ACCIDENT Photograph: (OTV)
ପିପିଲିରେ ମର୍ମନ୍ତୁଦ ଦୁର୍ଘଟଣା । ସ୍କୁଟିକୁ ଚାପିଦେଲା ବସ୍ । ସାମ୍ବାଦିକାଙ୍କ ସହିତ ଦୁଇଜଣଙ୍କର ମୃତ୍ୟୁ । ମଙ୍ଗଳପୁର ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଟିକୁ ଏକ ବସ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ସାମ୍ବାଦିକାଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ଶୀଲା ପଟ୍ଟନାୟକ ।
ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଅନ୍ୟ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇପାରିନି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାସ୍ତାରେ ବାଲି ପଡ଼ିଥିବାରୁ ସ୍କୁଟି ସ୍ଲିପ୍ କରିଥିଲା । ଯେଉଁଥିପାଇଁ ବସ୍ ଚକା ତଳେ ଦୁଇଜଣଙ୍କ ଜୀବନ ଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।
ଚାପିଦେଲା ବସ୍, ଦୁଇ ମୃତ
ପିପିଲିରେ ମର୍ମନ୍ତୁଦ ଦୁର୍ଘଟଣା
ସ୍କୁଟିକୁ ଚାପିଦେଲା ବସ୍
ସାମ୍ବାଦିକାଙ୍କ ସହିତ ଦୁଇଜଣଙ୍କର ମୃତ୍ୟୁ
ମଙ୍ଗଳପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା
ମୃତ ସାମ୍ବାଦିକା ଶୀଲା ପଟ୍ଟନାୟକ
ଅନ୍ୟ ମୃତ ମହିଳାଙ୍କ ପରିଚୟ ମିଳିପାରିନି
ଘଟଣାସ୍ଥଳରେ ପୋଲିସର ତଦନ୍ତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/06/accident-2026-01-06-14-03-42.jpg)