ମେଷ-
ଅଶ୍ୱନୀ- ଶାରିରୀକ ଉନ୍ନତି ଆସିବ । କର୍ମ କ୍ଷେତ୍ରରେ ଉତରତର ଉନ୍ନତି କରିବେ । ସାଂସାରିକ କ୍ଷେତ୍ରରେ ସୁଖ ସମୃଦ୍ଧି ଫେରିଆସିବ ଓ ସମ୍ପର୍କରେ ଉନ୍ନତି ଆସିବ ବ୍ୟବସାୟରେ । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ ।
ଦ୍ୱିଜା- ରାଜନିତିରେ କୈାଣସି କାର୍ଯ୍ୟ ଆପଣଙ୍କ ହାତରୁ ଘସି ଯାଇପାରେ । କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ । ମନ୍ଥରତା ଭିତରେ ମଧ୍ୟ ବ୍ୟବସାୟରେ ସୁଫଳତା ପାଇବେ ।
କୃତିକା– ଜମିଜମାକୁ ନେଇ ନିଜ ଲୋକମାନେ ବିଶ୍ୱାସଘାତ କରିପାରନ୍ତି । ମହିଳା ମାନେ ଆମୋଦ ପ୍ରମୋଦରେ ସମୟ କଟାଇବେ । କଳା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ
ବୃଷ-
କୃତିକା- ପରିବାର ଭିତରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମ ଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ । ଜୀବନ ସାଥିଙ୍କ ସହିତ ସାମଞ୍ଜସ୍ୟ ବଜାୟ ରହିବ ।
ରୋହିଣୀ- ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ଘରୋଇ କଂପାନୀରେ ଚାକିରି ମିଳିପାରେ । ପରକଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ରାଜନିତିରେ ସତ୍ୟବାଦି ହେବେ ।
ମୃଗଶିରା- ବେପାରରେ ଯୋଜନା ବଦ୍ଧ ରୂପେ କାମ କରିବେ । ଆର୍ଥିକ ଲାଭ ସହ ସମ୍ପତି ବୃଦ୍ଧି ହେବ । ଜମିବାଡି ସମ୍ବନ୍ଧୀୟ ମତାନ୍ତର ସୃଷ୍ଟି ହେବ । ମହିଳା ମାନେ ପୂଜା, ପାଠରେ ମନ ଲଗାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ମୃଗଶିରା- କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ।
ଆଦ୍ରା- ଋଣ ଗ୍ରସ୍ତ ହୋଇ ଜମି ବିକ୍ରୟ କରିବାକୁ ବାଧ୍ୟ ହେବେ । ମହିଳା ମାନେ ଚିନ୍ତିତ ରହିବେ । ପ୍ରେମ ମନ ଭାବନାରେ ହଠାତ୍ ଆଶୁଥିବା ପରିବର୍ତନ ଆପଣଙ୍କୁ ନିରାଶ କରିପାରେ ।
ପୁନର୍ବସୁ- ଭାଗ୍ୟ ଆପଣଙ୍କୁ ବହୁତ ସମର୍ଥନ କରିବ ଓ କାର୍ଯ୍ୟ ଅବସ୍ଥା ଅନୁକୂଳ ହେବ । ସାମାଜିକ କ୍ଷେତ୍ରରେ ଆପଣଙ୍କର କାର୍ୟ୍ୟକଳାପ ବୃଦ୍ଧି ପାଇବ । ଜୀବନରେ ନୂଆଲକ୍ଷ ନିର୍ଦ୍ଧାରିତ କରିବା ପାଇଁ ମନ ଲଗାଇ କାର୍ଯ୍ୟ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଲାଗିରହିଥିବା ମତାନ୍ତର ଦୂର ହୋଇଯିବ । ସହମର୍କୀଙ୍କ କଥାରେ ପ୍ରଭାବିତ ହୋଇ କୈାଣସି ନୂତନ କାମ କରିପାରନ୍ତି । ବୈବାହିକ ବନ୍ଧନରେ ବାନ୍ଧି ହୋଇପାରନ୍ତି ।
ପୁଷ୍ୟା- ସରକାରି ସହୟତା ପାଇବେ ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁକମ୍ପା ହାସଲ କରିବେ । ରାଜନୀତି ଦୃଢ ହେବା ସହିତ ମୂଖ୍ୟ ଭୂମିକା ନିର୍ବାହ କରିବେ । ବିଦ୍ୟାର୍ଥୀ ମାନେ ପଢାପଢିରେ ଓ ପରିକ୍ଷାରେ କୃତକାର୍ଯ୍ୟ ହେବେ ।
