Advertisment

Daily Horoscope 31st October 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ସିଂହ- ମଘା- ଭବିଷ୍ୟତ ପାଇଁ ଯୋଜନା କରି ପୁଞି ନିବେଶ କରିବେ । ଚାକିରୀ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ବିରୋଧି ଭାବର ଅବସାନ ଘଟିବ ଏବଂ କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ ହେବ ।

Horoscope

Horoscope Photograph: (OTV)

Advertisment

ମେଷ-    
ଅଶ୍ୱନୀ- ଆର୍ଥିକ ସମସ୍ୟା ଦୂର ହୋଇଯିବ । ଆପଣଙ୍କ କାର‌୍ୟ୍ୟ ପାଇଁ ଅନ୍ୟମାନଙ୍କ ଉପରେ ଅଧିକ ନିର୍ଭର କରନ୍ତୁ ନାହିଁ । ଚାକିରି କ୍ଷେତ୍ରରେ ପଦୋନ୍ନତି ଆଶା ରହିଛି ।        
କୃତିକା- ଉତ୍ପାଦନ ସହିତ ଜଡିତ ବ୍ୟବସାୟ ବୃଦ୍ଧି ପାଇବା ସହ କୈାଣସି ସଂସ୍ଥାରୁ ସମ୍ମାନ ପାଇବାର ସମ୍ଭାବନା ଅଛି । ନୂଆ ଘର ତିଆରି କରିବା ପାଇଁ ଯୋଜନା କରିବେ     
ଦ୍ୱିଜା- ଛାତ୍ରଛାତ୍ରୀ ବିଦ୍ୟାରେ ସଫଳ ହେବେ । ମହିଳା ମାନେ ପରିବାରରେ ଉତ୍କଷ୍ଟ ମନୋଭାବ ଜାଗ୍ରତ କରିବେ । ବିଶ୍ୱାସୀ ଲୋକ ମାନେ ଧୋକା ଦେଇପାରନ୍ତି 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ 

Advertisment

ବୃଷ-
କୃତିକା- ଆଗରୁ ଭୋଗୁଥିବା ଶାରିରୀକ ସମସ୍ୟାର ଉନ୍ନତି ହେବ । ବ୍ୟବସାୟରେ ତ୍ରିଷ୍ଟି ରହିଲେ ମଧ୍ୟ ଆଶାନୁରୂପକ ଲାଭ ନାହିଁ । ପାରିବାରିକ ଜୀବନରେ ଖର୍ଚ୍ଚର ପରିମାଣ ବଢିବ ।
ରୋହିଣୀ- ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ ।  ଚାକିରୀକ୍ଷେତ୍ରରେ ଅପବାଦ ସହିବାକୁ ପଡିବ । ପିଲାମାନେ ଅପଯଶ ପାଇପାରନ୍ତି 
ମୃଗଶିରା- ଭଲ ସମ୍ପର୍କ ନ ଥିବା ଲୋକମାନେ ଅପପ୍ରଚାର କରିପାରନ୍ତି । ରାଜନୀତିରେ ସହାନୁଭୁତି ମିଳିବ । ମହିଳା ମାନେ ଦାମ୍ପତ୍ୟ ସୌଖ ଉପଭୋଗ କରିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ମିଥୁନ-
ମୃଗଶିରା- କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ । ବ୍ୟବସାୟୀ ମାନଙ୍କ କାରବାରରେ ଲାଭବାନ୍ ହେବାର ସମ୍ଭାବନା ଅଛି    
ଆଦ୍ରା- ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବା ଯୋଗେ ବିଜୟୀ ହେବେ । ମନୋରଞନ କାର‌୍ୟ୍ୟରେ ବା କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ ।
ପୁନର୍ବସୁ- ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ୍ । ସାମ୍ବାଦିକ ମାନେ ନିଜ କାର‌୍ୟ୍ୟରେ କୃତିତ୍ୱ ଲାଭ କରିବେ । ବିଦ୍ୟା କ୍ଷେତ୍ରରେ ଉନ୍ନତି କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର –  ମା ବିରଜାଙ୍କର ଆରଧନା କରନ୍ତୁ

