Advertisment

Daily Horoscope 26th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ଶରିରକୁ ସୁସ୍ଥ ରଖିବା ପାଇଁ ଆଜି ଆପଣ ବହୁତ ଯୋଜନା କରିବେ । ଆପଣ ନିଜ କଥାରେ ଅନ୍ୟ ମାନଙ୍କ ମନ ମୋହିବେ । ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ କଥା ହେବାକୁ ପଡିବ ।

Advertisment

ମେଷ-    
ଅଶ୍ୱନୀ- ଶରିରକୁ ସୁସ୍ଥ ରଖିବା ପାଇଁ ଆଜି ଆପଣ ବହୁତ ଯୋଜନା କରିବେ । ଆପଣ ନିଜ କଥାରେ ଅନ୍ୟ ମାନଙ୍କ ମନ ମୋହିବେ । ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ କଥା ହେବାକୁ ପଡିବ ।            
କୃତିକା- ଛାତ୍ରଛାତ୍ରୀ ମାନେ ପଢାରେ କଷ୍ଟ କରିବେ । ବ୍ୟବସାୟରେ ଆଂଶିକ ସଫଳତା ପାଇବେ । ରାଜନୀତିରେ ଛୋଟ କଥାକୁ ବଡ କରି ବିବାଦ ଲାଗିପାରେ । 
ଦ୍ୱିଜା- କର୍ମକ୍ଷେତ୍ରରେ ସାମାନ୍ୟ ବିଶ୍ରାମ କରିବାର ସୁଯୋଗ ପାଇବା କଷ୍ଟକର ହୋଇପାରେ ।  ଅଧିକ ମୂଲ୍ୟ ଦେଇ ଜମି କିଣିବେ । ଶତୃଙ୍କର ଷଡଯନ୍ତ୍ରର ଶିକାର ହୋଇ ପାରନ୍ତି ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ

Advertisment

ବୃଷ-
କୃତିକା- ମାନସିକ ଅଶାନ୍ତି କ୍ରମଶଃ ବୃଦ୍ଧି ପାଇବା କାରଣରୁ ମନରେ ଖୁସି ରହିବ ନାହିଁ। କର୍ମକ୍ଷେତ୍ରରେ ଆପଣଙ୍କ ଭୁଲ୍ ନିଷ୍ପତ୍ତି ଏକତରଫା ହୋଇଯାଇପାରେ । ବ୍ୟବସାୟ ଲାଗି ଯାତ୍ରାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
ରୋହିଣୀ- ରାଜନିତିରେ ମୂଖ୍ୟ ଭୂମିକା ଗ୍ରହଣ କରିବେ । ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢାଇବେ । ସାମାଜିକ ମିଳାମିଶା ବଢିବ ।
ମୃଗଶିରା- ମହିଳା ମାନଙ୍କୁ ବନ୍ଧୁଙ୍କ ସହଯୋଗ  ମିଳିବ । ବନ୍ଧୁ, ପରିଜନକୁ ନିଜର ମନ କଥା କୁହନ୍ତୁ ।  କୈାଣସି କାମରେ ଯଥେଷ୍ଟ ଲାଭ ହେବ । ପ୍ରେମ ଜୀବନ ଭଲ ରହିବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ 

ମିଥୁନ-
ମୃଗଶିରା- ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । କର୍ମକ୍ଷେତ୍ରରେ ମଧୁର ବାକ୍ୟ କହି ନିଜର କାର୍ଯ୍ୟ ହାସଲ କରିନେବେ । ଦାମ୍ପତ୍ୟ ଜୀବନରେ ସମାନ୍ୟ ତିକ୍ତତା ଦେଖାଦେଇପାରେ ।     
ଆଦ୍ରା- ବ୍ୟବସାୟରେ ନୂଆ କୈାଶଳ ପ୍ରୟୋଗ କରିବେ । ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ରାଜନୈତିକ କ୍ଷେତ୍ରରେ ଉଚ୍ଚ ପଦ ମର୍ଯ୍ୟଦା ଲାଭ କରିବେ । 
ପୁନର୍ବସୁ- ସମ୍ପତିକୁ ନେଇ ଦୀର୍ଘଦିନର ଚିନ୍ତା ଦୂର ହେବ । ମହିଳା ମାନେ ରକ୍ଷଣଶୀଳ ରହିବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଭୂବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

