ମେଷ-
ଅଶ୍ୱନୀ- ସମ୍ପର୍କୀୟଙ୍କ ସହଯୋଗକ୍ରମେ ଆନୁଷ୍ଠାନିକ କାମ ପ୍ରତି ମନ ବଳାଇବେ । ପାରିବାରିକ କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ବୈବାହିକ ଜୀବନରେ ସଂପର୍କ ନିବିଡ ହେବାକୁ ଲାଗିବ ।
ଦ୍ୱିଜା-ସଭାସମିତ, ସଙ୍ଗଠନ, ରାଜନୀତି, ପ୍ରଶାସନ, ଆଲୋଚନା, କ୍ଷେତ୍ରରୁ ପ୍ରଶଂସିତ ହେବେ। ଆର୍ଥିକ ସ୍ଥିତି ପୂର୍ବପରି ରହିବ ଓ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧିପାଇବ। ପ୍ରତ୍ୟେକ କଥାକୁ ସହଜ, ସରଳ ଢଙ୍ଗରେ ଗ୍ରହଣ କଲେ କ୍ଷତିରେ ପଡ଼ିପାରନ୍ତି।
କୃତିକା-ଅବିବାହିତ ଯୁବକ ଯୁବତୀଙ୍କର ବିବାହ ଧାର୍ଯ୍ୟ ହେବ । କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ। ପ୍ରତ୍ୟେକ ସ୍ତରରେ ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ଅଶ୍ୱସ୍ଥ ବୃକ୍ଷ ମୂଳେ ଗୁଡ ଥୋଇ ପ୍ରଣାମ କରନ୍ତୁ
ବୃଷ-
କୃତିକା- ପ୍ରେମ ବଢ଼ିବା ଏବଂ ପରସ୍ପର ପ୍ରତି ଉତ୍ସର୍ଗୀକୃତ ଭାବନା ସୃଷ୍ଟି ହେବ । ସାମାଜିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ ।
ରୋହିଣୀ- ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇ ଖୁସି ହେବେ । ଆତ୍ମୀୟସ୍ବଜନଙ୍କ ଆରୋଗ୍ୟ ପାଇଁ ଚିନ୍ତା ବଢ଼ିପାରେ। ସଭାସମିତିରେ ଯୋଗ ଦେଇ ଲାଭବାନ ହେବେ ଓ ସମ୍ମାନ,ପ୍ରତିଷ୍ଠା ପାଇବେ ।
ମୃଗଶିରା- ପ୍ରଶାସନିକ ସ୍ତରରେ ସମସ୍ୟା ବୃଦ୍ଧି ପାଇବ । ଗୃହ ନିର୍ମାଣ, ଯାନ ମରାମତିରୁ ଖୁସି ରହିବେ । କାର୍ଯ୍ୟ କୁଶଳତା ହେତୁ ମାନସିକ ସ୍ଥିତି ଭଲ ରହିବ । ମନ କଥା ମନରେ ରଖି କାମ ହାସଲ କରିବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ମାଛକୁ ମଇଦା ଖାଇବାକୁ ଦିଅନ୍ତୁ
ମିଥୁନ-
ମୃଗଶିରା- ବହୁଦିନରୁ ଅଟକି ରହିଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ। ସ୍ବାସ୍ଥ୍ୟ ସମସ୍ୟା ପରିବର୍ତ୍ତିତ ନହେବା ହେତୁ ସାମୟିକ ଦୁଶ୍ଚିନ୍ତା ବୃଦ୍ଧି ଘଟିବ । ପରିବାର ଭିତରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ ।
ଆଦ୍ରା- ବ୍ୟବସାୟ-ବାଣିଜ୍ୟ ଆଶାନୁରୂପ ଫଳ ପ୍ରାପ୍ତି ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ । କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେଇପାରେ । ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ ।
ପୁନର୍ବସୁ- ଜମିଜମା କାରବାରରେ ବିଳମ୍ବ ହେତୁ ସମସ୍ୟା ଦେଖାଦେଇପାରେ । ଆୟ ଅନୁଯାୟୀ ହାତ ଖୋଲା ଖର୍ଚ୍ଚ କରିବେ । ମହିଳାମାନେ ନାନା ଚିନ୍ତାରେ ରହିବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ଶ୍ରୀ ରାମଙ୍କର ରକ୍ଷା ସ୍ତୋତ୍ର ପାଠ କରନ୍ତୁ
