୁ ବଢିପାରିବେ । 
ଦ୍ୱିଜା – ବହୁତ ଅଯଥା ଭ୍ରମଣ କରିବାକୁ ପଡିପାରେ । ବ୍ୟବସାୟରେ ସଫଳତା ଅର୍ଜନ କରି ଆଶାତୀତ ଲାଭ ଉଠେଇବେ ।  କଠିନ ପରିଶ୍ରମ କରି ପଢାରେ ଆଗକୁ ବଢି ପାରିବେ । ସମାଜ ସେବାରେ ସ୍ୱନାମ ପାଇବେ ।
କୃତିକା – ପରିବାରର ମାମଲା ଘରେହିଁ ସମାଧାନ ହୋଇଯିବ । ମହିଳା ମାନେ ଆନନ୍ଦମୟ ମୁହୂର୍ତ କାଟିବେ । ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ଦେଖାଦେବ । ନୂତନ ଆୟପନ୍ଥା ପାଇଁ ଚିନ୍ତିତ ରହିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ସୂର‌୍ୟ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ
ବୃଷ-    
କୃତିକା- ବନ୍ଧୁଙ୍କ ନିକଟରେ ମନକଥା ପ୍ରକାଶ କରିପାରିବେ ନାହିଁ । ଅନ୍ୟମାନଙ୍କ ସାହାଯ୍ୟ ଲାଭ କରି କାମ ହାସଲ କରିବେ ।  ନୂତନ କାର‌୍ୟ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ ।    
ରୋହିଣୀ- ସଭାସମିତିରେ ଯୁକ୍ତିତର୍କରୁ ଦୂରେଇ ରହିବା ଭଲ । ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ରାଜନିତିରେ ଭଲ କାମ କରି ଲୋକଙ୍କ ପ୍ରିୟ ରହିବେ ।
ମୃଗଶିରା- ଆପଣ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି ପାଇଁ ଆବେଦନ କରି ସେଥିରେ ନିଶ୍ଚିନ୍ତ ଭାବରେ ସଫଳତା ପାଇବେ । ଯେଉଁମାନେ ବିଦେଶୀ ବିଶ୍ୱବିଦ୍ୟାଳୟରେ ପଢିବାକୁ ଇଚ୍ଛା କରୁଛନ୍ତି , ସେମାନେ ଆଡମିଶନ୍ ପାଇ ପାରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର  ମନ୍ତ୍ର ପାଠ କରନ୍ତୁ
ମିଥୁନ
ମୃଗଶିରା  - ସୁସ୍ଥ ମାନସିକତା ରକ୍ଷା କରିବେ । ଭାଇଙ୍କ ଠାରୁ ସାହାଯ୍ୟ ସହଯୋଗ ଲାଭ କରିପାରନ୍ତି । ଚିନ୍ତା ମୁକ୍ତ ରହିବେ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ବିଦେଶୀ ବନ୍ଧୁଙ୍କ ଦ୍ୱାରା ଅଧିକ ଉପକୃତ ହେବେ । 
ଆଦ୍ରା -  କର୍ମକ୍ଷେତ୍ରରେ ନିମ୍ନ ବର୍ଗୀୟ ବ୍ୟକ୍ତି ବିଶେଷଙ୍କ ଠାରୁ ଲାଭବାନ୍ ହେବେ । ରାଜନୀତିରେ ପଛକଥାକୁ ଚିନ୍ତା କରି ବିରକ୍ତି ପ୍ରକାଶ କଲେ ଅନିଷ୍ଟକର ପରିସ୍ଥିତି ସୃଷ୍ଟି ହେବ । ସଂଘର୍ଷ କରି ବିଜୟ ଲାଭ ପାଇବେ ।
ପୁନର୍ବସୁ - ନିଜର ଧନ ସମ୍ପତ୍ତିକୁ  ସୁରକ୍ଷିତ ରଖିବାପାଇଁ ଚେଷ୍ଟା କରନ୍ତୁ । ବନ୍ଧୁତ୍ୱ ସମ୍ପର୍କରେ କିଛି ଉନ୍ନତି ଆସିବ ଏବଂ ତାଙ୍କ ସହିତ ମିଶି କଛି ନୂଆ ଯୋଜନା କରିବେ । 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ସବୁଜ ରଙ୍ଗର ପୋଷାକ ଭିକାରିକୁ ଦାନ କରନ୍ତୁ
କର୍କଟ-
ପୁନର୍ବସୁ- ଚିନ୍ତା ନ କରି କାମରେ ମନ ଦିଅନ୍ତୁ, ମିତ୍ରମାନେ ସହଯୋଗର ହାତ ବଢ଼ାଇବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଲାଭବାନ୍ ହେବେ । ଆପଣ ଅଯଥା ବ୍ୟସ୍ତତା ମଧ୍ୟରେ ସମୟ କଟାଇବେ।
