Advertisment

Daily Horoscope 28th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ମାନସିକ ସ୍ଥିତି ସାମାନ୍ୟ ବ୍ୟତିକ୍ରମ ଥାଇ ସୁଦ୍ଧା କର୍ମକ୍ଷେତ୍ରରେ ଅପ୍ରତିଦ୍ୱନ୍ଦ୍ୱୀ ରହିବେ । ଅସମ୍ପୂର୍ଣ୍ଣ କାମ ପୂର୍ଣ୍ଣାଙ୍ଗ କରିବାକୁ ଚେଷ୍ଟା କରିପାରନ୍ତି । ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ।

Horoscope

Horoscope Photograph: (OTV)

Advertisment

ମେଷ-
ଅଶ୍ୱନୀ- ମାନସିକ ସ୍ଥିତି ସାମାନ୍ୟ ବ୍ୟତିକ୍ରମ ଥାଇ ସୁଦ୍ଧା କର୍ମକ୍ଷେତ୍ରରେ ଅପ୍ରତିଦ୍ୱନ୍ଦ୍ୱୀ ରହିବେ । ଅସମ୍ପୂର୍ଣ୍ଣ କାମ ପୂର୍ଣ୍ଣାଙ୍ଗ କରିବାକୁ ଚେଷ୍ଟା କରିପାରନ୍ତି । ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। 
ଦ୍ୱିଜା-  ଅଫିସ୍ କାମରେ କୌଣସି ବ୍ୟକ୍ତି ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି ।  ସାମାଜିକ ଜୀବନ ଉନ୍ନତତର ରହିବ । ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ସଜ୍ଜନମାନଙ୍କ ସଙ୍ଗ ଲାଭକରି ସାମୟିକ ଖୁସୀ ରହିବେ । 
କୃତିକା- ନିଜ ପରିସରରେ ଘଟିଯାଉଥିବା ଘଟଣାରେ ମୁଣ୍ଡ ପୂରାନ୍ତୁ ନାହିଁ । ନିର୍ମାଣାଧୀନ କାମ ଓ ଜମିଜମା ବିବାଦୀୟ ପରିସ୍ଥିତି ସ୍ଥଗିତ ରହିଯିବ। 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ
ବୃଷ-
କୃତିକା- ସ୍ୱାସ୍ଥ୍ୟରେ ଗୁରୁତ୍ୱ ପୂର୍ଣ୍ଣ ପରିବର୍ତନ ହୋଇପାରେ । ବିଦେଶରେ  କାମ କରିପାରି ଆପଣଙ୍କ ବୃତ୍ତିକୁ ଆଗକୁ ବଢାଇବେ । ପାରିବାରରେ ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।
ରୋହିଣୀ- କିଛି ନୂତନ ଗୃହ, ଉପଯୋଗି ଭୂମି କ୍ରୟ କରିପାରନ୍ତି । ପିଲାମାନେ ତାଙ୍କ କ୍ୟାରିୟର ପାଇଁ ମହତ୍ୱପୂର୍ଣ୍ଣ ନିଷ୍ପତି ନେଇପାରନ୍ତି । ମହିଳା ମାନେ ପ୍ରତ୍ୟେକ କାର‌୍ୟ୍ୟ ପାଇଁ ସାବଧାନତା ଅବଲମ୍ବନ କରିବେ ।
ମୃଗଶିରା- ନୂତନ ଜମି କ୍ରୟ କରିବାର ସୁଯୋଗ ଆସିବ । ରାଜନିତିରେ ସାହାସିକ ପଦକ୍ଷପ ନେଇ ଆଗକୁ ଅତିକ୍ରମ କରିବେ । ନୂତନ ଭାବେ ଆରମ୍ଭ କରୁଥିବା କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଂଶସିତ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ମୃଗଶିରା- ଦେହ ପୀଡାରୁ ମୁକ୍ତ ରହିବେ ।  କାର୍ଯ୍ୟ କ୍ଷେତ୍ରରେ ଏଭଳି ସୁଯୋଗ ପାଇବେ , ଯାହା ଦ୍ୱାରା ଭବିଷ୍ୟତ ଉଜ୍ଜଳ ହେବ । ନୂଆ ନୂଆ ବନ୍ଧୁ ସୃଷ୍ଟି କରିବେ । 
ଆଦ୍ରା-  ବ୍ୟବସାୟରେ ନୂତନ ବ୍ୟବସାୟ କରିବାର ଆଶା ମିଳିବ । ଯଦି ଆପଣ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି ପାଇଁ ଆବେଦନ କରି ସେଥିରେ ନିଶ୍ଚିନ୍ତ ଭାବରେ ସଫଳତା ପାଇବେ । ପୁନର୍ବସୁ- ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ । ରାଜନିତିରେ କିଛି ବିଶେଃଷ କଥା ଆଲୋଚନା କରିବେ । ବିଶିଷ୍ଠ ବ୍ୟକ୍ତିଙ୍କ ସହିତ ସଂମ୍ପର୍କ ବୃଦ୍ଧି ହେବ । କୋର୍ଟ ମାମଲାରେ ଲାଭ ହେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗାଇକୁ ଖାଇବାକୁ ଦିଅନ୍ତୁ
