Horoscope Photograph: (OTV)
ଜାନୁଆରୀ ୨୭. ମଙ୍ଗଳବାର
ମେଷ-
ଅଶ୍ୱନୀ- ଆର୍ଥିକ ସମସ୍ୟା ଦୂର ହୋଇଯିବ । ଆପଣଙ୍କ କାର୍ଯ୍ୟ ପାଇଁ ଅନ୍ୟମାନଙ୍କ ଉପରେ ଅଧିକ ନିର୍ଭର କରନ୍ତୁ ନାହିଁ । ଚାକିରି କ୍ଷେତ୍ରରେ ପଦୋନ୍ନତି ଆଶା ରହିଛି ।
କୃତିକା- ଉତ୍ପାଦନ ସହିତ ଜଡିତ ବ୍ୟବସାୟ ବୃଦ୍ଧି ପାଇବା ସହ କୈାଣସି ସଂସ୍ଥାରୁ ସମ୍ମାନ ପାଇବାର ସମ୍ଭାବନା ଅଛି । ନୂଆ ଘର ତିଆରି କରିବା ପାଇଁ ଯୋଜନା କରିବେ
ଦ୍ୱିଜା- ଛାତ୍ରଛାତ୍ରୀ ବିଦ୍ୟାରେ ସଫଳ ହେବେ । ମହିଳା ମାନେ ପରିବାରରେ ଉତ୍କଷ୍ଟ ମନୋଭାବ ଜାଗ୍ରତ କରିବେ । ବିଶ୍ୱାସୀ ଲୋକ ମାନେ ଧୋକା ଦେଇପାରନ୍ତି
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ
ବୃଷ-
କୃତିକା- କର୍ମ କ୍ଷେତ୍ରରେ ଅନ୍ୟ ମାନେ ଆପଣଙ୍କର କର୍ମ କରିବାର ଶୈଳୀକୁ ବୁଝିପାରିବେ ନାହିଁ । ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ନିଜ ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ
ରୋହିଣୀ- ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ସଫଳତା ହାସଲ କରିବେ । ସନ୍ତାନ ମାନଙ୍କ ସଫଳତାକୁ ଦେଖି ଆପଣ ଖୁସି ଅନୁଭବ କରିବେ
ମୃଗଶିରା- ମହିଳା ମାନେ ଅନ୍ୟକୁ ସାହାର୍ୟ୍ୟ କରିବେ । ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ଗଠନ ମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଂଶସିତ ହେବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ୱେତଚନ୍ଦନ କର୍ପୂରମିଶେଇ ମସ୍ତକରେ ଧାରଣ କରନ୍ତୁ
ମିଥୁନ-
ମୃଗଶିରା- କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ । ବ୍ୟବସାୟୀ ମାନଙ୍କ କାରବାରରେ ଲାଭବାନ୍ ହେବାର ସମ୍ଭାବନା ଅଛି
ଆଦ୍ରା- ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବା ଯୋଗେ ବିଜୟୀ ହେବେ । ମନୋରଞନ କାର୍ଯ୍ୟରେ ବା କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ ।
ପୁନର୍ବସୁ- ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ୍ । ସାମ୍ବାଦିକ ମାନେ ନିଜ କାର୍ୟ୍ୟରେ କୃତିତ୍ୱ ଲାଭ କରିବେ । ବିଦ୍ୟା କ୍ଷେତ୍ରରେ ଉନ୍ନତି କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ବିରଜାଙ୍କର ଆରଧନା କରନ୍ତୁ
କର୍କଟ-
ପୁନର୍ବସୁ- ପ୍ରେମ ସମ୍ପର୍କ ଭଲ ରହିବ । କୈାଣସି ନିସ୍ପତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଲମ୍ବା ସମୟ ଧରି ଅଟକି ରହିଥିବା କାମକୁ ସମ୍ପୁର୍ଣ୍ଣ କରିବେ
