Advertisment

Daily Horoscope 1st November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିବେ । ବ୍ୟବସାୟାଦି ବିଭିନ୍ନ ସଂସାରୁ ଧନାଗମ ହେବ । ଅନ୍ୟ ମନସ୍କତା କାରଣରୁ ଯାତ୍ରା ସମୟରେ ହାତରେ ଆଘାତ ଲାଗିପାରେ । ଅଧିକ ପରିଶ୍ରମ ହେତୁ ଦେହରେ ଦୁର୍ବଳତା ଦେଖାଦେବ ।

Horoscope

Horoscope Photograph: (OTV)

Advertisment

ମେଷ-    
ଅଶ୍ୱନୀ- ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିବେ । ବ୍ୟବସାୟାଦି ବିଭିନ୍ନ ସଂସାରୁ ଧନାଗମ ହେବ । ଅନ୍ୟ ମନସ୍କତା କାରଣରୁ ଯାତ୍ରା ସମୟରେ ହାତରେ ଆଘାତ ଲାଗିପାରେ । ଅଧିକ ପରିଶ୍ରମ ହେତୁ ଦେହରେ ଦୁର୍ବଳତା ଦେଖାଦେବ ।
କୃତିକା- ଗୁରୁଜନଙ୍କ ସହମତରେ ଆଗକୁ ବଢିପାରିବେ । ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ । ଶିକ୍ଷାକ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେବ । ସମାଜ ସେବାରେ ବେଶ୍ ଆନନ୍ଦ ଅନୁଭବ କରିବେ ।
ଦ୍ୱିଜା- ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଅନ୍ୟର ଦୁଃଖ, ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ମହିଳା ମାନଙ୍କର ମାନସିକ ସ୍ଥିତି ଭଲ ରହିବ ନାହିଁ । ନୂତନ ଆୟର ପନ୍ଥା ଖୋଲିଯିବା ସହ ଉତମ ରୋଜଗାର ହେବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ   
ବୃଷ-
କୃତିକା-ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବ୍ୟବସାୟୀ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରିପାରନ୍ତି । ପ୍ରେମି ଯୁଗଳ ମାନେ ପରସ୍ପର ସହିତ ଅଧିକ ସମୟ ବିତାଇବାକୁ ଚେଷ୍ଟା କରିବେ ।
ରୋହିଣୀ- ଆଲୋଚନା କ୍ଷେତ୍ରରେ ସଂଯମତା ଅବଲମ୍ବନ କରନ୍ତୁ । ବ୍ୟବାସୟକୁ ବିସ୍ତାର କରିବା ପାଇଁ ଯୋଜନା କରିପାରନ୍ତି । ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ପଡିବ ।
ମୃଗଶିରା- ମାଲିମୋକଦ୍ଦମାର ସ୍ଥିତି ଅନୁକୂଳ ରହିବ । ସାହିତ୍ୟ, କଳା କ୍ଷେତ୍ରରେ ଆଶାନୁରୂପ ଫଳ ପାଇପାରିବେ । ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ
ମିଥୁନ-
ମୃଗଶିରା- ଯୋଗାଯୋଗ ଅଭାବ ହେତୁ ସମ୍ପର୍କ ମଧ୍ୟରେ ଦୂରତା ରହିପାରେ । ବାହାରେ ଖାଦ୍ୟ ଖାଇବା ଠାରୁ ଦୂରରେ ରୁହନ୍ତୁ । ଜୀବନ ସାଥିଙ୍କୁ ପ୍ରତ୍ୟେକ ଅସୁବିଧାରୁ ରକ୍ଷା କରିବାକୁ ଚେଷ୍ଟା କରିବେ ।
ଆଦ୍ରା- କର୍ମ କ୍ଷେତ୍ରରେ ପରିଶ୍ରମ ଓ ମେହନତର ପରିମାଣ ମିଳିବ ।  ଭାଗ୍ୟର ପରିବର୍ତନ ହେଲାଭଳି ଉନ୍ନତି ପଥରେ ଅଗ୍ରସର ହେବେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ ।