ଅଶ୍ଲେଷା- ବହୁ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ମହିଳା ମାନେ ଧୈର୍ଯ୍ୟ ଧରି କାମ କରିଲେ କାର୍ୟ୍ୟରେ ବିଜୟଲାଭ କରିବେ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ । ବିଦ୍ୟାର୍ଥୀ ମାନେ ପଢାରେ ଏକାଗ୍ରତା ରକ୍ଷା କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ
ସିଂହ-
ମଘା- ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦଢୃ କରିବେ । ନୂତନ ଲୁଗା ବ୍ୟବସାୟ ପାଇଁ ଯୋଜନା କରବେ । କର୍ମକ୍ଷେତ୍ରରେ ସବୁ କାର୍ଯ୍ୟକୁ ନିଜ ହାତକୁ ନେଇ ଶେଷ କରିବେ ।
ପୂ- ଫାଲ୍ଗୁନୀ- ପ୍ରେମ ସମ୍ପର୍କ ମଜବୁତ ରହିବ । ଅଫିସରେ ସହଯୋଗୀ ଆପଣଙ୍କ ବିଚାର ଦ୍ଵାରା ପ୍ରଭାବିତ ହେବେ । ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ । ଛାତ୍ର ଛକ୍ଷତ୍ରୀ ମାନେ ଅଧିକ ସମୟ ଖେଳରେ କଟାଇବେ ।
ଉ- ଫାଲ୍ଗୁନୀ- କୋର୍ଟରେ ରାୟ ଆପଣଙ୍କ ସପୋର୍ଟ ରେ ଆସିପାରେ । ମହିଳା ମାନେ ଆଭୁଷଣ ପ୍ରିୟ ହେବେ । ଚୟନ ଭୁମିକୁ କ୍ରୟ କରିବେ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ସୂର୍ୟ୍ୟ ଦେବତାଙ୍କର ପୂଜା କରନ୍ତୁ
କନ୍ୟା-
ଉ,ଫଳଗୁନି- ପେଟରେ ସାମାନ୍ୟ କଷ୍ଟ ଅନୁଭବ କରିବେ । କୈାଣସି ବଡ ସୁବିଧା ମିଳିବା ଯୋଗୁଁ ଧନ ଲାଭ ହେବ । ବନ୍ଧୁ ମାନଙ୍କ ସହିତ ହସ ଖୁସିରେ ସମୟ କଟାଇବେ । ଚାକିରୀରେ ବେତନ ବୃଦ୍ଧିର ସମ୍ଭାବନା ଅଛି । କଳାକ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବେ ।
ହସ୍ତା- କାହାକୁ କୈାଣସି କଥା ବୁଝାଇବାରେ ଭୁଲ ହୋଇପାରେ । ସାମାଜିକ କାର୍ୟ୍ୟକୁ ଯିବା ପାଈଁ ଭଲ ଅବସର ମିଳିବେ । ରାଜନେତାଙ୍କର ସମାଜରେ ଆଦର ବଢିବ । ପଢାରେ ଗୁରୁଜନଙ୍କ ଆଶ୍ରିବାଦ ଲାଭ କରିବେ ।
ଚିତ୍ରା- ଅଫିସ୍ରେ ଆପଣଙ୍କୁ ସାବଧାନ୍ ରହିବାକୁ ପଡିବ । ଜମିକୁ ନେଇ ବହୁ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ । ମହିଳା ମାନେ ବନ୍ଧୁପରିଜନଙ୍କ ପ୍ରିୟପାତ୍ର ହେବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସକାଳୁ କୁକୁର,କାଉକୁ ଖାଇବାକୁ ଦିଅନ୍ତୁ
ତୁଳା-
ଚିତ୍ରା- ମାନସିକ ଅସ୍ଥିରତା କାରଣରୁ ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି । ସମସ୍ତ ବାଧାକୁ ସଂଘର୍ଷ କରି ଆଗକୁ ବଢିପାରିବେ । ବ୍ୟବସାୟରେ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ ।
