Advertisment

Daily Horoscope 24th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ପୁରାତନ ରୋଗର ପୀଡା ଅନୁଭବ ହୋଇପାରେ । ବ୍ୟବସାୟ ସହିତ ଜଡିତ ଲୋକମାନେ ଲାଭରେ ରହିବେ । ରୋଜଗାର କ୍ଷମ ବ୍ୟକ୍ତିଙ୍କ ପାଇଁ ନୂତନ ଆୟର ଉତ୍ସ ସୃଷ୍ଟି ହେବ ।

Horoscope

Horoscope Photograph: (OTV)

Advertisment

ମେଷ- 
ଅଶ୍ୱନୀ- ପୁରାତନ ରୋଗର ପୀଡା ଅନୁଭବ ହୋଇପାରେ । ବ୍ୟବସାୟ ସହିତ ଜଡିତ ଲୋକମାନେ ଲାଭରେ ରହିବେ । ରୋଜଗାର କ୍ଷମ ବ୍ୟକ୍ତିଙ୍କ ପାଇଁ ନୂତନ ଆୟର ଉତ୍ସ ସୃଷ୍ଟି ହେବ । 
ଦ୍ୱିଜା- ରାଜନୀତିରେ ଆପଣଙ୍କୁ ଏକ ନୂତନ ଦଳ ସହିତ କାମ କରିବାକୁ ପଡିପାରେ । ଆତ୍ମୀୟମାନେ ବିଶ୍ୱାସଘାତକତା କରିପାରନ୍ତି । ଦୀର୍ଘ ଦିନ ଧରି ଅଫିସରେ ଅଟକି ରହିଥିବା କାର୍ଯ୍ୟ ସମାପ୍ତ କରିପାରିବେ ।
କୃତିକା- ଆନିଷ୍ଠାନିକ କାମରେ ଗୁରୁ ଦାୟିତ୍ୱ ବହନ କରି ବ୍ୟସ୍ତ ହୋଇ ପାରନ୍ତି । ଯାତ୍ରା ସମୟରେ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ । ରାଜନୀତି, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ନୃସିଂହଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

Advertisment

ବୃଷ-
କୃତିକା- ଭଲ ଡାଏଟ୍ ରଖି ସ୍ୱାସ୍ଥ୍ୟର ଧ୍ୟାନ ନେଇପାରିବେ । କୃଷି ସମ୍ବନ୍ଧୀୟ କାର‌୍ୟ୍ୟରେ ଭଲ ଲାଭ ହେବାର ସମ୍ଭାବନା ଅଛି । ବ୍ୟବସାୟରେ ଆଶା କରାଯାଉଥିବା ସଫଳତା ପାଇବାର ସମ୍ଭାବନା ରହିଛି ।
ରୋହିଣୀ- ସାଥୀଙ୍କ ମଧ୍ୟରେ ଏକ ଭଲ ପାରସ୍ପରିକ ବୁଝାମଣା ହେବ । ସରକାରୀ କ୍ଷେତ୍ରରୁ ଲାଭ ପାଇପାରିବେ ।  ଲେଖାପଢାରେ ସାଥିଙ୍କ ସାହାର‌୍ୟ୍ୟ ସହଯୋଗ ମିଳିବ । ଭାବୁଥିବା କାମଟିକୁ ସଂପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବେ ।
ମୃଗଶିରା- ଜୀବନରେ କିଛି ପରିବର୍ତନ କରିବାକୁ ଚେଷ୍ଟା କରିବେ । ନିଜ ଲୋକଙ୍କ ବେଖାତିରି ମନୋଭାବ ମାନସିକ ଅଶାନ୍ତିର କାରଣ ହୋଇପାରେ । ଆଇନ ସହୟତା ସାଙ୍ଗକୁ ବିଦେଶ ଯାତ୍ରା କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ-
ମୃଗଶିରା- ଦାମ୍ପତ୍ୟ ଜୀବନରେ ବିବାଦ ସୃଷ୍ଟି ହୋଇପାରେ । ବ୍ୟବସାୟରେ ଲାଭ ପାଇବେ । ଆର୍ଥିକ ସମସ୍ୟାକୁ ଏଡାଇବା ପାଇଁ ଖର୍ଚ୍ଚ କମ୍ କରନ୍ତୁ । ପରିବାର ସଦସ୍ୟଙ୍କ କାର୍ଯ୍ୟକଳାପକୁ ନେଇ କ୍ରୋଧିତ ହୋଇପାରନ୍ତି ।
ଆଦ୍ରା- ଉଚ୍ଚସମ୍ମାନ ସହ ପ୍ରତ୍ୟେକ ମୁଖରୁ ପ୍ରଶଂସାବାଣୀ ଶୁଣିବେ । ଈର୍ଷା ପରାୟଣ ବ୍ୟକ୍ତିମାନେ ଦୂରେଇଯିବେ । ହସଖୁସୀରେ ସମୟ ଅତିବାହିତ ପାଇଁ ଅନୁକୂଳ ପରିବେଶ ସୃଷ୍ଟିହେବ ।
ପୁନର୍ବସୁ- ପ୍ରେମ ସମ୍ପର୍କ ଦୃଷ୍ଟି କୋଣରୁ ସମୟ ଅନୁକୂଳ ରହିବ । ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ଜମି ସମ୍ବନ୍ଧୀୟ ବିବାଦକୁ କୋର୍ଟକୁ ନେବା ପରିବର୍ତେ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ

Advertisment

କର୍କଟ-
ପୁନର୍ବସୁ- ଆପଣଙ୍କ ବ୍ୟବସାୟକୁ ଅଗ୍ରଗତି କରାଇବେ ଏବଂ ଏକ ନୂତନ ଦିଗକୁ ନେଇଯିବେ । କର୍ମ କ୍ଷେତ୍ରରେ କୌଣସି କାର୍ଯ୍ୟ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ । ପରିବାରରେ କିଛି ବିବାଦ ଦେଖାଦେବା ସହିତ ଅଧିକ ଚାପଗ୍ରସ୍ତ ରହିପାରନ୍ତି ।
ପୁଷ୍ୟା- ଗୃହସମସ୍ୟାକୁ ସମାଧାନ କରି ଧନ ସମ୍ପତିକୁ ଆୟତ କରିପାରିବେ । ଅଧ୍ୟୟନରେ ଭଲ ଫଳାଫଳ ପାଇବାର ସମ୍ଭାବନା ରହିବ । କାର୍ଯ୍ୟ କ୍ଷେତ୍ରରେ ସଂଘର୍ଷ ଦେଇ ଗତିକଲେ ମଧ୍ୟ ସଫଳତା ପାଇବେ ।
ଅଶ୍ଲେଷା- କାହାରି ଆଗରେ ଗୋପନୀୟ କଥା ଆଲୋଚନା କରନ୍ତୁ ନାହିଁ ।  ବାପ, ମାଙ୍କ ପରାମର୍ଶ ନିଅନ୍ତୁ ଭଲ ହେବ । ଜୀବନରେ ନୂଆ ସଂକେତ ମିଳିପାରେ । କୃଷି ଜୀବୀଙ୍କୁ ଲାଭ ମିଳିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ସିଂହ-
ମଘା- ପେଶା, ବ୍ୟବସାୟ, ଭାଗୀଦାରୀ ଓ ବନ୍ଧୁ ମିତ୍ରଙ୍କ ଦ୍ୱାରା ଲାଭବାନ ହେବେ । କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇ ଉତମ ରୋଜଗାର କରିପାରିବେ । ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ ।
ପୂ,ଫାଲଗୁନି- ଅର୍ଥନୈତିକ ପ୍ରଗତି ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧିରେ ସହାୟକ ହେବ । ନିକଟ ସମ୍ପର୍କୀୟ ମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ ।
ଉ,ଫାଲଗୁନି- ପ୍ରତିଯୋଗିତାରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ପ୍ରେମୀଯୁଗଳ ମାନେ ନିଜ ମନର କଥା ଖୋଲା ହୃଦୟରେ କଥା ହୋଇପାରିବେ । ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟିତ ହେବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧    
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

