Digapahandi-Father-Mother-Death Photograph: (OTV)
ରଡ଼ି ଛାଡ଼ି ପୂରା ଗାଁଟା କାନ୍ଦୁଛି । ଘର ଦୂଆରେ କୋକେଇ ବନ୍ଧା ଚାଲିଛି । ନୀରିହ କୁନି ଝିଅଟା କିଛି ନଜାଣିପାରି ବାପା-ମା’ଙ୍କୁ ଖୋଜୁଛି । ସବୁ ଦୁଃଖ ଗୁଡ଼ାକ ଯେମିତି ଏଇଠି ଛିଡ଼ିପଡ଼ିଛି । ସବୁ କଷ୍ଟ ଗୁଡ଼ାକୁ ଭଗବାନ ଏହି ପରିବାର ଉପରେ ଲଦି ଦେଇଛନ୍ତି । ଦୁନିଆକୁ ଭଲକି ଜାଣିବା ପୂର୍ବରୁ ଦୁଇ ବର୍ଷର ଏ କୁନି ଝିଅ ଏକା ହୋଇଯାଇଛି । ଗଞ୍ଜାମ ଜିଲ୍ଳା ସାନଖେମୁଣ୍ଡି ବ୍ଲକ ଦ୍ଵିତୀୟ ଡେପାଗୁଡା ଗାଁର ପ୍ରତାପ ମଳିକ ଏବଂ ତାଙ୍କ ୮ ମାସର ଗର୍ଭବତୀ ପତ୍ନୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସ୍କୁଟିରେ ବ୍ରହ୍ମପୁର ଯାଇ ଗାଁକୁ ଫେରୁଥିବା ବେଳେ ଏକ ପଲସର ବାଇକ୍ ଧକ୍କାରେ ଦୁହିଁଙ୍କ ଜୀବନ ଯାଇଛି ।
ଶନିବାର ଦିନ ଦିଗପହଣ୍ଡି ଥାନା ଗଣିଆନାଳ ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଉଭୟ ବାପା-ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲା କୁନି ଝଅ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ସ୍ବାମୀ ପ୍ରତାପ ମାର୍ବଲ ଓ ସ୍ତ୍ରୀ ଲଳିତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଗାଁରେ ସ୍ବାମୀ-ସ୍ତ୍ରୀଙ୍କ ମରଶରୀର ପହଞ୍ଚିବା ପରେ ଉଭୟଙ୍କୁ ଗୋଟିଏ ଜୁଇରେ ସତ୍କାର କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/07/digapahandi-father-mother-death-2025-12-07-18-08-57.jpg)