ସ୍ୱାତୀ- ଆଇନ୍ ସହାୟତା ସାଙ୍ଗକୁ ବିଦେଶ ଯାତ୍ରା କରି ପାରନ୍ତି । ମହିଳା ମାନେ ସୁଷସମୃଦ୍ଧି ପ୍ରାପ୍ତ କରିବେ । ବିଦେଶରେ କାମ କରୁଥିବା ଲୋକମାନେ ପଦୋନ୍ନତି ପାଇ ପାରିବେ
ବିଶାଖା- ଛାତ୍ରଛାତ୍ରି ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ପାଇବେ । ରାଜନିତିରେ ବିଶିଷ୍ଟ ବ୍ୟକ୍ତି ବା ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବେ । ଅନେକ ସୂତ୍ରରୁ କିଛି ଧନ ସମ୍ପତି ପାଇବାର ଯୋଗ ଅଛି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଧଳା ରଙ୍ଗର ପୋଷାକ ପରିଧାନ କରନ୍ତୁ
ବିଛା-
ବିଶାଖା- ପରସ୍ପର ପ୍ରତି ଥିବା ପ୍ରେମ ଭାବନା ବଢିବ । ବ୍ୟବସାୟରେ ଆଶା କରାଯାଉଥିବା ଫଳ ନ ପାଇ ଆପଣଙ୍କୁ କିଛି ନିରାଶାର ସମ୍ମୁଖୀନ ହେବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଯୋଜନା ଆଣିବେ ।
ଅନୁରାଧା- ଆପଣଙ୍କର ଆତ୍ମ ବିଶ୍ୱାସ ସ୍ଥର ଉଚ୍ଚ ରହିବ । ପରିବାରର ସଦସ୍ୟଙ୍କ ସହିତ ଭଦ୍ର ଭାବରେ କଥା ହେବେ ଏବଂ ସହନଶୀଳତା ବଜାୟ ରଖିବେ । ଜୀବନ ସାଥୀ ପରସ୍ପର ପ୍ରତି ଦାୟିତ୍ୱବାନ୍ ରହିବେ । ବିଦ୍ୟାର୍ଥୀମାନେ ଉତମ ଫଳ ପାଇବେ
ଜ୍ୟେଷ୍ଠା- ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ । ଭଲ ଟଙ୍କା ରୋଜଗାର କରିବା ଆରମ୍ଭ କରିବା ସହିତ ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାରୁ ନିବୃତ୍ତ ରହିବେ । ବିଦେଶରେ ରହି ପଢିବାର ସ୍ୱପ୍ନ ପୂରଣ ହୋଇପାରେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ
ଧନୁ
ମୂଳା – ମାନସିକ ଶାନ୍ତି ପାଇବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ବ୍ୟବସାୟରେ ସଫଳତା ପାଇବା ପାଇଁ ସାମାନ୍ୟ ପରିଶ୍ରମ କରିବାକୁ ପଡିବ । କର୍ମକ୍ଷେତ୍ରରେ ଅନିଚ୍ଛା ସତ୍ୱେ ପ୍ରତିକ୍ରିୟାକୁ ପ୍ରକାଶ କରନ୍ତୁ ନାହିଁ ।
ପୂ , ଷାଢା – ସାମାଜିକ କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ଶିକ୍ଷା କ୍ଷେତ୍ରରେ ଅଶୁଭ ପ୍ରଭାବ ପଡିବ । କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ । ରାଜନୀତିରେ ଥିବା ବ୍ୟକ୍ତି ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ ।
ଉ , ଷାଢା – ଛୋଟ ଛୋଟ ସମସ୍ୟାର ଅଣ ଦେଖା ନକରି ଭଲ ହେବ । ମହିଳା ମାନେ ଚାକିରିର ସୁଯୋଗ ପାଇବେ । ମାଲିମକନ୍ଦମାର ଶୁଣାଣୀ ଡେରି ହୋଇପାରେ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ ସ୍ଥାପନ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ
ମକର-
