Advertisment

Daily Horoscope 27th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ । ସତର୍କ ରୁହନ୍ତୁ ଆପଣଙ୍କ ବ୍ୟବହାରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି । ରୋଜଗାରର ବୃଦ୍ଧି ପାଇଁ ଅନ୍ୟର ସହଯୋଗ ମିଳିବ ।

undefined
Advertisment

ମେଷ-
ଅଶ୍ୱନୀ- କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ । ସତର୍କ ରୁହନ୍ତୁ ଆପଣଙ୍କ ବ୍ୟବହାରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି । ରୋଜଗାରର ବୃଦ୍ଧି ପାଇଁ ଅନ୍ୟର ସହଯୋଗ ମିଳିବ ।
ଦ୍ୱିଜା- କର୍ମକ୍ଷେତ୍ରରେ ନିମ୍ନ ବର୍ଗୀୟ ବ୍ୟକ୍ତି ବିଶେଷଙ୍କ ଠାରୁ  ଲାଭବାନ୍ ହେବେ । ରାଜନୀତିରେ ପଛକଥାକୁ ଚିନ୍ତା କରି ବିରକ୍ତି ପ୍ରକାଶ କଲେ ଅନିଷ୍ଟକର ପରିସ୍ଥିତି ସୃଷ୍ଟି ହେବ । ପରିବାରରେ ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ । 
କୃତିକା- ଶିକ୍ଷା କ୍ଷେତ୍ରରେ ପରିଣାମ ଅନୁକୂଳ ହେବା ଫଳରେ ବିଦ୍ୟାରେ ଉନ୍ନତି କରିବେ । ପରହାତରେ ଥିବା ଧନ ସହଜରେ ପ୍ରାପ୍ତ ହେବ । ମହିଳା ମାନଙ୍କୁ କୈାଣସି ବ୍ୟକ୍ତିଙ୍କ ସହୟତା ମିଳିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ
ବୃଷ-
କୃତିକା- ଶରୀର ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ।  ପରିବାରରେ ଖର୍ଚ୍ଚ ପରିମାଣ ଦିଗୁଣା ହେବା । କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଉନ୍ନତି କରିବେ ।
ରୋହିଣୀ- ଅଫିସ୍ କାର୍ଯ୍ୟରେ ବେଶି ବ୍ୟସ୍ତ ରହି ଘର ପାଇଁ ରହିଥିବା ଗୁରୁତ୍ୱପୂର୍ଣ୍ଣ କାମକୁ ପାସୋରି ଦେଇପାରନ୍ତି। ରାଜନୀତିରେ ଜନସେବା ପ୍ରତି ମନ ବଳିବ ।
ମୃଗଶିରା- ନୂତନ ଘର, ଗାଡ଼ି କିମ୍ବା କିଛି ଯାନ୍ତ୍ରିକ ଜିନିଷ କିଣିପାରନ୍ତି। ଜୀବନରେ ନୁଆ କିଛି ଶିଖିବାର ସଙ୍କେତ ପାଇ ପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କୈାଣସି ଧର୍ମାନୁଷ୍ଠାନରେ କିଛି ଚାଉଳ ଦାନ କରନ୍ତୁ 
ମିଥୁନ-
ମୃଗଶିରା- ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିବା ସହିତ ଘରୋପକରଣ ଜିନିଷ ମଧ୍ୟ ଆଣି ପାରନ୍ତି । ଦାମ୍ପତ୍ୟ ସୁଖରେ  ଶାନ୍ତି ଅନୁଭବ କରିବେ । ବ୍ୟବସାୟ ପଥ ସୁଗମ ହେବ , ଆୟ ଅବ୍ୟହତ ହେବ ।
ଆଦ୍ରା- ଛୋଟ ଛୋଟ କଥାକୁ ନେଇ ପ୍ରେମି ଯୁଗଳଙ୍କ ମଧ୍ୟରେ ମତାନ୍ତର ହୋଇପାରେ । ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ । ଅଧିକ ଆତ୍ମବିଶ୍ୱାସ ଅସୁବିଧାରେ ପକାଇପାରେ ।
