Advertisment

Daily Horoscope 28th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- କୈାଣସି ଆତ୍ମୀୟଙ୍କ ନକାରତ୍ମକ ଚିନ୍ତାଧାରା ମନକୁ ସାମୟିକ ବିବ୍ରତ କରିପାରେ। ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ। କର୍ମକ୍ଷେତ୍ରରେ ସମସ୍ୟା ନିରାକରଣ ପାଇଁ ଚେଷ୍ଟିତ ହେବେ।

undefined
Advertisment

ମେଷ-
ଅଶ୍ୱନୀ- କୈାଣସି ଆତ୍ମୀୟଙ୍କ ନକାରତ୍ମକ ଚିନ୍ତାଧାରା ମନକୁ ସାମୟିକ ବିବ୍ରତ କରିପାରେ ।  ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ । କର୍ମକ୍ଷେତ୍ରରେ ସମସ୍ୟା ନିରାକରଣ ପାଇଁ ଚେଷ୍ଟିତ ହେବେ । ଛାତ୍ରଛାତ୍ରି ମାନେ ପଢାରେ ପ୍ରଂଶସିତ ହେବେ ।
ଦ୍ୱିଜା- ଆର୍ôଥକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ ରହିବ । ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ କାମ ଠିକ୍ ଭାବେ ସମ୍ପନ୍ନ ହେବା କଷ୍ଟକର ହେବ । ଶତୃତ ମାନେ ହଠାତ୍ ମିତ୍ରତା ସାଜିବା ପାଇଁ ଚେଷ୍ଟିତ ହେବେ । ସଭାସମିତିରେ ଉନ୍ନତ ମାନର ଆଲୋଚନା କରିବେ ।    
କୃତିକା- ପୁରୁଣା ବନ୍ଧୁଙ୍କ ସହିତ ଦିନଟି ବିତାଇବେ । ଜମିଜମା କ୍ଷେତ୍ରରେ ଅଶାନୂରୁପ ସଫଳତା ମିଳିବ । ମହିଳା ମାନେ ଅର୍ଥଲାଭ କରିବେ । ମାଲିମକଦ୍ଦମାରେ ଜୟଯୁକ୍ତ ହେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ମହାଦେବଙ୍କ ପୂଜା କରନ୍ତୁ

Advertisment

ବୃଷ-
କୃତିକା- ସ୍ୱାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ । ପାରିବାରିକ କ୍ଷେତ୍ରରେ ଛୋଟଛୋଟ କଥାରେ ରାଗନ୍ତୁ ନାହିଁ । ଆପଣଙ୍କ ସୁଖ ଅନ୍ୟମାନଙ୍କ ମନରେ ଈର୍ଷା ଉଦ୍ରେକ କରିବ ।
ରୋହିଣୀ- ଅଫିସିଆଲି ଟେନ୍‌ସନ କମିଯିବ ଏବଂ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ପିଲାମାନଙ୍କ ଶୃଙ୍ଖଳା ଓ ଶିକ୍ଷା ବିଷୟ ନେଇ ଚିନ୍ତା ପ୍ରକଟ  କରିବେ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ।
ମୃଗଶିରା- ସାମାଜିକ ମାନସମ୍ମାନ ବୃଦ୍ଧି ପାଇବା ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ । ଜମିବାଡି ସମ୍ବନ୍ଧିୟ ସମସ୍ୟାରୁ ମୁକ୍ତି ପାଇବେ ।  
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କୌଣସି  ମନ୍ଦିରରେ କିଛି ଦାନ କରନ୍ତୁ            

ମିଥୁନ-
ମୃଗଶିରା- ପରିବାର ଭିତରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମ ଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ । ଜୀବନ ସାଥିଙ୍କ ସହିତ ସାମଞସ୍ୟ ବଜାୟ ରହିବ ।
ଆଦ୍ରା- ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ଘରୋଇ କଂପାନୀରେ ଚାକିରି ମିଳିପାରେ । ପରକଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ରାଜନିତିରେ ସତ୍ୟବାଦି ହେବେ ।  ଲେଖାପଢାରେ ଧନ ଅର୍ଜନ କରିବେ ।
ପୁନର୍ବସୁ- ସାଂସାରିକ ଜୀବନ ଶାନ୍ତି ଦାୟକ ରହିବ । ଅଫିସ୍ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଜମିବାଡିକୁ ନେଇ ପରିବାରରେ ସାମୟିକ ଅଶାନ୍ତି ଦେଖାଦେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ 

