Horoscope Photograph: (OTV)
ମେଷ-
ଅଶ୍ୱନୀ- ମଧୁର କଥାରେ ପରକୁ ଆପଣାର କରିପାରନ୍ତି । ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ବ୍ୟବସାୟାଦି ବିଭିନ୍ନ ସଂସାରୁ ଧନାଗମ ହେବ ।
ଦ୍ୱିଜା- ସନ୍ତାନଙ୍କ ଭାଗ୍ୟରେ ଏବଂ ଆର୍ଥିକ ସ୍ଥିତି ଉନ୍ନତି ଦେଖାଦେବ । ସାମାଜିକ କାର୍ଯ୍ୟରେ ସଫଳତା ପାଇବେ । ସହଯୋଗୀମାନଙ୍କ ଯୋଗୁ କର୍ମକ୍ଷେତ୍ରରେ ଭଲ କରିବେ । ଶିକ୍ଷାର୍ଥୀ ମାନଙ୍କ ପାଇଁ ଅଧ୍ୟୟନରେ ଆଗ୍ରହ ବଢିବ ।
କୃତିକା- କଚେରି ମାମଲାରେ କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ମହିଳା ମାନେ କାର୍ଯ୍ୟ ବ୍ୟସ୍ତ ରହିବେ । ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଧାର୍ମିକ ସ୍ଥାନରେ କଳା ସୋରିଷ ତେଲ ଦାନ କରନ୍ତୁ
ବୃଷ-
କୃତିକା- ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ସାମାନ୍ୟ ଚିନ୍ତା ଦେଖାଦେବ। କର୍ମକ୍ଷେତ୍ରରେ ଦାୟିତ୍ୱ ବଢିବା ସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ । କୈାଣସି ଆତ୍ମୀୟଙ୍କ ନକରାତ୍ମକ ଚିନ୍ତାଧାରା ମନକୁ ସାମୟିକ ବିବ୍ରତ କରିପାରେ ।
ରୋହିଣୀ- ରାଜନୈତିକ କ୍ଷେତ୍ରରେ ଉଚ୍ଚ କର୍ମକର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତ ହେବ । କ୍ୟାରିୟର କ୍ଷେତ୍ରରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ । ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମ ଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ ।
ମୃଗଶିରା- ଜାଗା, ଜମି ଆଦି କ୍ରୟ କରିବେ । କ୍ରୀଡା ପ୍ରତି ଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ବିଦ୍ୟାର୍ଥୀମାନେ ଜୋରଦାର ଉଦ୍ୟମ କରି ସଫଳତା ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ
ମିଥୁନ-
ମୃଗଶିରା- ସ୍ୱାସ୍ଥ୍ୟ ଜନିତ ଅବସ୍ଥା ନିୟାନ୍ତ୍ରଣାଧିନ ରହିବ । ଯୋଜନା ମୁତାବକ କାମ କଲେ କୈାଣସି ପ୍ରକାର ଅସୁବିଧା ହେବ ନାହିଁ । ଗୁରୁଜନଙ୍କ ସହମତରେ ଆଗକୁ ବଢିପାରିବେ ।
ଆଦ୍ରା- ବହୁତ ଅଯଥା ଭ୍ରମଣ କରିବାକୁ ପଡିପାରେ । ବ୍ୟବସାୟରେ ସଫଳତା ଅର୍ଜନ କରି ଆଶାତୀତ ଲାଭ ଉଠେଇବେ । କଠିନ ପରିଶ୍ରମ କରି ପଢାରେ ଆଗକୁ ବଢି ପାରିବେ । ସମାଜ ସେବାରେ ସ୍ୱନାମ ପାଇବେ ।
ପୁନର୍ବସୁ- ଜମିଜମା ଜନିତ କ୍ରୟ,ବିକ୍ରୟରୁ ଲାଭ କମାଇ ପାରିବେ । ମହିଳା ମାନେ ଭ୍ରମଣର ସୁଯୋଗ ପାଇବେ । କୈାଣସି ଧର୍ମାନୁଷ୍ଠାନରେ ମୁଖିଆ ଭାବରେ ଦାୟିତ୍ୱ ତୁଲାଇ ପାରନ୍ତି । ଆତ୍ମ ବିଶ୍ୱାସ ଓ ଆଶାକୁ ନେଇ ଆଗକୁ ବଢିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ପୁନର୍ବସୁ- ପେଟ ସମସ୍ୟା ପ୍ରତି ସାବଧାନ ରହିବା ଆବଶ୍ୟକ । କର୍ମକ୍ଷେତ୍ରରେ ଶତୃମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ନୂତନ ଯୋନଜାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ । ପରିବାର ଭିତରେ କୈାଣସି କଥାକୁ ନେଇ ମତାନ୍ତର ସୃଷ୍ଟି ହୋଇପାରେ ।