କର୍କଟ-
ପୁନର୍ବସୁ- ଶାରୀରିକ ସମସ୍ୟାକୁ ଅଣଦେଖା କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ନାନା ସମସ୍ୟା ବଢିପାରେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ ଉପରେ ଆଧାର କରି ଏକ ଭଲ ପଦୋନ୍ନତି ଏବଂ ବେତନ ବୃଦ୍ଧି ହୋଇପାରେ ।
ପୁଷ୍ୟା- ଅନାବଶ୍ୟକ ଖର୍ଚ୍ଚ ଆପଣଙ୍କ ଆର୍ଥିକ ସ୍ଥିତିକୁ ନଷ୍ଟ କରିପାରେ । ବିବାହିତ ଜୀବନ ବିଷୟରେ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ । ପରିବାର ସଦସ୍ୟଙ୍କ ପାରସ୍ପରିକ ସହମତି ସହିତ ଆପଣ ଏକ ଭଲ ଯାନ କିଣି ପାରିବେ ।
ଅଶ୍ଲେଷା- ଜମିଜମା ପାଇଁ ଅର୍ଥ ବ୍ୟୟ କରିପାରିବେ । ପ୍ରସାସନିକ କ୍ଷେତ୍ରରେ ସାହାଯ୍ୟ ପାଇବେ । ପରକଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ ।  
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ସିଂହ-
ମଘା- ଉଦର ରୋଗରେ ଆକ୍ରାନ୍ତ ହେବେ ।  ସବୁ ସମାଧାନକୁ ଦୃଢ ଭାବରେ ମୁକାବିଲା କରିବେ । ଘରୋଇ ଚାକିରିଆଙ୍କୁ ନୂଆ ପକଳ୍ପ ମିଳିବ । ବେପାର ବୃତିରୁ ସଫଳତା ହାସଲ  କରିବେ ।
ପୂ- ଫାଲ୍‌ଗୁନୀ- ଦାମ୍ପତ୍ୟ ଜୀବନ ସାମଞ୍ଜସ୍ୟ ବଜାୟ ରହିବ। ଛାତ୍ରଛାତ୍ରି ମାନେ ପଢା ପଢିରେ ନିରନ୍ତର ମନ ଦେବେ । ଶିକ୍ଷାର୍ଥୀ ପଢାରେ କୃତକାର୍ଯ୍ୟ କରିବେ । ଫିଲ୍ମ ଉଦ୍ୟୋଗି କ୍ଷେତ୍ରରେ ଥିବା ଭଲ ସୁଯୋଗ ମିଳିବ ।
ଉ- ଫାଲ୍‌ଗୁନୀ- ସାମାଜିକ ଓ ପ୍ରଭାବଶାଳୀ କାର୍ଯ୍ୟରେ ମନ ବଳାଇବେ । ସମ୍ପତି କିଣିବାର ଯୋଗ ରହିଛି । ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର - ଶ୍ରୀ ରାମଙ୍କୁ ପୂଜା କରନ୍ତୁ
କନ୍ୟା-
ଉ,ଫଳଗୁନି- ପେଟ ସମ୍ବନ୍ଧୀୟ କୌଣସି ରୋଗ ଆପଣଙ୍କୁ ଅସୁବିଧାରେ ପକାଇପାରେ । ବନ୍ଧୁଙ୍କ ସାହାଯ୍ୟ ଦ୍ୱାରା କଠିନ କାର୍ଯ୍ୟ କରିବେ । ପାରିବାରିକ ଜୀବନରେ କିଛି ଭଲ ଖବର ଶୁଣିବାକୁ ପାଇବେ । 
ହସ୍ତା- ଆପଣଙ୍କର ପିତୃପୁରୁଷଙ୍କ ଘର ପାଇପାରିବେ । ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବେ । ଅଯଥା ବିରକ୍ତି ନ ହୋଇ ପିଲାମାନଙ୍କର ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରନ୍ତୁ ।
ଚିତ୍ରା- ସାହାଯ୍ୟ ସହଯୋଗ ପାଇ ଆଧ୍ୟାତ୍ମିକ ଓ ବୈାଦ୍ଧିକ କ୍ଷମତା ପ୍ରାପ୍ତ କରିବେ । କୋର୍ଟ କଚେରୀ ମାମଲା ସହଜରେ ସମାଧାନ ହୋଇଯିବ । ନୂତନ ଦ୍ରବ୍ୟ କ୍ରୟବିକ୍ରୟ କରି ଆଶାତୀତ ଲାଭ ପାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ନୃସିଂଙ୍କର  ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
