Advertisment

Daily Horoscope 25th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ପରିବାରରେ ଲୋକ ଆପଣଙ୍କ କଥାକୁ ସହମତି ଦେବେ । ଶାରୀରିକ ସୁସ୍ଥତା ବଜାଇ ରଖିବା ସହିତ ଯନ୍ତ୍ରଣାରୁ ମୁକ୍ତି ପାଇବେ । ବ୍ୟବସାୟ ଅଗ୍ରଗତି କରିବା ପାଇଁ  ସାହାଯ୍ୟକାରୀ ଲୋକମାନେ ସହାୟତା କରିବେ ।

undefined

Horoscope Photograph: (OTV)

Advertisment

ମେଷ-
ଅଶ୍ୱନୀ- ପରିବାରରେ ଲୋକ ଆପଣଙ୍କ କଥାକୁ ସହମତି ଦେବେ । ଶାରୀରିକ ସୁସ୍ଥତା ବଜାଇ ରଖିବା ସହିତ ଯନ୍ତ୍ରଣାରୁ ମୁକ୍ତି ପାଇବେ । ବ୍ୟବସାୟ ଅଗ୍ରଗତି କରିବା ପାଇଁ  ସାହାଯ୍ୟକାରୀ ଲୋକମାନେ ସହାୟତା କରିବେ ।
ଦ୍ୱିଜା- ଋଣ ନେଇ କିମ୍ବା ଅନ୍ୟ କୌଣସି ଉପାୟରେ ଆପଣଙ୍କର କାର‌୍ୟ୍ୟ ସମାପ୍ତ କରିବାରେ ଅସୁବିଧା ହୋଇପାରେ । ଧୈର୍ଯ୍ୟ ଓ ବୁଦ୍ଧି ବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ । ନୂଆ ଜ୍ଞାନର ବୃଦ୍ଧି ହେବ ।    
କୃତିକା- ହଠାତ୍ ଉପୁଜୁଥିବା କ୍ରୋଧକୁ ଆୟତରେ ରଖନ୍ତୁ । ବିଶିଷ୍ଠ ଓକିଲଙ୍କ ସହ ବୈଠକ କରିବାରେ ଅବସର ପାଇବେ । ଭାବିଥିବା କୈାଣସି ଜରୁରୀ କାମ ସଂପୂର୍ଣ୍ଣ ହେବ । ଜୀବନରେ ନୂଆ ସଂକେତ ମିଳିପାରେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର - ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ
ବୃଷ-    
କୃତିକା-ସ୍ୱାସ୍ଥ୍ୟ ସମସ୍ୟା ହ୍ରାସ ପାଇବ । ପାରିବାରିକ ସମସ୍ୟାର ଅନ୍ତ ଘଟିବ । ବିବାହରେ ଚାପ କମାଇବା ପାଇଁ ଆପଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ ଏବଂ ଆତ୍ମ ନିୟନ୍ତ୍ରଣ ବଜାୟ ରଖିବା ପାଇଁ କାର‌୍ୟ୍ୟ କରିବେ ।
ରୋହିଣୀ- ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଲାଭପ୍ରଦ ରହିବ । ରାଜନୀତିରେ ବରିଷ୍ଠ ବ୍ୟକ୍ତିଙ୍କ ସହିତ ସୁ-ସମ୍ପର୍କ ସ୍ଥାପନ ହେବ । ଧର୍ମ କାର୍ଯ୍ୟ ରେ ଯୋଗ ଦେଇ ଦେବ ଦର୍ଶଣ କରିବେ ।     
ମୃଗଶିରା- ବାଧାନିଘ୍ନକୁ ଅତିକ୍ରମ କରି ଆଗକୁ ବଢିବାର ଯୋଜନା ସଫଳ ହେବ । କୋଟ୍ କଚେରୀ ମାମଲାର ଫଇସଲା ଆପଣଙ୍କ ପକ୍ଷରେ ରହିବ । ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ । କୈାଣସି କାରଣରୁ ମନ ଭଲ ରହିବ ନାହିଁ ।      
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର – ଶୁକ୍ରଙ୍କର  ମନ୍ତ୍ର ପାଠ କରନ୍ତୁ 
ମିଥୁନ-
ମୃଗଶିରା- ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ବସ୍ତ୍ର, ବ୍ୟବସାୟ, ଖାଦ୍ୟ ପ୍ରଦାନ ବ୍ୟବସାୟ ସୈାଖିନ ସାମଗ୍ରୀ ବ୍ୟବସାୟ , ଘର ସାଜସଜ୍ଜାକୁ ନେଇ ବ୍ୟବସାୟରେ ଲାଭବାନ ହେବେ ।  କୌଣସି ଛୋଟ ସମସ୍ୟା କିମ୍ବା ବିବାଦ ମଧ୍ୟ ହ୍ରାସ ପାଇବ ।