ପୁଷ୍ୟା- ରାଜନିତିରେ ଅନେକ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବେ ଯାହାକି ସମ୍ଭବ ହେବ ନାହିଁ । ଶିକ୍ଷାକ୍ଷେତ୍ରରେ ମନୋବାଞ୍ଛିତ ସ୍ଥାନରେ ପଢିବାର ସୁଯୋଗ ପାଇବେ । ବିଶେଷ ବ୍ୟକ୍ତିଙ୍କ ଠାରୁ ଶୁଭ ଖବର ପାଇବେ ।
ଅଶ୍ଳେଷା- ପୈତୃକ ସମ୍ପତିକୁ ନେଇ ପାରିବାରିକ ଦ୍ୱନ୍ଦ ଦୂରେଇ ଯିବ । ମହିଳା ମାନେ ନିଜ ବ୍ୟବହାରରେ ସଂଯମତା ରକ୍ଷାକରନ୍ତୁ । ଶୃଖଂଳିତ ଭାବରେ କର୍ମ କରି ସଫଳତା ପାଇବେ । ବ୍ୟପାର ବୃର୍ତିରେ ପ୍ରଗତି ହେବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳି ପ୍ରଣାମ କରନ୍ତୁ
ସିଂହ-
ମଘା- ବ୍ୟବସାୟ-ବାଣିଜ୍ୟ ଆଶାନୁରୂପ ଫଳ ପ୍ରାପ୍ତି ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ । ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ । ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ସତର୍କତା ଅବଲମ୍ବନ କରିବା ଉଚିତ୍ ।
ପୂ,ଫାଲଗୁନି- କର୍ମକ୍ଷେତ୍ରରେ ନିମ୍ନ ବର୍ଗୀୟ ବ୍ୟକ୍ତି ବିଶେଷଙ୍କ ଠାରୁ ଲାଭବାନ୍ ହେବେ । ରାଜନୀତିରେ ପଛକଥାକୁ ଚିନ୍ତା କରି ବିରକ୍ତି ପ୍ରକାଶ କଲେ ଅନିଷ୍ଟକର ପରିସ୍ଥିତି ସୃଷ୍ଟି ହେବ । ସଘର୍ଷ କରି ବିଜୟ ଲାଭ ପାଇବେ ।
ଉ,ଫାଲଗୁନି- ଜମି ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ଧନ ପ୍ରାପ୍ତି ଆଦି ଶୁଭଫଳ ମଧ୍ୟ ପାଇବେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ସକାଶେ ଆହୂତ ହୋଇପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ
କନ୍ୟା-
ଉ- ଫାଲ୍ଗୁନୀ- ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବା ସହ ଦାମ୍ପତ୍ୟ ସୁଖରେ ଆଶା ଜନକ ଫଳପ୍ରାପ୍ତି ହେବ । ବ୍ୟବସାୟ କ୍ଷେତ୍ରରେ ପୁରୁଣା ପ୍ରାପ୍ୟ କିଛି ଆଦାୟ ହୋଇ ପାରିବ । ପାରିବାରିକ ସମସ୍ୟା ଚିନ୍ତାର କାରଣ ହୋଇପାରେ ।
ହସ୍ତା- କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବେ । ପରୀକ୍ଷାରେ ସଫଳ ହେବା ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ସାମ୍ବାଦିକ ମାନେ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ ।
ଚିତ୍ରା- ଜମିଜମା ସଙ୍କ୍ରାନ୍ତରେ ସଫଳତା ମିଳିବ । ମହିଳା ମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ହେବ । ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ଅଫିସ୍ରେ କାହାରି ପ୍ରତି ଆକର୍ଷିତ ଅନୁଭବ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ
