Child Burnt Photograph: (OTV)
ମାଆ କୋଳରୁ ଚୁଲିରେ ଖସିପଡ଼ିଲା ଛୁଆ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଚାଲନ୍ତି ଗାଁରେ ଘଟିଛି ଅଭାବନୀୟ ଘଟଣା । ନିଆଁଭର୍ତ୍ତି ଚୁଲିରେ ପଡ଼ି ୨ ମାସର ଶିଶୁ ଗୁରୁତର ହୋଇପଡ଼ିଛି। ପିଲାଟିକୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ତାରନ ହେମ୍ବ୍ରମଙ୍କ ସ୍ତ୍ରୀ ଶିଶୁଟିକୁ କୋଳରେ ଧରି ଚୁଲି ନିକଟରେ ବସି ନିଆଁ ପୋଉଁଥିଲେ । ତାଙ୍କ ଅସାବଧାନତା କାରଣରୁ ପିଲାଟି ନିଆଁ ଭର୍ତ୍ତି ଚୁଲିରେ ଖସିପଡ଼ିଥିଲା। ଶିଶୁଟିର ଅର୍ଦ୍ଧାଧିକ ଶରୀର ପୋଡ଼ିଯାଇଥିବା ସୂଚନା ସୂଚନା ।
ଚୁଲିରେ ଖସିପଡ଼ିଲା ଛୁଆ
ମାଆ କୋଳରୁ ଚୁଲିରେ ଖସିପଡ଼ିଲା ଛୁଆ
ଜଳେଶ୍ବର ଥାନା ଚାଲନ୍ତି ଗାଁରେ ଅଭାବନୀୟ ଘଟଣା
ନିଆଁଭର୍ତ୍ତି ଚୁଲିରେ ପଡ଼ି ୨ ମାସର ଶିଶୁ ଗୁରୁତର
ପିଲାଟିକୁ କୋଳରେ ଧରି ନିଆଁ ପୋଉଁଥିଲେ ମାଆ
ଅସାବଧାନତାରୁ ମାଆ କୋଳରୁ ଖସିପଡ଼ିଲା ଶିଶୁ
ପିଲାଟିର ଶରୀରର ଅଧିକାଂଶ ଅଂଶ ପୋଡ଼ିଯାଇଥିବା ସୂଚନା
ଗୁରୁତର ଶିଶୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/14/child-burnt-2026-01-14-09-41-53.jpg)