Advertisment

କନ୍ୟା-
ଉ,ଫଳଗୁନି- ଶାରୀରିକ କ୍ଲାନ୍ତି ଦୂର ହେବ। ଚାକିରୀ ପାଇଁ ପ୍ରୟୋଗ ଜାରି ରଖିବେ । ଘରର ଦାୟିତ୍ୱ ନେଇ ପରିବାର ଲୋକଙ୍କ ସହ କଥା ହେବେ । ବିବାଦ ଧୀରେ ଧୀରେ ସୁଧୁରିବା ଫଳରେ ଦାମ୍ପତ୍ୟ ଜୀବନରେ ସୁଖ ପାଇବେ ।
ହସ୍ତା- ଶିକ୍ଷାର୍ଥୀ ମାନେ ଆତ୍ମ ନିର୍ଭରଶୀଳ ରହିବେ । କଳା କ୍ଷେତ୍ରରେ ଉନ୍ନତିର ରାସ୍ତା ମିଳିବ । କାମଧନ୍ଦା ସମ୍ବନ୍ଧୀୟ କୌଣସି ବଡ ଆହ୍ୱାନ ଆସିବ । ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ । ଆପଣଙ୍କ ପ୍ରତିଭାରୁ ଲୋକଙ୍କୁ ପ୍ରେରଣା ମିଳିବ ।
ଚିତ୍ରା- କୈାଣସି ପୁରୁଣା ମକଦ୍ଦମା ଉପରେ ମନୋନିବେଶ କରିବେ ।  ରାଜନୀତିରେ ଥିବା ବ୍ୟକ୍ତି ମାନେ ସଫଳତା ପାଇବେ । ସାହିତ୍ୟ ଓ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଅନୁକୂଳ ପରିବେଶ ରହିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ତ୍ରିପୁରା ସୁନ୍ଦରୀଙ୍କ ପୂଜାର୍ଚ୍ଚନା କରନ୍ତୁ

ତୁଳା-
ଚିତ୍ରା- ବ୍ୟବସାୟ କ୍ଷେତ୍ରରେ ପୁରୁଣା ପ୍ରାପ୍ୟ କିଛି ଆଦାୟ ହୋଇ ନାନା ପ୍ରକାର ସୁବିଧା ସୁଯୋଗ ମିଳିବ । ଆୟର ନୂତନ ଉତ୍ସ ସୃଷ୍ଟି ହୋଇପାରେ । କର୍ମ କ୍ଷେତ୍ରରେ ଆପଣଙ୍କ କାମକୁ ଖରାପ କରିବାର ସମ୍ଭାବନା ଅଛି ।
ସ୍ୱାତୀ- ଅଫିସ୍ କାମରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ନିଜଦୋଷରୁ ସ୍ବାସ୍ଥ୍ୟ ସମସ୍ୟା ଗୁରୁତର ହୋଇପାରେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବେ।     
ବିଶାଖା- ଅଜଣା ବ୍ୟକ୍ତି ଙ୍କ ଦ୍ୱାରା ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ନିଜର କୌଣସି ବ୍ୟକ୍ତିଗତ କାମ ହାସଲ ପାଇଁ ପର ଉପରେ ନିର୍ଭର କରିବାକୁ ପଡିପାରେ ।     
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର –  ମହାଦେବଙ୍କ ଦର୍ଶନ ସହିତ ମନ୍ତ୍ର ଜପ କରନ୍ତୁ

