Horoscope Photograph: (OTV)
ମେଷ -
ଅଶ୍ୱନୀ- ଗୋଡରେ କିଛି ସମସ୍ୟା ଦେଖାଦେବ । ବନ୍ଧୁମାନଙ୍କର ଅପପ୍ରଚାରରୁ ମାନସିକ ଅଶାନ୍ତି ଦେଖାଦେଇ ପାରେ । ଜୀବନ ସାଥିଙ୍କ ସହିତ ମଧୁର ସମ୍ବନ୍ଧ ରହିବ । ବ୍ୟବସାୟରେ ଲାଭପ୍ରଦ ହେବେ ଓ ସୌଖୀନ ଦ୍ରବ୍ୟ ସଂଗ୍ରହ କରିବେ ।
ଦ୍ୱିଜା- ନୂଆ କାମ ହାସଲ କରିବେ । ରାଜନୀତିରେ ବିବାଦରେ ବିଜୟ ଲାଭରୁ ମନୋବଳ ବୃଦ୍ଧି ପାଇବ । ବିଦ୍ୟାର୍ଥୀ ମାନେ ପଢାରେ ଚିନ୍ତିତ ରହିବେ ।
କୃତିକା- ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ରାଜନୀତିରେ କୈାଣସି କାମକୁ ହାତକୁ ନେବେ । ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇପାରେ । ମହିଳା ମାନେ ଇଶ୍ୱର ବିଶ୍ୱାସି ହେବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ଆରାଧନା କରନ୍ତୁ
ବୃଷ -
କୃତିକା- ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ସମାନ ବିଚାର ଧାରା ଲୋକଙ୍କ ସହିତ ଭେଟ ହେବା ଫଳରେ ଧର୍ମ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ନିଜର ଭଲ କାମ ପାଇଁ ପ୍ରଂଶସିତ ହେବେ
ରୋହିଣୀ- ରାଜନେତାଙ୍କ ସାହାର୍ଯ୍ୟ ସହଯୋଗ ମାଧ୍ୟମରେ ଯଶ ସମ୍ମାନର ଅଧିକାରୀ ହେବେ । ବିଦ୍ୟାର୍ଥୀ ମାନେ ପଢାରେ ପେଛଇବେ ଓ ପରୀକ୍ଷାରେ ଖରାପ ଫଳ ପାଇ ପାରନ୍ତି । ବିଦେଶରେ କାମ କରୁଥିବା ଲୋକମାନେ ପଦୋନ୍ନତି ପାଇ ପାରିବେ ।
ମୃଗଶିରା-ଅଯଥା କଥାକୁ ନେଇ ଚିନ୍ତା କରିପାରନ୍ତି । ପୈତୃକ ସମ୍ପତିକୁ ନେଇ ନିଜ ଲୋକ କ୍ଷତି କରିବା ପାଇଁ ଚେଷ୍ଟା କରିବେ । ମନୋରଞନ କାର୍ଯ୍ୟରେ ବା ନୃତ୍ୟ ଗୀତରେ ମଜ୍ଜି ରହିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ମିଥୁନ -
ମୃଗଶିରା- ସୁସ୍ଥତା ପ୍ରକାଶ ପାଇବ । ଅଭାବ ହେତୁ ପରିବାରରେ କଳହ ଦେଖାଦେବ । ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ । ଅଫିସରେ ନୂଆ ସମ୍ପର୍କ ସୃଷ୍ଟି ହେବ
ଆଦ୍ରା- ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ । ମନରେ ସାହସ ବାନ୍ଧି କୈାଣସି କାମ ଆରମ୍ଭ କରି ପାରିଲେ ଅବଶ୍ୟ ସଫଳତା ପାଇବେ । ବିଦ୍ୟାର୍ଥୀ ମାନେ ପଢାରେ ସମ୍ମାନ ମିଳିବା ସହିତ ବିଦେଶା ଗତ ହେବାର ସୁଯୋଗ ରହିଛି ।
ପୁନର୍ବସୁ- ଅଯଥା ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । ଯେଉଁ କାର୍ୟ୍ୟ କରିବେ ତାହା ଅପ୍ରିୟକର ହୋଇପାରେ । ସ୍ୱାର୍ଥପରତା ଯୋଗୁ ଅନେକ ବନ୍ଧୁ ଆପଣଙ୍କ ଠାରୁ ଦୂରେଇ ଯିବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ
କର୍କଟ -
ପୁନର୍ବସୁ- ସ୍ୱାର୍ଥପରତା ଯୋଗୁ ଅନେକ ବନ୍ଧୁ ଆପଣଙ୍କ ଠାରୁ ଦୂରେଇ ଯିବେ । ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ । କର୍ମକ୍ଷେତ୍ରରେ ଅହେତୁକ ବିଳମ୍ବ ଘଟିବ, ଶତୃମାନଙ୍କ ଉପଦ୍ରବ ବୃଦ୍ଧି ପାଇବ ।
ପୁଷ୍ୟା- ବ୍ୟବସାୟ, ବାଣିଜ୍ୟରୁ ଭଲ ଲାଭ ପାଇବେ । ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି । ସାଙ୍ଗ ସାଥିଙ୍କ ସହ ଦୂର ସ୍ଥାନକୁ ଭ୍ରମଣ କରିବାକୁ ଯାଇ ପାରନ୍ତି ।
ଅଶ୍ଲେଷା- ଗୃହିଣୀ ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ । ସାହାର୍ୟ୍ୟ କାରୀ ବ୍ୟକ୍ତିଙ୍କ ସହିତ ପରିଚୟ ହେବ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ଖୁସି ଖବର ଶୁଣି ମନ ପ୍ରଫୁଲିତ ରହିବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁନନେଶ୍ୱରୀଙ୍କର ମହାକବଚ ଧାରଣ କରନ୍ତୁ
ସିଂହ -
ମଘା- ଶାରିରୀକ ଦୁର୍ବଳତାରୁ ମୁକ୍ତି ପାଇବେ । ପାରିପାରିକ ଜୀବନ ସୁଖକର ହୋଇପାରେ । ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ । କର୍ମକ୍ଷେତ୍ରରେ କିଛି ନୂଆ ଅଭୀଜ୍ଞତା ହାସଲ କରିବେ ।
ପୂ,ଫାଲଗୁନି- ବ୍ୟବସାୟରେ ସୌଜନ୍ୟ ହାନି ଘଟିବ । ଦଳୀୟ ନେତାଙ୍କ ସହିତ କୈାଣସି କଥା ଆଲୋଚନା କରିପାରନ୍ତି । ଛାତ୍ରମାନେ ଏକାଗ୍ରତାର ସହ ପଢାରେ ମନ ଲଗାଇବେ
ଉ,ଫାଲଗୁନି- ଜମିବାଡି ସମସ୍ୟାର ସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ଆପଣଙ୍କ ହସମୁଖ ସ୍ୱଭାବ ଅନ୍ୟ ମାନଙ୍କୁ ଖୁସି ରଖିବ । ନିଜର ଧନ ସମ୍ପତ୍ତିକୁ ସୁରକ୍ଷିତ ରଖିବାପାଇଁ ଚେଷ୍ଟା କରନ୍ତୁ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ
କନ୍ୟା -
ଉ,ଫଳଗୁନି- ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ଦେଇପାରେ । କୈାଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ । ବ୍ୟବସାୟୀ ମାନେ ଭାଗୀଦାରି ବ୍ୟବସାୟ କରିବେ । ଦୂର ଯାତ୍ରାରେ ଲକ୍ଷ ପୂରଣ କରିପାରନ୍ତି
ହସ୍ତା- ଛୋଟ ଛୋଟ କଥାକୁ ନେଇ ପ୍ରେମି ଯୁଗଳଙ୍କ ମଧ୍ୟରେ ମତାନ୍ତର ହୋଇପାରେ । ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ । ବିଦ୍ୟାର୍ଥି ମାନେ ଏକାଗ୍ରତା ରକ୍ଷା କରିବେ ।
ଚିତ୍ରା- ପରିବହନ, ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ । କର୍ତବ୍ୟ ନିଷ୍ଠା ଯୋଗୁ ସମସ୍ତଙ୍କର ଆଦର ହେବେ । ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରୀପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