ପୁନର୍ବସୁ- ଧନ ସଂମ୍ପତି ବୃଦ୍ଧି ହୋଇପାରେ । ମହିଳା ମାନେ ଆତ୍ମ ସମ୍ମାନ ବଜାୟ ରଖିବେ । ନୂଆ ଲୋକଙ୍କ ସହିତ ହାତେ ମାପି ଚାଖଣ୍ଡେ ଚାଲନ୍ତୁ । ବିଚାର ବିଭାଗ ରାୟ ସପକ୍ଷରେ ଯିବ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଦର୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ଜୀବନ ସାଥୀଙ୍କ ସହ ଅଧିକ ସମୟ ଅତିବାହିତ କରିବାର ସୁଯାଗ ପାଇବେ । ବ୍ୟବସାୟୀ ମାନେ ଅର୍ଥିକ ଲାଭ ପାଇପାରନ୍ତି । ବ୍ୟକ୍ତିଗତ ଜୀବନରେ କିଛି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ ।
ପୁଷ୍ୟା- ରାଜନୀତିରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି । ପରୋପକାରୀ କାର୍ଯ୍ୟକଳାପ ପ୍ରତି ଅଗ୍ରହ ବୃଦ୍ଧି ପାଇବ । ଛାତ୍ରଛାତ୍ରୀ ମାନେ ପାଠକୁ ନେଇ ଚିନ୍ତାରେ ରହିବେ ।
ଅଶ୍ଲେଷା- ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରି କାମକୁ ଚଳାଇ ନେବେ। କୌଣସି ଅତ୍ୟାବଶ୍ୟକୀୟ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି । ଆଲୋଚନା ପରିସରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କ୍ଷୀର ଢାଳି ଦିନ ଆରମ୍ଭ କରନ୍ତୁ
ସିଂହ-
ମଘା-ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ଫଳରେ କର୍ମୋନ୍ନତି ହେବ । ବ୍ୟବସାୟ ବାଣିଜ୍ୟ ସମ୍ପର୍କୀୟ କୈାଣସି ଘଟଣା ଯୋଗୁ ବିଶେଷ ବ୍ୟସ୍ତ ରହି ଲାଭବାନ୍ ହେବେ ।
ପୂ- ଫାଲ୍‌ଗୁନୀ- କର୍ମକ୍ଷେତ୍ରରେ ଅନେକ ସୁବିଧା ସୁଯୋଗ ପାଇବା ଫଳରେ ଆଶା ପୂରଣ ହେବାର ରାସ୍ତା ଖୋଲିଯିବ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତି ବୃଦ୍ଧି ପାଇବ । ଉଚ୍ଚବିଦ୍ୟା ଅଧ୍ୟୟନ ପାଇଁ ବିଦେଶକୁ ଯାଇ ପାରନ୍ତି ।
ଉ- ଫାଲ୍‌ଗୁନୀ- ସମ୍ପତି ଲାଭ ହୋଇପାରେ । ମହିଳା ମାନେ ଯୋଗ୍ୟ ପ୍ରତିପାଦିତ ହେବେ । ପ୍ରଶାସନିକ କ୍ଷେତ୍ରରେ ଉତେଜନା ପରିସ୍ଥିତି ରହିପାରେ । କଳା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବେ 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ
କନ୍ୟା-
ଉ,ଫଳଗୁନି- ପ୍ରେମି ଯୁଗଳଙ୍କୁ ପରିବାର ଲୋକଙ୍କର ପୂର୍ଣ୍ଣ ସମର୍ଥନ ମିଳିପାରେ । ଘରର ସମସ୍ତ ସହସ୍ୟଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ । କୌଣସି ଛୋଟ କଥାକୁ ନେଇ କର୍ମକ୍ଷେତ୍ରରେ ବିବାଦ ଦେଖିବା ପାଇଁ ମିଳିବ ।
ହସ୍ତା- ଛାତ୍ରଛାତ୍ରୀ ମାନେ ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ । ପତିପତ୍ନୀ ମଧ୍ୟ ଅଶାନ୍ତି ସୃଷ୍ଟି ହୋଇପାରେ । ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ସଫଳତା ଓ ସମ୍ମାନ ମିଳିବ । କର୍ମକ୍ଷେତ୍ରରେ ଅପଦସ୍ତ ହୋଇପାରନ୍ତି ।
ଚିତ୍ରା- ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ । ନିଜ ସହ ସମୟ ବିତାଇବା ପାଇଁ ପସନ୍ଦ କରିବେ । କୌଣସି ଶୁଭଖବର ପାଇ ପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ  
