Thar Photograph: (OTV)
ଚଣ୍ଡିଗଡ଼ର ସେକ୍ଟର ୪୬ରେ ଏକ ଦ୍ରୁତ ଗତିରେ ଆସୁଥିବା ଏକ ମହିନ୍ଦ୍ରା ଥାର ଦୁଇ ଭଉଣୀଙ୍କ ଉପରେ ଚଢ଼ି ଯାଇଥିଲା। ଯାହା ଫଳରେ ଜଣଙ୍କର ମୃତ୍ୟୁ ହେଲା। ଦୁଇ ଭଉଣୀ ହେଲେ ସୋଜେଫ୍ ଏବଂ ଇଶା। ସେମାନେ ବୁରାଲି ଅଞ୍ଚଳର ଏବଂ ଦେବ ସମାଜ ମହିଳା ମହାବିଦ୍ୟାଳୟରେ ପାଠପଢ଼ୁଥିଲେ।
ଏହି ଭୟଙ୍କର ଦୁର୍ଘଟଣାରେ ସୋଜେଫ୍ ମୃତ୍ୟୁବରଣ କରିଥିବା ବେଳେ ଇଶା ଗୁରୁତର ଆହତ ହୋଇଥିଲେ।
ସୂଚନା ଅନୁଯାୟୀ, ଏହି ଦୁଇ ଭଉଣୀ କଲେଜରୁ ଫେରୁଥିଲେ ଏବଂ ରାସ୍ତାକଡ଼ରେ ଏକ ଅଟୋ ରିକ୍ସାକୁ ଅପେକ୍ଷା କରିଥିଲେ, ସେତେବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଥାର ସେମାନଙ୍କୁ ଧକ୍କା ଦେଇଥିଲା।
ତେବେ ଦୁର୍ଘଟଣା ଘଟାଇବା ପାରେ କାରର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।
ସ୍ଥାନୀୟ ଲୋକମାନେ ତୁରନ୍ତ ଭଉଣୀମାନଙ୍କୁ ସେକ୍ଟର ୩୨ ର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ (GMCH)କୁ ନେଇଯାଇଥିଲେ, କିନ୍ତୁ ସୋଜେଫ୍ ଙ୍କର ମୃତ୍ୟୁ ହୋଇ ସାରିଥିଲା। ଇଶା ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।
ସିସିଟିଭିକୁ ଆଧାର କରି ପୋଲିସ ଡ୍ରାଇଭରଙ୍କୁ ଖୋଜୁଛି। ପୋଲିସ ଥାରର ପଞ୍ଜିକରଣ ନମ୍ବର ସାହାଯ୍ୟରେ ଅଭିଯୁକ୍ତ ଡ୍ରାଇଭରଙ୍କ ବିବରଣୀ ଠାବ କରିଛି।
ଡ୍ରାଇଭରଙ୍କ ଘର ଠିକଣା ସେକ୍ଟର ୨୧ ବୋଲି ପୋଲିସକୁ ସୂଚନା ମିଳିଥିଲା। କିନ୍ତୁ ପୋଲିସ୍ ସେଠାକୁ ଯିବା ପରେ ଡ୍ରାଇଭର ଆଉ ସେଠାରେ ରହୁନାହାଁନ୍ତି ବୋଲି ଜାଣିବାକୁ ପାଇଥିଲା। ଏବେ ସିସିଟିଭି ବ୍ୟବହାର କରି ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/16/thar-2025-10-16-12-07-27.jpg)