Advertisment

Daily Horoscope 1st February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ପାରିବାରିକ କ୍ଷେତ୍ରରେ ଆଳାପ ଆଲୋଚନାରେ ଅଧିକାଂଶ ସମୟ କଟାଇବେ। ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ । ପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ।

Horoscope

Horoscope Photograph: (OTV)

Advertisment

ମେଷ-
ଅଶ୍ୱନୀ- ପାରିବାରିକ କ୍ଷେତ୍ରରେ ଆଳାପ ଆଲୋଚନାରେ ଅଧିକାଂଶ ସମୟ କଟାଇବେ। ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ । ପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ। 
ଦ୍ୱିଜା- ସହକର୍ମୀମାନଙ୍କ ସହ ଭ୍ରମଣ ସୁଯୋଗ ଲାଭ କରିବେ। ବ୍ୟକ୍ତିଗତ କ୍ଷେତ୍ରରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ । ରାଜନୀତିରେ  କୂଟନୀତି ବଳରେ  କାର୍ଯ୍ୟ ସାଧନ କରିବେ। 
କୃତିକା- ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ କିଣିବାକୁ ମନ ବଳାଇ ପାରନ୍ତି । ଆକସ୍ମିକ ସମସ୍ୟାରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କରି ଅନୁତପ୍ତ ହୋଇପାରନ୍ତି । କୌଣସି ଅପରିଚିତଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ 

Advertisment

ବୃଷ-
କୃତିକା-ପାରିବାରିକ ସମସ୍ୟା ବୁଝାମଣା ଭିତରେ ସମାଧାନ ହେବ । ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ସମ୍ପୁର୍ଣ୍ଣ ହେବ ନାହିଁ । ଆର୍ଥିକ ଦିଗରୁ ଉପକୃତ ହେବେ । 
ରୋହିଣୀ- ଶାରୀରିକ ଅସୁସ୍ଥତା ଦୂର ହୋଇ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ରାଜନୀତି କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଚାକିରୀରେ ଅପମାନିତ ହୋଇପାରନ୍ତି । ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିବେ । 
ମୃଗଶିରା- ଅନେକ ସ୍ଥାନରେ ଭୁଲ୍ କରି ଅପମାନିତ ହୋଇପାରନ୍ତି । ଭୋଜନ ଆଦିରେ ତୃପ୍ତି ମିଳିବ । ମାନସିକ ବ୍ୟସ୍ତତା ଦେଖାଯିବ । ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ

ମିଥୁନ-
ମୃଗଶିରା- ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ। କିଛି ମାତ୍ରାରେ ସ୍ୱାସ୍ଥ୍ୟରେ ଅବନତି ହେବ। ପିଲାମାନଙ୍କ ହଜି ଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିବ ।
ଆଦ୍ରା- ଅଫିସରେ ଛୋଟ ଘଟଣାକୁ ବଡ଼ ଆକାରରେ ଚିନ୍ତା କରି ବୃଥାରେ ସମୟର ଅପଚୟ କରିପାରନ୍ତି । ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହାୟତ ଯୋଗୁଁ କାମ ଗୁଡିକ ସହଜ ହେଇଯିବ ।
ପୁନର୍ବସୁ- ସାହିତ୍ୟ, ସାମ୍ବାଦିକତା, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ଦୂର ସ୍ଥାନରେ ନୂତନ ଜମି କ୍ରୟ କରି ଆନନ୍ଦିତ ରହିବେ କ୍ଷ ମହିଳା ମାନେ କଠିନ ପରିଶ୍ରମ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

Advertisment

କର୍କଟ-
ପୁନର୍ବସୁ- ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ମଧୁମୟ କରିବାରେ ସହାୟକ ହେବେ । ଶୁଭ ସମ୍ବାଦ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହେବ ଓ ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ ।
ପୁଷ୍ୟା- ଚାହୁଁଥିବା ସୁଯୋଗ ହାତଛଡା କରିବେ । ପରୀକ୍ଷାରେ ଉଚ୍ଚଫଳ ମିଳିବ । ପିଲାଙ୍କ ଆଚରଣରେ ଅସନ୍ତୋଷ ବ୍ୟକ୍ତ କରି ମନେମନେ ବିରକ୍ତ ହେବେ । ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ । 
ଅଶ୍ଲେଷା- ସତର୍କତା ଅବଲମ୍ବନ ନ କଲେ ମାନ ସମ୍ମାନ ହାନୀହେବାର ବିଶେଷ ସମ୍ଭାବନା ଅଛି । ମାଙ୍ଗଳିକ କାର୍ଯ୍ୟରେ ଆନନ୍ଦ ଲାଭ କରିବେ । ଦୂର ଯାତ୍ରାର ସୁଯୋଗ ପାଇବେ । 
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ସିଂହ-
ମଘା- ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇପାରନ୍ତି।  ବ୍ୟବସାୟ ଓ ପରିବହନରେ ଅବଶ୍ୟ ବିଶେଷ କିଛି ଅସୁବିଧା ହେବନାହିଁ । ପାରିବାରିକ ସମସ୍ୟାକୁ ସମ୍ପର୍କୀୟଙ୍କ ସହାୟତାରେ ସୁଧାରିନେବେ। 
ପୂ,ଫାଲଗୁନି- କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ସଭାସମିତିରେ ସୁନାମ ମିଳିବ। ଚାକିରିରେ ସ୍ଥାନନାଶ ଯୋଗ ରହଛି । ଛାତ୍ର ଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ ।
ଉ,ଫାଲଗୁନି- ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦର ଆଶଙ୍କା ରହିଛି।  ଆକସ୍ମିକ ଭାବେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । କୌଣସି ଏକ ସାଧାରଣ କଥା ନେଇ ପରିବହନ କ୍ଷେତ୍ରରେ ଅସୁବିଧାରେ ପଡ଼ିପାରନ୍ତି।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

