Advertisment

Two Bikers Killed in Hit-and-Run: ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ, ପରୀକ୍ଷା ଦେବାକୁ ଯାଉଥିଲେ

ଏହି ଦୁଇ ସାଙ୍ଗ ଭୁବନେଶ୍ୱରରେ ଏକ ପରୀକ୍ଷା ଦେବା ପାଇଁ ଭୁବନେଶ୍ୱର ଯାଉଥିଲେ । ଘରୁ ପାହାନ୍ତାରେ ପ୍ରାୟ ୪ଟା ବେଳେ ବାହାରିଥିଲେ । ପରୀକ୍ଷା ସକାଳ ୯ଟା ବେଳେ ଭୁବନେଶ୍ୱରରେ ଥିଲା । କିନ୍ତୁ ପ୍ରାୟ ୫ଟା ବେଳେ ଅଜଣା ଗାଡ଼ି ଧକ୍କାରେ ସେମାନଙ୍କର ମୃତ୍ୟୁ ଘଟିଛି ।

ACCIDENT

ACCIDENT Photograph: (OTV)

Advertisment


ଖୋର୍ଦ୍ଧା ସଦରଥାନା ୧୬ ନମ୍ୱର ଦଧିମାଛଗାଡିଆ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ଜଣ ଯୁବକ ମୃତ୍ୟୁ। ଆଜି ସକାଳ ସମୟରେ ବାଣପୁର ସାନହନ୍ତୁଆଡରୁ ଭୁବନେଶ୍ବରକୁ ସ୍କୁଟରରେ ଯାଉଥିଲେ। ମୃତକ ଦୁଇ ଜଣ ହେଉଛନ୍ତି, ବିକାଶ ବରାଳ ଓ ଶୁଭ୍ରାଂଶୁ ସୁନ୍ଦରାୟ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି।

Advertisment

ଗୋଆରୁ ଆସିଥିଲେ

ତେବେ ଦୁଃଖଦ ଘଟଣାରେ ବାଣପୁର ଅଞ୍ଚଳରେ ଲୋକର ଛାୟା ଖେଳିଯାଇଛି । ଏହି ଦୁଇ ସାଙ୍ଗ ଭୁବନେଶ୍ୱରରେ ଏକ ପରୀକ୍ଷା ଦେବା ପାଇଁ ଭୁବନେଶ୍ୱର ଯାଉଥିଲେ । ଘରୁ ପାହାନ୍ତାରେ ପ୍ରାୟ ୪ଟା ବେଳେ ବାହାରିଥିଲେ । ପରୀକ୍ଷା ସକାଳ ୯ଟା ବେଳେ ଭୁବନେଶ୍ୱରରେ ଥିଲା । କିନ୍ତୁ ପ୍ରାୟ ୫ଟା ବେଳେ ଅଜଣା ଗାଡ଼ି ଧକ୍କାରେ ସେମାନଙ୍କର ମୃତ୍ୟୁ ଘଟିଛି । ଦୁଇ ଦିନ ତଳେ ସେମାନେ ଗୋଆରୁ ଆସିଛନ୍ତି । ଏହା ଜଣେ ମୃତକଙ୍କ ମାମୁ କହିଛନ୍ତି । ସତେ ଯେମିତି ଏହି ଦୁଇଜଣଙ୍କୁ ଦଧିମାଛଗାଡିଆରେ ଛକି ବସିଥିଲା ଯମ । 

ଅନ୍ୟ ଏକ ଘଟଣାରେ ବୌଦ୍ଧ  ଜିଲ୍ଲା ମନମୁଣ୍ଡା ଥାନା ବାସୁଦେବପାଲି ଠାରେ ଦୁର୍ଘଟଣା।  NH 57 କଡ଼ରେ ଥିବା ଘର ସମ୍ମୁଖରେ ପିଟି ହେଲା ଯାତ୍ରୀବାହୀ  ବସ୍। ଜୟ ଭୋଲେ ନାମକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ବସ୍ ରେ ଥିବା ସମସ୍ତ ଯାତ୍ରୀ । ଭୁବନେଶ୍ୱର ରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା ବସ୍। ବସ୍ ରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ସୂଚନା ରହିଛି। .. 

Advertisment

ଧକ୍କା ଦେଲା ଅଜଣା ଗାଡ଼ି, ୨ ମୃତ

୧୬ ନମ୍ବର NH ଦଧିମାଛଗାଡିଆ ନିକଟରେ ଦୁର୍ଘଟଣା
ମୃତ ଦୁଇ ଯୁବକ ଖୋର୍ଦ୍ଧା ବାଣପୁରର
ସ୍କୁଟରରେ ଖୋର୍ଦ୍ଧା ବାଣପୁରରୁ ଭୁବନେଶ୍ବରକୁ ଆସୁଥିଲେ 
ସଦର ଥାନା ପୋଲିସର ତଦନ୍ତ

Accident Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