ପୁଷ୍ୟା- ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ପୁରୁଣା ସମସ୍ୟାଗୁଡ଼ିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ ।  ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ । 
ଅଶ୍ଳେଷା- ଜମିରେ ନିବେଶ ପାଇଁ ଭଲ ଦିନଟିଏ । କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରେ । ଘର ଓ ଦୋକାନର ମରାମତି ପାଇଁ ଆପଣ ଯୋଜନା କରିପାରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳି ଦିନଟି ଆରମ୍ଭ କରନ୍ତୁ
ସିଂହ
ମଘା – ମାନସିକ ଦୁଶ୍ଚିନ୍ତା ଦୂର ହେବ । ଗୁରୁଙ୍କର ପରାମର୍ଶରେ ଧର୍ମମାର୍ଗରେ ଯିବା ପାଇଁ ମନବଳାଇ ପାରନ୍ତି ।  ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ । ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କଠାରେ ପ୍ରିୟଭାଜନ ହେବେ ।  କାର‌୍ୟ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ ।
ପୂ , ଫାଲଗୁନୀ -  ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତି ଥିଲେ ସରଳ ହେବ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭ ପାଇବେ । ଚାକିରିରେ ତୀକ୍ଷ୍ମ ବୃଦ୍ଧିମତାର ପରିଚୟ ଦେବେ । ସଭାସମିତିରେ ଉନ୍ନତ ମାନର ଆଲୋଚନା କରିବେ ।
ଉ ,ଫାଲଗୁନୀ – ସାମାଜିକ ମାନସମ୍ମାନ ବାଧା ପ୍ରାପ୍ତ ହେବ । ଶିକ୍ଷା କ୍ଷେତ୍ରରେ ଅଶୁଭ ପ୍ରଭାବ ପଡିବ । ରାଜନୀତିରେ ଥିବା ବ୍ୟକ୍ତି ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ
କନ୍ୟା-
ଉ- ଫାଲ୍‌ଗୁନୀ- ପରିବହନ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବାର ସୂଚନା ରହିଛି । ପୂର୍ବ ଯୋଜନା ଅନୁଯାୟୀ କର୍ମରେ ନିଯୁକ୍ତ ହେବେ ଏବଂ ସଫଳତା ଅବଶ୍ୟ ପାଇବେ ।
ହସ୍ତା- ରାଜନୀତିରେ ବିରୋଧିଙ୍କ ପ୍ରତି ସାବଧାନ ରୁହନ୍ତୁ । ସଭା ସମିତି ପ୍ରଭୁତିରୁ ଅଶ୍ୱସ୍ଥି ଲାଭ କରିବେ । ସାମ୍ବାଦିକ କ୍ଷେତ୍ରରେ କାର‌୍ୟ୍ୟରତ ବ୍ୟକ୍ତି ମାନଙ୍କ ପାଇଁ ଭଲ ସମୟ ଆସିପାରେ ଚିତ୍ରା- କଚେରୀ  ମାମଲା  ମାନସିକ  ସ୍ଥିତିକୁ  ବିଗାଡି ଦେଇପାରେ । ମହିଳା ମାନେ ନିଜର ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ । ଛାତ୍ର ଛାତ୍ରୀ ମାନେ ପାଠ  ପଢାରେ ଅନ୍ୟମନସ୍କ ହୋଇ ପାରନ୍ତି କ୍ଷ ଉଦ୍ଧିଷ୍ଟ କାର‌୍ୟ୍ୟ ସିଦ୍ଧି ହେବ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର -   ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ତୁଳା -