Advertisment

କନ୍ୟା-
ଉ,ଫଳଗୁନି- ବ୍ୟବସାୟରେ ମାନସିକ ସ୍ଥିତି ଭଲ ରହିବା ସହ କେତେକ ମୂଲ୍ୟବାନ ଦ୍ରବ୍ୟକ୍ରୟ କରିବେ । ଭିନ୍ନ ରାସ୍ତାରେ ଆୟବୃଦ୍ଧିର ଯୋଜନା ଚାଲୁ ରଖି ପାରନ୍ତି । ସ୍ୱାସ୍ଥ୍ୟରେ ସୁଧାର ଆସିବ । 
ହସ୍ତା- ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । କ୍ରୋଧକୁ ନିୟନ୍ତ୍ରଣ କରି ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ । ଋଣ ନେଇଥିବା ବ୍ୟକ୍ତି ଋଣ ସୁଝିପାରିବେ । 
ଚିତ୍ରା-ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାର୍ଯ୍ୟ ଉପରେ ନିର୍ଭର କରିବେ । ସନ୍ତାନ ସନ୍ତତି ପକ୍ଷରୁ ଶୁଭ ଖବର ଶୁଣି ଖୁସି ହେବେ । ଭାଗ୍ୟ ବୃଦ୍ଧି ପାଇଁ ସୁଯୋଗ ଆସିବ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର -  ସର୍ବକାର‌୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ତୁଳା-
ଚିତ୍ରା- କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍ ଦ୍ରୁତ ହେବ । କୈାଣସି ବିଶେଷ କାମରେ ପରିବାର ଲୋକଙ୍କ ସାହାର‌୍ୟ୍ୟ ପାଇବେ । ପ୍ରିୟତମଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ହେବ
ସ୍ୱାତୀ- ମୂଲ୍ୟବାନ୍ ଜିନିଷ କ୍ରୟକରିବା ସକାଶେ ହଠାତ୍ ମୋଟା ଅଙ୍କର ଆବଶ୍ୟକତା ପଡ଼ିପାରେ। ସାମାଜିକ ମାନସମ୍ମାନ ବାଧା ପ୍ରାପ୍ତ ହେବ । ଆପଣଙ୍କ କଥାକୁ ଲୋକେ ଗମ୍ଭୀରତାର ସହ ଶୁଣିବେ ।
ବିଶାଖା- ନିର୍ମାଣମୂଳକ କାର୍ଯ୍ୟ ସୁବିଧାରେ ହାସଲ କରିବା ପାଇଁ କଷ୍ଟକର ହୋଇପଡ଼ିବ । ଫିଲ୍ମ ଉଦ୍ୟୋଗି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଭଲ ସୁଯୋଗ ମିଳିବ । ନୂତନ ଘର କିଣିବା ପାଇଁ ସୁଯୋଗ ଆସିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ

ବିଛା-
ବିଶାଖା- କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ଉତମକାର୍ଯ୍ୟ  କରି ପଦୋନ୍ନତି ପାଇବେ । ବ୍ୟବସାୟ ଶୁଭାରମ୍ଭବ କରିବାର ସୁଯୋଗ ପାଇବେ । ବହୁ ଭ୍ରମଣ କରିବାକୁ ସଯୋଗ ପାଇବେ ।
ଅନୁରାଧା- ରାଜନୀତି କ୍ଷେତ୍ରରେ କର୍ତ୍ତବ୍ୟ ନିଷ୍ଠା ରକ୍ଷାକରି ସଚ୍ଚୋଟ ଭାବେ ଦାୟିତ୍ୱ ତୁଲାଇବା ଫଳରେ ଉପରିସ୍ଥଙ୍କ କୃପାଭାଜନ ହେବେ । ଆୟକୁ ଚାହିଁ ବ୍ୟୟ ଅଟକଳ ନ କଲେ ଲୋକହସା ହେବେ । 
ଜ୍ୟେଷ୍ଠା-ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ପୈତୃକ ସମ୍ପତି କୁ ନେଇ ଭାତୃ ବିବାଦ ତୁଟିଯିବ । ଚାକିରୀ କ୍ଷେତ୍ରରେ ଉତ୍ସାହିତ ହେବେ ।     
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ

ଧନୁ-
ମୂଳା- ପିଲା ଦିନର ବନ୍ଧୁଙ୍କ ସହିତ ଭେଟ ହୋଇପାରେ । କାର୍ଯ୍ୟବ୍ୟସ୍ତ ଯୋଗୁ ମଜା ମଉଜ କରିବାକୁ ଅବସର ପାଇବେ ନାହିଁ । ଲୁଗା ବ୍ୟବସାୟରେ ଲାଭବାନ୍ ହୋଇପାରନ୍ତି । 
ପୂ,ଷାଢା- ସତ କହିବା କାରଣରୁ ନିଜ ଲୋକମାନେ ଦୂରେଇ ଯାଉଥିବା ଲକ୍ଷ୍ୟକରିବେ। ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ । ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତା ପରିକ୍ଷାରେ ଭଲ କରିବେ । 
ଉ,ଷାଢା- ଭାତୃ ସଂପର୍କରେ ଉନ୍ନତି ଘଟିବ । ଦୋଷ ନଥାଇ ମଧ୍ୟ କୋର୍ଟର ଦ୍ୱରସ୍ଥ ହେବାକୁ ପଡିପାରେ । ମହିଳା ମାନେ ଶାନ୍ତ ସ୍ବଭାବ ଦେଖାଇବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ

ମକର-
ଉ,ଷାଢା-ପରିବାରିକ ସଦସ୍ୟମାନଙ୍କ ସହିତ ସମୟ କଟିବ । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ଅଛି । ଅର୍ଥ ଅବସ୍ଥା ବୃଦ୍ଧି କରିବା ପାଇଁ ଚିହ୍ନା ଲୋକଙ୍କଠୁ ନୂଆ ସ୍ରୋତ  ମିଳିପାରେ ।  
ଶ୍ରବଣା- ଅଫିସରେ ଜଣେ ବନ୍ଧୁଙ୍କୁ କେଦ୍ର କରି ଝଗଡା ଲାଗିପାରେ । ବିଦ୍ୟାର୍ଥୀ ମାନବଙ୍କ ପାଇଁ ସମୟ ଅନୁକୂଳ ରହିବ । ରାଜନୈତିକ କ୍ଷେତ୍ରରେ କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ ।
ଧନିଷ୍ଠା- ସମସ୍ୟା ଜାଲରେ ଛନ୍ଦି ହୋଇ ମନୋବଳ ବିଗିଡିଯିବ । ଅନ୍ୟ ମାନଙ୍କ ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ । ଅଟକିରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କୁମ୍ଭ-
ଧନିଷ୍ଠା- ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ।  ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ କାମରେ ଶିଥିଳତା ପରିଲକ୍ଷିତ ହେବ। ସମ୍ପର୍କୀୟଙ୍କୁ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ।
ଶତଭିଷା- ଅଫିସ୍ ସମ୍ବନ୍ଧୀୟ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ସରକାରୀ କ୍ଷେତ୍ରରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ବିଦ୍ୟାର୍ଥୀ ମାନେ ସଫଳତା ହାସଲ କରିବେ । 
ପୂ,ଭାଦ୍ରପଦ- ପୈତୃକ ସମ୍ପତ୍ତିକୁ ଭାଇ-ଭାଇ ଭିତରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ । ବୃତ୍ତିଗତ ଧନ୍ଦାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ମହିଳା ମାନେ ଆତ୍ମବିଶ୍ଵାସି ରହିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସାତଟି ଗୋଲ ମରିଚ ନୀଳ କପଡାରେ ବାନ୍ଧି ଜଳରେ ଭସାଇ  ଦିଅନ୍ତୁ

ମୀନ-
ପୂ,ଭାଦ୍ରପଦ- ଦୈହିକ ଦୁର୍ବଳତା ସହିତ ଧୈର୍ଯ୍ୟହରା ଓ ନୈରାଶ୍ୟ ବ୍ୟସ୍ତବିବ୍ରତ କରାଇବ । ନିଜର ଉନ୍ନତି ପାଇଁ କଠିନ ପରିଶ୍ରମ କରିବେ । ବୈବାହିକ ଜୀବନ ଭଲ ରହିବ । 
ଉ,ଭାଦ୍ରପଦ- ରାଜନୈତିକ ମାନେ ସମାଜ ସେବାରେ ସ୍ୱନାମ ଅର୍ଜନ କରିପାରିବେ । ଶତୃ ପରାଜିତ ହେବା ସହ ବ୍ୟବସାୟରେ ଭଲ ଲାଭ ପାଇବ । ଭାଗିଦାରି ମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ । 
ରେବତୀ- ଦୂର ଯାତ୍ରରେ ଲାଭ ପାଇ ପାରନ୍ତି । ଚାକିରୀରେ ସମ୍ମାନ ମିଳିବ । ଅଜଣାତରେ କ୍ଷତିଗ୍ରସ୍ତ ହୋଇପାରନ୍ତି । ସୁସ୍ୱାଦୁ ଭୋଜନ କରିପାରନ୍ତି ।  
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଓଁ ବୃଂ ବୃହସ୍ପତୟେ ନମଃ ଜପ କରନ୍ତୁ

Horoscope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