ପୁଷ୍ୟା- ମାନସିକ ଅସ୍ଥିରତା କାରଣରୁ କାମ ଉତ୍ସାହପ୍ରଦ ହେବ ନାହିଁ । ବ୍ୟବସାୟରେ ବ୍ୟୟର ଭାର ବଢି ଚାଲିବ । ଲୋକ ମାନଙ୍କ ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ
ଅଶ୍ଲେଷା- ବିଦ୍ୟାର୍ଥୀ ମାନେ ଗୁରୁଜନ ମାନଙ୍କ ଆଜ୍ଞା ପାଳନ କରିବେ । ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ । ମାଲିକମକଦ୍ଦମାରେ ଓକିଲଙ୍କ ସାହାଯ୍ୟ ପାଇବେ
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମାଛଙ୍କୁ ଖାଦ୍ୟ ଦିଅନ୍ତୁ
ସିଂହ-
ମଘା- ଭବିଷ୍ୟତ ପାଇଁ ଯୋଜନା କରି ପୁଞି ନିବେଶ କରିବେ । ଚାକିରୀ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ବିରୋଧି ଭାବର ଅବସାନ ଘଟିବ ଏବଂ କାର୍ୟ୍ୟ କ୍ଷେତ୍ରରେ ପରିବର୍ତ୍ତନ ହେବ ।କର୍ମ କ୍ଷେତ୍ରରେ ପ୍ରତିବନ୍ଧକ ରହିଥିଲେ ମଧ୍ୟ ଉଦ୍ୟମ ନିଷ୍ଫଳ ହେବନାହିଁ ।
ପୂ- ଫାଲ୍ଗୁନୀ- ବ୍ୟବସାୟୀ ମାନଙ୍କର କାରବାର ବଢିବା ସହ ମନମୁତାବକ ଲାଭବାନ୍ ହେବାର ସମ୍ଭାବନା ଅଛି । ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳୀୟାନ ହେବେ । ଅର୍ଥ ସମ୍ପର୍କିତ କ୍ଷେତ୍ରରେ ଅଗ୍ରଗତି ହେବ ।
ଉ- ଫାଲ୍ଗୁନୀ- ଛାତ୍ରଛାତ୍ରୀ ମାନେ ମିତ୍ରଙ୍କ ସାହାର୍ୟ୍ୟ ଦ୍ୱାରା ପଢାରେ ଆଗେଇବେ । କୁଟୁମ୍ଭ ବାଦବିବାଦ ଦୂରେଇ ଯିବ । ସମାଜ କଲ୍ୟାଣ,ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ । ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ
କନ୍ୟା-
ଉ,ଫଳଗୁନି- କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂଆ ସମ୍ପର୍କରୁ ଖୁସି ରହିବେ । ନୂଆ କାର୍ଯ୍ୟ ପାଇଁ ପ୍ଲାନିଙ୍ଗ କରି ପାରନ୍ତି , ଯାହା ଆପଣଙ୍କୁ ସଫଳତା ଆଣିଦେବ
ହସ୍ତା- ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ । ରୋଜଗାରର ବୃଦ୍ଧି ପାଇଁ ଅନ୍ୟର ସହଯୋଗ ମିଳିବ । ପାରିବାରିକ ଜୀବନରେ ବୁଝାବଣା ନେଇ ତିକ୍ତତା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ
ଚିତ୍ରା- କୋର୍ଟକଚେରୀ ମାମଲାରେ ଚିନ୍ତାରେ ରହିବେ । କୌଣସି କାର୍ୟ୍ୟରେ ମଧ୍ୟସ୍ତି କରନ୍ତୁ ନାହିଁ । ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିବା ସହିତ ଘରୋପକରଣ ଜିନିଷ ମଧ୍ୟ ଆଣି ପାରନ୍ତି