ତୁଳା-
ଚିତ୍ରା- ପ୍ରିୟତମଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ହେବ । କର୍ମ ପାଇଁ ସମ୍ମାନିତ ଦକ୍ଷତା ପ୍ରତିପାଦିତ  ହେବେ । ନୂତନ କାର‌୍ୟ୍ୟକୁ ନେଇ ସେଥିରେ କୃତକାର୍ଯ୍ୟ ହେବେ । ଗମନା ଗମନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ସ୍ୱାତୀ- ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ । କାରବାରରେ ଆପଣଙ୍କୁ ପ୍ରଚୁର ଲାଭ ହେବ । ପଢାପଢିରେ ଓ ପରିକ୍ଷାରେ ସମଫଳ ମିଳିବ । ଚାକିରିରେ ଦୂର ଯାତ୍ରାର ସମ୍ଭାବନା ରହିଛି । ଅଜଣା ଶତୃ ଆପଣଙ୍କର କ୍ଷତି କରି ପାରନ୍ତି ।
ବିଶାଖା-ଗୃହସୀମା ମହିଳା ମାନେ ନୂଆ କିଛି କରିବା ପାଇଁ ଚେଷ୍ଟା କେରିବେ । ମହିଳା ମାନେ ବହୁତ କଷ୍ଟ ପାଇବେ । ପ୍ରଶାସନିକ ସ୍ତରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କର ମୂଳ  ମନ୍ତ୍ର ପାଠ କରନ୍ତୁ
ବିଛା-
ବିଶାଖା- ଭାଗୀଦାରୀ ବ୍ୟବସାୟରେ ଆଖି ବନ୍ଦ କରି କୌଣସି ପଦକ୍ଷପ ନିୟନ୍ତୁ ନାହିଁ । ଯେ କୋଣସି କାମରେ ହାତ ଦେଲେ ,ସେଥିରେ ସଫଳତା ପାଇବେ । ଆର୍ଥିକ ସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ ।     
ଅନୁରାଧା- ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନଟିଏ । ଅଜଥା କଥାକୁ ନେଇ ଚିନ୍ତାରେ ରୁହନ୍ତୁ ନାହିଁ । ନୂଆ ଚାକିରି ସୁଯୋଗ ପାଇପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଆର୍ଥିକ ସ୍ଥିତି ଭଲ ରହିବ ।
ଜ୍ୟେଷ୍ଠା- ଅତୀତ କଥାକୁ ଭାବି ମନଟା ଭଲ ଲାଗିବ ନାହିଁ । ଆଇନ ଅଦାଲତ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ସାଧାରଣ କଥାକୁ ଅତିରଞ୍ଜିତ କରି ଆକସ୍ମିକ କଳହଜିତ ଅନ୍ୟମନସ୍କ ରହିପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯  
ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ 
ଧନୁ-
ମୂଳା- ପ୍ରେମ ସମ୍ପର୍କରେ  ମଧୁରତା ବଢିବ । ଅଫିସ କାମରେ ମନ୍ଥର ଗତିରେ ପୂରା ହେବ । ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ । ଅସନ୍ତୋଷ ଭାବନାକୁ ନିଜ ଅବୈଧ ହେବାକୁ ଦିଅନ୍ତୁ ନାହିଁ ।
ପୂ, ଷାଢା- କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । ଚାକିରୀ କ୍ଷେତ୍ରରେ ବିରୋଧି ଦଳଙ୍କ ସଂଖ୍ୟା ବଢିପାରେ । ଶିକ୍ଷାକ୍ଷେତ୍ରରେ ଉଚ୍ଚକାଂକ୍ଷା ପୁର୍ତିର ଫଳ ସ୍ୱରୂପ ନିଜ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପାରିବେ ।
ଉ,  ଷାଢା- ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ । ଅଧିକ ଖର୍ଚ୍ଚକରି ଭୂମିକ୍ରୟ କରିବେ । ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରି ପ୍ରଂଶସିତ ହେବେ । ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
