Advertisment

Daily Horoscope 28th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କର ବେପରୁଆ ମନୋଭାବ ରହିବ । ସପଂର୍କୀୟ ମାନଙ୍କ ସହିତ ବନ୍ଧୁତା ସ୍ୱତରେ ଆବଦ୍ଧ ହୋଇ ପାରନ୍ତି । ନୂଆ କାମରେ ଭାଗ୍ୟ ସାଥ୍ ଦେଇପାରେ ।

undefined
Advertisment

ମେଷ-
ଅଶ୍ୱନୀ- ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କର ବେପରୁଆ ମନୋଭାବ ରହିବ । ସପଂର୍କୀୟ ମାନଙ୍କ ସହିତ ବନ୍ଧୁତା ସ୍ୱତରେ ଆବଦ୍ଧ ହୋଇ ପାରନ୍ତି । ନୂଆ କାମରେ ଭାଗ୍ୟ ସାଥ୍ ଦେଇପାରେ ।
ଦ୍ୱିଜା- ରାଜନିତିରେ ସତ୍ୟବାଦି ହେବେ ।  ଲେଖାପଢାରେ ଧନ ଅର୍ଜନ କରିବେ । କାମ ଗୁଡିକ ସୁରୁଖୁରୁରେ ହେଇଯିବ ।  ନିଜର ଭଲ ବ୍ୟବହାର ଦେଖାଇ ସମସ୍ତଙ୍କ ମନ ଜିତିବେ ।
କୃତିକା- ଚାକିରୀ କ୍ଷେତ୍ରରେ ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ପାରନ୍ତି ।  ନୂଆ ଯାନବାହନ କିଣିବେ । ମହିଳା ମାନଙ୍କୁ ପୂର୍ଣ୍ଣ ସମର୍ଥନ ମିଳିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ହନୁମାନଙ୍କର ଆରାଧନା କରନ୍ତୁ

Advertisment

ବୃଷ-    
କୃତିକା- ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି । ବନ୍ଧୁମାନଙ୍କ ସହିତ ହସ ଖୁସିରେ ସମୟ କଟାଇବେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ ।
ରୋହିଣୀ- ରାଜନୀତି ବିରୋଧୀ ସମ୍ମୁଖିନ ହେଲେ ମଧ୍ୟ ବିରୋଧୀ ଦଳ କିଛି କ୍ଷତି କରି ପାରିବେ ନାହିଁ । ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ଓ ପ୍ରଂଶସା ମିଳିବ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ ।
ମୃଗଶିରା- ମାଲିମକଦ୍ଦମାରେ ଜୟଯୁକ୍ତ ହେବେ । ମହିଳା ମାନେ ସନ୍ତାନ ମାନଙ୍କ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବେ । କୈାଣସି କାରଣରୁ ମନ ଭଲ ରହିବ ନାହିଁ ।     ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର- ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ମିଥୁନ-
ମୃଗଶିରା- କାର୍ଯ୍ୟ କ୍ଷେତ୍ରରେ କୁଶଳତାପୂର୍ବକ ନିଜର ଅଭିଳାଷ ପୂରଣ କରିବେ ।  ବ୍ୟବସାୟରେ ପ୍ରଭାବ ବିସ୍ତାର କରିବେ । ଚାକିରିରେ ତୀକ୍ଷ୍ମ ବୃଦ୍ଧିମତାର ପରିଚୟ ଦେବେ । ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କଠାରେ ପ୍ରିୟଭାଜନ ହେବେ ।
ଆଦ୍ରା- ବୈବାହିକ ଜୀବନରେ ମଧୁରତା ଆସିପାରେ ।   ବ୍ୟବସାୟ-ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ । ସାମାଜିକ ସ୍ତରରେ ପ୍ରଂଶସିତ ହୋଇପାରନ୍ତି । ଛାତ୍ରଛାତ୍ରି ମାନ ଉଚ୍ଚଭିଳାଷୀ ହେବେ ।
ପୁନର୍ବସୁ- ସୁଖ, ସମୃଦ୍ଧି ବଢିବ, ମହିଳା ମାନେ ସମ୍ମାନୀୟ ହେବେ । ଗଣ ମାଧ୍ୟମରେ କର୍ମଚାରୀଙ୍କ ଲାଗି ଦିନଟି ଭଲ ରହିବ । ପୂର୍ବରୁ ଅର୍ଜିତ କରିଥିବା ସମ୍ପତିକୁ ନେଇ କିଛି ବିଶେଷ ଯୋଗନା ପ୍ରସ୍ତୁତ କରିପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ

Advertisment

କର୍କଟ-
ପୁନର୍ବସୁ- ବ୍ୟବସାୟରେ ଅଗ୍ରଗତି ଘଟିବ । କୈାଣସି ଜିନିଷ ଦ୍ୱାରା ଆଘାତ ପାଇ ପାରନ୍ତି । ପାରିବାରିରେ ସମସ୍ତେ ଶାନ୍ତିରେ ସମୟ କାଟିବେ ।
ପୁଷ୍ୟା- କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଆଲୋଚନାର ପାତ୍ର ହେବେ । ଘରେ ବନ୍ଧୁ ମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ । ଆବଶ୍ୟକତା ଠାରୁ ଅଧିକ ଧନ ପାଇବେ
ଅଶ୍ଳେଷା- ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ଆସିବ । ଶିକ୍ଷାର୍ଥୀଙ୍କ ଆଶା ସଫଳ ହେବ । ରାଜନିତିରେ ସବୁ ସମସ୍ୟାର ସମାଧାନ କରି ଆଗକୁ ଆଗେଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଶିବଙ୍କ ସହସ୍ର ନାମ ପାଠ କରନ୍ତୁ

ସିଂହ-
ମଘା- ଭାଙ୍ଗିଯାଇଥିବା ସପଂର୍କ ପୁନର୍ବାର ଯୋଡି ହୋଇ  ଭାଙ୍ଗିଯାଇଥିବା ସପଂର୍କ ପୁନର୍ବାର ଯୋଡି ହୋଇପାରେ । ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ବ୍ୟବସାୟ, ବାଣିଜ୍ୟରୁ ଭଲ ଲାଭ ପାଇବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ ।
ପୂ,ଫାଲଗୁନି- ରାଜଦଳୀୟ ନେତା ମିଥ୍ୟା ଗୁଜବରେ ବିଚଳିତ ହେବେ ।  ଶିକ୍ଷା ଦୃଷ୍ଟିରୁ ପିଲା ମାନଙ୍କୁ ବହୁତ ଭଲ ଫଳ ମିଳିବ ।ବିବାଦୀୟ ପରିସ୍ଥିତିକୁ ମନବୁଝାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରିପାରନ୍ତି ।
ଉ,ଫାଲଗୁନି- ଅଦାଲତରୁ ଶୁଭଫଳ ପାଇବେ । ମହିଳା ମାନେ ବନ୍ଧୁଙ୍କ ସାମନାରେ ମନକଥା ଖୋଲିକି କହିବେ । ଧର୍ମକାର୍ଯ୍ୟରେ ଖର୍ଚ୍ଚ କରିପାରନ୍ତି । ନିଜର ଲକ୍ଷ୍ୟକୁ ନେଇ ଯାତ୍ରା ସମ୍ପର୍ଣ୍ଣ କରିବେ । 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କର ପୂଜା କରନ୍ତୁ