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସର୍ବକାର୍ଯ୍ୟସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ତୁଳା-
ଚିତ୍ରା- କର୍ମ କ୍ଷେତ୍ରରେ ବହୁ ସମୟ କାଟିବାକୁ ବାଧ୍ୟ ହେବେ ଓ କଳବଳ ଖଟାଇ ନିଜ ସ୍ଥାନକୁ କୈାଣସି ମତେ ଦୃଢ କରିବେ । ସାମ୍ବାଦିକ ମାନେ ଲକ୍ଷ ଦିଗରେ ଆଗେଇବେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ବନ୍ଧୁଙ୍କ ସହିତ ଆଲୋଚନା କରନ୍ତୁ ।
ସ୍ୱାତୀ- ବ୍ୟବସାୟରେ ଆୟର ସ୍ରୋତ ଖୋଲିଯିବ । ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି । ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ କରି ଆଗେଇ ବାକୁ ବାଧ୍ୟ ହେବେ ।
ବିଶାଖା- ଶିକ୍ଷାତ୍ରୀ ମାନେ ଦେଇଥିବା ପରିକ୍ଷାରେ କୃତକାର୍ୟ୍ୟ ହେବେ । ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇ ପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ
ବିଛା-
ବିଶାଖା- ନିଜ ସ୍ୱାସ୍ଥ୍ୟକୁ ନେଇକି ଅଧିକ ଚିନ୍ତା କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚ ପଦପଦବୀ ପାଇବାରେ ସଫଳ ହେବେ । ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କରନ୍ତୁ
ଅନୁରାଧା- ସଭାସମିତିରେ ଉନ୍ନତ ମାନର ଆଲୋଚନା କରିବେ । ଜୀବନ ସାଥିଙ୍କ ସଫଳତା ଓ ବ୍ୟବହାରରେ ମନ ପ୍ରସନ୍ନ ରହିବ । ଆର୍ଥିକ ସ୍ଥିତି ପୂର୍ବପରି ରହିବା କାରଣରୁ ମନରେ ଖୁସି ରହିବ ନାହିଁ
ଜ୍ୟେଷ୍ଠା- ପିତୃପୁରୁଷଙ୍କ ସମ୍ପତ୍ତିରେ ବ୍ୟବସାୟ ଲାଭଜନକ ହୋଇପାରେ । ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ପାଇବେ । ରାଜନୀତି ମାମଲାରେ ଶୁଭ ସମାଚାର ମିଳିପାରେ
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳାମୁଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଧନୁ-
ମୂଳା- ସୁଖରେ ସମୟ ଅତିବାହିତ କରିବେ । ବ୍ୟବସାୟରେ ଲାଭବାନ୍ ହେବେ । କର୍ମ କ୍ଷେତ୍ରରେ ସଫଳତା ମିଳିପାରେ । ଆବଶ୍ୟକୀୟ ଜିନିଷ ପାଇଁ ଅତ୍ୟଧିକ ବ୍ୟୟ କରିପାରନ୍ତି
ପୂ, ଷାଢା- ଚାକିରି କ୍ଷେତ୍ରରେ ଅଧୀନସ୍ଥ କର୍ମଚାରୀ ହଇରାଣରେ ପକାଇ ପାରନ୍ତି । ପାରିବାରିକ ସହଯୋଗ ମିଳିବା ଦ୍ୱାରା ଧନ ଲାଭର ସୁଯୋଗ ଆସିବ ।
ଉ, ଷାଢା- ବନ୍ଧୁ ମାନଙ୍କ ସହିତ ବୁଲାବୁଲିରେ ସମୟ ଅତିବାହିତ କରିବେ । ଅଯଥା ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର - ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ
ମକର-