ପୁନର୍ବସୁ- ବିବାଦରେ ମଧ୍ୟସ୍ଥି କରିବାରେ ନିବୃତ ରୁହନ୍ତୁ । ମହିଳା ମାନେ ଭ୍ରମଣର ସୁଯୋଗ ପାଇବେ । ନୂତନ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହୋଇପାରେ । ବନ୍ଧୁଙ୍କ ସହିତ ଦୂରଯାତ୍ରା କରି ପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ପ୍ରଭୁ ନୃସିଂହଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ପୁନର୍ବସୁ- କର୍ମକ୍ଷେତ୍ରରେ ସହକର୍ମୀଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହୋଇଯିବେ। ବନ୍ଧୁ ଗହଣରେ ମଉଜିଆ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ।  ବ୍ୟବସାୟ ଓ ପରିବହନରେ ଅବଶ୍ୟ ବିଶେଷ କିଛି ଅସୁବିଧା ହେବନାହିଁ ।
ପୁଷ୍ୟା- ସହକର୍ମୀଙ୍କ ସହ ଆଳାପ ଆଲୋଚନା ମଧ୍ୟରେ ସମୟ ଅତିବାହିତ ହେବ। ଅଫିସରେ ଥିବା ସମୟରେ ହଠାତ୍ କାୈଣସି ଖବର ପାଇ ଚକିତ ହେବେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ବଞ୍ଚିତ ଅଭିଳାଷ ପୂରଣ ହେବ ।
ଅଶ୍ଲେଷା- ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ। ଅତି ଭଲ ପାଉଥିବା ବ୍ୟକ୍ତିଟି ପ୍ରତି ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ଅସୁବିଧାରେ ପଡ଼ି ଅର୍ଥ ନେଇଥିବା ଲୋକଟି ଟଙ୍କା ଦେବାରେ ଡେରି କରିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ସକାଳୁ ପଶୁ- ପକ୍ଷୀ ମାନଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ  
ସିଂହ-
ମଘା- ବ୍ୟବସାୟରେ ସଫଳତା ପାଇବା ପାଇଁ ସାମାନ୍ୟ ପରିଶ୍ରମ କରିବାକୁ ପଡିବ । ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ । ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ସତର୍କତା ଅବଲମ୍ବନ କରିବା ଉଚିତ୍‌ ।
ପୂ,ଫାଲଗୁନି- ନବ ବିବାହିତ ଦମ୍ପତି ଏକା ସାଙ୍ଗରେ ସମୟ ବିତାଇବେ । ଗୁରୁଜନ ମାନଙ୍କ ସହିତ ମତାନ୍ତର ହୋଇପାରେ । ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ । ଲୋକ ମାନଙ୍କ ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ ।
ଉ,ଫାଲଗୁନି- ସାମାଜିକ କାର୍ଯ୍ୟରେ ସଫଳତା ପାଇବେ । ସହଯୋଗୀ ମାନଙ୍କ ଯୋଗୁ କର୍ମକ୍ଷେତ୍ରରେ ଭଲ କରିବେ । ଶିକ୍ଷାର୍ଥୀ ମାନଙ୍କ ପାଇଁ ଅଧ୍ୟୟନରେ ଆଗ୍ରହ ବଢିବ । ନିଜ ସିଦ୍ଧାନ୍ତରେ ଅଟଳ ରହିବା ଫଳରେ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ
କନ୍ୟା-
ଉ,ଫଳଗୁନି- କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରି ବ୍ୟସ୍ତ ହୋଇପାରନ୍ତି। ମନରେ ଅସ୍ଥିରତା ଲାଗି ରହିଲେ ମଧ୍ୟ କିଛି ଆଶା ନେଇ କାମ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ହସ୍ତା- ସଫଳତାର ଅଭାବ ଓ ସଂଘର୍ଷମୟ ସ୍ଥିତି ହେତୁ ଅଧିକାଂଶ ସମୟ ତର୍କବିବାଦରେ ଅତିବାହିତ ହେବ। କୌଣସି କ୍ଷେତ୍ରରେ ଅତ୍ୟଧିକ ପ୍ରତିକ୍ରିୟା ପ୍ରକାଶ କରିବା ଠିକ୍ ହେବ ନାହିଁ।