Advertisment

କର୍କଟ-
ପୁନର୍ବସୁ- ସ୍ବାସ୍ଥ୍ୟରେ ଅବନତି ହୋଇପାରେ । ବାରମ୍ବାର ଚେଷ୍ଟା କରିବା କାରଣରୁ ବନ୍ଧୁଙ୍କ ନିକଟରୁ କିଛି ଅର୍ଥ ସାହାଯ୍ୟ ପାଇବେ । କ୍ରୀଡ଼ା, ସାହିତ୍ୟ ଚର୍ଚ୍ଚା, ଚଳଚ୍ଚିତ୍ର, ସଙ୍ଗୀତ, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। 
ପୁଷ୍ୟା- ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ । ଆବଶ୍ୟକତା ପୂରଣ କରିବା ପାଇଁ ଧାର ଉଧାର କରିବାକୁ ପଡ଼ିପାରେ। ବିଶିଷ୍ଟ ବ୍ୟକ୍ତିମାନଙ୍କର ସଂସ୍ପର୍ଶରେ କାର୍ଯ୍ୟ ହାସଲ କରିବେ।
ଅଶ୍ଲେଷା- ଅଳଙ୍କାର ସୁନା କିଣିବା ଲାଗି ଭାବିବେ । କାହା ସହ କଟୁ ଭାଷାରେ କଥା ହୁଅନ୍ତୁ ନାହିଁ । ଭାବିଥିବା କାମରେ ନିଜ ଦକ୍ଷତା ବଳରେ ପୁରା କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ସିଂହ-
ମଘା- ରୋଗର ପ୍ରକୋପ ବୃଦ୍ଧି ପାଇବ । ଉଚିତ୍ ବ୍ୟବହାର ପାଇଁ ଖୁସିର ବାତାବରଣ ଦେଖାଦେବ । ବ୍ୟବସାୟରେ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ଘରକୁ ଅତିଥୀ ଆସିବାର ସମ୍ଭାବନା ରହିଛି । 
ପୂ- ଫାଲ୍‌ଗୁନୀ- ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଜନଙ୍କ ପାଖରେ ଆଦୃତ ହେବେ । କର୍ମକ୍ଷେତ୍ରରେ ଆପଣଙ୍କର ଉଦାର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରିବ ।
ଉ- ଫାଲ୍‌ଗୁନୀ- ରାଜନିତି କ୍ଷେତ୍ରରେ କୈାଶଳପୂର୍ଣ୍ଣ ଦୃଢ ପଦଦେକ୍ଷପ ନେବେ । ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି । ଶତୃମାନେ ପୁନରାୟ ପଛରେ ଲାଗି ଯାଇ ପାରନ୍ତି । 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

Advertisment

କନ୍ୟା-
ଉ,ଫଳଗୁନି- ପିଲାମାନଙ୍କ ବିଶୃଙ୍ଖଳିତ ଆଚରଣ ଓ ଘର ଲୋକଙ୍କ ଦାୟିତ୍ୱହୀନତାରୁ ଚିନ୍ତିତ ରହିବେ। ବନ୍ଧୁବାନ୍ଧବରେ ସମସ୍ୟା ସମାଧାନର ରାସ୍ତା ଖୋଜି ପାଇବେ। 
ହସ୍ତା- ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ମାନ ସମ୍ମାନ ପାଇବେ । ବିଦ୍ୟାର୍ଥୀ ମାନେ ପଢାରେ ମନନିବେଶ କରିବେ । କୈାଣସି କଳା କ୍ଷେତ୍ରରେ ଅଭିନୟ ପାଇଁ ସୁଯୋଗ ପାଇପାରନ୍ତି । 
ଚିତ୍ରା- ପାଖ,ପଡ଼ୋଶୀଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ପାଇଁ ମନ ବଳାଇବେ । ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । କଚେରି ମାମଲା ମନ୍ଥର ହୋଇପାରେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -   ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ

ତୁଳା-
ଚିତ୍ରା- ଦୂରେଇ ଚାଲି ଯାଇଥିବା ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଚେଷ୍ଟା କରିବେ । ନୂଆ ବେପାର ଆରମ୍ଭ କରିବା ପାଇଁ ଭାବିବେ । ପିଲାମାନଙ୍କୁ ନେଇ ଗର୍ବିତ ଅନୁଭବ କରିବେ । 
ସ୍ୱାତୀ- କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବେ ।ପଡୋଶି ବା କୁଟୁମ୍ଭଙ୍କ ସହିତ ମତାନ୍ତର ଥିଲେ ସମାଧାନ ହୋଇଯିବ । ମହିଳା ମାନେ ନିଜ ହାତ ପାହାନ୍ତାରେ ଥିବା ସୁଯୋଗ ହରାଇ ପାରନ୍ତି ।
ବିଶାଖା- ଆଇନର ଆଶ୍ରୟ ନେଇ ପାରନ୍ତି । ଶିକ୍ଷାକ୍ଷେତ୍ରରେ ଉଚ୍ଚ ଶ୍ରେଣୀ ପାଇବାସହ ବିଦ୍ୟାର୍ଥିମାନେ ନିଜ କ୍ୟାରିୟର ପାଇଁ ଭଲ ସୁଯୋଗ ପାଇବେ । ପୁଞ୍ଜି ଲଗାଣ , ଆଦାନ, ପ୍ରଦାନରେ ବିଶେଷ ଲାଭବାନ୍ ହେବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶନିଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ବିଛା-
ବିଶାଖା- ପୂର୍ବ କଥା ପାସୋରି ନୂଆ କାମ ଆରମ୍ଭ କରନ୍ତୁ । ଆପଣଙ୍କର ଧ୍ୟାନ ଅଧ୍ୟାତ୍ମ୍ୟ ଦିଗକୁ ଅଧିକ ରହିବ । ଜୀବନ ସାଥିଙ୍କ ସହଯୋଗ ଆପଣଙ୍କ ଅଶାନ୍ତି ଦୂର କରିଦେବ ।
ଅନୁରାଧା- ଛାତ୍ରଛାତ୍ରି ମାନେ ଉତମ ଫଳ ପ୍ରଦର୍ଶନ କରିବେ । କୌଣସି ବିଶେଷ ଖବର ମିଳିବାର ଯୋଗ ଅଛି । ବଡ କମ୍ପାନିରୁ ଚାକିରିର ଡାକରା ଆସିପାରେ ।
ଜ୍ୟେଷ୍ଠା- କଚେରି ମାମଲାରେ ସାମୟିକ ଦୁଶ୍ଚିନ୍ତାରୁ ରକ୍ଷା ପାଇ ପାରିବେନି ।ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । କର୍ମଚାରୀ ମାନଙ୍କୁ ଭରସା କଲେ କୈାଣସି ଅସୁବିଧା ହେବ ନାହିଁ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ଚର୍ଚ୍ଚିକାଙ୍କ ପୂଜା  ପାଠ  କରନ୍ତୁ

ଧନୁ-
ମୂଳା-  ପ୍ରେମିକା , ପ୍ରେମିକ ଦର୍ଶନୀୟ ସ୍ଥାନକୁ ବୁଲି ଯିବେ । ଅଫିସ୍‌ରେ ଆପଣଙ୍କର କାମରେ ଖୁସି ହୋଇ ସହକର୍ମୀ ଆପଣଙ୍କୁ ପ୍ରଶଂସା କରିବେ । ବ୍ୟବସାୟରେ ବୁଝିବିଚାରି ଭାଗିଦାରି କରନ୍ତୁ । ମାନସିକ ସ୍ତରରେ ଉନ୍ନତି ଆସିବ ।
ପୂ, ଷାଢା- ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ । ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହି  ହୋଇପାରନ୍ତି । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ ।
ଉ,  ଷାଢା-  ଜମି କିଣିବା ଲାଗି ସୁନ୍ଦର ସୁଯୋଗ ଅଛି । ସକାରତ୍ମକ ଭାବନା ଆଗକୁ ବଢିବାରେ ସହାୟକ ହେବ । ମହିଳାଙ୍କ ଭାଗ୍ୟ ଉଦ୍ୟୟ ହୋଇପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ହନୁମାନଙ୍କ ପାଖରେ ବୁନ୍ଦିଲଡୁ ଭୋଗ ଲଗାନ୍ତୁ