ତୁଳା -
ଚିତ୍ରା- ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ବ୍ୟବସାୟ ପଥ ସୁଗମ ହେବ , ଆୟ ଅବ୍ୟହତ ହେବ। ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି । ଶିକ୍ଷା କ୍ଷେତ୍ରରେ କୈାଣସି ଶୁଭ ସମାଚାର ମଧ୍ୟ ମିଳିପାରେ ।
ସ୍ୱାତୀ- ନୂଆ ନୂଆ ବନ୍ଧୁ ସୃଷ୍ଟି କରିବେ । ଅଫିସ୍ କାମରେ ବ୍ୟସ୍ତ ରହିବେ । ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ ।
ବିଶାଖା- ମହିଳା ମାନେ କଠିନ ପରିଶ୍ରମ କରିବେ । ମାଲିମକନ୍ଦମାର ଶୁଣାଣି ଆପଣଙ୍କ ବିପକ୍ଷରେ ଯିବା ସହିତ ଦଣ୍ଡବିଧାନ ହୋଇ ନଥାଏ । ଅନ୍ୟ ମାନଙ୍କୁ ଭାବିଚିନ୍ତି କଥା କୁହନ୍ତୁ । ଆପଣଙ୍କ ପିଲା ବ୍ୟବସାୟ କାମରେ ଆପଣଙ୍କୁ ସହଯୋଗ କରିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶିବଙ୍କର ଦର୍ଶନ ସହ ପୂଜାପାଠ କରନ୍ତୁ
ବିଛା -
ବିଶାଖା- ପାରିବାରିକ ଜୀବନରେ ପ୍ରେରଣା ମିଳିବ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂଆ ସମ୍ପର୍କରୁ ଖୁସି ରହିବେ ।
ଅନୁରାଧା- ଶତୃ ଭୟ ସଦାସର୍ବଦା ଦେଖାଦେବ । କଳା କ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ । ଚାକିରି କ୍ଷେତ୍ରରେ ପ୍ରଶଂସିତ ହେବେ । ରାଜନୀତିରେ ସଂପୂର୍ଣ୍ଣ ବିଫଳ ହେବେ ।
ଜ୍ୟେଷ୍ଠା-ପିତୃ ପୁରୁଷ ସମ୍ପତିରୁ ଭାଗ ପାଇ ପାରନ୍ତି । ଓକିଲ ମାନଙ୍କ ପାଇଁ ଦିନଟି ଫଳପ୍ରଦ ରହିପାରେ । ନୂଆ କିଛି କରିବାର ଆଶା ଦେଖାଦେବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କର ମନ୍ତ୍ର ପାଠ କରନ୍ତୁ
ଧନୁ -
ମୂଳା- ଅନେକ ଦିନରୁ ଲାଗି ରହିଥିବା ଦେହ ପିଡାରୁ ମୁକ୍ତି ପାଇବେ । ଆପଣଙ୍କ ଧ୍ୟାନ ଧର୍ମ କାର୍ଯ୍ୟରେ ଲାଗି ରହିବ । କାର୍ଯ୍ୟ କ୍ଷେତ୍ରରେ ଏଭଳି ସୁଯୋଗ ପାଇବେ , ଯାହା ଦ୍ୱାରା ଭବିଷ୍ୟତ ଉଜ୍ଜଳ ହେବ
ପୂ,ଷାଢା- ଅଫିସରୁ ଆସିଲା ବେଳେ ନିଜ ମନ ପସନ୍ଦର ଜିନିଷ ଟିଏ କିଣିକି ଆଣିବାରେ ସମର୍ଥ ହେବେ । ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ । ଛାତ୍ରଛାତ୍ରିମାନେ ପରୀକ୍ଷାରେ ଉତ୍ତମ ଫଳ ପ୍ରଦର୍ଶନ କରିବେ
ଉ,ଷାଢା- ପଡି ରହିଥିବା ପୁରୁଣା ଧନ ଲାଭ କରିପାରନ୍ତି । କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୁରେଇବା ଭଲ କ୍ଷ ମହିଳାଙ୍କ ପାଇଁ ପରିସ୍ଥିତି ଜଟିଳ ହେବ । ଯେତେ ଭଲ କାମ କରିଲେ ଅନ୍ୟ ମାନେ ଦୋଷ ଖୋଜିବୁଲିବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର -
