ମେଷ-
ଅଶ୍ୱନୀ- ପଛ କଥା ନଭାବି ବର୍ତମାନ ପରିସ୍ଥିତିକୁ ସାମ୍ନା କରିବେ । ଆଶା କରିଥିବା ଦିଗରୁ ଅର୍ଥ ଓ ସମ୍ମାନ ମିଳିବ । ଦୂର ସ୍ଥାନକୁ ଯିବାର ସୁଯୋଗ ପାଇବେ । ନିର୍ଦ୍ଦିଷ୍ଟ କାର୍ଯ୍ୟରେ କୃତକାର୍ଯ୍ୟ ହେବେ । ଭଲକଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଆଣିବେ ।
ଦ୍ୱିଜା- ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ । ବହୁଦିନରୁ ଅଟକି ରହିଥିବା କାମକୁ ପୂର୍ଣ୍ଣାଙ୍ଗ କରିପାରିବେ । ଆଇନ ସହୟତା ସାଙ୍ଗକୁ ବିଦେଶ ଯାତ୍ରା କରିବେ । ଆତ୍ମୀୟ ସୂଜନଙ୍କ ସାହାଯ୍ୟ ସହଯୋଗ ପାଇବେ ।
କୃତିକା- ନିଜ ଲୋକଙ୍କ ବେଖାତିରି ମନୋଭାବ ମାନସିକ ଅଶାନ୍ତିର କାରଣ ହୋଇପାରେ । ଆପଣଙ୍କ ସ୍ଥିତି ବିପର୍ଯ୍ୟସ୍ତ ହୋଇପାରେ, ଏବଂ କୌଣସି ଅସ୍ୱାଭାବିକ ଘଟଣାରେ ସପୃକ୍ତ ରହିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ
ବୃଷ-
କୃତିକା- ଆଗରୁ ଭୋଗୁଥିବା ଶାରିରୀକ ସମସ୍ୟାର ଉନ୍ନତି ହେବ । ବ୍ୟବସାୟରେ ତିଷ୍ଟି ରହିଲେ ମଧ୍ୟ ଆଶାନୁରୂପକ ଲାଭ ନାହିଁ । ପାରିବାରିକ ଜୀବନରେ ଖର୍ଚ୍ଚର ପରିମାଣ ବଢିବ ।
ରୋହିଣୀ- ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । ଚାକିରି କ୍ଷେତ୍ରରେ ଅପବାଦ ସହିବାକୁ ପଡିବ । ପିଲାମାନେ ଅପଯଶ ପାଇପାରନ୍ତି
ମୃଗଶିରା- ଭଲ ସମ୍ପର୍କ ନ ଥିବା ଲୋକମାନେ ଅପପ୍ରଚାର କରିପାରନ୍ତି । ରାଜନୀତିରେ ସହାନୁଭୁତି ମିଳିବ । ମହିଳା ମାନେ ଦାମ୍ପତ୍ୟ ସୌଖ ଉପଭୋଗ କରିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ମିଥୁନ-
ମୃଗଶିରା- ନିଜର ଶକ୍ତି ଓ ସାମର୍ଥ ପାଇଁ ସୁନାମ ଅର୍ଜନ କରିବେ । କୈାଣସି ବଡ ଧରଣର ଯୋଜନା କାର୍ଯ୍ୟକାରୀ ହୋଇପାରେ । ଆଶା କରୁଥିବା ଦିଗରୁ ଅର୍ଥ ଲାଭ କରିପାରନ୍ତି । ଧାତୁ ଅଳଙ୍କାର କ୍ରୟ କରି ସାମୟିକ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ ।
ଆଦ୍ରା- ଦୂରଯାତ୍ରା,ବାଣିଜ୍ୟ,ବ୍ୟବସାୟ କାରବାର କ୍ଷେତ୍ରରେ ଉନ୍ନତି ଆସିବ । ପାରିବାରିକ ସମସ୍ୟା ଘଟିଲେ ମଧ୍ୟ ଦୁଃସାହସିକ ପଦକ୍ଷପ ନେଇ ସମସ୍ୟାର ସମାଧାନ କରିବେ । ରାଜନୈତିକ କ୍ଷେତ୍ରରେ ବିଜୟ ଲାଭ କରିବେ ।
ପୁନର୍ବସୁ- ପରୋକ୍ଷ ଶତୃତା ପ୍ରତି ସତର୍କ ରହିବା ଭଲ ରହିବ । ପିଲାମାନେ ପାଠ ପଢାରେ ଅଗ୍ରସର ହୋଇ ପାରନ୍ତି । ନୂତନ ଗୃହ ନିର୍ମାଣ କିମ୍ବା ଜମି କ୍ରୟ କରି ପାରନ୍ତି