ମକର-
ଉ,ଷାଢା- ସୁସ୍ଥ ମାନସିକତା ରକ୍ଷା କରିବେ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ବିଦେଶୀ ବନ୍ଧୁଙ୍କ ଦ୍ୱାରା ଅଧିକ ଉପକୃତ ହେବେ । 
ଶ୍ରବଣା- ବ୍ୟବସାୟରେ ବିଦେଶକୁ ଯାଇ ଲାଭ ପାଇବେ । ସକାରତ୍ମକ ଭାବନା ଆଗକୁ ବଢିବାରେ ସହାୟକ ହେବ । ଶାସନରେ ଥିବା ଲୋକଙ୍କ ସହ ସଂପର୍କ ହେବ ।
ଧନିଷ୍ଠା- ମାଲିମକଦ୍ଦମା, ତର୍କବିତର୍କ, କ୍ଷେତ୍ରରୁ ଶୁଭଫଳ ପାଇବେ । ଖଳଲୋକଙ୍କ କଥାରେ ଭୁଲ୍ ମାର୍ଗ ଅନୁସରଣ କରି ହଇରାଣ ହେବେ। କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ

କୁମ୍ଭ
ଧନିଷ୍ଠା- ବୈବାହିକ ଜୀବନକୁ ଅଧିକ ସୁଖମୟ ବନେଇବାର ଚେଷ୍ଟା ଆଶାରୁ ଅଧିକ ରଙ୍ଗ ଆଣିବ ପାରିବାରିକ କଷ୍ଟ ଦୂର ହୋଇପାରେ । ସ୍ୱାସ୍ଥ୍ୟରେ ସୁଧାର ଆସିବ । ବ୍ୟବସାୟରେ ଦୂର ଯାତ୍ରା କରିବାର ସୁଯୋଗ ରହିଛି । 
ଶତଭିଷା- ରାଜନୀତିରେ ବିରୋଧୀ ଦଳ ବଢିବେ । ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ ।  ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି ଭଲ ରହିବ । ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ ।
ପୂ,  ଭାଦ୍ରପଦ- ମହିଳା ମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ହେବ । ପୁରୁଣା କରଜ ଆପଣଙ୍କୁ ଫେରସ୍ତ  ମିଳିପାରେ । ମନୋରଞ୍ଜନ କ୍ଷେତ୍ରରେ ବେଶୀ ଗୁରୁତ୍ୱ ଦେଇ ପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ମୀନ-
ପୂ,ଭାଦ୍ରପଦ- ଆପଣଙ୍କ ବ୍ୟଙ୍ଗାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ । ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । ପୂର୍ବରୁ କରିଥିବା କାମରୁ ଲାଭ ମିଳିପାରେ
ଉ,ଭାଦ୍ରପଦ- ସାମାଜିକ ମାନସମ୍ମାନ ବାଧା ପ୍ରାପ୍ତ ହେବ । ଆପଣଙ୍କ କଥାକୁ ଲୋକେ ଗମ୍ଭୀରତାର ସହ ଶୁଣିବେ । ମୁରବୀ ଆପଣଙ୍କୁ କୈାଣସି ଭଲ ପରାମର୍ଶ ଦେଇ ପାରନ୍ତି ।
ରେବତୀ- ରାସ୍ତାଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି । ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦିଆ ରଙ୍ଗର ପୋଷାକ ବ୍ୟବହାର କରିବେ

Horoscope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