Bridge Collapse Photograph: (OTV)
ଭୁଶୁଡିଲା ପୋଲ। ଫସି ରହିଛି ମୋରମ ବୋଝେଇ ହାଇୱା। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ତୋରସିଂ-ରୁଅପଡା ମଝିରେ ଭୁଶୁଡିଲା ବହୁ ପୁରୁଣା ଓ ଦୁର୍ବଳ ପୋଲ। ଏଥିରେ ଫସି ରହିଛି ମାଟି ବୋଝେଇ ହାଇୱା। ଏଥିସହ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଆଜି ସକାଳୁ ଗମ୍ଭାରୀମୁଣ୍ଡାରୁ ବାଣପୁର ଯାଉଥିଲା ମୋରମ ବୋଝେଇ ହାଇୱା।
ପୋଲ ଉପରେ ଗାଡି ଯିବା ବେଳେ ହଠାତ ଭୁଶୁଡି ଦୁଇଖଣ୍ଡ ହୋଇଯାଇଥିଲା। ବ୍ରିଜ ଭୁଶୁଡ଼ିବାରୁ ୮-୧୦ ଖଣ୍ଡ ଗାଁକୁ ଯାତାୟାତ ଠପ ହୋଇଛି। ଘଟଣାସ୍ଥଳରୁ ଫେରାର୍ ହୋଇଛନ୍ତି ହାଇୱା ଡ୍ରାଇଭର ଓ ହେଲପର। ଦୀର୍ଘ ୪୦ ବର୍ଷ ର ପୋଲକୁ ନିର୍ମାଣ କରିବାପାଇଁ ସ୍ଥାନୀୟ ଲୋକଙ୍କ ଦାବି ରହିଥିଲା |
ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୨୦୨୧ରେ ଆରମ୍ଭ ହୋଇ ୨୦୨୨ରେ ଶେଷ କରିବା ପାଇଁ ଧର୍ଯ୍ୟ ଥିଲା | ୨ କୋଟି ୩୯ ଲକ୍ଷ ୯୨ ହଜାର ଟଙ୍କାରେ ଏକ ନୂଆ ସେତୁ ନିର୍ମାଣ ପାଇଁ ଅଟକାଳ ହୋଇଥିଲା | ହେଲେ ଅଧ ପନ୍ତରିଆ ଭାବରେ କାମକୁ ଛାଡି ପଳାଇଲେ କଣ୍ଟ୍ରାକ୍ଟର | ଫଳରେ ଆଜି ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା |
ଭୁଶୁଡିଲା ପୋଲ, ଫସି ରହିଛି ମୋରମ ବୋଝେଇ ହାଇୱା
ଖୋର୍ଦ୍ଧା ବାଣପୁର ଥାନା ତୋରସିଂ-ରୁଅପଡା ମଝିରେ ଅଘଟଣ
ଭୁଶୁଡିଲା ବହୁ ପୁରୁଣା ଓ ଦୁର୍ବଳ ପୋଲ
ଫସି ରହିଛି ମାଟି ବୋଝେଇ ହାଇୱା, ଯାତାୟାତ ସମ୍ପୂର୍ଣ୍ଣ ଠପ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/25/bridge-collapse-2026-01-25-15-01-43.jpg)