Horoscope Photograph: (OTV)
ଜାନୁଆରୀ ୧୬. ଶୁକ୍ରବାର
ମେଷ-
ଅଶ୍ୱନୀ- କର୍ମକ୍ଷେତ୍ରରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ । ପରିବାର ଭିତରେ ସମ୍ପର୍କ ହାନି ଫଳରେ ଚିନ୍ତା ପ୍ରକଟ କରି ପାରନ୍ତି । ବ୍ୟବସାୟ ସ୍ଥଳରେ ଉଚ୍ଚ ଅଧିକାରୀମାନଙ୍କ ସହିତ ଆବଶ୍ୟକ ଚର୍ଚ୍ଚା ସାମିଲ ହେବାର ସୁଯୋଗ ପ୍ରାପ୍ତ ହେବ ।
ଦ୍ୱିଜା- ରାଜନୈତିକ କ୍ଷେତ୍ରରେ କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ । ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ । ବିଦ୍ୟାକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।
କୃତିକା-ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ସାମୟିକ ଚିନ୍ତା କରିପାରନ୍ତି । କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ
ବୃଷ-
କୃତିକା- ପରୋକ୍ଷ ଶତୃତା ଦୈନିକ ଜିବନ ଚର୍ୟ୍ୟାକୁ କେତେକାଂଶରେ ପ୍ରଭାବିତ କରିପାରେ । ଛୋଟ କଥାକୁ ନେଇ ପରିବାର ଭିତରେ କଳହ ଲାଗିଲେ ସମ୍ପର୍କ ହାନି ହୋଇପାରେ । ଅର୍ଥ ସମ୍ମାନର ଅଭାବ ରହିବ ନାହିଁ ।
ରୋହିଣୀ- ସାମାଜିକ ମାନସମ୍ମାନ ବାଧା ପ୍ରାପ୍ତ ହେବ । ଶିକ୍ଷା କ୍ଷେତ୍ରରେ ଅଧିକ ଅବହେଳା କରିବେ । ବ୍ୟବସାୟ ସହରକୁ ଯାଇ ପାରନ୍ତି ।
ମୃଗଶିରା- ଯେକୌଣସି କାର୍ୟ୍ୟରେ ହେଉନା କାହିଁକି ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ନୂତନ ଯାନ ବାହନ କ୍ରୟ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବରୁ ନେଇଥିବା ସିଦ୍ଧାନ୍ତ ବଦଳାଇ ପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କ ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ମୃଗଶିରା-ପରିବାରରେ ଜଗି ରଖି ନ ଚଳିଲେ କଳହ ସୃଷ୍ଟି ହେବାର ସମ୍ଭାବନା ଅଛି । ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କରିବେ ।
ଆଦ୍ରା- କୌଣସି କାମରେ ତରବର ହେଲେ ଅସୁବିଧାରେ ପଡିପାରନ୍ତି । ଈର୍ଷାପରାୟଣ ବନ୍ଧୁଙ୍କ ଦ୍ୱାରା ମିଥ୍ୟା ଗୁଜବ ମନଲୁ ଚହଲାଇ ଦେବ । ରାଜନୀତିରେ ସଫଳତା ମିଳିବ ।
ପୁନର୍ବସୁ- ଜାଗା, ଜମି, ଉଚ୍ଚସ୍ତରୀୟ ବାହାନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରିପାରନ୍ତି । ସାମସ୍ୟା ଗୁଡିକର ସରଳ ସମାଧାନ କରିବାରେ ସମର୍ଥ ହେବେ । ଆର୍ଥିକ ସ୍ଥିତି ସୁଦୃଢ ହେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ବୟସ୍କ ବ୍ୟକ୍ତିଙ୍କ ଶାରୀରିକ ଅସୁସ୍ଥତା ଯୋଗୁ ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ପରାମର୍ଶକୁ ଗ୍ରହଣ କରିବେ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ ପାଇଁ ଖର୍ଚ୍ଚାନ୍ତ ହେବେ ।
