Advertisment

Daily Horoscope 28th October 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ପ୍ରେମିକ ପ୍ରେମିକା ମାନେ ବିଶ୍ୱାସ ଭାଜନ ହେବେ। ଉତ୍ପାଦନ ସହିତ ଜଡିତ ବ୍ୟବସାୟ ବୃଦ୍ଧି ପାଇବା ସହ କୈାଣସି ସଂସ୍ଥାରୁ ସମ୍ମାନ ପାଇବାର ସମ୍ଭାବନା ଅଛି । ଦାମ୍ପତ୍ୟ ସୁଖରେ ମଧୁ ରତା ଆସିବ ଓ ଅଧିକ ଘନିଷ୍ଠତା ହେବ ।

undefined

Horoscope Photograph: (OTV)

Advertisment

ମେଷ-
ଅଶ୍ୱନୀ- ପ୍ରେମିକ ପ୍ରେମିକା ମାନେ ବିଶ୍ୱାସ ଭାଜନ ହେବେ। ଉତ୍ପାଦନ ସହିତ ଜଡିତ ବ୍ୟବସାୟ ବୃଦ୍ଧି ପାଇବା ସହ କୈାଣସି ସଂସ୍ଥାରୁ ସମ୍ମାନ ପାଇବାର ସମ୍ଭାବନା ଅଛି । ଦାମ୍ପତ୍ୟ ସୁଖରେ ମଧୁ ରତା ଆସିବ ଓ ଅଧିକ ଘନିଷ୍ଠତା ହେବ ।
ଦ୍ୱିଜା- ଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍ ରହିବ ନାହିଁ । ରାଜନୀତିରେ ସାହାସିକ ପଦକ୍ଷପ ନେଇ ଆଗକୁ ଅତିକ୍ରମ କରିବେ । ସରକାରି ସହୟତା ପାଇବେ ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁକମ୍ପା ହାସଲ କରିବେ ।
କୃତିକା- ମାଲିମକବ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ନିର୍ମାଣଧିନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ । ଗମନା ଗମନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର – ସୂର୍ଯ୍ୟଦେବଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ବୃଷ-
କୃତିକା- କର୍ମ କ୍ଷେତ୍ରରେ ବିଶେଷ ଅସୁବିଧା ରହିବ ନାହିଁ । ପାରିବାରିକ ବିଶୃଙ୍ଖଳା ଦେଖାଦେବ । ବାଧ୍ୟତାବଶତଃ ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ ।
ରୋହିଣୀ- କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ପୂରସ୍କୃତ ହେବେ । ରାଜନୀତିରେ ନିଜର ଭାବମୂର୍ତି ରକ୍ଷା କରିବା ପାଇଁ ଚେଷ୍ଟା କରିବେ । ଓକିଲ ପୁରୁଣା ମକଦ୍ଦମାରେ ଜୟଲାଭ କରିବେ ।
ମୃଗଶିରା- ଛାତ୍ରଛାତ୍ରୀ ମାନଙ୍କର ଧାର୍ମିକ ସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ । ମହିଳା ମାନଙ୍କର ପାରିବାରିକ ଜୀବନ ଆନନ୍ଦରେ କଟିବ । ଆୟନ୍ ଅଦାଲତ ଥିବା ଦୁଶ୍ଚିନ୍ତା ଦୂର ହୋଇପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ମୂଳମନ୍ତ୍ର  ପାଠ  କରନ୍ତୁ
ମିଥୁନ-
ମୃଗଶିରା- ପାରିବାରିକ ଜୀବନରେ ସେବା ଶ୍ରୁଶ୍ରୁଷା ମିଳିବ । ନିଜ  ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ । ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ ।
ଆଦ୍ରା- ରାଜନୀତିରେ  ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ । ଶିକ୍ଷାର୍ଥି ମାନେ ବିଦ୍ୟାରେ ସଫଳତା ହାସଲ କରିବେ । ଚାକିରି କ୍ଷେତ୍ରରେ ଆଶା ଅଭିଳାଷା  ପୂରଣ ହୋଇପାରେ ।
