Advertisment

Car Plunges Into Birupa River: ବିରୂପା କୂଳରେ ଛକି ବସିଥିଲା ଯମ... ଆଖି ଆଗରେ ଚାଲିଗଲା ଜୀବନ

ସକାଳୁ ସକାଳୁ କାନ୍ଦ ବୋବାଳିରେ ଫାଟି ପଡୁଥିଲା ବିରୂପା ନଦୀ କୂଳ । ପରିବାର ସହ କାନ୍ଦୁଥିଲେ ଆତ୍ମୀୟସ୍ବଜନ । ଗୋଟିଏ ବୋଲି ପୁଅକୁ ହରାଇ କାହା ପାଟିରେ କିଛି ଭାଷା ନଥିଲା ।

Birupa-River-Car-Accident

Birupa-River-Car-Accident Photograph: (OTV)

Advertisment

ସକାଳୁ ସକାଳୁ କାନ୍ଦ ବୋବାଳିରେ ଫାଟି ପଡୁଥିଲା ବିରୂପା ନଦୀ କୂଳ । ପରିବାର ସହ କାନ୍ଦୁଥିଲେ ଆତ୍ମୀୟସ୍ବଜନ । ଗୋଟିଏ ବୋଲି ପୁଅକୁ ହରାଇ କାହା ପାଟିରେ କିଛି ଭାଷା ନଥିଲା । କିନ୍ତୁ ସେହି ସମୟରେ ମୁହଁ ଖୋଲିଥିଲେ ଅନିଲ । ଯିଏ ଉଦିତଙ୍କୁ ବଞ୍ଚାଇବାକୁ ସତ ଚେଷ୍ଟା କରିଥିଲେ । କିନ୍ତୁ ନିଜ ସାମର୍ଥ୍ୟ ପାଖରେ ହାର୍ ମାନିଗଲେ । ଦୁଇ ସାଙ୍ଗଙ୍କ ମଧ୍ୟରୁ ଜଣଙ୍କୁ ସିନା ବଞ୍ଚାଇ ଦେଲେ, ହେଲେ ଅନ୍ୟ ଜଣଙ୍କ ଜୀବନ ଚାଲିଗଲା । ମୃତ୍ୟୁ ସହ ସଂଘର୍ଷ ସେ ନିଜ ଆଖିରେ ଦେଖିଛନ୍ତି । ଯେମିତି କାଳ ରୂପୀ ଏ ଦୁର୍ଘଟଣା ବିରୁପା ନଦୀ କୁଳରେ ଛକି ବସିଥିଲା । ଆଉ ମଉକା ଦେଖି ଯୁବକଙ୍କ ଜୀବନ ନେଇଗଲା ।

Advertisment

ଜଗତପୁର ଥାନା ଆଇବି ରୋଡ୍ ସ୍ଥିତ ବିରୂପା ନଦୀ ପଣ୍ଡାସାହି ତୁଠରେ ଏହି ଅଭାବନୀୟ ଘଟଣା ଘଟିଛି । ୫ଜଣ ସାଙ୍ଗ କାରରେ ଭୁବନେଶ୍ୱରରୁ କଟକ ଆସୁଥିବା ବେଳେ ନଦୀରେ କାର୍ ପଶିଯିବାରୁ ଜଣେ ନିଖୋଜ ହୋଇଯାଇଥିଲେ । ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ବାରା ଖୋଜାଖୋଜି ପରେ ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ଲିଙ୍ଗିପୁର ଅଞ୍ଚଳର ଅତୁଲ ଓରଫ ଉଦିତ ନାରାୟଣ ସାହୁ । ତାଙ୍କ ସହିତ ଥିବା ଲିଙ୍ଗିପୁର ଅଞ୍ଚଳର ଅଂଶୁମାନ ପଣ୍ଡାଙ୍କୁ ନିମପୁର ବସ୍ତିର ଯୁବକମାନେ ଉଦ୍ଧାର କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଭିଡିଓ ଦେଖନ୍ତୁ:

ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଟାଙ୍ଗୀ, ଚୌଦ୍ୱାର ଓ ଚାଉଳିଆଗଞ୍ଜ ଅଗ୍ନିଶମ ଟିମ୍ ଏବଂ କଟକ ଓଡ୍ରାଫ୍ ଟିମ୍ ସହ ସ୍କୁବା ଡାଇଭରଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟକୁ ବ୍ୟାପକ କରାଯାଇଥିଲା । କାର୍ ଭିତରେ ଉଦିତ ରହିଯାଇଥିବା ଆଶଙ୍କା କରାଯାଉଥିଲା । କିନ୍ତୁ କାର୍ ଭିତରୁ ମିଳିନଥିଲେ ଉଦିତ । ତେଣୁ ଉଦିତଙ୍କୁ ଖୋଜି ବାହାର କରିବା ଉଦ୍ଧାରକାରୀଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବା ବେଳେ ଆଜି ତାଙ୍କ ମୃତଦେହ ମିଳିଛି ।

Advertisment
Cuttack Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