ତୁଳା-
ଚିତ୍ରା- ମାନସିକ ଦୁଶ୍ଚିନ୍ତା ଦୂର ହେବ । ଗୁରୁଙ୍କର ପରାମର୍ଶରେ ଧର୍ମମାର୍ଗରେ ଯିବା ପାଇଁ ମନବଳାଇ ପାରନ୍ତି । ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ । ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କଠାରେ ପ୍ରିୟଭାଜନ ହେବେ ।
ସ୍ୱାତୀ- ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ । କିଛି ଯାନ୍ତ୍ରିକ ଜିନିଷ ଉପକରଣ କ୍ରୟ କରିପାରନ୍ତି । ଉଚ୍ଚବିଦ୍ୟା ଅଧ୍ୟୟନ ପାଇଁ ବିଦେଶକୁ ଯାଇ ପାରନ୍ତି ।
ବିଶାଖା- ପୈତୃକ ସମ୍ପତିର ସମାଧାନ ହୋଇଜିବ । ପଛ କଥା ନଭାବି ବର୍ତମାନ ପରିସ୍ଥିତିକୁ ସାମ୍ନା କରିବେ । ସୁନ୍ଦର କଳ୍ପନାରେ ବିଭୋର ରହିବେ । ମହିଳା ମାନେ ଉତ୍ସାହିତ ରହିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ
ବିଛା-
ବିଶାଖା- ସ୍ୱାସ୍ଥ୍ୟ ସମ୍ବନ୍ଧିତ କିଛି ସମସ୍ୟା ମଧ୍ୟ ଦେଖା ଦେଇପାରେ । ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ୍ ହେବେ । ଜୀବନ ସାଥୀଙ୍କ ସହିତ ଦୀର୍ଘ ସମୟ ଧରି କଥାବାର୍ତା କରିବେ । ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ ।
ଅନୁରାଧା- ଶ୍ରମିକ ଓ କର୍ମଚାରୀମାନଙ୍କୁ ସଠିକ୍ ପରାମର୍ଶ ଦେଇ ଧନମାନ ଦିଗରୁ ସୁରକ୍ଷିତ ରହିବେ । ଛାତ୍ରଛାତ୍ରୀ ମାନେ ବିଦେଶଯାତ୍ରା କରି ପାରିବେ । ଖୋଜୁଥିବା ଜିନିଷଟି ପାଇ ଆନନ୍ଦିତ ହେବେ । ସମାସ୍ତଙ୍କ ସହିତ ନମ୍ରତା ପୂର୍ଣ୍ଣ ବ୍ୟବହାର କରନ୍ତୁ ।
ଜ୍ୟୋଷ୍ଠା- ମାଲିମକନ୍ଦମା ରେ ସଫଳତା ପ୍ରାପ୍ତି ହେବ । ମହିଳା ମାନେ ପିଲାଙ୍କ ଶିକ୍ଷାକୁ ନେଇ ଚିନ୍ତିତ ରହିବେ । ଆପଣଙ୍କର କର୍ତବ୍ୟ ନିଷ୍ଠା ପାଇଁ ଅନ୍ୟର ଆଦର ହେବେ । ପରିଶ୍ରମର ସନ୍ତୋଷ ଜନକ ଫଳ ମିଳିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର –ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଧନୁ-
ମୂଳା- ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇ ଦୈନିକ କାର୍ୟ୍ୟଗତି ଉତ୍ସାହପୂର୍ଣ୍ଣ ହେବ । କାର୍ଯ୍ୟ କ୍ଷେତ୍ରରେ ସୁଖ ଶାନ୍ତି ବୃଦ୍ଧି ହେବା ସହ ଉଚ୍ଚ ସମ୍ଭାବନାର ଆଶା ପାଇବେ । ଜିବିକା ଅର୍ଜନରେ ସଫଳତା ଲାଭ ପାଇବେ ।
ପୂ,ଷାଢା- ଖୋଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ସାମ୍ବାଦିକମାନେ ଶୁଭ ସଂବାଦ ପାଇ ଉତ୍ସାହିତ ହେବେ । ବାଧ୍ୟବାଧକତାରେ ଅନେକ ଟଙ୍କା ଖର୍ଚ୍ଚକରି ଦୁଖିତ ରହିବେ । ଶିକ୍ଷାକ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେବ ।
ଉ,ଷାଢା- ରାସ୍ତାଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ମହିଳା ମାନେ ପଡୋଶୀଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରିବେ । ପୂର୍ବରୁ ଚାଲୁଥିବା ଆଇନଗତ ଲଢେଇରେ ବିଜୟ ଲାଭ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମ ରକ୍ଷକ ସ୍ତୋତ୍ର ପାଠ କରନ୍ତୁ