ଉ,ଷାଢା-ପାଦ ପୀଡା ସହ ଦୈନିକ କାର୍ଯ୍ୟରେ ବ୍ୟବଧାନ ଉତ୍ପନ୍ନ ହୋଇପାରେ । ପରିବାରରେ ଅନୁକୂଳ ପରିସ୍ଥିତି ବଜାୟ ରହିବ । ବୟସ୍କ ବ୍ୟକ୍ତିଙ୍କ ସମର୍ଥନ ପାଇ ବ୍ୟବସାୟରେ ହରେଇଥିବା ଟଙ୍କା ଫେରିପାଇପାରନ୍ତି ।
ଶ୍ରବଣା- ସରକାରୀ କିମ୍ବା ବେସରକାରୀ ସ୍ତରରୁ ପାଇବାକୁ ଥିବା ଅର୍ଥ ପାଇବେ। ସଦାବେଳେ ଝଗଡ଼ା କରିବାକୁ ଚାହିଁବସିଥିବା ଲୋକଟିର ସାମ୍‌ନା କିମ୍ବା ସମାଧାନ କରିବାର ଚିନ୍ତା ଲାଗି ରହିବ। ଗୁପ୍ତ ଶତ୍ରୁତା ଓ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ଧନିଷ୍ଠା- ସଭାସମିତିରେ ଆପଣ ଯୁକ୍ତିବଳରେ ସମସ୍ତଙ୍କ ମୁହଁ ବନ୍ଦ କରିଦେଇପାରିବେ। ଜମିଜମା କାରବାର କିମ୍ବା ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ତନ କର୍ମାରମ୍ଭ, ଲୋକସମ୍ପର୍କ ପାଇଁ ଦିନଟି ଭଲ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ
କୁମ୍ଭ
ଧନିଷ୍ଠା- ସାମୟିକ ଶାରୀରିକ ଦୁର୍ବଳତା ଅନୁଭବ କରିବେ । କର୍ମ କ୍ଷେତ୍ରରେ ନୂତନ ନିଯୁକ୍ତିର ସୂଚନା ମିଳିବ । ପାରିବାରିକ ସୁଖ ଅପେକ୍ଷା ବ୍ୟକ୍ତିଗତ ସୁଖକୁ ଅଧିକ ଗୁରୁତ୍ୱ ଦେବେ । ସର୍ବସାଧାରଣ କାର୍ଯ୍ୟ ଏବଂ ନୂତନ ପ୍ରକଳ୍ପ ପ୍ରତି ଆଗ୍ରହ ବୃଦ୍ଧି ପାଇବ ।
ଶତଭିଷା- ବ୍ୟବସାୟରେ ସାମାନ୍ୟ ଲାଭ ରହିବ । ରାଜନୈତିକ କ୍ଷେତ୍ରରେ ନୂଆ ସମ୍ମାନ ମିଳିବ । ଛାତ୍ରଛାତ୍ରି ମାନେ ସଫଳତା ଦିଗରେ ଆଗେଇବେ । ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ ।
ପୂ,  ଭାଦ୍ରପଦ- ନୂତନ ଜମି କ୍ରୟ କରିବାର ସୁଯୋଗ ଆସିବ । ଗୃହିଣୀ ମାନେ କାର୍ଯ୍ୟ ବ୍ୟସ୍ତତା ରହିବେ । ବିଦେଶରେ ରହି ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଅତ୍ୟଧିକ ଲାଭ ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ
ମୀନ
ପୂ, ଭାଦ୍ରପଦ- ଜୀବନ ସାଥୀଙ୍କ ସହିତ ସୁଖଦ ସନ୍ଧ୍ୟା ଅତିବାହିତ କରିବେ । କର୍ମ କ୍ଷେତ୍ରରେ ପଦୋନ୍ନତି ପାଇବାର ସୂଚନା ମିଳିବ । ସପରିବାର ବଡ ସହରକୁ ଯିବାର ଯୋଜନା କରିପାରନ୍ତି ।
ଉ, ଭାଦ୍ରପଦ- ପୁରାତନ ରୋଗରୁ ଉପସମ ପାଇବେ । ବ୍ୟବସାୟରେ ପରିଶ୍ରମରୁ ସୁଫଳ ନପାଇ ପାରନ୍ତି ।  ପଢାରେ ଅଧିକ ସମୟ ବିତାଇବେ । ଜୀବନରେ ଉନ୍ନତି ସୂଚିତ ହେବ ।
ରେବତୀ- ନୂଆ ଲୋକଙ୍କ ସହିତ ହାତେ ମାପି ଚାଖଣ୍ଡେ ଚାଲନ୍ତୁ । ସାମାଜିକତା କ୍ଷେତ୍ରରେ ସକ୍ରିୟତା ବଢିପାରେ । ଅଚାନକ ଧନଲାଭ ହେତୁ ଆଥିକ ସ୍ଥିତି ସୁଧାର ଆସିଯିବ ଓ ଆୟ ବୃଦ୍ଧି ହେବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

Advertisment
Horoscope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