Horoscope Photograph: (OTV)
ଡିସେମ୍ୱର ୧୯. ଶୁକ୍ରବାର
ମେଷ-
ଅଶ୍ୱନୀ- ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ । ବ୍ୟବସାୟରେ ଲାଭବାନ୍ ହେବେ । ଚାକିରିରେ ପଦ ମର୍ଯ୍ୟାଦା ପ୍ରାପ୍ତ ହୋଇପାରେ । ସାଂସାରିକ ଜୀବନରେ ଚିନ୍ତିତ ରହିବେ ।
ଦ୍ୱିଜା- ନୂଆ କାମ ହାସଲ କରିବେ । ରାଜନୀତିରେ ବିବାଦରେ ବିଜୟ ଲାଭରୁ ମନୋବଳ ବୃଦ୍ଧି ପାଇବ । ବିଦ୍ୟାର୍ଥୀ ମାନେ ପଢାରେ ଚିନ୍ତିତ ରହିବେ । କର୍ମ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ ।
କୃତିକା- ହଠାତ୍ କୈାଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ନିଜ ଲୋକ କେହି ଆପଣଙ୍କୁ ହଇରାଣରେ ପକାଇ ପାରନ୍ତି । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ଆରାଧନା କରନ୍ତୁ
ବୃଷ-
କୃତିକା- ବ୍ୟବସାୟ ସମ୍ବନ୍ଧରେ ବଡ ଚୁକ୍ତି ହୋଇପାରେ । ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ହେବ । ମିତ୍ର ବନ୍ଧୁ ମାନଙ୍କ ପରିସର ବୃଦ୍ଧି ପାଇବ । ବୃଦ୍ଧି ବିଦ୍ୟାର ଉତମ ଉପଯୋଗ କରି କାର୍ଯ୍ୟରେ ସଫଳତା ପାଇବେ ।
ରୋହିଣୀ- ଶିକ୍ଷାର୍ଥୀ ମାନେ ଅଧ୍ୟୟନ ଦିଗରେ ମନ ବଳାଇବେ । ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି । ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ । ଆର୍ଥିକ କ୍ଷୟକ୍ଷତି ଦେଖା ଦେଇପାରେ ।
ମୃଗଶିରା- ନିଜର ଚତୁରତା ଓ ବିବେକରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ । ଉତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ କିଛି ବ୍ୟୟ ହେବ । ଯାନ ବାହନରେ ଚଳାଚଳରେ ସତର୍କ ରୁହନ୍ତୁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ମୃଗଶିରା- ଶାରୀରିକ ସୁସ୍ଥତା ମନକୁ ଆଶ୍ୱସ୍ତି ପ୍ରଦାନ କରିବ। ଅଭାବ ହେତୁ ପରିବାରରେ କଳହ ଦେଖାଦେବ । ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ । ଅଫିସରେ ନୂଆ ସମ୍ପର୍କ ସୃଷ୍ଟି ହେବ ।
ଆଦ୍ରା- କେତେକ କ୍ଷେତ୍ରରେ ଇଚ୍ଛା ବିରୋଧରେ କାମ କରି ଅନୁତାପ କରିବେ । ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଂଶସାକୁ ସହି ନପାରି କଟୁ ମନ୍ତବ୍ୟ ଦେଇପାରନ୍ତି । ଯାତ୍ରାରେ ବିଳମ୍ବ ଘଟିପାରେ ।