ବିଛା-
ବିଶାଖା- ସ୍ୱାସ୍ଥ୍ୟରେ ଉନ୍ନତି ଆସିପାରେ । କାର୍ଯ୍ୟ କ୍ଷେତ୍ରରେ ଏକ ଚ୍ୟାଲେଞ୍ଜିଂ ସମୟ ଅନୁଭବ କରିବେ । ବ୍ୟବସାୟିକ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ଚେଷ୍ଟା କରିବେ । ପରିବାର ସଦସ୍ୟଙ୍କ ସହିତ ଏକ  ତୀର୍ଥ ସ୍ଥାନକୁ ବୁଲିବା ପାଇଁ ଯିବେ ।
ଅନୁରାଧା- ପରିବାରରେ କୈାଣସି ଗୁରୁ ଦାୟିତ୍ୱ ତୁଲାଇବେ । ନିଜ ମାଲିକାନାରେ ଥିବା ସମ୍ପତିକୁ ହସ୍ତାନ୍ତର କରିପାରନ୍ତି । ବିଦ୍ୟାର୍ଥୀ ମାନେ ପଢାରେ ଶିକ୍ଷକଙ୍କ ସହାୟତା ପାଇବେ ।
ଜ୍ୟେଷ୍ଠା- ଗୃହିଣୀଙ୍କ ଠାରୁ ସହଯୋଗ ମିଳିବ । ଜରୁରୀ କାମରେ ଦୂର ସ୍ଥାନକୁ ଯାଇପାରନ୍ତି । ପୂର୍ବର ଚିନ୍ତା ସମାପ୍ତ ହୋଇଯିବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ପ୍ରଶଂସା ମିଳିବ । ମନରେ ନୂଆ ଆଶା ସୃଷ୍ଟି ହେବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମନ୍ଦାର ଫୁଲକୁ ସୂର‌୍ୟ୍ୟ ଦେବତାଙ୍କୁ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ

ଧନୁ-
ମୂଳା- ବାରମ୍ବାର ପରିବାରରେ ସମସ୍ୟା ବୃଦ୍ଧି ପାଉଥିବାରୁ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା କ୍ରମଶଃ ହ୍ରାସ ପାଇପାରେ । କର୍ମକ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ।     
ପୂ,ଷାଢା- ଅଫିସରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ନ ରହିଲେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ବନ୍ଧୁଙ୍କ ମାଧ୍ୟମରେ ଆଶା କରୁଥିବା ଜିନିଷଟି ପାଇ ଖୁସି ହୋଇଯିବେ ।
ଉ,ଷାଢା- ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପ୍ରର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇ ମାନସିକ ଶାନ୍ତି ମିଳିବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ଘରୁ କୌଣସି ଭୁଲ୍ ଖବର ଶୁଣି ବିବ୍ରତ ହୋଇପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହନୁମାନଙ୍କ ପାଖରେ ବୁନ୍ଦିଲଡୁ ଲଗାନ୍ତୁ