ଚିତ୍ରା- ଯାନବାହନ, ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବା ପାଇଁ ମନ ବଳାଇପାରନ୍ତି। କିଛି ନୂତନ ତଥ୍ୟ ଓ ଅନୁସନ୍ଧାନ କ୍ଷେତ୍ରରେ ପ୍ରେରଣା ଦେଇ ପ୍ରଶଂସିତ ହେବେ। ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -   ତ୍ରୀପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ   
ତୁଳା-
ଚିତ୍ରା- ବାରମ୍ବାର ଅସଫଳତା କାରଣ ଖୋଜିବାକୁ ଯାଇ ମାନସିକ ଦ୍ୱନ୍ଦରେ ପଡିପାରନ୍ତି । ବ୍ୟବସାୟ, ବାଣିଜ୍ୟରେ ସ୍ଥିର ଅବସ୍ଥା ଲାଗି ରହିବ । କର୍ମ କ୍ଷେତ୍ରରେ ସଫଳତା ପାଇଁ କାହାଠାରୁ ପରାମର୍ଶ ମିଳିବ ।
ସ୍ୱାତୀ- କଚେରି ମାମଲାରେ କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ମହିଳା ମାନେ କାର‌୍ୟ୍ୟବ୍ୟସ୍ତ ରହିବେ । ଅଫିସ୍ କାମ କରିବା ବେଳେ ମନକୁ ବିଭିନ୍ନ ପ୍ରକାର ଯୋଜନା ଆସିବ । ପରିଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ ।
ବିଶାଖା- ଜମି ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ବିଦ୍ୟାର୍ଥୀ ମାନେ ଜୋରଦାର ଉଦ୍ୟମ କରି ସଫଳତା ପାଇବେ । ପଛ କଥା ନଭାବି ବର୍ତମାନ ପରିସ୍ଥିତିକୁ ସାମ୍ନା କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ
ବିଛା-
ବିଶାଖା- ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ଏକପ୍ରକାର ଭଲ ରହିବ। ଘରଲୋକଙ୍କୁ ଅବିଶ୍ୱାସ କରିବା ସଙ୍ଗକୁ ପରକଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ବାଣିଜ୍ୟ- ବ୍ୟବସାୟରେ ସାମାନ୍ୟ ପରିଶ୍ରମ କରିବାକୁ ପଡିବ ।
ଅନୁରାଧା- ଯେତିକି ପାଇବେ ତାହାଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ବନ୍ଧୁଙ୍କ ବିରୋଧାତ୍ମକ କଥା ଶୁଣି କୌଣସି ମନ୍ତବ୍ୟ ଦେବା କାରଣରୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ଜ୍ୟେଷ୍ଠା- କଚେରି ମାମଲା, ଘରୋଇ ଟେନ୍‌ସନ ଦୂର ହେବ । ଅଫିସ୍ କାମରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ । ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ହନୁମାନ ଚାଳିଶା  ପାଠ କରନ୍ତୁ 
ଧନୁ-
ମୂଳା- କର୍ମଜୀବି ମାନେ ଅତ୍ୟନ୍ତ ସଫଳତା ପାଇବେ । ଘରକୁ ଆସିଥିବା ବନ୍ଧୁଙ୍କ ପାଇଁ ଖୁସି ରହିବେ । ନୂଆ କାମରେ ଭାଗ୍ୟ ସାଥ୍ ଦେଇପାରେ । ଜୀବନ ସାଥିଙ୍କ ସଫଳତା ଓ ବ୍ୟବହାରରେ ମନ ପ୍ରସନ୍ନ ରହିବ ।
ପୂ,ଷାଢା- ଅଚିହ୍ନା ଲୋକଙ୍କ ଠାରୁ ସାହାଯ୍ୟ ପାଇବେ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ । ଚଳଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ ।  ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ ।