ଚିତ୍ରା – ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇ ଦୈନିକ କାର‌୍ୟ୍ୟଗତି ଉତ୍ସାହପୂର୍ଣ୍ଣ ହେବ । କାର୍ଯ୍ୟ କ୍ଷେତ୍ରରେ ସୁଖ ଶାନ୍ତି ବୃଦ୍ଧି ହେବା ସହ ଉଚ୍ଚ ସମ୍ଭାବନାର ଆଶା ପାଇବେ ।  ଜିବିକା ଅର୍ଜନରେ ସଫଳତା ଲାଭ  ପାଇବେ । ସାମାଜିକ ମାନସମ୍ମାନ ବୃଦ୍ଧି ପାଇବା ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ ।
ସ୍ୱାତୀ – ଖୋଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ସାମ୍ବାଦିକମାନେ ଶୁଭ ସଂବାଦ ପାଇ ଉତ୍ସାହିତ ହେବେ । ବାଧ୍ୟବାଧକତାରେ ଅନେକ ଟଙ୍କା ଖର୍ଚ୍ଚକରି ଦୁଖିତ ରହିବେ । ଶିକ୍ଷାକ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେବ ।
ବିଶାଖା – ମାଲିମକନ୍ଦମାରେ ଚିନ୍ତାଗ୍ରସ୍ତ ରହିବେ । ମହିଳା ମାନେ ନକାରତ୍ମକ ଚିନ୍ତାଧାରା ମନକୁ ସୃଷ୍ଟି ହେବ ।  ନିଜର ବାସସ୍ଥାନ କରିବା ପାଇଁ ନୂତନ ଜମିଜମା କ୍ରୟ କରିବା ପାଇଁ  ଯୋଜନା କରିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଭଗବାନଙ୍କର ମୀନ ଅବତାର ଫଟକୁ ପୂଜା କରନ୍ତୁ
ବିଛା-
ବିଶାଖା- ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦିତ ରହିବେ । ପାରିବାରିକ ସହମତିରେ  କାର‌୍ୟ୍ୟ ସିଦ୍ଧି ଘଟିପାରୋ  ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ । କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ ।
ଅନୁରାଧା- ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତୀ ହେବେ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ଲାଭ ପାଇଁ ପ୍ରସ୍ତୁତ ହେବେ ।
ଜ୍ୟୋଷ୍ଠା- ଜେଲରୁ ଜାମିନ୍ ମିଳିପାରେ । କାମ ନିର୍ଦ୍ଧାରିତ ସମୟରେ ପୁରା କରିବା ପାଇଁ ଚେଷ୍ଟା କରିବେ । ଯାନ ବାହନ କିଣିବା ଲାଗି ଆଗ୍ରହ ପ୍ରକାଶ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ
ଧନୁ
ମୂଳା – ସ୍ୱାସ୍ଥ୍ୟ କ୍ଷେତ୍ରରେ ହାଡ ଜନିତ ସମସ୍ୟା ଦେଖାଦେଇପାରେ । କର୍ମ କ୍ଷେତ୍ରରେ ବିଶେଷ ଅସୁବିଧା ରହିବ ନାହିଁ । ପାରିବାରିକ ବିଶୃଙ୍ଖଳା ଦେଖାଦେବା ସହିତ ସମ୍ପର୍କରେ ସାମାନ୍ୟ ତିକ୍ତତା ଆସିପାରେ । ଅଧିକ ପରିଶ୍ରମ ହେତୁ ଦେହରେ ଦୁର୍ବଳତା ଦେଖାଦେବ ।
ପୂ , ଷାଢା – ସମାଜ ସେବାରେ ବେଶ୍ ଆନନ୍ଦ ଅନୁଭବ କରିବେ । ବାଣିଜ୍ୟ, ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ । ଛାତ୍ରଛାତ୍ରି ମାନେ ପଢାରେ ସହଯୋଗ ପାଇବେ । ରାଜନିତିରେ ଆଗ୍ରହ ବଢିପାରେ ।
ଉ , ଷାଢା –  ନିଜର ଦକ୍ଷତା ଅନୁସାରେ କର୍ମ କ୍ଷେତ୍ରରେ ଉଚ୍ଚତର ପଦ ପାଇପାରନ୍ତି । କଚେରି ମାମଲାରେ ସାମୟିକ ଦୁଶ୍ଚିନ୍ତାରୁ ରକ୍ଷା ପାଇ ପାରିବେନି । ମହିଳା ମାନେ ଦୁଃଖିତ ରହିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ମନ୍ତ୍ର ପାଠ କରନ୍ତୁ