ମକର-
ଉ,ଷାଢା- ସ୍ୱାସ୍ଥ୍ୟରେ ଉନ୍ନତି ଆସିପାରେ । କାର‌୍ୟ୍ୟ କ୍ଷେତ୍ରରେ ଏକ ଚ୍ୟାଲେଞ୍ଜିଂ ସମୟ ଅନୁଭବ କରିବେ । ବ୍ୟବସାୟିକ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ଚେଷ୍ଟା କରିବେ । ପରିବାର ସଦସ୍ୟଙ୍କ ସହିତ ଏକ  ତୀର୍ଥ  ସ୍ଥାନକୁ ବୁଲିବା ପାଇଁ ଯିବେ ।
ଶ୍ରବଣା- ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ସୁଯୋଗ ଆସିପାରେ । ଅସ୍ଥାବର ସମ୍ପତ୍ତି କିଣିବା ସହିତ ଆପଣ ନିଜ ଘର ମଧ୍ୟ ପାଇପାରିବେ । ଛାତ୍ରମାନଙ୍କର ଦକ୍ଷତା ଅନୁସାରେ ଭଲ ଫଳାଫଳ ପାଇବେ ।
ଧନିଷ୍ଠା- କୈାଣସି ନୂତନ ଯୋଜନା ଅର୍ଥ ଅଭାବ ଯୋଗୁ ଆରମ୍ଭ ହୋଇ ପାରିବ ନାହିଁ । ଚିନ୍ତାଶୀଳ ବ୍ୟକ୍ତିଙ୍କ ମାଧ୍ୟମରେ କାର୍ଯ୍ୟ ସିଦ୍ଧ ହେବ । ଚାକିରି କ୍ଷେତ୍ରରେ ଅନିଛା ସତ୍ୱେ ସ୍ଥାନାନ୍ତର ହୋଇ ପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା  ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
ଧନିଷ୍ଠା- ଖୋଜୁଥିବା ଜିନିଷର ସନ୍ଧାନ ମିଳିବ । ପରିବାରରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ । ପ୍ରତ୍ୟେକ କ୍ଷେତ୍ରରେ ନିରବତାକୁ ପ୍ରାଧାନ୍ୟ ଦେବେ । ସ୍ୱାସ୍ଥ୍ୟ ଜନିତ ସମସ୍ୟା କମି କମି ଆସିବ । 
ଶତଭିଷା- ସାମାଜିକ ସ୍ତରରେ ଜନହିତକର କାର୍ଯ୍ୟରେ ନିଜକୁ ଲିପ୍ତ ରଖିବେ । ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୃଷ୍ଟିର ସମ୍ଭାବନା ରହିଛି । ଆନୁଷ୍ଠାନିକ କାମରେ କେତେକ ଗୁରୁ ଦାୟିତ୍ୱ ବହନ କରି ବ୍ୟସ୍ତ ହୋଇ ପାରନ୍ତି ।     
ପୂ,ଭାଦ୍ରପଦ- ସ୍ୱାର୍ଥ ହାନି ଆଶଙ୍କାରେ ଆତ୍ମୀୟ ସ୍ୱଜନ ଦୂରେଇ ଯାଇପାରନ୍ତି । ଯାହା ଆଶା  କରୁଥିଲେ ତାହା ଆଜି ବିଳମ୍ବରେ ପାଇବେ । ଅନ୍ୟର ଅସୁବିଧା ଦୂର ପାଇଁ ନିଜକୁ କଷ୍ଟ ସ୍ୱୀକାର କରିବାକୁ ପଡିପାରେ ।  
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ମୀନ-
ପୂ,ଭାଦ୍ରପଦ- ମାନସିକ ଅବସ୍ଥାରେ ପରିବର୍ତନ ହୋଇପାରେ । ଜୀବନସାଥୀଙ୍କର ସ୍ୱାସ୍ଥ୍ୟକୁ ନେଇ  କିଛି ସମୟ ପାଇଁ ଚିନ୍ତିତ ହୋଇପାରନ୍ତି । ପୂର୍ବରୁ କରିଥିବା କର୍ମ ପାଇଁ ଆପଣଙ୍କୁ କିଛି ଅସୁବିଧା ଭୋଗ କରିବାକୁ ପଡିପାରେ ।
ଉ,ଭାଦ୍ରପଦ- ସମ୍ପତି ବଢାଇବାର ଯୋଜନା ସଫଳ ହେବ । ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ  ବନ୍ଧୁ ବାନ୍ଧବଙ୍କ, ଗୁରୁଜନଙ୍କ ପାଖରେ ଆଦୃତ ହେବେ । ରାଜନୀତିରେ ସଂପୂର୍ଣ୍ଣ ବିଫଳ ହେବେ ।
ରେବତୀ- ଭଗବାନ୍‌କୁ ସୁମରଣ ଦ୍ୱାରା ମନସ୍କାମନା ପୂରଣ ହେବ । କ୍ଷମତା ଶାଳୀ ହେବାର ସୁଯୋଗ ଆସିପାରେ । ନମ୍ର ସ୍ୱଭାବ ସହ ମୁରବିଙ୍କ ସହିତ କଥାବାର୍ତା ହୁଅନ୍ତୁ । ରାଜନୀତି ଦୃଢ ହେବା ସହିତ ମୂଖ୍ୟ ଭୂମିକା ନିର୍ବାହ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

Horoscope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