ଉ,ଷାଢା- ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । ଆର୍ଥିକ ସମସ୍ୟା କିଛି ମାତ୍ରାରେ ଲାଘବ ହେବ । ପଢାପଢିରେ ଓ ପରିକ୍ଷାରେ ସମଫଳ ମିଳିବ ।
ଶ୍ରବଣା- ସଭାସମିତି କ୍ଷେତ୍ରରେ ପ୍ରଶଂସିତ ହେବେ । ବାଣିଜ୍ୟରେ ଆତ୍ମବୃଦ୍ଧି ହେବ । ପରିବହନ କ୍ଷେତ୍ରରେ ଆଶା ଠାରୁ ଅଧିକ ଫଳ ପାଇବ । ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ ।
ଧନିଷ୍ଠା- ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ । ଆପଣଙ୍କ ସକାରତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ । ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ
କୁମ୍ଭ -
ଧନିଷ୍ଠା- ରୋଗର ପ୍ରକୋପ ବୃଦ୍ଧି ପାଇବ । ଉଚିତ୍ ବ୍ୟବହାର ପାଇଁ ଖୁସିର ବାତାବରଣ ଦେଖାଦେବ । ବ୍ୟବସାୟରେ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି
ଶତଭିଷା- ରାଜନିତିରେ ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ । ଶିକ୍ଷାର୍ଥି ମାନେ ବିଦ୍ୟାରେ ସଫଳତା ହାସଲ କରିବେ । ଚାକିରି କ୍ଷେତ୍ରରେ ଆଶା ଅଭିଳାଷା ପୂରଣ ହୋଇପାରେ
ପୂ,ଭାଦ୍ରପଦ- କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ। ନୂତନ ଗୃହ ନିର୍ମାଣର ସୁଯୋଗ ଆସିବ । ବିଦ୍ୟାର୍ଥୀ ମାନେ ପଢାପଢିରେ ମନଭାବ ପ୍ରକାଶ କରିବେ । ଶତୃମାନେ ଆପଣଙ୍କୁ ମାଲିମକଦ୍ଦମାରେ ପକାଇ ଖର୍ଚ୍ଚାନ୍ତ କରିପାରନ୍ତି
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନ ଚାଳିଶା ସହ ପୂଜାପାଠ କରନ୍ତୁ
ମୀନ -
ପୂ,ଭାଦ୍ରପଦ- ଭାତୃ ସଂପର୍କରେ ଉନ୍ନତି ଘଟିବ । ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ଅଧିକ ସମୟ କଟାଇବେ । କୈାଣସି ଉନ୍ନତି ମୂଳକ କାର୍ଯ୍ୟ ସକାଶେ ମୋଟା ଅଙ୍କର ଅର୍ଥ ଦରକାର ପଡିବ
ଉ,ଭାଦ୍ରପଦ- ନବ ବିବାହିତ ଦମ୍ପତି ଏକା ସାଙ୍ଗରେ ସମୟ ବିତାଇବେ । ଗୁରୁଜନ ମାନଙ୍କ ସହିତ ମତାନ୍ତର ହୋଇପାରେ । ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ ।
ରେବତୀ- ବିବାହିତ ସମ୍ବନ୍ଧୀୟ କଥାବାର୍ତ୍ତା ବେଳେ ସଂଯମ ରଖନ୍ତୁ । ଘରକୁ ଜିନିଷ କିଣି ଅଧିକ ପଇସା ଖର୍ଚ୍ଚ କରିପାରନ୍ତି । ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରି ପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/24/horoscope-2026-02-24-09-03-51.jpg)