ଉ,ଷାଢା- ଶତୃକୁ ଶରଣାଗତ କରାଇପାରନ୍ତି ।  ମହିଳା ମାନେ ଉଦାର ସ୍ୱଭାବ ରହିବେ । ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ କଟିବ । ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କ ପୂଜାର୍ଚ୍ଚନା କରନ୍ତୁ
ମକର-
ଉ,ଷାଢା- ଦେହର ଯତ୍ନ ନିଅନ୍ତୁ । ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। 
ଶ୍ରବଣା- ବ୍ୟବସାୟ, ନିର୍ମାଣ, କାରିଗରିରେ ଉନ୍ନତି କରିବେ। ସାମୟିକ ମୁଣ୍ଡର ରୋଗରେ କଷ୍ଟ ପାଇବେ। ଅନ୍ୟମନସ୍କତା କାରଣରୁ ଟଙ୍କା ପଇସା କିମ୍ବା କୌଣସି ଜିନିଷ ହଜି ଯାଇପାରେ। 
ଧନିଷ୍ଠା- କ୍ରୀଡ଼ା କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ। ଅନ୍ୟମାନଙ୍କ ପ୍ରତି ଭଲ ଧାରଣା କ୍ରମଶଃ ହ୍ରାସ ପାଇପାରେ । ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ସାବଧାନତା ଅବଲମ୍ବନ କରିବା ଭଲ। 
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କୁମ୍ଭ-
ଧନିଷ୍ଠା- ସାଂସାରିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ଖର୍ଚ୍ଚକୁ ସୀମିତ କରିବାରେ ସକ୍ଷମ ହେବେ । ଶାରୀରିକ ଅସୁସ୍ଥତା ସୃଷ୍ଟି ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବା ସହ ଆଶା ଆଶ୍ୱାସନା ଲାଭ କରିବେ ।
ଶତଭିଷା- ପରୋକ୍ଷ ଶତୃତା ଲାଗି ରହି ପାରେ ସେଥିପ୍ରତି ସତର୍କ ରୁହନ୍ତୁ । ଛାତ୍ରଛାତ୍ରି ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ପାଇବେ । ରାଜନିତିରେ  ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ହାତ ମିଶାଇବେ । ଚାକିରିରେ ବଦଳି ହେବା ଦ୍ୱାରା ଅସୁବିଧାରେ ପଡି ପାରନ୍ତି ।
ପୂ,ଭାଦ୍ରପଦ- ଭବିଷ୍ୟକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ । ବିଦେଶୀ ବନ୍ଧୁଙ୍କ ଦ୍ୱାରା ଅଧିକ ଉପକୃତ ହେବେ । କର୍ମକ୍ଷେତ୍ରରେ ପ୍ରତ୍ୟେକ ମୁଖରୁ ପ୍ରଂଶସାବାଣୀ ଶୁଣିବେ ଓ ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ  
ମୀନ-
ପୂ,ଭାଦ୍ରପଦ- ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ । ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ଦୈହିକ ଦୁର୍ବଳତା କ୍ରମଶଃ ବୃଦ୍ଧି ପାଇବ ।          
ଉ,ଭାଦ୍ରପଦ-ଅଫିସରରେ କୈାଣସି କାମକୁ ନେଇ ବ୍ୟସ୍ତତା ବୃଦ୍ଧି ପାଇବ। ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ପିଲାଙ୍କ ପାଠପଢ଼ା ସମସ୍ୟା ନେଇ ଚିନ୍ତିତ ରହିବେ।
ରେବତୀ- ଜମିଜମା ବାଦବିବାଦ କ୍ରମେ ଜଟିଳ ହେବ  ଓ ପରେ ସେଥିରେ  ସଫଳତା ହାସଲ କରିବେ । ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ବିଜ ମନ୍ତ୍ର ପାଠ କରନ୍ତୁ

Advertisment
Horoscope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