ପୁଷ୍ୟା- କାରବାରରେ ବନ୍ଧୁ ବା ପରିବାର ଲୋକଙ୍କ ସାହାର୍ୟ୍ୟ ପାଇବେ । ରାଜନିତିରେ ଚାପ ହେତୁ ମାନସିକ କ୍ଲାନ୍ତି ଅନୁଭବ କରିବେ । ପରୀକ୍ଷାର୍ଥୀଙ୍କୁ ଶୁଭ ଖବର ମିଳିବ ।
ଅଶ୍ଲେଷା- ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରି କାମକୁ ଚଳାଇ ନେବେ। କୌଣସି ଅତ୍ୟାବଶ୍ୟକୀୟ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି । ଆଲୋଚନା ପରିସରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ
ସିଂହ-
ମଘା- ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ । ପେଟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ପାରିବାରିକ ସମସ୍ୟାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟରୁ ଲାଭ ପାଇପାରନ୍ତି ।
ପୂ,ଫାଲଗୁନି- ରାଜନୀତିରେ ବିରୋଧୀ ମାନେ ଦୂରେଇଯିବା ଫଳରେ ଅନେକ ଶୁଭ କର୍ମର ସୁଯୋଗ ପାଇବେ । ମାନସିକ ସ୍ଥିତି ଭଲ ରହିବା ସହିତ ଶରୀର ସୁସ୍ଥ ରହିବ । ମିଷ୍ଟବଚନକୁ ନିଜର ଭୂଷଣଭାବି କର୍ମ କରିଲେ ଲାଭବାନ ହେବେ ।
ଉ,ଫାଲଗୁନି- ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ପୈତୃକ ସମ୍ପତ୍ତିରେ ସମସ୍ୟା ଦେଖାଦେଇପାରେ । ଗୁରୁଜନକ ସେବା କଲେ ଅନେକ ଆଶିର୍ବାଦ ପାଇବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ
କନ୍ୟା-
ଉ,ଫଳଗୁନି- ଶାରୀରିକ ଅସୁସ୍ଥତା ଜନିତ ପୀଡାରେ କଷ୍ଟ ପାଇପାରନ୍ତି । ନିଜ ଲୋକଙ୍କ ଉପରେ ଭରସା ମଧ୍ୟ କରି ପାରିବେ ନାହିଁ । ବ୍ୟବସାୟରେ କୈାଣସି ପରିସି୍ଥତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ।
ହସ୍ତା- ଆଜିର ଅଫିସ୍ କାମରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାରର ରହିବ । ସରକାରୀ କାମରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
ଚିତ୍ରା- ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦର ଆଶଙ୍କା ରହିଛି । ଧର୍ମକାର୍ୟ୍ୟର ଆଲୋଚନା କିମ୍ବା ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ୟ୍ୟରେ ନିଜକୁ ନିୟୋଜିତ କରିବେ । ଚଳଚ୍ଚିତ୍ର ତଥା ସଭାସମିତିରେ ସୁନାମ ମିଳିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କ ପୂଜାର୍ଚ୍ଚନା କରନ୍ତୁ