ତୁଳା-
ଚିତ୍ରା- ଅଫିସରେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍ ରହିବ ନାହିଁ ।  ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଘଟିବ । କୈାଣସି ଉନ୍ନତି ମୂଳକ କାର୍ଯ୍ୟ ସକାଶେ ମୋଟା ଅଙ୍କର ଅର୍ଥ ଦରକାର ପଡିବ 
ସ୍ୱାତୀ- ରାଜନୀତିରେ ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ । ଶିକ୍ଷାର୍ଥି ମାନେ ବିଦ୍ୟାରେ ସଫଳତା ହାସଲ କରିବେ । ଚାକିରି କ୍ଷେତ୍ରରେ ଆଶା ଅଭିଳାଷା  ପୂରଣ ହୋଇପାରେ । 
ବିଶାଖା- ନିର୍ମାଣଧିନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ । ମହିଳା ମାନେ ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢିବେ । ମାଲିମକବ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଚଉଳା ମୂଳେ ପାଣି ଢାଳି ଦିନ ଆରମ୍ଭ କରନ୍ତୁ
ବିଛା-
ବିଶାଖା- ଶାରୀରିକ କ୍ଲାନ୍ତି ଦୂର ହୋଇପାରେ । ଚାକିରୀ ପାଇଁ ପ୍ରୟୋଗ ଜାରି ରଖିବେ । ଅତ୍ୟଧିକ ପରିଶ୍ରମ କରି କର୍ମକ୍ଷେତ୍ରକୁ ସାମାନ୍ୟ କରିବେ । ଘରର ଦାୟିତ୍ୱ ନେଇ ପରିବାର ଲୋକଙ୍କ ସହ କଥା ହେବେ । 
ଅନୁରାଧା- ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ସୁଯୋଗ ଆସିପାରେ । ଅସ୍ଥାବର ସମ୍ପତ୍ତି କିଣିବା ସହିତ ଆପଣ ନିଜ ଘର ମଧ୍ୟ ପାଇପାରିବେ । ଛାତ୍ରମାନଙ୍କର ଦକ୍ଷତା ଅନୁସାରେ ଭଲ ଫଳାଫଳ ପାଇବେ ।
ଜ୍ୟେଷ୍ଠା- ରାଜନୈତିକ କ୍ଷେତ୍ରରେ ଭିନ୍ନ ରାସ୍ତାରେ ଆୟବୃଦ୍ଧିର ଯୋଜନା କରିବେ । ଜମିଜମା କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ୱାକ୍ଷର କରିପାରନ୍ତି । ନିଜର ଆକସ୍ମିକ ବୁଦ୍ଧି ଓ କାର୍ଯ୍ୟ କରିବା ଶୈଳିରେ ପରିବର୍ତନ ଆଣିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଧନୁ-
ମୂଳା- ସ୍ୱାସ୍ଥ୍ୟ  କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି । ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ।
ପୂ, ଷାଢା- ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ । ବିଦ୍ୟାର୍ଥୀ ମାନେ ଏକାଗ୍ରତା ରକ୍ଷା କରିବେ । ରାଜନୀତି ବିରୋଧୀ ସମ୍ମୁଖିନ ହେଲେ ମଧ୍ୟ ବିରୋଧୀ ଦଳ କିଛି କ୍ଷତି କରି ପାରିବେ ନାହିଁ । 
ଉ,  ଷାଢା- ପ୍ରଶାସନିକ ଆଲୋଚନା କ୍ଷେତ୍ରରେ ଅପରାହ୍ନ ସମୟ ଟେନସନ୍ କିଛି ମାତ୍ରରେ କମିଯିବ । କିଣାବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ ନକଲେ ଠକାମିରେ ପଡିପାରନ୍ତି । ସଞ୍ଚୟ ଅଧିକ କରି ଖର୍ଚ୍ଚ କମ୍ କରନ୍ତୁ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ମକର-