Advertisment

କନ୍ୟା-
ଉ- ଫାଲ୍‌ଗୁନୀ- ଆପଣଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ ଯାହାଦ୍ୱାରା ଆଜି ଆପଣ ଋଣ ମୁକ୍ତ ହୋଇପାରିବେ । କିଛି ଲୋକଙ୍କ ପାଇଁ ପରିବାରରେ ଖୁସି ଖବର ଆସିପାରେ ଯାହା ଯୋଗୁ ଉତ୍ସବ ଓ ଭୋଜି-ଭାତ ହୋଇ ପାରେ ।
ହସ୍ତା- ଭ୍ରମଣ, ମନୋରଞ୍ଜନକୁ ବେଶୀ ଗୁରୁତ୍ୱ ଦେଇ ପାରନ୍ତି । ଆପଣ ଆପଣଙ୍କ ଖାଲି ସମୟରେ ଘର ସଫାସଫି କରିବାକୁ ପସନ୍ଦ କରିବେ । ଜୀବନର ଆନନ୍ଦ ନେବାକୁ ହେଲେ ବନ୍ଧୁମାନଙ୍କୁ ସମୟ ଦେବା ଦରକାର ।
ଚିତ୍ରା- ବନ୍ଧୁଙ୍କ ସହାୟତା ଲାଭକରି କାର୍ଯ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର-ସର୍ବକାର‌୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ତୁଳା-
ଚିତ୍ରା- ସ୍ୱାସ୍ଥ୍ୟ ଜନିତ ଅବସ୍ଥା ନିୟାନ୍ତ୍ରଣାଧିନ ରହିବ । ଯୋଜନା ମୁତାବକ କାମ କଲେ କୈାଣସି ପ୍ରକାର ଅସୁବିଧା ହେବ ନାହିଁ । ଗୁରୁଜନଙ୍କ ସହମତରେ ଆଗକୁ ବଢିପାରିବେ ।
ସ୍ୱାତୀ- ପ୍ରେମ ସମ୍ପର୍କ ମଜବୁତ ରହିବ । ଅଫିସରେ ସହଯୋଗୀ ଆପଣଙ୍କ ବିଚାର ଦ୍ଵାରା ପ୍ରଭାବିତ ହେବେ । ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ । ଛାତ୍ର ଛକ୍ଷତ୍ରୀ ମାନେ ଅଧିକ  ସମୟ ଖେଳରେ କଟାଇବେ ।
ବିଶାଖା- ବିଦ୍ୟାର୍ଥୀମାନେ ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ ଜାରି ରଖିବା ଜରୁରୀ ଅଟେ । ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବିଛା-
ବିଶାଖା- ବନ୍ଧୁ, ମିତ୍ର ସହକର୍ମୀ ଭାଗୀଦାରୀଙ୍କ ପାଇଁ ବିଶେଷ ଲାଭ ପାଇବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବେ । ଦୂର ଯାତ୍ରାରେ କଷ୍ଟ ଅନୁଭବ କରିବେ ।
ଅନୁରାଧା- ପ୍ରେମିକା ପ୍ରେମିକ ମାନେ ନିକଟସ୍ଥ ସ୍ଥାନକୁ ଭ୍ରମଣ କରିବାକୁ ଯାଇ ଆନନ୍ଦ ଅନୁଭବ କରିବେ । ରାଜନୈତିକ କ୍ଷେତ୍ରରେ ସଫଳତା ପାଇ ପ୍ରଂଶସିତ ହେବେ ।
ଜ୍ୟୋଷ୍ଠା- ଛାତ୍ରଛାତ୍ରୀ ମାନେ ପାଠପଢାରେ ବ୍ୟସ୍ତ ରହିବେ । ନିଜର ମର୍ଯ୍ୟାଦାକୁ ଜଗି ରଖି ଚଳିଲେ ଭଲ । ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ହାଲକା କରିବାରେ ସମର୍ଥନ ହେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର-ସୂର‌୍ୟ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ

ଧନୁ-
ମୂଳା- ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦଢୃ କରିବେ । ନୂତନ ଲୁଗା ବ୍ୟବସାୟ ପାଇଁ ଯୋଜନା କରବେ । କର୍ମକ୍ଷେତ୍ରରେ ସବୁ କାର‌୍ୟ୍ୟକୁ ନିଜ ହାତକୁ ନେଇ ଶେଷ କରିବେ ।
ପୂ,ଷାଢା- ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ । ସରକାରୀ କ୍ଷେତ୍ରରୁ ବିପୁଳ ପରିମାଣର ଟଙ୍କା ପାଇପାରିବେ ।
ଉ,ଷାଢା- ପରିବାର ମାମଲା ଘରେହିଁ ସମାଧାନ ହୋଇଯିବ । ମହିଳା ମାନେ ଆନନ୍ଦମୟ ମୁହୂର୍ତ୍ତ କାଟିବେ । ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ଦେଖାଦେବ । ନୂତନ ଆୟପନ୍ଥା ପାଇଁ ଚିନ୍ତିତ ରହିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କ ସ୍ତୋତ୍ର ପାଠ କରନ୍ତୁ