Advertisment

କର୍କଟ-
ପୁନର୍ବସୁ- ସାଧାରଣ କଥାକୁ ନେଇ ପରିବାର ମଧ୍ୟରେ ମନାନ୍ତର ଦେଖାଦେଇପାରେ । ବ୍ୟବସାୟୀମାନେ ଆଜି କାର‌୍ୟ୍ୟରେ କୌଣସି ପ୍ରକାର ଅବହେଳା କରନ୍ତୁ ନାହିଁ । ପତି-ପତ୍ନୀଙ୍କ ସହ ସମ୍ପର୍କରେ ଘନିଷ୍ଠତା ରହିବ ।
ପୁଷ୍ୟା- ପିଲାମାନେ ପାଠପଢା ପ୍ରତି ବିମୁଖ ହେବେ । ସଭାସମିତିରେ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ । ଆପଣଙ୍କ ସମ୍ମାନରେ ଆଞ୍ଚ ଆସିପାରେ ।  
ଅଶ୍ଲେଷା- କୌଣସି ଭଦ୍ରମହିଳାଙ୍କ ସାହାଯ୍ୟରୁ ଉପକୃତ ହେବେ। ବିଭିନ୍ନ ପ୍ରକାର ଝମେଲା ଭିତର ଦେଇ ଯିବାକୁ ପଡୁଥିବାରୁ ସମ୍ପୂର୍ଣ୍ଣ ଭାବେ ଶାନ୍ତି ଓ ସନ୍ତୋଷ ଆସିବ ନାହିଁ। ନିଜର ସୁଖ ସୁବିଧାକୁ ପ୍ରାଧାନ୍ୟ ଦେଇ ସମାଲୋଚିତ ହୋଇପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଭୂବନେଶ୍ୱରୀଙ୍କ ମନ୍ତ୍ର ପାଠ କରନ୍ତୁ 

ସିଂହ-
ମଘା- ସ୍ୱାସ୍ଥ୍ୟରେ ଅବୋନ୍ନତି ଦେଖା ଦେଇପାରେ । ବ୍ୟବସାୟରେ ସ୍ଥାୟୀ ରହିବା ପାଇଁ ଚେଷ୍ଟା କରିବେ । ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ ।
ପୂ,ଫାଲଗୁନି- ଜରୁରୀ କାମ ପୂରା କରିବାରେ ସଫଳ ହେବେ । ରାଜନୀତି ଦୃଢ ହେବା ସହିତ ମୂଖ୍ୟ ଭୂମିକା ନିର୍ବାହ କରିବେ । ବିଦ୍ୟାର୍ଥୀ ମାନେ ପଢାପଢିରେ ଓ ପରିକ୍ଷାରେ କୃତକାର‌୍ୟ୍ୟ ହେବେ ।
ଉ,ଫାଲଗୁନି- ନୂଆ ଘର କିଣିବା ଲାଗି ଆଗ୍ରହ ପ୍ରକାଶ କରିବେ । ମୂଲ୍ୟବାନ୍ ଜିନିଷ ହଜି ଯିବାର ସମ୍ଭାବନା ରହିଛି । ସଭାସମିତିରେ ବନ୍ଧୁମିଳନ ଜନିତ ମନ ଖୁସି ରହିବ । 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର –ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ

Advertisment

କନ୍ୟା-
ଉ,ଫଳଗୁନି- ଶାରୀରିକ ସମସ୍ୟାକୁ ଅଣ ଦେଖା କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ନାନା ସମସ୍ୟା ବଢିପାରେ । ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । ପରିବାରରେ କୈାଣସି ଗୁରୁ ଦାୟିତ୍ୱ ତୁଲାଇବେ ।  
ହସ୍ତା- ଗୁପ୍ତ ଶତ୍ରୁମାନେ ଆପଣଙ୍କ ବିରୁଦ୍ଧରେ ସକ୍ରିୟ ହୋଇ ପାରନ୍ତି । ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାକୁ ଆପଣ ଟିକେ ଚିନ୍ତିତ ହେବେ । ବିଦ୍ୟାରେ ଉନ୍ନତି ହେବ ।
ଚିତ୍ରା- ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ । ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ । କଚେରି ମାମଲା କ୍ଷେତ୍ରରୁ ଶୁଭ ଫଳ ପାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ଓଁ ଶ୍ରୀଂ ମହାଲକ୍ଷ୍ମୈ ନମଃ ଜପ  କରନ୍ତୁ       

