Plane Crash Photograph: (OTV)
Advertisment
ରାଉରକେଲା ରଘୁନାଥପାଲିରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜଲଦା ଏ ବ୍ଲକରେ ଇଣ୍ଡିଆ-1 C ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର ୬ ଜଣ ଆହତ ହୋଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
Advertisment
ଭୁବନେଶ୍ବରରୁ ରାଉରକେଲା ଯାଉଥିଲା ବିମାନ। ଏହା ଏକ ୯ ସିଟର ବିମାନ ଥିଲା ବୋଲି କହିଛନ୍ତି ମନ୍ତ୍ରୀ। ୪ ଜଣ ଯାତ୍ରୀ, ଦୁଇ ଜଣ କ୍ର୍ୟୁ ଆହତ ହୋଇଛନ୍ତି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଦୁର୍ଘଟଣାସ୍ଥଳରେ ରଘୁନାଥପାଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆହତମାନଙ୍କୁ ଉଦ୍ଧାର କରାଯାଇଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/10/plane-crash-2026-01-10-14-20-29.jpg)