କର୍କଟ-
ପୁନର୍ବସୁ-ବୟସ୍କ ବ୍ୟକ୍ତିଙ୍କ ଶାରୀରିକ ଅସୁସ୍ଥତା ଯୋଗୁ ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ପରାମର୍ଶକୁ ଗ୍ରହଣ କରିବେ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ ପାଇଁ ଖର୍ଚ୍ଚାନ୍ତ ହେବେ ।
ପୁଷ୍ୟା- ଶିଳ୍ପ, ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ କିନ୍ତୁ ନିରାଶ ହେବେନି । ସାମାଜିକ ସ୍ତରରେ ସମ୍ମାନ ଲାଭ କରିପାରନ୍ତି । ପରୋକ୍ଷ ଶତ୍ରୁତା ପ୍ରତି ସତର୍କ ରହିବା ସହିତ ।
ଅଶ୍ଲେଷା- ମାଲିମକଦ୍ଦମାରେ ବିଜୟ ପ୍ରାପ୍ତିର ଆଶା କରିବେ । ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବାର ସମ୍ଭାବନା ରହିଛି । ନିଜ ମନ ପସନ୍ଦର ଜିନିଷ କିଣିବା ସକାଶେ ମନ ବଳାଇବେ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଶିବଙ୍କୁ ତାଙ୍କର ଚନ୍ଦ୍ରଶେଖର ଅବତାରରେ ପୂଜା କରନ୍ତୁ
ସିଂହ-
ମଘା- ତୈଳବୀଜ ବ୍ୟବସାୟରେ ବେଶ୍ ଲାଭବାନ୍ ହେବେ । କାମକାର୍ଯ୍ୟ ମାମଲାରେ ଦୂରସ୍ଥାନକୁ ଯିବାକୁ ପଡିବ । ପରିବାରରେ ନିଜର ପଦ ଗରିମା ଅନୁସାରେ ପାରିବାରିକ ସ୍ଥିତି ଭଲ ରହିବ ।
ପୂ,ଫାଲଗୁନି- ଆଜି ଭଲ ବିଚାର ଭରା ରହିବେ ଓ ଆଶାରୁ ବହୁତ ବେଶୀ ଲାଭ ପାଇବେ । ଶିକ୍ଷାର୍ଥୀମାନଙ୍କୁ ଆଶାନୁରୂପ ଫଳ ପାଇବା ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ । ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ଦେଖାଦେବ ।
ଉ,ଫାଲଗୁନି- ନିର୍ମାଣ, ମରାମତି କାମ ଓ ପ୍ରତିଟି ପଦକ୍ଷେପରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ନୂତନ ଗୃହୋପକରଣ କ୍ରୟ କରିପାରନ୍ତି। ମହିଳା ମାନେ ଗୃହ ଚିନ୍ତାରେ ବ୍ୟସ୍ତ ରହିବେ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- କୁଳ ଦେବତାଙ୍କ ପୂଜା କରନ୍ତୁ
କନ୍ୟା-
ଉ,ଫଳଗୁନି- ସ୍ୱାସ୍ଥ୍ୟ ଭଲ ରହିବ ଓ ଅର୍ଥ, ସମ୍ମାନ ପାଇବେ । ଅନ୍ୟମାନେ ଫାଇଦା ହାସଲ ପାଇଁ ସମ୍ମୁଖରେ ପ୍ରଲୋଭନଯୁକ୍ତ କଥା କହି ପାରନ୍ତି । କର୍ମକ୍ଷେତ୍ରରେ କେତେକ ବିବାଦୀୟ ଚିନ୍ତାଧାରା ମନକୁ ବ୍ୟସ୍ତବିବ୍ରତ କରିପାରେ ।
ହସ୍ତା- ନିଜ ଲୋକଙ୍କ ବେଖାତିର ମନୋଭାବ କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନ ଭଲ ଲାଗିବ ନାହିଁ । ଯେ କୌଣସି କାମ ହେଉନା କାହିଁକି ଆପଣ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ ।
ଚିତ୍ରା- ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦର ଆଶଙ୍କା ରହିଛି । ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚଳଚ୍ଚିତ୍ର ତଥା ସଭାସମିତିରେ ସୁନାମ ମିଳିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ବୁଦ୍ଧ ଦେବଙ୍କ ବୀଜ ମନ୍ତ୍ର ଜପ କରନ୍ତୁ