ପୁନର୍ବସୁ- କୋର୍ଟ କଚେରୀ ମାମଲାରେ ଖର୍ଚ୍ଚାନ୍ତ ହୋଇ ପାରନ୍ତି । ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ୍ । ଘରେ କୈାଣସି ଧାର୍ମିକ କାର୍ଯ୍ୟର ରୂପରେଖ ତିଆରି କରି ପାରନ୍ତି 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ
କର୍କଟ-
ପୁନର୍ବସୁ- ବାନ୍ଧବୀଙ୍କ ଠାରୁ ଶୁଭ ଖବର ଶୁଣିବାକୁ ପାଇବେ । ଉଦର ରୋଗରେ ଆକ୍ରାନ୍ତ ହେବେ ।  ସବୁ ସମାଧାନକୁ ଦୃଢ ଭାବରେ ମୁକାବିଲା କରିବେ।
ପୁଷ୍ୟା- ରାଜନିତିରେ ଲୋକଙ୍କ ପ୍ରିୟ ରହିବେ । କାର‌୍ୟ୍ୟ କ୍ଷେତ୍ରରେ ଖୁବ ଶିଘ୍ର ସଫଳତା ପାଇବେ । ଆୟରେ ଉନ୍ନତି ଘଟିବ । ଅଫିସ୍ କାମରେ ସଂପୂର୍ଣ୍ଣ ବ୍ୟସ୍ତ ରହିବେ । ଅଶ୍ଲେଷା- ଜମିଜମା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ ହେବ
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଭୂବନେଶ୍ୱରୀ  ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ 
ସିଂହ-
ମଘା- ବାଣିଜ୍ୟ-ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ପରିସି୍ଥତିରେ ପଡି ଅନ୍ୟମାନଙ୍କୁ ଭୁଲ ବୁଝିବେ। କୈାଣସି ଅସୁବିଧା ନଥିଲେ ମଧ୍ୟ ଅଯଥାରେ ଏଣୁ ତେଣୁ ଗୁଡାଏ ଚିନ୍ତାକରି ବିବ୍ରତ ହୁଅନ୍ତୁ ନାହିଁ ।
ପୂ,ଫାଲଗୁନି- ରାଜନିତିରେ ରହି ଲୋକଙ୍କୁ ସହଯୋଗର  ମନବୃତି ପୋଷଣ କରିବେ । ଛାତ୍ର ଛାତ୍ରି ମାନେ ଉଚ୍ଚ ଶିକ୍ଷା କରିବା  ପାଇଁ ସୁଯୋଗ ଆସିପାରେ । କର୍ମ କ୍ଷେତ୍ରରେ ସବୁ କାର୍ଯ୍ୟ ସୁରୁଖୁରୁରେ ହେଇଯିବ ।
ଉ,ଫାଲଗୁନି- ମାଲିମକଦ୍ଧମାରେ ଜୟଯୁକ୍ତ ହେବେ । ଭାଗ୍ୟ ଆପଣଙ୍କୁ ବହୁତ ସମର୍ଥନ କରିବ ଓ  କାର୍ଯ୍ୟ ଅବସ୍ଥା ଅନୁକୂଳ ହେବ । ରାଜନେତାଙ୍କ ସାହାଯ୍ୟ ସହଯୋଗ ମାଧ୍ୟମରେ ଯଶ ସମ୍ମାନର ଅଧିକାରୀ ହେବେ। 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ 
କନ୍ୟା-
ଉ,ଫଳଗୁନି- ଦେହ ଦୁର୍ବଳତା ପାଇଁ କର୍ମକ୍ଷେତ୍ରରେ ଠିକ୍ ସେ କାର୍ଯ୍ୟ କରିପାରିବେ ନାହିଁ । ଦ୍ୱନ୍ଦ୍ୱରେ ପଡ଼ି ବନ୍ଧୁଙ୍କ କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି । ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ସକାଶେ ମନ ବଳାଇ କର୍ମମୁଖର ହେବେ। 
ହସ୍ତା- ପାରିବାରିକ କ୍ଷେତ୍ରର ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ।  ଉଚ୍ଚବର୍ଗଙ୍କଠାରୁ ପରୋକ୍ଷରେ ସମାଲୋଚିତ ହେବେ । କର୍ମକ୍ଷେତ୍ରରେ ଭୁଲ୍ ଖବର ପାଇ ବିବ୍ରତ ହୋଇପାରନ୍ତି ।
ଚିତ୍ରା- ରୋଜଗାର ନୂତନ ସୁଯୋଗ ସୃଷ୍ଟି ହେବ । ଲାଗି ରହିଥିବା ସବୁ କଷ୍ଟର ନିବାରଣ ହେବ । କାମରେ ଆପଣଙ୍କ ଲାଭ ହେବ । ସାମାଜିକ ଓ ପ୍ରଭାବଶାଳୀ କାର୍ଯ୍ୟରେ ମନ ବଳାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
ତୁଳା-
