Advertisment

Massive Fire Breaks Out In Slums: ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଶହ ଶହ ଘର

କୋଲକାତା ନିକଟବର୍ତ୍ତୀ ନ୍ୟୁ ଟାଉନ୍ ଅଞ୍ଚଳରେ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଜଳିଗଲା ଶହ ଶହ ଘର। ସମ୍ପୂର୍ଣ୍ଣ ବସ୍ତି ଭୟଙ୍କର ଅଗ୍ନିକାଣ୍ଡରେ ପୋଡ଼ି ପାଉଁଶ।

Massive Fire

Massive Fire Photograph: (OTV)

Advertisment

ବସ୍ତି ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ। ପଶ୍ଚିମବଙ୍ଗ କୋଲକାତା ସହର ନିକଟବର୍ତ୍ତୀ ଉତ୍ତର ୨୪ ପରଗନା ଜିଲ୍ଲାର ନ୍ୟୁ ଟାଉନ୍ ଅଞ୍ଚଳର ଏକ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଜଳି ଯାଇଛି ଶହ ଶହ କୁଡ଼ିଆ ଘର। ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତର ଖବର ନାହିଁ। 

Advertisment

୧୨ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସମ୍ପୂର୍ଣ୍ଣ ବସ୍ତି ଭୟଙ୍କର ଅଗ୍ନିକାଣ୍ଡରେ ପାଉଁଶ ହୋଇଯାଇଛି। ଏଯାଏଁ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଶହ ଶହ ଘର
କୋଲକାତା ନିକଟବର୍ତ୍ତୀ ନ୍ୟୁ ଟାଉନ୍ ଅଞ୍ଚଳରେ ଅଗ୍ନିକାଣ୍ଡ 
ସମ୍ପୂର୍ଣ୍ଣ ବସ୍ତି ଭୟଙ୍କର ଅଗ୍ନିକାଣ୍ଡରେ ପୋଡ଼ି ପାଉଁଶ 
ନିଆଁକୁ ଆୟତ୍ତ କଲେ ୧୨ଟି ଦମକଳ ବାହିନୀ

Advertisment
Kolkata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