ତୁଳା-
ଚିତ୍ରା- ପେଟରେ ସାମାନ୍ୟ କଷ୍ଟ ଅନୁଭବ କରିବେ । କୈାଣସି ବଡ ସୁବିଧା ମିଳିବା  ଯୋଗୁଁ ଧନ ଲାଭ ହେବ । ବନ୍ଧୁ ମାନଙ୍କ ସହିତ ହସ ଖୁସିରେ ସମୟ କଟାଇବେ । ଚାକିରୀରେ ବେତନ ବୃଦ୍ଧିର ସମ୍ଭାବନା ଅଛି । କଳାକ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବେ ।
ସ୍ୱାତୀ- ପ୍ରତିଯୋଗୀ ବ୍ୟପାରିଙ୍କ ତୃଟି ପାଇଁ ଆପଣ ଲାଭବାନ ହେବେ । ପରିବାରକୁ ଏକଜୁଟ ରଖିବା ପାଇଁ ସଫଳ ହେବେ । ନୂତନ ପ୍ରେମ ସମ୍ପର୍କରେ ଆବଦ୍ଧ ହୋଇପାରନ୍ତି । ଶିକ୍ଷା କ୍ଷେତ୍ରରେ ସରକାରୀ ପ୍ରୋତ୍ସାହନ ମିଳିପାରେ ।
ବିଶାଖା- ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ସହିତ କିଛି ଅର୍ଥ ସଞ୍ଚୟ କରି ପାରନ୍ତି ।  ନୂଆ ଗୃହ ନିର୍ମାଣ କରି ଘରକୁ ଅଧିକ ଆକର୍ଷଣ କରିବେ । ଜମିଜମା କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ୱାକ୍ଷର କରିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଧଳା ବା ନୀଳ ରଙ୍ଗର ପୋଷାକ ପରିଧାନ କରନ୍ତୁ

ବିଛା-
ବିଶାଖା- ଜୀବନ ସାଥୀଙ୍କ ସହ ନୂଆ ସ୍ଥାନକୁ ବୁଲିବାକୁ ଯିବାର ଯୋଜନା କରିପାରନ୍ତି । ଖାଦ୍ୟପେୟ ଓ ଜୀବନ ଶୈଳୀରେ ସାବଧାନତା ରହିଲେ ସବୁ ପୁରୁଣା ରୋଗରୁ ମୁକ୍ତି ମିଳିବ । ପ୍ରେମ ସମ୍ବନ୍ଧ ଅଧିକ ଘନିଷ୍ଠତା ହେବ ।
ଅନୁରାଧା- ଦମ୍ପତି ମାନଙ୍କର ସନ୍ତାନ ଲାଭର ଯୋଗ ରହିଛି । ରାଜନୀତିରେ ସୁନାମ ଅର୍ଜନ କରିପାରବେ । ନିଜ କ୍ୟାରିୟରରେ ଟିକେ ସତର୍କ ରହିବାକୁ ପଡ଼ିବ ।
ଜ୍ୟେଷ୍ଠା- କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରୁ ସ୍ଥଗିତ ରହିବା ଉଚିତ୍ । କଚେରୀ ମାମଲା ମାନସିକ  ସ୍ଥିତିକୁ ବିଗାଡି ଦେଇପାରେ । ମହିଳା ମାନେ ନିଜର ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ଓଁ  ଅଂ ଅଙ୍ଗାରକାୟ ଜପ କରନ୍ତୁ

ଧନୁ-
ମୂଳା- ନୂଆ ପ୍ରକଳ୍ପ ଲାଗି ଆପଣଙ୍କ ମନରେ ବିଚାର ଆସିବ । ବ୍ୟବସାୟରେ ଆଶା କରାଯାଉଥିବା ଫଳ ନ ପାଇ ଆପଣଙ୍କୁ କିଛି ନିରାଶାର ସମ୍ମୁଖୀନ ହେବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଯୋଜନା ଆଣିବେ ।
ପୂ,ଷାଢା- ଆପଣଙ୍କର ଆତ୍ମ ବିଶ୍ୱାସ ସ୍ଥର ଉଚ୍ଚ ରହିବ । ପରିବାରର ସଦସ୍ୟଙ୍କ ସହିତ ଭଦ୍ର ଭାବରେ କଥା ହେବେ ଏବଂ ସହନଶୀଳତା ବଜାୟ ରଖିବେ । ଜୀବନ ସାଥୀ ପରସ୍ପର ପ୍ରତି ଦାୟିତ୍ୱବାନ୍ ରହିବେ । ବିଦ୍ୟାର୍ଥୀ ମାନେ ଉତମ ଫଳ ପାଇବେ ।
ଉ,ଷାଢା- ଲାଗି ରହିଥିବା ସବୁ କଷ୍ଟ ନିବାରଣ ହେବ । ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ କରି ଆଗେଇ ବାକୁ ବାଧ୍ୟ ହେବେ । ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ । ନାରୀ ମାନେ ସମାଜରେ ସମ୍ମାନ ପାଇବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶନି ଦେବଙ୍କ ପୂଜା ପୂଜା କରନ୍ତୁ