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ବନ୍ଧୁଗହଣରେ ଦର୍ଶନୀୟ ସ୍ଥାନ ଭ୍ରମଣ କରିପାରନ୍ତି । ଚାକିରୀ କ୍ଷେତ୍ରରେ କିଛି ସମସ୍ୟା ଦେଖାଦେବ । ଖାଦ୍ୟ, ପ୍ରତି ସଜାଗ ରୁହନ୍ତୁ ।
ପୁଷ୍ୟା- ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ରାଜନୀତିରେ ସତର୍କ ରହି କାର୍ଯ୍ୟ କରନ୍ତୁ । ଚାକିରୀରେ ଅଧିକ ପରିଶ୍ରମ କରିବାକୁ ପଡିବ ।
ଅଶ୍ଲେଷା- ସଭାସମିତିରେ ସୀମା ଭିତରେ ରହିବା ଭଲ ନତବା ସାଧାରଣ କଥାରେ ମଧ୍ୟ ସମସ୍ୟା ଆସିବ । ଭୂମି ସମନ୍ଧୀୟ ବିବାଦ ସୃଷ୍ଟି ହୋଇପାରେ । ମହିଳାମାନେ ଦର୍ଶନାଭିଳାଷି ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର –ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ସିଂହ-
ମଘା- ବାରମ୍ବାର ଅସଫଳତା କାରଣ ଖୋଜିବାକୁ ଯାଇ ମାନସିକ ଦ୍ୱନ୍ଦରେ ପଡିପାରନ୍ତି । ଦୁର୍ବଳତା ଯୋଗୁ କାମ କରିବାରେ ଆଗ୍ରହ ପ୍ରକାଶ କରିବେ ନାହିଁ । ଚାକିରିରେ କ୍ଷେତ୍ରରେ ଭଲ ଫଳ ପାଇବେ ।
ପୂ- ଫାଲ୍ଗୁନୀ- ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ଋତ ହେବେ । ପ୍ରତିକୂଳ ପରିସି୍ଥତି ମଧ୍ୟଦେଇ ମଧ୍ୟ ପାରିବାରିକ ଦାୟିତ୍ୱ ସୂଚାରୁପେ ତୁଳାଇବେ । ବନ୍ଧୁତା ସୂତ୍ରରେ ଆବଦ୍ଧ ରହି କର୍ତବ୍ୟରେ ତ୍ରୁଟି ରହିବ ।
ଉ- ଫାଲ୍ଗୁନୀ- ସମାନ ବିଚାର ଧାରା ଲୋକଙ୍କ ସହିତ ଭେଟ ହେବା ଫଳରେ ଧର୍ମ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ସୃଜନଶୀଳତା ଓ ଧର୍ମକାର୍ଯ୍ୟରେ ବାଧାପ୍ରାପ୍ତ ଦେଖାଦେବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ
କନ୍ୟା-
ଉ,ଫଳଗୁନି- ଶାରୀରିକ ଅସୁସ୍ଥତା ଓ ଧନ ବ୍ୟୟର ସୂଚନା ମିଳିବ । ପିଲାମାନେ ମଧ୍ୟ୍ୟମ ଧରଣର ଫଳ ପାଇବେ । କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ ।
ହସ୍ତା- କଥନଶୈଳୀକୁ ପରିବର୍ତ୍ତନ କରିପାରନ୍ତି । ବ୍ୟବସାୟରେ ଆୟ ବୃଦ୍ଧି କରିବେ । ପିଲାମାନେ କୃତିତ୍ୱ ଅର୍ଜନ କରିବେ ।
ଚିତ୍ରା- କୌଣସି ଘଟଣାରେ ସପୃକ୍ତ ହୋଇପାରନ୍ତି । ମହିଳା ମାନେ କୈାଣସି ଅଜଣା ବିପଦରେ ପଡି ପାରନ୍ତି । ନୂତନ ଯାନବାହନ କିମ୍ବା ଗୃହୋପକରଣ କିଣିବାକୁ ମନ ବଳାଇ ପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମିଠା ଖାଇ ଘରୁ ବାହରନ୍ତୁ
ତୁଳା-
ଚିତ୍ରା- ବୈବାହିକ ଜୀବନରେ ମଧୟରତା ଆସିପାରେ । ଦିନଟି ଆପଣଙ୍କ ଉଦାର ଲାଗି ପ୍ରସନ୍ନତା ନେଇ ଆସିଛି । ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ । ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ ।
