Accident Photograph: (OTV)
ନୟାଗଡ଼ ରଣପୁର ବ୍ଲକ୍ ଚମ୍ପାଗଡ଼ରେ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକକୁ ପଛପଟୁ ଧକ୍କା ଦେଇ ଜଳିଗଲା କଣ୍ଟେନର। ଘଟଣାସ୍ଥଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। କୃଷ୍ଣଚନ୍ଦ୍ରପୁରର ଦୁଇ ଯୁବକ ଚାନ୍ଦପୁରରୁ ମୋଟର ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ଚମ୍ପାଗଡ ଛକ ନିକଟରେ ପଛ ପଟୁ ଏକ କଣ୍ଟେନର ଧକ୍କା ଦେଇଥିଲା।
ଫଳରେ ଘଟଣାସ୍ଥଳରେ ବାଟୁ ବରାଳଙ୍କ ମୃତ୍ୟୁ ହୋଇଥିବା ବେଳେ ଦୀପକ ପାତ୍ର ଗୁରୁତର ହୋଇଛନ୍ତି। କଣ୍ଟେନରଟି ବାଇକକୁ ଧକ୍କା ଦେବପରେ NH ଉପରେ ହୁତୁହୁତୁ ଜଳିଯାଇଥିଲା। ଫଳରେ ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ଓ ଟାଙ୍ଗୀ ଅଗ୍ନିଶମ ବିଭାଗ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା।କିନ୍ତୁ କଣ୍ଟେନରଟି ସମ୍ପୂର୍ଣ ଜଳିଯାଇଥିବା ଜଣା ପଡିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/12/accident-2026-02-12-09-14-56.jpg)