ଚିତ୍ରା- ବ୍ୟବସାୟରେ ଦୂର ଯାତ୍ରା କରିବାର ସୁଯୋଗ ରହିଛି । ପରିବାରରେ ସମସ୍ତଙ୍କୁ ସାହାର‌୍ୟ୍ୟ କରିବାରେ ସଫଳ ହେବେ । ସମ୍ପର୍କୀୟଙ୍କୁ ମିଥ୍ୟା ପ୍ରତିସୃତି ଦେଇ ସମାଲୋଚିତ ହୋଇପାରନ୍ତି ।
ସ୍ୱାତୀ- ଚାକିରି କ୍ଷେତ୍ରରେ ପ୍ରଶଂସିତ ହେବେ । ରାଜନିତିରେ ନିଜର ଯୋଗ୍ୟତା ଅନୁସାରେ ପଦବୀ ମିଳିପାରେ । ବିଦେଶ ଆଗମନର ସୁଯୋଗ ଆସିବ ।
ବିଶାଖା- ବିବାଦୀୟ ଘଟଣା ଟିକେ ଜଟିଳ ଆଡକୁ ଗତି କରିବ । ମନ ଭୁଲାଣିୟା କଥା କହି ସହକର୍ମୀଙ୍କ ଦ୍ୱାରା କାମଟି କରାଇ ନେବେ । ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର –  ମିଠା ଦହି ଖାଇ ଘରୁ ବାହାରନ୍ତୁ
ବିଛା-
ବିଶାଖା- ଅନିୟମିତ ଆହାର ଯୋଗୁ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ । ଅଫିସ୍ କାମରେ କୌଣସି ବ୍ୟକ୍ତି ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ଚେଷ୍ଟା ସଫଳ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ ।
ଅନୁରାଧା- ଆଜି ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ । ପରିସ୍ଥିତିବଶତଃ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ସଭାସମିତି କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।
ଜ୍ୟେଷ୍ଠା- ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ପ୍ରଶଂସିତ ହୋଇପାରନ୍ତି ।  ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ବିଦ୍ୟାର୍ଥୀ ମାନେ  ଶିକ୍ଷାରେ ସଫଳତା ଲାଭ କରିବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ଓଁ ନୃଂ ନୃଂ ନୃଂ ନୃସିଂହାୟ ନମଃ  ପାଠ କରନ୍ତୁ
ଧନୁ-
ମୂଳା- ଜୀବନରେ ଲାଭର ଅବସର ପାଇବେ । କଳା କ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ । ପ୍ରେମ ସଂମ୍ପର୍କରେ ତିକ୍ତତା ଦେଖାଦେବ । କିଣାବିକା ବ୍ୟବସାୟ ଲାଗି ଦିନଟି ଭଲ ରହିବ ।
ପୂ,ଷାଢା- ଅନ୍ୟ ମାନେ ଆପଣଙ୍କର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିବେ । ଅଫିସ୍‌ରେ ଭାବିଥିବା କାମ ନିର୍ଦ୍ଧିରିତ ସମୟରେ ସମ୍ପୂର୍ଣ୍ଣ କରିବେ ।  ରାଜନୀତିରେ ଅଧିକାରୀଙ୍କ ପ୍ରତି ଆପଣଙ୍କ ବ୍ୟବହାର କୋମଳ ରଖନ୍ତୁ ।
ଉ,ଷାଢା- ଆଜିର ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ । ବାଧ୍ୟତାବଶତଃ ଆନୁଷ୍ଟାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । ମହିଳା ମାନେ ମଧୁର ସଂପର୍କ ଗଢିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ମକର-
ଉ,ଷାଢା- ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ, ଯାହାକି ଦୁଶ୍ଚିନ୍ତାର କାରଣ ହୋଇପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ହାସଲ କରିବେ । ଅଫିସରେ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ ।
