Flight-Windshield-Broken Photograph: (OTV)
ଭୂପୃଷ୍ଠରୁ ୩୬ ହଜାର ଫୁଟ ଉପରେ ଉଡ଼ୁଥିଲା ବିମାନ। ଯାତ୍ରା କରୁଥିଲେ ୧୪୦ ଜଣ ଯାତ୍ରୀ ଓ କ୍ରୁ। ଏହି ସମୟରେ ହଠାତ ବିମାନର ସାମ୍ନା ପଟେ ଥିବା କାଚ ବା ଓ୍ବିଣ୍ଡସିଲ୍ଡରେ ସୃଷ୍ଟି ହୋଇଥିଲା ଫାଟ। କାଚ ବାଜି ରକ୍ତ ଜୁଡୁବୁଡ଼ୁ ହୋଇଗଲେ ପାଇଲଟ। ଆଉ ପ୍ଲେନଟି ସିଧା ୧୦ ହଜାର ଫୁଟ ତଳକୁ ଖସି ଆସିଥିଲା। ସମସ୍ତେ ବଡ଼ଦୁର୍ଘଟଣାର ଆଶଙ୍କା କରିଥିଲେ। କିନ୍ତୁ ଆହତ ସତ୍ତ୍ୱେ ଏହାକୁ ସୁରକ୍ଷିତ ଲ୍ୟାଣ୍ଡ କରିଥିଲେ ପାଇଲଟ୍। ୟୁନାଇଟେଡ ଏୟାରଲାଇନ୍ସ ବୋଇଂ ୭୩୭ ମାକ୍ସ ୮ ବିମାନ ଏପରି ଏକ ଅଘଟଣର ସମ୍ମୁଖୀନ ହୋଇଛି।
ଅକ୍ଟୋବର ୧୬ରେ ପୂରା ଘଟଣା ଘଟିଥିଲା। ପ୍ଲାଇଟ୍ ୟୁଏ ୧୦୯୩ରେ ୧୪୦ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ଧରି ଆମେରିକାର ଡେନଭେରରୁ ଲସଆଞ୍ଜେଲ୍ସ ଯାଉଥିଲା। ହେଲେ ଏହା ୩୬ ହଜାର ଫୁଟ ଉପରେ ରହିଥିବା ବେଳେ କାଚ ଝରକାରେ ଫାଟ ରହିଥିବା ଜଣାପଡ଼ିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଫାଟିଯାଇଥିବା ଝରକାରୁ ବାହାରୁ ଥିବା କାଚରେ କ୍ଷକାକ୍ତ ହୋଇଥିଲେ ପାଇଲଟ୍। ହେଲେ ସେ ହାର ମାନିନଥିଲେ। ଦୃଢ଼ତାର ସହ ପ୍ଲେନକୁ ୧୦ ହଜାର ଫୁଟ ତଳକୁ ଖସାଇ ଦେଇଥିଲେ। ପରେ ଏହାକୁ ସୁରକ୍ଷିତ ଭାବେ ସଲ୍ଟ ଲେକ ସିଟୀ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଅବତରଣ କରିଥିଲେ।
ଗୋଟିଏ ରିପୋର୍ଟରେ କୁହାଯାଇଛି ଯେ ବିମାନର ୱିଣ୍ଡସିଲ୍ଡରେ ଫାଟ ସୃଷ୍ଟି ହେବା ଗୋଟିଏ ବିରଳ ଘଟଣା। କିନ୍ତୁ ବୋଇଂ ୭୩୭ ମାକ୍ସ ୮ ସହ ଘଟିଥିବା ଘଟଣା ସହ ଜଡ଼ିତ ରିପୋର୍ଟ ଓ ସାମ୍ନାକୁ ଆସିଥିବା ଫଟୋ ଏହି ଘଟଣା ଅପ୍ରତ୍ୟାଶିତ ବୋଲି କୁହାଯାଉଛି। ଏହା କୌଣସି ନିୟମିତ ଷ୍ଟ୍ରକଚରାଲ କ୍ରାକ୍ ନୁହେଁ ବୋଲି ମଧ୍ୟ ସନ୍ଦେହ କରାଯାଉଛି। ତେବେ ମଝି ଆକାଶରେ ଫାଟ ଦେଖି ବିମାନକୁ ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ ଦୁଇ ପାଇଲଟ। ଆଉ ଏମର୍ଜେନ୍ସି ନିୟମ ପାଳନ କରିବା ସହ ଆହତ ସତ୍ତ୍ୱେ ସେ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡ କରାଇ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ଜୀବନ ବଞ୍ଚାଇ ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/22/flight-windshield-broken-2025-10-22-15-17-52.jpg)