Advertisment

କର୍କଟ-
ପୁନର୍ବସୁ- ବନ୍ଧୁଗହଣରେ ଦର୍ଶନୀୟ ସ୍ଥାନ ଭ୍ରମଣ କରିପାରନ୍ତି ।  ଚାକିରୀ କ୍ଷେତ୍ରରେ କିଛି ସମସ୍ୟା ଦେଖାଦେବ । ଖାଦ୍ୟ, ପ୍ରତି ସଜାଗ ରୁହନ୍ତୁ
ପୁଷ୍ୟା- ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ରାଜନୀତିରେ ସତର୍କ ରହି କାର‌୍ୟ୍ୟ କରନ୍ତୁ । ଚାକିରୀରେ ଅଧିକ ପରିଶ୍ରମ କରିବାକୁ ପଡିବ ।
ଅଶ୍ଲେଷା- ସଭାସମିତିରେ ସୀମା ଭିତରେ ରହିବା ଭଲ ନତବା ସାଧାରଣ କଥାରେ ମଧ୍ୟ ସମସ୍ୟା ଆସିବ । ଭୂମି ସମନ୍ଧୀୟ ବିବାଦ ସୃଷ୍ଟି ହୋଇପାରେ । ମହିଳା ମାନେ ଦର୍ଶନାଭିଳାଷି ହେବେ 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର –ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ସିଂହ-
ମଘା- ଭବିଷ୍ୟତ ପାଇଁ ଯୋଜନା କରି ପୁଞି ନିବେଶ କରିବେ । ଚାକିରୀ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ବିରୋଧି ଭାବର ଅବସାନ ଘଟିବ ଏବଂ କାର‌୍ୟ୍ୟ କ୍ଷେତ୍ରରେ ପରିବର୍ତନ ହେବ ।କର୍ମ କ୍ଷେତ୍ରରେ ପ୍ରତିବନ୍ଧକ ରହିଥିଲେ ମଧ୍ୟ ଉଦ୍ୟମ ନିଷ୍ଫଳ ହେବନାହିଁ । 
ପୂ- ଫାଲ୍‌ଗୁନୀ- ବ୍ୟବସାୟୀ ମାନଙ୍କର କାରବାର ବଢିବା ସହ ମନମୁତାବକ ଲାଭବାନ୍ ହେବାର ସମ୍ଭାବନା ଅଛି । ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳୀୟାନ ହେବେ । ଅର୍ଥ ସମ୍ପର୍କିତ କ୍ଷେତ୍ରରେ ଅଗ୍ରଗତି ହେବ । 
ଉ- ଫାଲ୍‌ଗୁନୀ- ଛାତ୍ରଛାତ୍ରୀ ମାନେ ମିତ୍ରଙ୍କ ସାହାର‌୍ୟ୍ୟ ଦ୍ୱାରା ପଢାରେ ଆଗେଇବେ । କୁଟୁମ୍ଭ ବାଦବିବାଦ ଦୂରେଇ ଯିବ । ସମାଜ କଲ୍ୟାଣ,ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ । ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ । 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