ସ୍ୱାତୀ- ରାଜନୀତିରେ ସଫଳତା ପାଇ ପାରନ୍ତି । ଇଲେକ୍ଟ୍ରୋନିକ ସାମଗ୍ରୀ କିଣି ପାରନ୍ତି । ବହୁ ସମସ୍ୟା ସତ୍ୱେ ଉନ୍ନତି ପରିଲକ୍ଷିତ ହେବ । ମହିଳା ମାନେ ଅତିଥି ଚର୍ଚ୍ଚାରେ ସମୟ ବିତାଇବେ । ଉପସ୍ଥିତି ବୃଦ୍ଧି ପ୍ରୟୋଗ କରି ସମସ୍ୟାର ସମାଧାନ କରିବେ ।
ବିଶାଖା- ଖୋଜୁଥିବା ଜିନିଷଟି ପାଇ ଆନନ୍ଦିତ ହେବେ । ଅଫିସରେ ଲାଗିରହିଥିବା ଅଶାନ୍ତିର ସମାପ୍ତି ହେବ । ଆଧାତ୍ମିକ ଜୀବନ ବିତାଇ ପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା-
ବିଶାଖା- ସ୍ୱାସ୍ଥ୍ୟ ଭଲ ରହିବା ସହିତ ସବୁ କାର୍ଯ୍ୟ କରିପାରିବେ । ବ୍ୟବସାୟର ପଥ ସୁଗମ ହେବ । ସାଂସାରିକ ଜୀବନ ଖୁବ ଭଲ ରହିବ । ପ୍ରେମ ସମ୍ପର୍କ ମଧୁର ରହିବ
ଅନୁରାଧା- ସଭାସମିତିରେ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ । କର୍ମ କ୍ଷେତ୍ରରେ ନିଜର ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ପିଲାମାନେ ପାଠପଢା ପ୍ରତି ବିମୁଖ ହେବେ
ଜ୍ୟେଷ୍ଠା- ନୂଆ ଜମି କ୍ରୟ କରିବେ । ଗୃହିଣୀ ମାନେ କର୍ତ୍ତବ୍ୟ ନିର୍ବାହ କରିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ନେଇ ପଡ଼ୋଶୀଙ୍କ ସହ ବିଭିନ୍ନ ଆଲୋଚନାରେ ସମୟ କଟାଇବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ
ଧନୁ-
ମୂଳା- ପ୍ରେମ ଓ ସାଂସାରିକ ଜୀବନ ହସଖୁସିରେ କଟିବ । ନିଜ କାର୍ଯ୍ୟ ପାଇଁ ପ୍ରଂଶସିତ ହେବେ । ଅନୁଷ୍ଟାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବେ ।ପୂର୍ବ ଯୋଜନା ଅନୁସାରେ କାମ କରିବେ । ବାକି ପଡିଥିବା ଅର୍ଥକୁ କୌଶଳରେ ଆଦାୟ କରିବାକୁ ସମର୍ଥ ହେବେ ।
ପୂ, ଷାଢା-ସାମ୍ୱାଦିକତା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତି ପାଦିତ କରିବେ । ବିଶ୍ୱାସ ସହ ଆଗକୁ ମାଡି ଚାଲିବେ । ମଧୁର କଥା ଦ୍ୱାରା ଅନ୍ୟମାନଙ୍କୁ ଖୁସି କରିବେ । ବିବାଦିୟ ଘଟଣାରେ ବିଜୟଲାଭ କରିପାରନ୍ତି । ଅତ୍ୟଧିକ ଭାବପ୍ରବଣ ହୋଇ ଅସୁବିଧାରେ ପଡିପାରନ୍ତି ।
ଉ, ଷାଢା- ଅର୍ଥଲାଭର ଯୋଗ ରହିଥିଲେ ମଧ୍ୟ ଅର୍ଥଭାବକୁ ପୂରଣ କରିବାକୁ ଅସମର୍ଥ ହେବେ । ସାଂସାରିକ ସ୍ୱାଧିନତା ରହିବ । ଚାକିରିରେ ଆଶ୍ୱସ୍ତି ହୋଇପାରନ୍ତି । ମହିଳା ମାନଙ୍କର ମିଷ୍ଠାନ ଲାଭରୁ ମନ ଖୁସିରହିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ
ମକର-
ଉ,ଷାଢା- ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ହେତୁ ବ୍ୟସ୍ତ ହେବେ । ମୁଣ୍ଡବ୍ୟଥା ଜନିତ ସମସ୍ୟା ଦେଖାଦେବ । ବ୍ୟବସାୟୀମାନେ କୌଶଳରେ କାର୍ୟ୍ୟ ହାସଲ କରିବେ।
ଶ୍ରବଣା- ଚାକିରୀରେ ସାମାନ୍ୟ ଅବହେଳା କରିବେ । ପିଲାମାନେ ପରିଶ୍ରମ କରି ମଧ୍ୟ ବିଫଳ ହେବେ । ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରିବାକୁ ପଡ଼ିପାରେ ।
ଧନିଷ୍ଠା- ଭୁସମ୍ପତି ସମାନ ପରିମାଣରେ ଭାଗ ହୋଇପାରେ । ମହିଳାମାନେ ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ । ସାମ୍ବାଦିକତା ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ
କୁମ୍ଭ
ଧନିଷ୍ଠା- ସାମାଜିକ ପ୍ରତିଷ୍ଠା ସହିତ ସୁଖ ସୈଭାଗ୍ୟ ପ୍ରଦାନ କରିବ । ବୃତିଗତ ଧନ୍ଦାରୁ ବୈଷୟିକ ଅଭିବୃଦ୍ଧି ଘଟିବ । ଛୋଟବଡ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ ।
ଶତଭିଷା- ନେତା ବା ଉଚ୍ଚପଦସ୍ଥ ଅଧୀକାରୀଙ୍କ ସହିତ ରହିବାର ସୁଯୋଗ ମିଳିବ । ଶିକ୍ଷାର୍ଥୀ ମାନେ ଶିକ୍ଷାପ୍ରତି ଅଧିକ ଯତ୍ନଶୀଳ ରହିବେ । ଯାନ୍ତ୍ରିକ ଶିଳ୍ପ କ୍ଷେତ୍ରରେ ଲାଭବାନ୍ ହୋଇ ଖୁସି ଅନୁଭବ କରିବେ । ମହିଳା ମାନେ ଉତ୍ସାହିତ ରହିବେ ।
ପୂ, ଭାଦ୍ରପଦ- ଆର୍ଥିକ ସକଂଟ ଲାଗି ରହିଲେ ମଧ୍ୟ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ମନସ୍ଥ କରିବେ । ସ୍ଥିର ମନ ନେଇ କାମ କରିଲେ ସମସ୍ୟାର ସମାଧାନ ହେବାର କାରଣ ଅଛି । ଆଜି ଆପଣଙ୍କ ସାମନାକୁ ନୂଆ ଅବସର ଆସିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ମୀନ-
ପୂ,ଭାଦ୍ରପଦ- ପାରିବାରିକ ସମସ୍ୟାକୁ ସମାଧାନ କରିବା ସକାଶେ ଚେଷ୍ଟିତ ହେବେ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ ।
ଉ,ଭାଦ୍ରପଦ- ପତ୍ନୀଙ୍କ ସହ ମନୋମାଳିନ୍ୟ ଦେଖାଦେଇପାରେ । ଅଫିସରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ । ଶିକ୍ଷାର୍ଥୀ ମାନେ ପଢାରେ ଚିନ୍ତିତ ରହିବେ ।
ରେବତୀ- ପରିସ୍ଥିତିବଶତଃ ନିକଟ ସମ୍ପର୍କୀୟଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ । କୋର୍ଟର ରାୟ ଡେରି ହୋଇପାରେ । ମହିଳା ମାନଙ୍କ ଦିନ ଭଲରେ କଟିବ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/uploadimage/library/16_9/16_9_0/Horoscope_1722650611-276554.jpg)