Advertisment

Major Accident: ବସ୍-ଟ୍ରକ ଧକ୍କା, ଏକାଧିକ ଯବାନ ଆହତ

କେନ୍ଦୁଝର ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ତଡୁଆବାହାଳ ନିକଟରେ ଏଇ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨୮ ଜଣ ଯବାନ ଆହତ ହୋଇଛନ୍ତି।

Accident

Accident Photograph: (OTV)

Advertisment

ଓଆଇଏସ୍ଏଫ୍ ଯବାନଙ୍କୁ ନେଇ ଯାଉଥିବା ବସକୁ ପଛରୁ ଧକ୍କା ଦେଲା ଟ୍ରକ୍। ୨୮ ଯବାନ ଆହତ। କେନ୍ଦୁଝର ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ତଡୁଆବାହାଳ ନିକଟରେ ଏଇ ଦୁର୍ଘଟଣା ଘଟିଛି। 

Advertisment

ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସର ଯବାନଙ୍କୁ ନେଇ ଏକ ବସ ଗୁଆଲିରୁ ଘଟଗାଁ ଯାଉଥିଲା ବେଳେ ପଛରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ବସଟିକୁ ଧକ୍କା ଦେଇଥିଲା। ଫଳରେ ବସଟି ଭାରସାମ୍ୟ ହରାଇ ଆଗରେ ଯାଉଥିବା ଅନ୍ୟ ଏକ ଟ୍ରକ୍ ପଛରେ ପିଟି ହୋଇଯାଇଥିଲା। ଫଳରେ ବସରେ ଥିବା ସମସ୍ତ ଯବାନ ଆହତ ହୋଇଥିଲା ବେଳେ ୧୦ ଜଣଙ୍କ ଦେହରେ ଗମ୍ଭୀର ଆଘାତ ଲାଗିଛି। 

ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଂଚି ଆହତ ମାନଙ୍କୁ ଡାକ୍ତରଖାନା ପଠାଇ ଦୁର୍ଘଟଣା ଘଟାଇ ଥିବା ଗାଡ଼ିକୁ ଧରିବାକୁ ଚେଷ୍ଟା ଚଳାଇ ତଦନ୍ତ ଆରମ୍ଭ କରିଛି। ଆହତମାନଙ୍କୁ ଚମ୍ପୁଆ ଡାକ୍ତର ଖାନା ଓ ବାସୁଦେବପୁର ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Advertisment
Keonjhar Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