Advertisment

Major Fire Breaks Out : ଗୋଆ ପରେ ଭୁବନେଶ୍ବର, ସତ୍ୟବିହାର ସ୍ଥିତ ବାରରେ ଭୟଙ୍କର ଅଗ୍ନିକାଣ୍ଡ

ରାଜଧାନୀର ସତ୍ୟବିହାର ସ୍ଥିତ ଏକ ବାରରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳିଗଲା କୋଠାର ରୁଫ ଟପରେ ଥିବା ବାର । ଚାହୁଁ ଚାହୁଁ ବାରଟି ସଂପୂର୍ଣ୍ଣ ଜଳିଯାଇଛି । ଘଣ୍ଟାଏ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ ।

BAR-FIRE

BAR-FIRE Photograph: (OTV)

Advertisment

ରାଜଧାନୀର ସତ୍ୟବିହାର ସ୍ଥିତ ଏକ ବାରରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳିଗଲା କୋଠାର ରୁଫ ଟପରେ ଥିବା ବାର । ଚାହୁଁ ଚାହୁଁ ବାରଟି ସଂପୂର୍ଣ୍ଣ ଜଳିଯାଇଛି । ଘଣ୍ଟାଏ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ଘଟଣା ସ୍ଥଳରେ ୫ଟି ଦମକଳ ଗାଡ଼ି ନିଆଁ ଲିଭା କାମରେ ନିୟୋଜିତ ହୋଇଥିଲେ । ତେବେ ଅଗ୍ନିକାଣ୍ଡ ବେଳେ ବାରରେ କେହି ଥିଲେ ନା ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ । ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିଛି। ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ ନିଆଁକୁ ଆୟତ୍ତ କରିବାକୁ ନାକେଦମ ହୋଇଥିଲା ଅଗ୍ନିଶମ ବାହିନୀ । ଗୋଆ ବାରରେ ଅଗ୍ନିକାଣ୍ଡ ଘଟଣା ମନରୁ ନଲିଭୁଣୁ ଏବେ ଭୁବନେଶ୍ବରର ଏକ ବାରରେ ଅଗ୍ନିକାଣ୍ଡ ଘଟିଛି। ... ତେବେ ଏହି ବାରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଥିଲା ନା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । 

Advertisment

ରାଜଧାନୀରେ ଜଳିଗଲା ବାର୍
ରାଜଧାନୀର ସତ୍ୟବିହାର ସ୍ଥିତ ବାରରେ ଭୟଙ୍କର ଅଗ୍ନିକାଣ୍ଡ
ହୁତୁ ହୁତୁ ହୋଇ ଜଳିଗଲା କୋଠାର ରୁଫ ଟପରେ ଥିବା ବାର
ଚାହୁଁ ଚାହୁଁ ବାରଟି ସଂପୂର୍ଣ୍ଣ ଜଳିଯାଇଛି 
ଘଣ୍ଟାଏ ପରିଶ୍ରମ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ 
ଘଟଣା ସ୍ଥଳରେ ନିୟୋଜିତ ହୋଇଥିଲେ ୫ଟି ଦମକଳ ଗାଡ଼ି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