ମକର
ଉ, ଷାଢା- ଉଚିତ୍ ବ୍ୟବହାର ପାଇଁ ଖୁସିର ବାତାବରଣ ଦେଖାଦେବ । ବ୍ୟବସାୟରେ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ଆପଣଙ୍କ ପ୍ରତି ଉଚ୍ଚ ଅଧିକାରୀଙ୍କ ବ୍ୟବହାର ସକାରତ୍ମକ ରହିବ । ପ୍ରେମିଯୁଗଳ ଏକାନ୍ତରେ ସମୟ କାଟିବେ ।
ଶ୍ରବଣା- ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଜନଙ୍କ ପାଖରେ ଆଦୃତ ହେବେ । ରାଜନିତି କ୍ଷେତ୍ରରେ କୈାଶଳପୂର୍ଣ୍ଣ ଦୃଢ ପଦଦେକ୍ଷପ ନେବେ ।
ଧନିଷ୍ଠା- ମହିଳା ମାନେ ନକରାତ୍ମକ ପ୍ରବୃତିକୁ ଛାଡିବା ପାଇଁ ପ୍ରୟାସ କରିବେ । ସାହିତ୍ୟିକଙ୍କ ଲାଗି ଦିନଟି ଭଲ ରହିବ । ଓକିଲ ପୁରୁଣା ମକଦ୍ଦମାରେ ଜୟଲାଭ କରିବେ । ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ମିଳିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
ଧନିଷ୍ଠା- ସାଂସାରିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ଖର୍ଚ୍ଚକୁ ସୀମିତ କରିବାରେ ସକ୍ଷମ ହେବେ । ପ୍ରତ୍ୟେକଟି କ୍ଷେତ୍ରରେ ନିଜର ଉଦ୍ୟମ ବଳରେ ସଫଳତା ପାଇବେ ।
ଶତଭିଷା- ସମାଜ ସେବାରେ ବେଶ୍ ଆନନ୍ଦ ଅନୁଭବ କରିବେ । ଛାତ୍ରଛାତ୍ରି ମାନେ ପଢାରେ ସହଯୋଗ ପାଇବେ । ରାଜନୀତିରେ ଆଗ୍ରହ ବଢିପାରେ ।
ପୂ,ଭାଦ୍ରପଦ- ପରହାତରେ ଥିବା ଧନ ସହଜରେ ପ୍ରାପ୍ତ ହେବ । ମହିଳା ମାନଙ୍କୁ କୈାଣସି ବ୍ୟକ୍ତିଙ୍କ ସହୟତା ମିଳିବ । ନୂତନ ଯାନ ବାହନ କ୍ରୟ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମୀନ
ପୂ, ଭାଦ୍ରପଦ- ପରିଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ । ବାଣିଜ୍ୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତାରେ ଉନ୍ନତମାନର ଫଳପାଇବେ ଫଳରେ ବ୍ୟବସାୟରେ ପରିବର୍ତନ କରିବାର ଇଚ୍ଛା ହେବ । ଆପଣ କରିଆସୁଥିବା ଉଦ୍ୟମରେ ସଫଳ ହେବେ ।
ଉ, ଭାଦ୍ରପଦ- କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରି ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ । ସମାଜ ସେବା ଓ ରାଜନୀତିରେ ସୁନାମ ଅର୍ଜନ କରିପାରବେ । ପୂର୍ବ ବ୍ୟବସାୟ ଚୁକ୍ତିରୁ ଆପଣଙ୍କୁ ଅଚାନକ ଲାଭ ହେବ ।
ରେବତୀ- ଶତୃମାନେ ସାମ୍ନାକୁ ଆସିବାକୁ ସାହସ କରିବେ ନାହି । ଆୟନ୍ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରଦେବ । ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି । ମହିଳା ମାନେ ଅଚାନକ କୈାଣସି ନିର୍ଣ୍ଣୟ ନିଅନ୍ନୁ ନାହିଁ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/uploadimage/library/16_9/16_9_0/Horoscope__1699593984-550765.jpg)