ମକର-
ଉ,ଷାଢା- ବ୍ୟବସାୟୀମାନେ ବିତର୍କରୁ ଦୂରେଇ ରୁହନ୍ତୁ ନଚେତ୍ କ୍ଷତି ସହିବା ପାଇଁ ପଡିପାରେ । କିଛି ନୂଆ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ପ୍ରେମ ରହିବ । 
ଶ୍ରବଣା- ରାଜନୈତିକ ନେତା ମାନେ ଶତୃ ମାନଙ୍କ ଦ୍ୱାରା ଭୟବିତ ହେବେ । ଛାତ୍ରଛାତ୍ରୀ ମାନେ ନୂତନ ଶିକ୍ଷା ଗ୍ରହଣ ପାଇଁ ମନ ବଳାଇବେ । କ୍ୟାରିୟର ପ୍ରତି ସଚେତନ ରହିବେ । 
ଧନିଷ୍ଠା- କୋର୍ଟ ସହିତ ଜଡିତ କାର୍ଯ୍ୟରେ ସଫଳତା ପାଇବେ । ଯାତ୍ରା ସମୟରେ ଅସୁବିଧା ହୋଇପାରେ । ଦୁର୍ବଳ ଭାଗ୍ୟ, ବିନା କାରଣରେ ଟଙ୍କା ହରାଇବା ପରି ପରିସ୍ଥିତି ସୃଷ୍ଟି ହୋଇପାରେ । 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ    

କୁମ୍ଭ-
ଧନିଷ୍ଠା- ଆର୍ଥିକ ସ୍ଥିତି ପୂର୍ବପରି ରହିବ ଏବଂ ଅଭାବ ବୋଧ ବିଶେଷ ବାଧିବ ନାହିଁ । ବ୍ୟବସାୟ-ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । କର୍ମକ୍ଷେତ୍ରରେ କର୍ମଚାରୀ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ ।
ଶତଭିଷା- ସମସ୍ତ ପରିବାର ସଦର୍ସ ଏକାଠି ମିଶି ଦୂର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି । ନାକାରତ୍ମକ ଭାବନା ମସ୍ତିଷ୍କକୁ ଆସିବାକୁ ଦିଅନ୍ତୁ ନାହିଁ । ଆପଣଙ୍କ ଜୀବନ ସାଥୀଙ୍କ ସହିତ ସମ୍ପର୍କ ମଧୁର ରହିବ । ସମ୍ମାନିତ ଲୋକଙ୍କ ସହ ମିଶିବେ ।
ପୂ,ଭାଦ୍ରପଦ- ବନ୍ଧୁଙ୍କ ସହିତ ଠାକୁର ଦର୍ଶନ ପାଇଁ ମନ୍ଦିର ଯିବେ । ଖେଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ଆପଣଙ୍କ ଭିତରେ ଅଧିକ ଆତ୍ମବିଶ୍ୱାସ ରହିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନାଲି ପୋଷାକ ବ୍ୟବହାର କରନ୍ତୁ

ମୀନ-
ପୂ,ଭାଦ୍ରପଦ-ଅନ୍ୟ ମାନଙ୍କ ପ୍ରତି ଭଲ ବ୍ୟବହାର ରହିବା ଉଚିତ୍ । ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ । ପରିବାର ମଧ୍ୟରେ ଉପୁଜି ଥିବା କଳହର ସମାଧାନ ହୋଇଯିବ । 
ଉ,ଭାଦ୍ରପଦ- ଛାତ୍ରଛାତ୍ରୀ ମାନେ ପାଠପଢାରେ ଅଧିକ ସମୟ ଦେବା ସହ ଖେଳ କୁଦରେ ସଫଳତା ପାଇବେ । ଦୀର୍ଘ ଦିନ ଧରି ଅଟକି ରହିତିବା ଟଙ୍କା ଫେରିପାଇବେ । ଚାକିରୀକୁ ନେଇ ମନରେ ଦ୍ୱନ୍ଦ ସୃଷ୍ଟି ହୋଇପାରେ ।
ରେବତୀ- ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ଚାକିରୀ କରୁଥିବା ଲୋକଙ୍କୁ ଦୂର ଯାତ୍ରା କରିବାକୁ ପଡିପାରେ । ଆଲୋଚନା ପରିସରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ହଳଦୀ ଖଣ୍ଡକୁ ଘୋରି ତିଲକ ଭାବରେ ମଥାରେ ଲଗାନ୍ତୁ

Horoscope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