ଉ,ଷାଢା- ପ୍ରଚୁର ତାଜା ଫଳ ଏବଂ ପନିପରିବା ଖାଇବାକୁ ଚେଷ୍ଟା କରନ୍ତୁ ଯାହା ଆପଣଙ୍କୁ ଶକ୍ତି ଦେବ । ଆପଣ ଦୀର୍ଘ ସମୟ କାମ କରିବାକୁ ସମର୍ଥ ହେବେ । ନୂତନ ବ୍ୟବସାୟରେ ଉତମ ରୋଜଗାର ହେବ ।
ଶ୍ରବଣା- ଶିକ୍ଷାର୍ଥୀମାନେ କିଛି ପରିମାଣରେ ଶୁଭଫଳ ପାଇବେ । ରାଜନୀତି କ୍ଷେତ୍ରରେ ନିଜକୁ ସୁରକ୍ଷିତ ରଖି ପାରିବେ । ଖଳ ପ୍ରକୃତିର ଲୋକମାନେ ବିରୋଧୀ ଆଚରଣ କରିପାରନ୍ତି । ବୁଦ୍ଧିମତ୍ତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ ।
ଧନିଷ୍ଠା- ଆଲୋଚନା ଅନୁଯାୟୀ କାମ ସବୁ ଠିକ୍ରେ ହୋଇଯିବ । ପରିବହନ ଓ ନିର୍ମାଣ ଆଲୋଚନା ଚୁକ୍ତିପତ୍ର ପାଇଁ ଦିନଟି ଭଲ ରହିବ । କଳା,ସାହିତ୍ୟ ପ୍ରତି ଆଗ୍ରହ ବଢିବ
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
କୁମ୍ଭ
ଧନିଷ୍ଠା- ବ୍ୟବସାୟରେ ନୂତନ ବ୍ୟବସାୟ କରିବାର ଆଶା ମିଳିବ । ପାରିବାରିକ ଅସ୍ୱାସ୍ଥ୍ୟ କର ପରିସ୍ଥିତିକୁ ନେଇ ଚିନ୍ତା ଗ୍ରସ୍ତ ରହିବେ ।
ଶତଭିଷା- ଚାକିରିରେ ହାକିମଙ୍କ ପ୍ରତି ଭୟ ରହିବ । ବିଶିଷ୍ଠ ବ୍ୟକ୍ତିଙ୍କ ସହିତ ସଂମ୍ପର୍କ ବୃଦ୍ଧି ହେବ । ମହିଳା ମାନେ ବିଭିନ୍ନ ପ୍ରକାର ଲାଭର ସୈାଭାଗ୍ୟ ଲାଭ କରବେ
ପୂ, ଭାଦ୍ରପଦ- ବିଦ୍ୟାର୍ଥୀ ମାନେ ପଢାରେ ସମ୍ମାନ ମିଳିବା ସହିତ ବିଦେଶା ଗତ ହେବାର ସୁଯୋଗ ରହିଛି । ଘରକୁ ଜିନିଷ କିଣି ଅଧିକ ପଇସା ଖର୍ଚ୍ଚ କରିପାରନ୍ତି
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଦେବଙ୍କ ଗାୟତ୍ରୀ ମନ୍ତ୍ରକୁ ପାଠ କରନ୍ତୁ
ମୀନ-
ପୂ,ଭାଦ୍ରପଦ- ପ୍ରେମିକ ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ମାନସିକ ସ୍ଥିରତା ଦେଖାଦେବା ସହ କାମରେ ପରିଶ୍ରମ କରି ପ୍ରଂଶସିତ ହେବେ
ଉ,ଭାଦ୍ରପଦ- ଗମ୍ଭୀରତାର ସହ ଉଦ୍ୟମ କରନ୍ତୁ ସଫଳତା ପାଇବେ । ସଭା ସମିତିରେ କୈାଣସି କଥାରେ ଆପଣଙ୍କ ସପକ୍ଷରେ ଯିବ ନାହିଁ । ଶିକ୍ଷାତ୍ରୀ ମାନେ ଦେଇଥିବା ପରିକ୍ଷାରେ କୃତକାର୍ୟ୍ୟ ହେବେ ।
ରେବତୀ- ଗୃହ ପାଳିତ ପଶୁ ଓ ଯାନ ବାହନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ । ଧନଧାନ୍ୟ, ଭୂମି, ପ୍ରାପ୍ତିର ଯୋଗ ରହିଛି । କୈାଣସି ପୁରୁଣା ମକଦ୍ଦମା ଉପରେ ମନୋନିବେଶ କରିବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- “ଓଁ ବୁଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପାଠ କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/27/horoscope-2026-01-27-09-49-57.jpg)