ଆଦ୍ରା- କରଜ ପରିଶୋଧ କରିବାରେ ସକ୍ଷମ ହେବେ । ଆପଣ ଅଧ୍ୟୟନ କରିବାକୁ ବହୁତ ଆଗ୍ରହୀ ହେବେ । କଳା କ୍ଷେତ୍ରରେ ଥିବା ଲୋକ ମାନେ ଭଲ ପ୍ରଦର୍ଶନ କରିବେ । ରାଜନୀତିରେ ବହୁତ ଆଗକୁ ଯିବେ ।
ପୁନର୍ବସୁ- ରାଜନୀତିରେ ନିଷ୍କ୍ରିୟ ରହିବାର ସୂଚନା ମିଳିବ । କୋର୍ଟରେ ମାମଲା ପାଇଁ ଶତୃ ବୃଦ୍ଧି ହୋଇପାରନ୍ତି । ନୂଆ ଉପାୟ ପ୍ରୟୋଗ କରିବେ ସାଂସୃତିକ କାର‌୍ୟ୍ୟରେ ଅଗ୍ରଣି ହୋଇ ସାମାଜିକ ସ୍ଥିତିକୁ ସୁଦୃଢ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ବିରଜାଙ୍କର ଆରଧନା କରନ୍ତୁ
କର୍କଟ-
ପୁନର୍ବସୁ- ଆଜିର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟରୁ ଉପକୃତ ହୋଇପାରନ୍ତି । ଆକସ୍ମିକ ଭାବେ ନିକଟ ସମ୍ପର୍କୀୟ ମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ ।
ପୁଷ୍ୟା- ପରିବହନ, ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ। ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦଢୃ କରିବେ ।  ନୂତନ ଲୁଗା ବ୍ୟବସାୟ ପାଇଁ ଯୋଜନା କରବେ ।
ଅଶ୍ଳେଷା- ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ । କର୍ମ ପାଇଁ ପ୍ରଶଂସିତ ହୋଇ ପାରନ୍ତି । ଛାତ୍ର ଛାତ୍ରୀ ମାନେ ଅଧିକ ସମୟ ଖେଳରେ କଟାଇବେ ।   
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ସିଂହ-
ମଘା- ପ୍ରେମ ସମ୍ପର୍କ ବିବାହରେ ପରିଣତ ହୋଇପାରେ । ବ୍ୟବସାୟକୁ ଆଗକୁ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ମାନସିକ ଚାପରୁ ଦୂରେଇ ରୁହନ୍ତୁ । 
ପୂ,ଫାଲଗୁନି- ପରିବାରରେ କୈାଣସି ଗୁରୁ ଦାୟିତ୍ୱ ତୁଲାଇବେ । ନିଜ ମାଲିକାନାରେ ଥିବା ସମ୍ପତିକୁ ହସ୍ତାନ୍ତର କରିପାରନ୍ତି । ଜୀବନସାଥୀଙ୍କ ସହିତ ବିବାଦ ଗ୍ରସ୍ତ ହୋଇପାରନ୍ତି ।
ଉ,ଫାଲଗୁନି- ବ୍ୟକ୍ତି ଗତ ଜୀବନରେ ଅନ୍ୟ ବ୍ୟକ୍ତି ହସ୍ତକ୍ଷେପ ଦ୍ୱାରା ଆପଣ ବିରକ୍ତ ହୋଇପାରନ୍ତି । ଆଲୋଚନା ଅନୁଯାୟୀ କାମ ସବୁ ଠିକ୍‌ରେ ହୋଇଯିବ । କେତେକ କ୍ଷେତ୍ରରେ ଇଚ୍ଛା ବିରୋଧରେ କାମ କରି ଅନୁତାପ କରିବେ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ରାମଙ୍କର ପୂଜାପାଠ କରନ୍ତୁ
କନ୍ୟା-
ଉ- ଫାଲ୍‌ଗୁନୀ- କାମରେ ହଠାତ କୈଣସି ଯୋଜନାରେ ପରିବର୍ତନ କରିପାରନ୍ତି । କର୍ମକ୍ଷେତ୍ରରେ ସବୁ କାର‌୍ୟ୍ୟକୁ ନିଜ ହାତକୁ ନେଇ ଶେଷ କରିବେ ।  ଶରୀର ଭଲ ରହିବା ସହିତ ମିଷ୍ଠାନ ଭୋଜନର ଯୋଗ ବୃଦ୍ଧି ରହିଅଛି ।