Advertisment

କନ୍ୟା-
ଉ,ଫଳଗୁନି- ଶାରୀରିକ ଅସୁସ୍ଥତା ଓ ଧନ ବ୍ୟୟର ସୂଚନା ମିଳିବ ।  ପିଲାମାନେ ମଧ୍ୟ୍ୟମ ଧରଣର ଫଳ ପାଇବେ । କାମରେ ଭଲ  ପ୍ରଦର୍ଶନ ପାଇଁ କିଛି ନୂଆ କରିବେ
ହସ୍ତା- କଥନଶୈଳୀକୁ ପରିବର୍ତ୍ତନ କରିପାରନ୍ତି । ବ୍ୟବସାୟରେ ଆୟ ବୃଦ୍ଧି କରିବେ । ପିଲାମାନେ କୃତିତ୍ୱ ଅର୍ଜନ କରିବେ
ଚିତ୍ରା- କୌଣସି ଘଟଣାରେ ସପୃକ୍ତ ହୋଇପାରନ୍ତି । ମହିଳା ମାନେ କୈାଣସି ଅଜଣା  ବିପଦରେ ପଡି ପାରନ୍ତି । ନୂତନ ଯାନବାହନ କିମ୍ବା ଗୃହୋପକରଣ କିଣିବାକୁ ମନ ବଳାଇ ପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମିଠା ଖାଇ ଘରୁ ବାହରନ୍ତୁ
ତୁଳା-
ଚିତ୍ରା- କର୍ମ କ୍ଷେତ୍ରରେ ବହୁ ସମୟ କାଟିବାକୁ ବାଧ୍ୟ ହେବେ ଓ କଳବଳ ଖଟାଇ ନିଜ ସ୍ଥାନକୁ କୈାଣସି ମତେ ଦୃଢ କରିବେ । ସାମ୍ବାଦିକ ମାନେ ଲକ୍ଷ ଦିଗରେ ଆଗେଇବେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ବନ୍ଧୁଙ୍କ ସହିତ ଆଲୋଚନା କରନ୍ତୁ । 
ସ୍ୱାତୀ-  ବ୍ୟବସାୟରେ ଆୟର ସ୍ରୋତ ଖୋଲିଯିବ । ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି । ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ କରି ଆଗେଇ ବାକୁ ବାଧ୍ୟ ହେବେ ।
ବିଶାଖା- ଶିକ୍ଷାତ୍ରୀ ମାନେ ଦେଇଥିବା ପରିକ୍ଷାରେ କୃତକାର‌୍ୟ୍ୟ ହେବେ । ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇ ପାରନ୍ତି । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କର ମୂଳ  ମନ୍ତ୍ର ପାଠ କରନ୍ତୁ

ବିଛା-
ବିଶାଖା- ସ୍ୱାସ୍ଥ୍ୟ ଭଲ ରହିବା ସହିତ ସବୁ କାର୍ଯ୍ୟ କରି ପାରିବେ । ବ୍ୟବସାୟର ପଥ ସୁଗମ ହେବ । ସଂସାରିକ ଜୀବନ ଖୁବ ଭଲ ରହିବ । ପ୍ରେମ ସମ୍ପର୍କ ମଧୁର ରହିବ
ଅନୁରାଧା- ସଭାସମିତିରେ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ । କର୍ମ କ୍ଷେତ୍ରରେ ନିଜର ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ପିଲାମାନେ ପାଠପଢା ପ୍ରତି ବିମୁଖ ହେବେ
ଜ୍ୟେଷ୍ଠା- ନୂଆ ଜମି କ୍ରୟ କରିବେ । ଗୃହିଣୀ ମାନେ କର୍ତ୍ତବ୍ୟ ନିର୍ବାହ କରିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ନେଇ ପଡ଼ୋଶୀଙ୍କ ସହ ବିଭିନ୍ନ ଆଲୋଚନାରେ ସମୟ କଟାଇବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସୂର‌୍ୟ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ

ଧନୁ-
ମୂଳା- ସୁଖରେ ସମୟ ଅତିବାହିତ କରିବେ । ବ୍ୟବସାୟରେ ଲାଭବାନ୍ ହେବେ । କର୍ମ କ୍ଷେତ୍ରରେ ସଫଳତା ମିଳିପାରେ । ଆବଶ୍ୟକୀୟ ଜିନିଷ ପାଇଁ ଅତ୍ୟଧିକ ବ୍ୟୟ କରିପାରନ୍ତି 
ପୂ, ଷାଢା- ଚାକିରି କ୍ଷେତ୍ରରେ ଅଧୀନସ୍ଥ କର୍ମଚାରୀ ହଇରାଣରେ ପକାଇ ପାରନ୍ତି । ପାରିବାରିକ ସହଯୋଗ ମିଳିବା ଦ୍ୱାରା ଧନ ଲାଭର ସୁଯୋଗ ଆସିବ । 
ଉ,  ଷାଢା- ବନ୍ଧୁ ମାନଙ୍କ  ସହିତ ବୁଲାବୁଲିରେ ସମୟ ଅତିବାହିତ କରିବେ । ଅଯଥା ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର - ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ

ମକର-
ଉ,ଷାଢା- ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ହେତୁ ବ୍ୟସ୍ତ ହେବେ । ମୁଣ୍ଡବ୍ୟଥା ଜନିତ ସମସ୍ୟା ଦେଖାଦେବ । ବ୍ୟବସାୟୀମାନେ କୌଶଳରେ କାର‌୍ୟ୍ୟ ହାସଲ କରିବେ। 
ଶ୍ରବଣା- ଚାକିରୀରେ ସାମାନ୍ୟ ଅବହେଳା କରିବେ । ପିଲାମାନେ ପରିଶ୍ରମ କରି ମଧ୍ୟ ବିଫଳ ହେବେ । ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରିବାକୁ ପଡ଼ିପାରେ ।
ଧନିଷ୍ଠା- ଭୁସମ୍ପତି ସମାନ ପରିମାଣରେ ଭାଗ ହୋଇପାରେ । ମହିଳାମାନେ ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ । ସାମ୍ବାଦିକତା ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ

କୁମ୍ଭ
ଧନିଷ୍ଠା-  ବ୍ୟବସାୟରେ ନୂତନ ବ୍ୟବସାୟ କରିବାର ଆଶା ମିଳିବ । ପାରିବାରିକ ଅସ୍ୱାସ୍ଥ୍ୟ କର ପରିସ୍ଥିତିକୁ ନେଇ ଚିନ୍ତା ଗ୍ରସ୍ତ ରହିବେ ।
ଶତଭିଷା- ଚାକିରିରେ ହାକିମଙ୍କ ପ୍ରତି ଭୟ ରହିବ । ବିଶିଷ୍ଠ ବ୍ୟକ୍ତିଙ୍କ ସହିତ ସଂମ୍ପର୍କ ବୃଦ୍ଧି ହେବ । ମହିଳା ମାନେ ବିଭିନ୍ନ ପ୍ରକାର ଲାଭର ସୈାଭାଗ୍ୟ ଲାଭ କରବେ 
ପୂ,  ଭାଦ୍ରପଦ- ବିଦ୍ୟାର୍ଥୀ ମାନେ ପଢାରେ ସମ୍ମାନ ମିଳିବା ସହିତ ବିଦେଶା ଗତ ହେବାର ସୁଯୋଗ ରହିଛି । ଘରକୁ ଜିନିଷ କିଣି  ଅଧିକ ପଇସା ଖର୍ଚ୍ଚ କରିପାରନ୍ତି  
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଦେବଙ୍କ ଗାୟତ୍ରି ମନ୍ତ୍ରକୁ ପାଠ କରନ୍ତୁ   

ମୀନ-
ପୂ,ଭାଦ୍ରପଦ- ପାରିବାରିକ ସମସ୍ୟାକୁ ସମାଧାନ କରିବା ସକାଶେ ଚେଷ୍ଟିତ ହେବେ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।   ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ 
ଉ,ଭାଦ୍ରପଦ- ପତ୍ନୀଙ୍କ ସହ ମନୋମାଳିନ୍ୟ ଦେଖାଦେଇପାରେ । ଅଫିସରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ । ଶିକ୍ଷାର୍ଥୀ ମାନେ ପଢାରେ ଚିନ୍ତିତ ରହିବେ ।
ରେବତୀ- ପରିସ୍ଥିତିବଶତଃ ନିକଟ ସମ୍ପର୍କୀୟଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ । କୋର୍ଟର ରାୟ ଡେରି ହୋଇପାରେ । ମହିଳା ମାନଙ୍କ ଦିନ ଭଲରେ କଟିବ 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର- ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

Horoscope Astrology
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