ଶ୍ରବଣା- ଶିଳ୍ପ, ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ କିନ୍ତୁ ନିରାଶ ହେବେନି । ସାମାଜିକ ସ୍ତରରେ ସମ୍ମାନ ଲାଭ କରିପାରନ୍ତି । ପରୋକ୍ଷ ଶତ୍ରୁତା ପ୍ରତି ସତର୍କ ରହିବା ସହିତ କାମ ହାସଲ କରିବାରେ କିଛି ଅସୁବିଧା ହେବ ନାହିଁ।
ଧନିଷ୍ଠା- ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ବଳିଷ୍ଠ ବ୍ୟକ୍ତିତ୍ୱ ପ୍ରଭାବରୁ କୌଣସି କାମ ଅଟକି ରହିବ ନାହିଁ ।  ଅର୍ଥସଂକଟ ଦୂରୀଭୂତ ପାଇଁ ବିଶେଷ କିଛି ଚିନ୍ତା କରିବାକୁ ପଡ଼ିବ ନାହିଁ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଦେବଙ୍କର  ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ-
ଧନିଷ୍ଠା- କଠିନ ପରିଶ୍ରମ କରିବା ଦ୍ୱାରା ଯଶ ମାନ ସମ୍ମାନ ମିଳିବ । ବ୍ୟବସାୟ କ୍ଷେତ୍ରରେ ପରିବର୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ । ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ ।
ଶତଭିଷା- ଅଫିସ୍ କାମରେ ବ୍ୟସ୍ତ ରହିବେ । ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ । ରାଜନିତିରେ କିଛି ବିଶେଃଷ କଥା ଆଲୋଚନା କରିବେ ।
ପୂ,ଭାଦ୍ରପଦ- ସାମ୍ବାଦିକମାନେ କୈାଣସି ଶୁଭ ସମାଚାର ଶୁଣିବାକୁ ପାଇବେ । ସମାଜ ସେବା କାର୍ଯ୍ୟରେ ଯୋଗ ଦେବେ । ଶତୃମାନେ ପରାଜିତ ହେବେ ଏବଂ ସରକାରୀ ସହାୟତା ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮    
ପ୍ରତିକାର – ସାତଟି ଗୋଲ ମରିଚ ନୀଳ କପଡାରେ ବାନ୍ଧି ଜଳରେ ଭସାଇ  ଦିଅନ୍ତୁ 
ମୀନ-
ପୂ,ଭାଦ୍ରପଦ- ସ୍ବାସ୍ଥ୍ୟ ଭଲ ରହିବ ଓ ଅର୍ଥ, ସମ୍ମାନ ପାଇବେ । ଅନ୍ୟମାନେ ଫାଇଦା ହାସଲ ପାଇଁ ସମ୍ମୁଖରେ ପ୍ରଲୋଭନଯୁକ୍ତ କଥା କହି ପାରନ୍ତି । କର୍ମକ୍ଷେତ୍ରରେ କେତେକ ବିବାଦୀୟ ଚିନ୍ତାଧାରା ମନକୁ ବ୍ୟସ୍ତବିବ୍ରତ କରିପାରେ।
ଉ,ଭାଦ୍ରପଦ- ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ର ମଧ୍ୟମ ପ୍ରକାରର ରହିବ । କର୍ମକ୍ଷେତ୍ରରେ ବନ୍ଧୁତା ଓ ବ୍ୟବସାୟରେ ଉନ୍ନତି କରିବେ । ସାଂସ୍କୃତିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଦକ୍ଷତାରୁ ପ୍ରଶଂସିତ ହେବେ। 
ରେବତୀ- ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ସଜ୍ଜନମାନଙ୍କ ସଙ୍ଗ ଲାଭକରି ସାମୟିକ ଖୁସୀ ରହିବେ ।  ନୂତନ ଯୋଜନାରେ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। ପିଲାମାନଙ୍କ ପଢ଼ାସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

Advertisment
Horoscope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