ହସ୍ତା- ରାଜନିତିରେ କୈାଣସି କାର୍ଯ୍ୟ ଆପଣଙ୍କ ହାତରୁ ଘସି ଯାଇପାରେ । କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ । ଚାକିରି  କ୍ଷେତ୍ରରେ ମନ ଅସ୍ଥିରତା ରହିବ। 
ଚିତ୍ରା- ଜମିଜମାକୁ ନେଇ ନିଜ ଲୋକମାନେ ବିଶ୍ୱାସ ଘାତ କରିପାରନ୍ତି ।  ମହିଳା ମାନେ ଆମୋଦ ପ୍ରମୋଦରେ ସମୟ କଟାଇବେ । ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସମୟ ବିତାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ 
ତୁଳା-
ଚିତ୍ରା- ମାନସିକ ଅବସ୍ଥାରେ ପରିବର୍ତନ ହୋଇପାରେ । ଜୀବନସାଥୀଙ୍କର ସ୍ୱାସ୍ଥ୍ୟକୁ ନେଇ  କିଛି ସମୟ ପାଇଁ ଚିନ୍ତିତ ହୋଇପାରନ୍ତି । କରିଥିବା କର୍ମ ପାଇଁ ଆପଣଙ୍କୁ କିଛି ଅସୁବିଧା ଭୋଗ କରିବାକୁ ପଡିପାରେ ।
ସ୍ୱାତୀ- ଅଧା ଥିବା କାମ ପୁରା କରିବାକୁ ଚେଷ୍ଟା କରିବେ । ବ୍ୟବସାୟ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ଘଟିପାରେ । ଶିକ୍ଷାର୍ଥୀଙ୍କ ଉଚ୍ଚ ଆଶା ସଫଳ ହୋଇପାରେ ।
ବିଶାଖା- ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେଇ ସୁଚାରୁରୂପେ ଚଳେଇ ପାରିବେ । ବାଦବିବାଦ, ମାଲିମକଦ୍ଦମାରେ ବିଜୟୀ ଲାଭ କରିବେ । ରାଜନୀତିରେ ସଫଳତା ମିଳିବ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କୁ ପୂଜା କରନ୍ତୁ
ବିଛା-
ବିଶାଖା- ସାଂସାରିକ କ୍ଷେତ୍ରରେ ସୁଖ ସମୃ‌ଦ୍ଧି ଫେରିଆସିବ ଓ ସମ୍ପର୍କରେ ଉନ୍ନତି ଆସିବ ବ୍ୟବସାୟରେ । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ ।
ଅନୁରାଧା- ମନ୍ଥରତା ଭିତରେ ମଧ୍ୟ ବ୍ୟବସାୟରେ ସୁଫଳତା ପାଇବେ ।  ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ଅଧିକ ସମୟ କଟାଇବେ । ଯାତ୍ରା ସମୟରେ  ଦୁର୍ଘଟଣା ଗସ୍ତ ହୋଇପାରନ୍ତି ।
ଜ୍ୟୋଷ୍ଠା- ଯାନ ବାହନ କିଣିବା ଲାଗି ଆଗ୍ରହ ପ୍ରକାଶ କରିବେ । କଳା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବେ । ଆୟର ପରିମାଣ ଅଧିକ ହୋଇପାରେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର –ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ଧନୁ-
ମୂଳା- ବହୁ ଦିନରୁ ଲାଗି ରହିଥିବା ରୋଗ ଭଲ ହୋଇଯିବ । ନିଜର ଦକ୍ଷତା ପଦର୍ଶନ କରିବା ପାଇଁ ସୁଯୋଗ ପାଇବେ । ଆକସ୍ମିକ ଧନ ଲାଭ ହୋଇପାରେ । ଆପଣଙ୍କର ସମ୍ପର୍କରେ ମଧୁରତା ଆସିପାରେ ।    
ପୂ,ଷାଢା- ଗୃହସମସ୍ୟାକୁ ସମାଧାନ କରି ଧନ ସମ୍ପତିକୁ ଆୟତ କରିପାରିବେ । ଅଧ୍ୟୟନରେ ଭଲ ଫଳାଫଳ ପାଇବାର ସମ୍ଭାବନା ରହିବ । କାର୍ଯ୍ୟ କ୍ଷେତ୍ରରେ ସଂଘର୍ଷ ଦେଇ ଗତିକଲେ ମଧ୍ୟ ସଫଳତା ପାଇବେ