ପୁନର୍ବସୁ- ବନ୍ଧୁମାନଙ୍କ ପରାମର୍ଶକ୍ରମେ କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦବୀ ହାସଲ କରି ପାରନ୍ତି । ଘରର ସୀମା ବା ସଂପତିକୁ ନେଇ ଆକସ୍ମିକ କଳହ ଲାଗିପାରେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ବ୍ୟବସାୟୀ ମାନେ କମ୍ ପରିଶ୍ରମରେ ଅଧିକ ଲାଭବାନ୍ ହେବେ । କଳା ଓ ସାହିତ୍ୟ କ୍ଷେତ୍ରରେ ଆଗ୍ରହ ବଢିବ । ସାମାଜିକ ଭାବମୂର୍ତ୍ତି ସୁରକ୍ଷା ହେବ । ଅଫିସ୍ରେ ଆପଣଙ୍କର ପଦୋନ୍ନତି ବିଷୟରେ ଆଲୋଚନା କରିପାରନ୍ତି ।
ପୁଷ୍ୟା- କାର୍ୟ୍ୟ ବିଷୟରେ ପରାମର୍ଶ ଦେବା ଫଳରେ ପ୍ରଂଶସିତ ହେବେ । ନ୍ୟାୟମାର୍ଗ ଓ ମିଠା ବଚନକୁ ନିଜର ଭୂଷଣଭାବି କର୍ମ କରିଲେ ଲାଭବାନ୍ ହେବେ । ଶତ୍ରୁମାନେ ମିତ୍ରପରି ବ୍ୟବହାର କରିବେ । ଭାଷଣ ବାଜିରେ କ୍ରୋଧକୁ ଆୟତକରିବା ଉଚିତ୍
ଅଶ୍ଳେଷା- ପରିଚିତ ଲୋକଙ୍କଠାରୁ ଅଧିକ ଲାଭ ମିଳିବ । କୈାଣସି କାମରେ ବିଶେଷ ଜ୍ଞାନ ହାସିଲ କରିବେ । ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ସିଂହ-
ମଘା- ଶାରୀରିକ ଦୁର୍ବଳତାରୁ ମୁକ୍ତି ପାଇବେ । ପାରିପାରିକ ଜୀବନ ସୁଖକର ହୋଇପାରେ । ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ । କର୍ମକ୍ଷେତ୍ରରେ କିଛି ନୂଆ ଅଭୀଜ୍ଞତା ହାସଲ କରିବେ ।
ପୂ,ଫାଲଗୁନି- ବ୍ୟବସାୟରେ ସୈଜନ୍ୟ ହାନି ଘଟିବ । ଦଳୀୟ ନେତାଙ୍କ ସହିତ କୈାଣସି କଥା ଆଲୋଚନା କରିପାରନ୍ତି । ଛାତ୍ରମାନେ ଏକାଗ୍ରତାର ସହ ପଢାରେ ମନ ଲଗାଇବେ
ଉ,ଫାଲଗୁନି- କଳାକାର ମାନଙ୍କୁ ଭଲ ସୁଯୋଗ ମିଳିବ । ମାଲିମକଦ୍ଦମାରେ ଜୟଯୁକ୍ତ ହେବେ । ମହିଳା ମାନେ ଅନ୍ୟକୁ ସାହାଯ୍ୟ କରିବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ
କନ୍ୟା-
ଉ- ଫାଲ୍ଗୁନୀ- ଶରୀର ସୁସ୍ଥ ରହିବା ସହ ଯାତ୍ରାରେ ବିଶେଷ ଲାଭବାନ୍ ହେବେ ।ବନ୍ଧୁଙ୍କ ସାହାର୍ୟ୍ୟ ଦ୍ୱାରା କଠିନ କାର୍ୟ୍ୟ କରିବେ । ବ୍ୟବସାୟରେ ବିରାଟ ଯୋଜନାର ସଂକଳ୍ପ ନେବେ ।
ହସ୍ତା- ଚାକିରିରେ ପ୍ରାଧାନ୍ୟ ବଜାୟ ରହିବ । ଶିକ୍ଷାର୍ଥୀ ମାନେ ଭାବନା ଉପରେ ନିୟନ୍ତ୍ରଣ ରଖିଲେ ଶିକ୍ଷା ଲାଭ କରି ପାରିବେ । ରାଜନୀତିରେ ଲୋକ ପ୍ରିୟତା ଦେଖା ଦେବ ।
ଚିତ୍ରା- ମହିଳା ମାନେ ଗୃହ ଚିନ୍ତାରେ ବ୍ୟସ୍ତ ରହିବେ । ପରିବାରରେ ଅଯଥା ଝଗଡା ବଢିଯିବା ଫଳରେ ନିଜେ ଲଜ୍ଜିତ ହେବ । କ୍ୟାରୀୟରରେ ସକାରାତ୍ମକ ପ୍ରଭାବ ପଡିବ । କର୍ମଚାରୀ ଓ ଶ୍ରମିକମାନେ ବେଶି ଉପକୃତ ହେବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ
ତୁଳା-
ଚିତ୍ରା- ସ୍ୱାସ୍ଥ୍ୟ ଲାଗି ଖର୍ଚ୍ଚ କରିବେ । ପରିବାରରେ ଯେପ୍ରକାରର ସମସ୍ୟା ଆସିଲେ ମଧ୍ୟ ତାହାର ଠିକ୍ ସାମନା କରିବା କଷ୍ଟକର ହୋଇପାରେ । ବ୍ୟବସାୟ, ପରିବହନ , କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ ।
