Accident Photograph: (OTV)
Advertisment
କଟକ ଚାଉଳିଆଗଞ୍ଜରେ ବାଇକକୁ ଘୋଷାଡ଼ି ନେଲା କ୍ଷୀର ଗାଡ଼ି। ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି। କଟକ-ପାରାଦୀପ ମୁଖ୍ୟ ରାସ୍ତା ଚାଉଳିଆଗଞ୍ଜ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା। ପାରାଦୀପ ପଟୁ ଓଏମପି ଆଡ଼କୁ ଆସୁଥିବାବେଳେ କ୍ଷୀର ଟ୍ୟାଙ୍କରଟି ବାଇକକୁ ଧକ୍କା ଦେଇଥିଲା ।
Advertisment
ଫଳରେ ବାଇକଟି ପ୍ରାୟ ୨୦ ମିଟର୍ ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲା। ଘଟଣାସ୍ଥଳରେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଦୁର୍ଘଟଣା ଘଟାଇଥିବା ମିଲ୍କ ଟ୍ୟାଙ୍କର୍ ଘଟଣାସ୍ଥଳରୁ ଫେରାର ହୋଇଛି। ମୃତଦେହ ଉଦ୍ଧାର କରି ପୋଲିସ୍ ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/06/accident-2026-02-06-08-38-58.jpg)