ମକର
ଉ, ଷାଢା- ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ଭାବ ପ୍ରକାଶ କରିବେ । ଆର୍ଥିକ କ୍ଷେତ୍ରରେ ଲଭବାନ୍ ସହିତ ସଂଚୟ କରିପାରନ୍ତି । ପାରିବାରିକ ଜୀବନରେ ଉତ୍ସାହ ଓ ପ୍ରେରଣା ମିଳିବ ।
ଶ୍ରବଣା- କର୍ମ କ୍ଷେତ୍ରରେ ସହକର୍ମୀ ଅଧସ୍ଥନ କର୍ମଚାରୀ ଓ ଉପରିସ୍ଥ ଅଧିକାରୀଙ୍କର ସାହାଯ୍ୟ ସହଯୋଗ ପାଇବେ । ରାଜନିତିରେ କାର‌୍ୟ୍ୟରେ ନେତୃତ୍ୱ ନେବେ । ବିଦ୍ୟାର୍ଥୀ ମାନଙ୍କୁ ପଢାରେ ସମ୍ମାନ ମିଳିବା ସହିତ ବିଦେଶା ଗତ ହୋଇପାରନ୍ତି 
ଧନିଷ୍ଠା- ଜମିକୁ ନେଇ ବହୁ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ। ମହିଳା ମାନେ ବନ୍ଧୁ ପରିଜନଙ୍କ ପ୍ରିୟପାତ୍ର ହେବେ । ସାମାଜିକ କ୍ଷେତ୍ରରେ ଯଶ ବଢିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶାରଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 
କୁମ୍ଭ
ଧନିଷ୍ଠା – ଗଳା ଜନିତ ସମସ୍ୟା ସହିତ ଶରୀରରେ ଅନ୍ୟ କିଛି ସକ୍ରମଣ ଦେଖାଦେଇପାରେ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିବେ । ବ୍ୟବସାୟାଦି ବିଭିନ୍ନ ସଂସାରୁ ଧନାଗମ ହେବ । ଅନ୍ୟ ସନସ୍କତା କାରଣରୁ ଯାତ୍ରା ସମୟରେ ହାତରେ ଆଘାତ ଲାଗିପାରେ ।
ଶତଭିଷା – ପୁରୁଣା ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତୁପକ୍ଷଙ୍କ ଶ୍ରଦ୍ଧାର ପାତ୍ର ହେବ । ଚଳଚିତ୍ର, ସଙ୍ଗିତ କ୍ଷେତ୍ରରେ ଥିବା ବ୍ୟକ୍ତି ମାନେ ଅଧିକ ଲାଭବାନ୍ ହେବେ ।
ପୂ , ଭାଦ୍ରପଦ  – ଶତୃକୁ ଶରଣାଗତ କରାଇପାରନ୍ତି ।  ମହିଳା ମାନେ ଉଦାର ସ୍ୱଭାବ ରହିବେ । ଉତରାଧିକାରୀ ସୂତ୍ରରେ କୈାଣସି ସମ୍ପତିର ମାଲିକାନା ପାଇପାରନ୍ତି । ଖେଳ କୁଦରେ ଖୁସି ରହିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର –ନୀଳ, ବା କଳା ରଙ୍ଗର ଟୋପି ଧାରଣ କରନ୍ତୁ
ମୀନ
ପୂ, ଭାଦ୍ରପଦ- ଜୀବନ ସାଥୀଙ୍କ ସହିତ ସୁଖଦ ସନ୍ଧ୍ୟା ଅତିବାହିତ କରିବେ । କର୍ମ କ୍ଷେତ୍ରରେ ଆହ୍ୱାନକୁ ସାମ୍ନା କରିବେ । ସପରିବାର ବଡ ସହରକୁ ଯିବାର ଯୋଜନା କରିପାରନ୍ତି ।
ଉ, ଭାଦ୍ରପଦ- କର୍ମ କ୍ଷେତ୍ରରେ ନିରବତା ଅବଲମ୍ବନ  କରିବେ ।  ବ୍ୟବସାୟରେ ପରିଶ୍ରମରୁ ସୁଫଳ ନପାଇ ପାରନ୍ତି ।  ପଢାରେ ଅଧିକ ସମୟ ବିତାଇବେ । ଜୀବନରେ ଉନ୍ନତି ସୂଚିତ ହେବ ।
ରେବତୀ- ନୂଆ ଲୋକଙ୍କ ସହିତ ହାତେ ମାପି ଚାଖଣ୍ଡେ ଚାଲନ୍ତୁ । ସାମାଜିକତା କ୍ଷେତ୍ରରେ ସକ୍ରିୟତା ବଢିପାରେ । ଅଚାନକ ଧନଲାଭ ହେତୁ ଆଥିକ ସ୍ଥିତି  ସୁଧାର ଆସିଯିବ ଓ ଆୟ ବୃଦ୍ଧି ହେବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

Advertisment
Horoscope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