ଉ,ଷାଢା- ସ୍ୱାସ୍ଥ୍ୟ ସମସ୍ୟା ଅନେକାଂଶରେ କମ୍ ରହିବ । ପ୍ରେମ ସମ୍ବନ୍ଧ ପ୍ରତି ଆପଣ ଅଧିକ ଯତ୍ନବାନ୍ ହେବେ । ଅଫିସ୍ରେ ଜରୁରୀ କାମରେ କର୍ମଚାରୀଙ୍କ ଠାରୁ ସାହାଯ୍ୟ ପାଇବେ । ଔଷଧ ସମ୍ପନ୍ଧୀୟ ବ୍ୟବସାୟ, ଖଣିଜ ସମ୍ପଦ ବ୍ୟବସାୟରୁ ଲାଭବାନ୍ ହେବେ ।
ଶ୍ରବଣା- ସମସ୍ତ ପରିବାର ସଦର୍ସ ଏକାଠି ମିଶି ଦୂର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି । ନକାରତ୍ମକ ଭାବନା ମସ୍ତିଷ୍କକୁ ଆସିବାକୁ ଦିଅନ୍ତୁ ନାହିଁ । ଆପଣଙ୍କ ଜୀବନ ସାଥୀଙ୍କ ସହିତ ସମ୍ପର୍କ ମଧୁର ରହିବ ।
ଧନିଷ୍ଠା- ସମାଜରେ ଆପଣଙ୍କର ଲୋକପ୍ରିୟତା ବଢିବ । ସମ୍ପତି ବାଡିକୁ ନେଇ ଲାଗିଥିବା ଆଇନ ଗତ ଲଢେଇରେ ବିଜୟୀ ଲାଭର ଯଥେଷ୍ଟ ସମ୍ଭାବନା ଅଛି । ସମ୍ମାନିତ ଲୋକଙ୍କ ସହ ମିଶିବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ
ଧନିଷ୍ଠା - ଶାରିରୀକ ଓ ମାନସିକ ସ୍ତରରେ ଉନ୍ନତି ଆସିବ । ଅଫିସରେ ନୂଆ ସମ୍ପର୍କ ସୃଷ୍ଟି ହେବ। ପାରିବାରିକ ଶାନ୍ତି ବୃଦ୍ଧି ପାଇବ ଏବଂ ସମସ୍ତ କାର୍ୟ୍ୟ ଶୁଭପ୍ରଦ ହେବ ।
ଶତଭିଷା- ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଘଟିବ । ରାଜନିତି ବିବାଦରେ ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ । ଶିକ୍ଷାର୍ଥୀ ମାନେ ବିଦ୍ୟାରେ ସଫଳତା ହାସଲ କରିବେ ।
ପୂ, ଭାଦ୍ରପଦ- ଠିକ୍ ସମୟରେ ଉଚିତ୍ ପଦକ୍ଷେପ ନେବେ । ଖୋଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ମହିଳା ମାନେ ପୂରାତନ ରୋଗର ପିଡା ଅନୁଭବ କରିବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ମନ୍ତ୍ର ପାଠ କରି ଦିନ ଆରମ୍ଭ କରନ୍ତୁ
ମୀନ-
ପୂ,ଭାଦ୍ରପଦ- କୈାଣସି ଆତ୍ମୀୟଙ୍କ ନକାରତ୍ମକ ଚିନ୍ତାଧାରା ମନକୁ ସାମୟିକ ବିବ୍ରତ କରିପାରେ । ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ । କର୍ମକ୍ଷେତ୍ରରେ ସମସ୍ୟା ନିରାକରଣ ପାଇଁ ଚେଷ୍ଟିତ ହେବେ ।
ଉ,ଭାଦ୍ରପଦ- ଛାତ୍ରଛାତ୍ରିଙ୍କର ପାଠ ପଢାରେ ମନ ଲାଗିବ । ଘର ସଜାଇବାରେ ଧ୍ୟାନ ଦେବେ । ଆପଣ ନିଜ ସାଥୀଙ୍କ ଭାବନାକୁ ବୁଝିବେ । ରାଜନୈତିକ ସମର୍ଥନ ପାଇବେ । ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି ।
ରେବତୀ- ଅଫିସ୍ରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବେ । ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି । ସମ୍ପତିକୁ ନେଇ ଦୀର୍ଘଦିନର ଚିନ୍ତା ଦୂର ହେବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/uploadimage/library/16_9/16_9_0/Horoscope_1692329039-765747.jpg)