ଉ,ଷାଢା- ପ୍ରେମ ବୃଦ୍ଧି ପାଇବ ଏବଂ ପରସ୍ପର ପ୍ରତି ସମନ୍ୱୟର ଭାବନା ମଧ୍ୟ ରହିବ । ଦମ୍ପତି ମାନଙ୍କର ସନ୍ତାନ ଲାଭର ଯୋଗ ରହିଛି । ଆର୍ଥିକ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ । 
ଶ୍ରବଣା- ଋଣ ମୁକ୍ତିର ରାସ୍ତା ପରିଷ୍କାର ହେବ । ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ପୂର୍ବ ଯୋଜନା ଅନୁଯାୟୀ କିଛିଟା ଶ୍ରମ ସ୍ବୀକାର କରିପାରିଲେ ଅବଶ୍ୟ ସଫଳତା ପାଇବେ।
ଧନିଷ୍ଠା- ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ । ଜମିଜମା କାରବାରରେ ଉପକୃତ ହେବେ । ମହିଳା ମାନେ କୌଣସି ଧର୍ମାନୁଷ୍ଠାନରେ କିଛି ଅଗ୍ରଣି ଦାୟିତ୍ୱ ନେଇ ପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସୂର‌୍ୟ୍ୟ ଦେବତାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କୁମ୍ଭ
ଧନିଷ୍ଠା- ପାରିବାରିକ ଜୀବନ ଦୁଃଖ-ସୁଖ ଲାଗି ରହିବ । ଚାକିରିରେ ସହକର୍ମୀ ମାନେ ଈର୍ଷା କରିପାରନ୍ତି । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିବ । ଆୟ ଅନୁଯାୟୀ ହାତ ଖୋଲା ଖର୍ଚ୍ଚ କରିବେ । 
ଶତଭିଷା- ଚାକିରି କ୍ଷେତ୍ରରେ ନିଜର ତୀକ୍ଷ୍ମ ବୁଦ୍ଧିମତାର ପରିଚୟ ଦେବେ । ଛାତ୍ରଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ । କୈାଣସି  କଥାକୁ ନେଇ ମତାନ୍ତର ଦେଖାଦେଇ ପାରେ ।
ପୂ,  ଭାଦ୍ରପଦ- ରାଜନୀତି କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ମହିଳା ମାନେ ଘର କାମକୁ ଠିକ୍‌ରେ ତୁଲାଇବେ । କୋର୍ଟର ଶୁଣାଣି ଡେରି ହୋଇପାରେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ମୀନ-
ପୂ,ଭାଦ୍ରପଦ- ପ୍ରେମିକ ପ୍ରେମିକା ମାନେ ମନ ଭିତରେ ଥିବା ସନ୍ଦେହକୁ ଦୂରେଇ ଦେଇ ନିକଟତର ହେବେ । ସ୍ୱାସ୍ଥ୍ୟ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିପାରେ । ବ୍ୟକ୍ତିଗତ ଆର୍ଥିକ ସନ୍ତୁଳନ ବଜାୟ ରଖିବା ପାଇଁ ବିଶେଷ ପରିଶ୍ରମ କରିବାକୁ ପଡ଼ିବ ।
ଉ,ଭାଦ୍ରପଦ- ପରିବାର ପ୍ରତି ଆପଣଙ୍କର ଦାୟିତ୍ବ ପୂରଣ କରିବାରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବେ । ଦୂର ସ୍ଥାନରେ ନୂତନ ଜମି କ୍ରୟ କରି ଆନନ୍ଦିତ ରହିବେ । ନିଜ କ୍ୟାରିୟରରେ ଟିକେ ସତର୍କ ରହିବାକୁ ପଡ଼ିବ ।
ରେବତୀ- ଜମିବାଡି ସମ୍ବନ୍ଧିୟ ସମସ୍ୟାରୁ ମୁକ୍ତି ପାଇବେ । ଯେତେ ସମସ୍ୟା ଲାଗିଲେ ମଧ୍ୟ କାମରେ ଅବହେଳା କରିବେ ନାହିଁ । ଆମୋଦ,ପ୍ରମୋଦ, କ୍ରିଡା,ମନୋରଞ୍ଜନ, ନୃତ୍ୟଗୀତ, କଳାସଙ୍ଗୀତ, ଭୋଜିଭାତରେ ଉତ୍ସାହିତ ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ

Advertisment
Horoscope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