ମକର
ଉ, ଷାଢା- ଶାରୀରିକ ଅସୁସ୍ଥତା ଦୂରେଇ ଯିବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ସେଥିରେ ପ୍ରଚୁର ଲାଭ ମିଳିବ । ଜୀବନ ସାଥୀଙ୍କ ସହିତ ଶାନ୍ତି ବାତାବରଣ ସୃଷ୍ଟି କରିବେ ।
ଶ୍ରବଣା- ଆଶା କରିଥିବା ଖବର ପାଇ ଖୁସୀ ହୋଇଯିବେ । ପ୍ରେମିକା, ପ୍ରେମିକ ମାନଙ୍କର ଅନେକ ଦିନର ଅଭିଳାଷା ପୂର୍ଣ୍ଣ ହେବ । ଉଧାର ଦେଇଥିବା ଟଙ୍କା ସହଜରେ ହସ୍ତଗତ ହୋଇଯିବ । 
ଧନିଷ୍ଠା- ଜାଗା ଜମି କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ ଦୂରେଇ ଯିବ ।  ଯାନ ବାହନ କିଣି ଖୁସି ଅନୁଭବ କରିବେ । ପଡୋଶୀ ଏବଂ କୁଟୁମ୍ଭ ସହ ଲାଗିଥିବା କଳହର ସମାଧାନ ହୋଇଯିବ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର-ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ

କୁମ୍ଭ-
ଧନିଷ୍ଠା- ସ୍ୱାସ୍ଥ୍ୟ ସମସ୍ୟାରେ ବହୁ ପରିମାଣରେ ହ୍ରାସ ପାଇବ । ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ । ରାସ୍ତାଘାଟରେ ଯଥେଷ୍ଟ ସତର୍କତା ହୋଇ ଚଳିବା ଉଚିତ୍ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ ।
ଶତଭିଷା- ଚାକିରିରେ ପ୍ରାଧାନ୍ୟତା ମିଳିବ । ରାଜନୀତିରେ ଉଦ୍ୟମରେ ଅହେତୁକ ବାଧାବିଘ୍ନ ଦେଇ ଗତି କରିପାରନ୍ତି । କ୍ରିଡା କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିପାରେ ।
ପୂ,ଭାଦ୍ରପଦ- ଜମିଜମାକୁ ନେଇ ନିଜ ଲୋକମାନେ ବିଶ୍ୱାସ ଘାତ କରିପାରନ୍ତି ।  ମହିଳା ମାନେ ଆମୋଦ ପ୍ରମୋଦରେ ସମୟ କଟାଇବେ । କଳା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ମୀନ
ପୂ, ଭାଦ୍ରପଦ- ମହିଳା ଓ ପୁରୁଷ ସହକର୍ମୀ ମାନଙ୍କର ସମର୍ଥନ ଯୋଗୁଁ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଫଳ ଲାଭ ପାଇବା ସହ ଆର୍ଥିକ ସ୍ଥିତି ବୃଦ୍ଧି ହେବ ।
ଉ, ଭାଦ୍ରପଦ- ରାଜନୀତି ସଙ୍ଗଠନ ସୁଦୃଢ ହେବ । କଠିନ ପରିଶ୍ରମ କରୁଥିବା ଛାତ୍ରମାନଙ୍କ ଆଶା ଶେଷରେ ପୂରଣ ହେବ । ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ
ରେବତୀ- ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ପ୍ରସ୍ତାବ ସ୍ଥିରିକୃତ ହୋଇଯିବ । ଭାଇ- ଭଉଣୀ ମାନଙ୍କ ସହ ମନୋମାଳିନ୍ୟ ଦୂର ହେବ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- କଦଳି ଗଛକୁ ଜଳ ପ୍ରଦାନ କରନ୍ତୁ

Horoscope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