ସ୍ୱାତୀ- ନୂଆ ନୂଆ ବନ୍ଧୁ ସୃଷ୍ଟି କରିବେ । ଅଫିସ୍ କାମରେ ବ୍ୟସ୍ତ ରହିବେ । ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ ।ସରକାରୀ ସ୍ତରରୁ ଦୀର୍ଘ ପ୍ରତୀକ୍ଷା ପାରେ ଆଶା କରୁଥିବା ଖବରଟି ପାଇପାରନ୍ତି ।
ବିଶାଖା- ମହିଳା ମାନେ କର୍ମକ୍ଷେତ୍ରରେ ପ୍ରଶଂସା ଲାଭ କରିବେ । ନିର୍ମାଣଧିନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ । ଏକତରଫା ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇ ପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶିବଙ୍କର ଦର୍ଶନ ସହ ପୂଜାପାଠ କରନ୍ତୁ
ବିଛା-
ବିଶାଖା- ମାନସିକ କ୍ଳାନ୍ତି ଅନୁଭବ କରିବେ । ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ ହେବ । ବାଣିଜ୍ୟରେ ଆତ୍ମବୃଦ୍ଧି ଓ ସଞୟ ହେବ । ବିନା ସ୍ୱାର୍ଥରେ ଅନ୍ୟର ସହୟତା କରି ଖୁସି ଅନୁଭବ କରିବେ
ଅନୁରାଧା- ଛାତ୍ର ଛାତ୍ରୀ ମାନେ ଗଠନ ମୂଳକ କାର୍ୟ୍ୟରୁ ପ୍ରଶଂସିତ ହୋଇ ପାରନ୍ତି । ରାଜନିତିରେ ବିଶ୍ୱାସୀ ଲୋକ ମାନେ ଧୋକା ଦେବେ । ବ୍ୟବସାୟରେ କ୍ଷତି ଯୋଗୁ ମନ ଅଶାନ୍ତିରେ ରହିବ
ଜ୍ୟୋଷ୍ଠା- ଅନେକ ଗୁଡିଏ କାମ ଅଟକି ରହିଥିବାରୁ ଅନ୍ୟମନସ୍କ ରହିବେ । ଆକସ୍ମିକ ଧନ ଲାଭ ହୋଇପାରେ । କିଛି ଯାନ୍ତ୍ରିକ ଜିନିଷ ଉପକରଣ କ୍ରୟ କରିପାରନ୍ତି । ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳା ମନ୍ତ୍ର ପାଠ କରନ୍ତୁ
ଧନୁ-
ମୂଳା- ଅନେକ ଦିନରୁ ଲାଗି ରହିଥିବା ଦେହ ପିଡାରୁ ମୁକ୍ତି ପାଇବେ । ଆପଣଙ୍କ ଧ୍ୟାନ ଧର୍ମ କାର୍ୟ୍ୟରେ ଲାଗି ରହିବ । କାର୍ୟ୍ୟ କ୍ଷେତ୍ରରେ ଏଭଳି ସୁଯୋଗ ପାଇବେ , ଯାହା ଦ୍ୱାରା ଭବିଷ୍ୟତ ଉଜ୍ଜଳ ହେବ
ପୂ,ଷାଢା- ଶିକ୍ଷାର୍ଥୀ ମାନେ ଆତ୍ମ ନିର୍ଭରଶୀଳ ରହିବେ । ବ୍ୟବସାୟ ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ହେବ । ରାଜନେତାଙ୍କ ସାହାର୍ୟ୍ୟ ସହଯୋଗ ମାଧ୍ୟମରେ ଯଶ ସମ୍ମାନର ଅଧିକାରୀ ହେବେ
ଉ,ଷାଢା- ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ୟ୍ୟ ହେବେ । ସମ୍ପତିକୁ ସାମାନ୍ୟ ଝଗଡା ଲାଗିପାରେ । ଉପଯୁକ୍ତ ଯୋନଜା ଦ୍ୱାରା କ୍ୟାରିୟରରେ ପରିବର୍ତ୍ତନ ଭବିଷ୍ୟତ ଲାଗି ଲାଭଦାୟକ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର
ଉ, ଷାଢା- ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ । ବାଣିଜ୍ୟ ବ୍ୟବସାୟ ଓ ପରିବହନରୁ ଲାଭବାନ୍ ହେବେ