ତୁଳା-
ଚିତ୍ରା- ନିଜର ପ୍ରଭାବ ଓ ପରାକ୍ରମ ବଢିବାସହ ପ୍ରଶଂସିତ ହେବେ । ଜନସେବାରେ ନିଜକୁ ନିୟୋଜିତ କରି ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ପୁରୁଣା ସମ୍ପର୍କରେ ତିକ୍ତତା ଆସିପାରେ ।
ସ୍ୱାତୀ- ଛାତ୍ରଛାତ୍ରୀ ମାନେ କଠିନ ପରିଶ୍ରମ କରିବା ସହିତ ପଢାପଢିରେ ମନଯୋଗ ଦେଇ ଉଚ୍ଚ ଶିକ୍ଷାରେ ସଫଳତା ହାସଲ କରିବେ । ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ବନ୍ଧୁ ବାନ୍ଧବଙ୍କ ଦ୍ୱାରା କୌଣସି ଜଟିଳ ସମସ୍ୟାର ସମାଧାନ କରିବେ ।
ବିଶାଖା- ଅଜଣା ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରି ବିପଦରେ ପଡିବେ । ଆପଣଙ୍କ ପାଇଁ ଆଜି ଦିନଟି କୌତୁହଳ ଜନକ ରହିବ । ବନ୍ଧୁ ମେଳରେ ପ୍ରଶଂସିତ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଧଳା ରଙ୍ଗର ପୋଷାକ ପିନ୍ଧି ଘରୁ ବାହାରନ୍ତୁ
ବିଛା-
ବିଶାଖା- ବ୍ୟବସାୟରେ ଖର୍ଚ୍ଚାନ୍ତ ହୋଇ କାର୍ଯ୍ୟ ହାସଲ କରିବେ । ପତ୍ନୀଙ୍କ ସହିତ ମତ ପାର୍ଥକ୍ୟ ଦେଖାଦେଇ ପାରେ । ଶାରୀରିକ ଚିନ୍ତା ଦୂର ହେବ । ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ
ଅନୁରାଧା- ରାଜନିତିରେ ସାଧାରଣ କଥାକୁ କେନ୍ଦ୍ରକରି ମତ ପାର୍ଥକ୍ୟ ଦେଖା ଦେଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦ୍ୱାରା କେତେକାଂଶରେ ଅଭିଳାଷ ମଧ୍ୟ ପୂରଣ ହୋଇଯିବ
ଜ୍ୟେଷ୍ଠା- ଆଜି ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାରେ ସମର୍ଥ ହୋଇପାରନ୍ତି । ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଧନୁ-
ମୂଳା-ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରକ୍ଷାକରି ସାଧାରଣ ବର୍ଗଙ୍କ ଯୋଗେ ପରିସ୍ଥିତିକୁ ନିଜ ତରଫରେ ନେଇ, ସ୍ୱାର୍ଥ ସିଦ୍ଧିର ପଥକୁ ପ୍ରଶସ୍ତ କରିବେ । କର୍ମ ସନ୍ଧିତ୍ସୁମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ପୂ,ଷାଢା- ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ପରିଶ୍ରମ କରି ଉଚିତ୍ ମୂଲ୍ୟ ପାଇବେ । ଦିନସାରା କାର୍ଯ୍ୟରେ ବ୍ୟସ୍ତ ରହିବେ । ଆପଣଙ୍କ ପ୍ରିୟ ଆପଣଙ୍କୁ ଉପହାର ଦେଇପାରନ୍ତି ।
ଉ,ଷାଢା- ବାଦବିବାଦ ମାଲିମୋକଦ୍ଦମାର ସମ୍ମୁଖୀନ ହୋଇପାରନ୍ତି । ଆତ୍ମୀୟମାନେ ବିଶ୍ୱାସଘାତକତା କରିପାରନ୍ତି । ବିଳାସ ବ୍ୟସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ
ମକର-
ଉ,ଷାଢା- କର୍ତବ୍ୟ ନିଷ୍ଠା ଯୋଗୁ ସମସ୍ତଙ୍କର ଆଦର ହେବେ । ଅନ୍ୟର ଭଲ କରିବାକୁ ଯାଇ ଅପମାନିତ । ଅନ୍ୟମାନଙ୍କର କଥା ଓ କାର୍ୟ୍ୟକଳାପ ଯୋଗୁ ନିଜକୁ ଅସହାୟ ମନେ କରିବେ
ଶ୍ରବଣା- ବ୍ୟବସାୟରେ ଧନଲାଭର ନୂଆ ଉତ୍ସ ତଲାସ କରିବେ । ରାଜନିତି କ୍ଷେତ୍ରରେ ଥିବା ବ୍ୟକ୍ତି ମାନ ସମ୍ମାନ ପାଇବେ । ଛାତ୍ରଙ୍କୁ କୈାଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ
ଧନିଷ୍ଠା- ସମାଜ ସେବାରେ ଉଲ୍ଲେଖନୀୟ ସଫଳତା ଲାଭ କରିବେ । ପୂର୍ବରୁ ଚାଲୁଥିବା ଆଇନଗତ ଲଢେଇରେ ବିଜୟ ଲାଭ କରିବେ । ପ୍ରତ୍ୟେକଟି କ୍ଷେତ୍ରରେ ନିଜର ଉଦ୍ୟମ ବଳରେ ସଫଳତା ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନିମ୍ବକାଠରେ ଚନ୍ଦନ ଘୋରି ମସ୍ତକରେ ଧାରଣ କରନ୍ତୁ
କୁମ୍ଭ-
ଧନିଷ୍ଠା-ପରିବାରରେ ଜଟିଳ ପରିସ୍ଥିତି ଦେଖାଦେଲେ ମଧ୍ୟ କୌଣସି ଅସୁବିଧାହେବ ନାହିଁ । ଅର୍ଥ ସମ୍ପର୍କିତ ଚୁକ୍ତି ପତ୍ର କଲେ ଲାଭବାନ୍ ହେବେ । ନୂଆଲକ୍ଷ ପୂରଣ ପାଇ ସାହାର୍ଯ୍ୟ ସହଯୋଗ ମିଳିପାରେ ।
ଶତଭିଷା- ଧାର୍ମିକ ଚିନ୍ତାରୁ ଲାଭ ପାଇବେ । ଧୈର୍ଯ୍ୟ ସହ କାର୍ଯ୍ୟ କଲେ ସଫଳତା ହାସଲ କରିବେ । ବିଦ୍ୟାର୍ଥୀ ମାନେ ପ୍ରତିଯୋଗୀତା ପରିକ୍ଷାରେ ସଫଳ ହେବେ । ରାଜନୈତିକ କ୍ଷେତ୍ରରେ ଶତୃମାନଙ୍କ ଠାରୁ ଦୂରେଇ ରହିବା ଭଲ ।
ପୂ,ଭାଦ୍ରପଦ- ଉପସ୍ଥିତି ବୁଦ୍ଧି ଓ କୋଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାର୍ଯ୍ୟ କରିବ । ଘରେ ପୂଜା ପାଠ ଓ ବିଭିନ୍ନ ଶୁଭ କାର୍ଯ୍ୟରେ ଯୋଗ ଦେବେ । ପରିବହନରେ କ୍ଷତି ଆଶଙ୍କା ଅଛି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ
ମୀନ-
ପୂ,ଭାଦ୍ରପଦ- ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ନିତିଦିନିଆ କାମ ସହଜରେ ପୂରା ହୋଇଯିବ । ଜୀବନ ସାଥିଙ୍କ ସହଯୋଗରେ ଆଗକୁ ବଢିବାର ସୁଯୋଗ ପାଇବେ ।
ଉ,ଭାଦ୍ରପଦ- ନିଜର ଦକ୍ଷତା ଅନୁସାରେ କର୍ମ କ୍ଷେତ୍ରରେ ଉଚ୍ଚତର ପଦ ପାଇପାରନ୍ତି । ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ବିଦେଶ ଗ୍ରସ୍ତ କରିପାରନ୍ତି ।
ରେବତୀ- ଯାନବାହାନ ଲାଭ ସାଙ୍ଗକୁ ମନୋରଞନ ଓ ମାଙ୍ଗଳିକ କାମରୁ ଖୁସିରହିବେ । ଅନ୍ୟର ସାହାର୍ୟ୍ୟ, ସମର୍ଥନ ଲକ୍ଷହାସଲରେ ସହାୟକ ହୋଇପାରିବ । ଧର୍ମ ଓ ସାଂସୃତିକ କାର୍ୟ୍ୟରେ ଅଗ୍ରଣି ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/16/horoscope-2026-01-16-08-51-10.jpg)