ତୁଳା-
ଚିତ୍ରା- ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ । ବନ୍ଧୁ ମିଳନ ଏବଂ ପରିବାରରେ ସୁଖଶାନ୍ତି ପ୍ରାପ୍ତି ହେବ କ୍ଷ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ।
ସ୍ୱାତୀ- ସନ୍ତାନ ମାନେ ଉଚ୍ଚ ଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ । ପ୍ରତ୍ୟକ୍ଷ ଓ ପରୋକ୍ଷ ଶତ୍ରୁତା ଥିବା ଲୋକ ଓ ଇର୍ଷା ପରାୟଣ ବ୍ୟକ୍ତିଙ୍କ ଦ୍ୱାରା ପୁରସ୍କୃତ ହେବେ ।
ବିଶାଖା- ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ। ଆନୁଷ୍ଠାନିକ କାମରେ ସହଯୋଗ ପ୍ରଦାନ କରି ପ୍ରଶଂସିତ ହୋଇପାରନ୍ତି। ଗଣମାଧ୍ୟମ, ବେତାର, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ପାଣିରେ କିଛି ଫିଟିକିରି ପକାଇ ଘରକୁ ପୋଛନ୍ତୁ
ବିଛା-
ବିଶାଖା- ଦେହ ଭଲ ରହିଲେ ମଧ୍ୟ ମୁଣ୍ଡ ରୋଗରେ କଷ୍ଟ ପାଇବେ । ପରିବାରର ସାଧାରଣ କଥାକୁ ବଡ଼ ଆକାରରେ ଚିନ୍ତାକରି ବ୍ୟସ୍ତ ରହିବେ । ଦୂରଯାତ୍ରା ସଫଳ ହେବ ଓ ଲକ୍ଷ୍ୟ ହାସଲରେ ସମର୍ଥ ହୋଇପାରିବେ ।
ଅନୁରାଧା- ନିଜର ଆକସ୍ମିକ ବୁଦ୍ଧି ଓ କାର୍ଯ୍ୟ କରିବା ଶୈଳିରେ ପରିବର୍ତନ ଆଣି ପ୍ରେମ ସମ୍ପର୍କକୁ ବଢାଇବା ସହିତ ଦାମ୍ପତ୍ୟ ଜୀବରେ ସୁଧାର ଆଣିବେ । ବ୍ୟବସାୟ ଅଗ୍ରଗତି କରିବା ପାଇଁ ସାହାଯ୍ୟକାରୀ ଲୋକମାନେ ସହାୟତା କରିବେ ।
ଜ୍ୟେଷ୍ଠା- ଶିକ୍ଷାର୍ଥୀମାନେ ପଥ ଭ୍ରଷ୍ଟ ହୋଇ ପାରନ୍ତି । ବିବାଦୀୟ ଘଟଣାରେ ପ୍ରତିଦ୍ୱନ୍ଦିତା କ୍ରମଶଃ ବୃଦ୍ଧି ପାଇବ। ଇଲୋକ୍ଟ୍ରୋନିକ ସାମଗ୍ରୀ କିଣି ପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ହନୁମାନ ଚାଳିସା ପାଠ କରନ୍ତୁ
ଧନୁ-
ମୂଳା-ପୁରାତନ ରୋଗର ଉପଶମ ପାଇଁ ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ । ବନ୍ଧୁ ମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସ ଖୁସିର ବାତାବରଣ ସୃଷ୍ଟି ହେବ ।
ପୂ,ଷାଢା- ପରକଥାରେ ନିଜ ଲୋକଙ୍କୁ ଭୁଲ୍ ବୁଝିବେ । ଚାକିରିରେ ଅସ୍ଥିରତା ମନ ରହିବ । ଉଚ୍ଚ ଶିକ୍ଷା ପାଇଁ କଠିନ ପରିଶ୍ରମ କରିବାକୁ ପଡିପାରେ । ରାଜନୀତିରେ ମାନ ସମ୍ନାନ ବୃଦ୍ଧି ପାଇବ ।
ଉ,ଷାଢା- ଜମିଜମା କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ରାସ୍ତାରେ ଗମନାଗମନ କ୍ଷେତ୍ରରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି । ଅର୍ଥାଭାବ ଯୋଗୁ ବିଚଳିତ ହେବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ନାଲି ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମକର-