ଶ୍ରବଣା- ପତୀ ପତ୍ନୀଙ୍କ ମଧ୍ୟରେ ଭଲ ବୁଝାବଣା ହେବା ସହିତ ଦାମ୍ପତ୍ୟ ଜୀବନରେ ସୁଖ ଆସିବ । ଛାତ୍ର ଛତ୍ରୀ ମାନେ ଅଧିକ ସମୟ ଖେଳରେ କଟାଇବେ । ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ । ସମ୍ମାନ ବୃଦ୍ଧି ଘଟିବ ଓ ପ୍ରତିଭାର ବିକାଶ ଘଟିବ
ଧନିଷ୍ଠା- ବହୁ ଦିନରୁ ସମାଧାନ ହୋଇ ନପାରୁଥିବା ସମସ୍ୟା ସମାଧାନ ହୋଇ ଯିବ । ନିଜର ବାସସ୍ଥାନ କରିବା ପାଇଁ ନୂତନ ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି । ଘରେ କିଛି ମାଙ୍ଗଳିକ କାର୍ୟ୍ୟ କରିବା ପାଇ ବନ୍ଧୁଙ୍କ ପରାମର୍ଶ କରିପାରନ୍ତି
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସୂର୍ୟ୍ୟଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
ଧନିଷ୍ଠା- ରୋଗର ପ୍ରକୋପ ବୃଦ୍ଧି ପାଇବ । ଉଚିତ୍ ବ୍ୟବହାର ପାଇଁ ଖୁସିର ବାତାବରଣ ଦେଖାଦେବ । ବ୍ୟବସାୟରେ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି
ଶତଭିଷା- ରାଜନିତିରେ ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ । ଶିକ୍ଷାର୍ଥି ମାନେ ବିଦ୍ୟାରେ ସଫଳତା ହାସଲ କରିବେ । ଚାକିରି କ୍ଷେତ୍ରରେ ଆଶା ଅଭିଳାଷା ପୂରଣ ହୋଇପାରେ
ପୂ,ଭାଦ୍ରପଦ- ଶତୃଙ୍କର ସଡ ଯନ୍ତ୍ରର ଶିକାର ହୋଇ ପାରନ୍ତି । ଋଣ ଗ୍ରସ୍ତ ହୋଇ ଜମି ବିକ୍ରୟ କରିବାକୁ ବାଧ୍ୟ ହେବେ । ଗୃହସଜ୍ଜା, ଗାଡି ମରାମତି, ଜମିଜମା କିଣା ବିକା ପ୍ରତି ଆଗ୍ରହ ବଢିପାରେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନ ଚାଳିଶା ସହ ପୂଜାପାଠ କରନ୍ତୁ ।
ମୀନ
ପୂ, ଭାଦ୍ରପଦ- ପୁରୁଣା ସାଙ୍ଗ ମାନଙ୍କ ସହିତ ଦୂର ଭ୍ରମଣରେ ଯାଇ ପାରନ୍ତି । କୈାଣସି କାର୍ଯ୍ୟରେ ବ୍ୟସ୍ତ ବହୁଳ ରହିବେ । ଯେଉଁ କ୍ଷେତ୍ରରେ କର୍ମ କରୁଛନ୍ତି ଅଚାନକ ଭାବରେ ବାହାରକୁ ଯିବାର ସମ୍ଭାବନା ଅଛି
ଉ, ଭାଦ୍ରପଦ- ରାଜନୈତିକ ସମ୍ମାନ ମିଳିବ । ବିଦ୍ୟାର୍ଥୀ ମାନେ ପଢାରେ ଭଲ ପ୍ରଦର୍ଶନ କରିବେ । ବ୍ୟବସାୟକୁ ନୂଆ ପ୍ରଣାଳୀରେ ଆରମ୍ଭ କରିବାକୁ ଚେଷ୍ଟା କରିବେ । ଉଦାସିନତା ଓ ନକରାତ୍ମକ ପ୍ରବୃତିକୁ ଛାଡିବା ପାଇଁ ପ୍ରୟାସ କରିବେ ।
ରେବତୀ- ଗୃହିଣୀଙ୍କ ପାଇଁ ମିଶ୍ରିତ ଫଳ ରହିବ । ଗୁରୁଜନଙ୍କ ସହ ଆଲୋଚନା କରି ନୂତନ କାର୍ୟ୍ୟ ଆରମ୍ଭ କରି ପାରିବେ । ମନର ନକାରାତ୍ମକତା ଦୂର ହୋଇ ଉଚ୍ଚଶିକ୍ଷାରେ ସଫଳତା ପାଇବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦିଆ ରଙ୍ଗର ପୋଷାକ ପରିଧାନ କରନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/19/horoscope-2025-12-19-08-35-59.jpg)