ଉ,ଷାଢା- କୋର୍ଟର ସହୟତା ପାଇବେ । ରାଜନିତିରେ ଲୋକ ପ୍ରିୟତା ବଢାଇବା ପାଇଁ ଚେଷ୍ଟା କରିବେ । ସଭା ସମିତିରେ କୈାଣସି କଥାରେ ଆପଣଙ୍କ ସପକ୍ଷରେ ଯିବ ନାହିଁ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ମକର
ଉ, ଷାଢା- ଘରକୁ ଅତିଥିଙ୍କ ଆଗମନ ହୋଇପାରେ । ପରିବହନ, କଳା, ବାଣିଜ୍ୟରେ ଲାଭାନ୍ୱିତ ହୋଇ ପାରନ୍ତି ।  ସରକାରି କ୍ଷେତ୍ରରେ ପ୍ରୋତ୍ସାହନ  ମିଳିପାରେ ।
ଶ୍ରବଣା- କର୍ମ ସ୍ଥାନରେ ବହୁ ବାଧାବିଘ୍ନ ଓ ବିବାଦ ଦେଖାଦେଇ ପାରେ । ମାନସିକ ସ୍ତରରେ ଉନ୍ନତି ଆସିବ । କାର‌୍ୟ୍ୟରେ ସିଦ୍ଧିଲାଭ ସହ ସମ୍ନାନ ପାଇବେ ।
ଧନିଷ୍ଠା- ପରିବାରରେ ଅବହେଳା ପଦର୍ଶନ କରି ସମାଲୋଚିତ ହୋଇପାରନ୍ତି । ଅର୍ଥ ସମ୍ପର୍କକୁ ନେଇ ଭାତୃ ବିବାଦ ଦେଖାଦେଇ ପାରେ । ସଡକ ଦୁର୍ଘଟଣାର ସମ୍ଭାବନା ରହିଛି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କ ମାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 
କୁମ୍ଭ-
ଧନିଷ୍ଠା- ପରିବାରର ଲୋକେ ଆପଣଙ୍କ କଥାକୁ ସହମତି ଦେବେ । କୃଷି ସମ୍ବନ୍ଧୀୟ କାର୍ଯ୍ୟରେ ଭଲ ଲାଭ ହେବାର ସମ୍ଭାବନା ଅଛି । ବ୍ୟବସାୟରେ ଆଶା କରାଯାଉଥିବା ସଫଳତା ପାଇବାର ସମ୍ଭାବନା ରହିଛି ।
ଶତଭିଷା- ବିବାହିତ ଜୀବନରେ କୌଣସି ପ୍ରକାରର ସମସ୍ୟା ହେବାର ସମ୍ଭାବନା କମ୍ ରହିବ । କିଛି ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଭୈାତିକ ଓ ଆଧାତ୍ମିକ ମାମଲାରେ ବ୍ୟସ୍ତ ରହି ପାରନ୍ତି ।    
ପୂ,ଭାଦ୍ରପଦ- ଋଣମୁକ୍ତିର ରାସ୍ତା ପରିଷ୍କାର ହେବ । ନିଜର କର୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରିପାରିବେ । ମାଲିମକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣ କାଳିଙ୍କ ମହାକବଚ ଧାରଣ କରନ୍ତୁ
ମୀନ
ପୂ, ଭାଦ୍ରପଦ- ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । କର୍ମ କ୍ଷେତ୍ରରେ ମାପି ଚୁପି ଚଳି ବା ଭଲ ନହେଲେ କଳହ ଲାଗିପାରେ ।  ଗଣ୍ଡଗୋଳ ପରିସ୍ଥିତିରେ ମଧ୍ୟସ୍ଥି ହୁଅନ୍ତୁ ନାହିଁ ।
ଉ, ଭାଦ୍ରପଦ- ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିବେ । ବେପାର ବୃତିରୁ ସଫଳତା ହାସଲ  କରିବେ । ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବ ।  କଳା କ୍ଷେତ୍ରରେ ଉନ୍ନତିର ରାସ୍ତା ମିଳିବ ।
ରେବତୀ- ସମ୍ପତି କିଣିବାର ଯୋଗ ରହିଛି । କୈାଣସି କାର‌୍ୟ୍ୟରେ ସାହାସିକ ପଦକ୍ଷପ ନେବେ । ଯାନବାହନ ,ବ୍ୟବସାୟରେ ସଫଳତା ଲାଭ କରିବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

Advertisment
Horoscope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