ଉ,ଷାଢା- ବ୍ୟବସାୟ ଅଗ୍ରଗତି କରିବା ପାଇଁ ସାହାଯ୍ୟକାରୀ ଲୋକମାନେ ସହାୟତା ପାଇବେ । ବାରମ୍ବାର ଚେଷ୍ଟା କରିବା କାରଣରୁ ବନ୍ଧୁଙ୍କ ନିକଟରୁ କିଛି ଅର୍ଥ ସାହାଯ୍ୟ ପାଇବେ । ଜୀବନ ସାଥିଙ୍କ ପାଖରେ ଅଧିକ ସମୟ ବିତାଇବେ ।
ଶ୍ରବଣା- କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ। ନୂତନ ଗୃହ ନିର୍ମାଣର ସୁଯୋଗ ଆସିବ । ମହିଳା ମାନେ ପରିବାରରେ ପୃଷ୍ଟି ସାଧନ ପାଇଁ ପ୍ରୟାସ କରିବେ ।
ଧନିଷ୍ଠା- ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାରାଦି କ୍ରୟ କରିପାରନ୍ତି । ମନୋରଞ୍ଜନ କାର୍ୟ୍ୟକ୍ରମରେ ନିଜକୁ ସାମିଲ କରିପାରନ୍ତି । ଜମିଜମା, ଯାନବାହନ, ଲେଖାପଢ଼ା କ୍ଷେତ୍ରରୁ ଉପକୃତ ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଶ୍ରୀ ଶନି ଚାଳିସା ପାଠ କରନ୍ତୁ
କୁମ୍ଭ-
ଧନିଷ୍ଠା-ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ । କର୍ମଜୀବି ମାନଙ୍କର ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ଆର୍ଥିକ ପରିସ୍ଥିତି ଭଲ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ ।
ଶତଭିଷା- ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବା ସହ ପ୍ରତିଯୋଗୀତା ପରୀକ୍ଷାରେ ଯଶର ସହ ଉତ୍ତୀର୍ଣ୍ଣ ହୋଇ ପ୍ରଶଂସିତ ହେବେ । ରାଜନୈତିକ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସହ ଆଲୋଚନା କଲେ ସୁଫଳ ପାଇବେ ।
ପୂ,ଭାଦ୍ରପଦ-ପଢାରେ ବନ୍ଧୁଙ୍କ ସାହାଯ୍ୟ ପାଇବେ । ଯାତ୍ରା, ବାଣିଜ୍ୟ, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପ୍ରଦାନ କରିପାରନ୍ତି। ପରକଥାରେ ପଡ଼ି ଭୁଲ୍ ମାର୍ଗର ଅନୁସରଣ କରିବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ
ମୀନ-
ପୂ,ଭାଦ୍ରପଦ- ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ରହିବ । ପରିବାର ଓ ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇ ପାରନ୍ତି ।
ଉ,ଭାଦ୍ରପଦ- ବ୍ୟବସାୟିକ ଦିଗଟି ଭଲ ରହିଲେ ମଧ୍ୟ ପାରିବାରିକ ସ୍ଥିତି ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ ।
ରେବତୀ- ସମସ୍ୟା ରହିଥିଲେ ମଧ୍ୟ କାମ ହାସଲ ପାଇଁ ପ୍ରତିବନ୍ଧକ ସାଜିବ ନାହିଁ। ମାଲିମକଦ୍ଦମାରେ ବିଜୟ ଓ ଶତ୍ରୁଙ୍କୁ ପରାସ୍ତ କରିବାରେ ସହାୟକ ହେବେ । ଅର୍ଥନୈତିକ ପ୍ରଗତି ମାନସିକ ସ୍ଥିତିକୁ ଦୃଢ଼ୀଭୂତ କରିବ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ବ୍ରାହ୍ମଣକୁ ବସ୍ତ୍ର ଦାନ କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/uploadimage/library/16_9/16_9_0/Horoscope_1692329039-650009.jpg)