BLAST Photograph: (OTV)
ଗଂଜାମ ଧରାକୋଟ ଅଂଚଳରେ ଥିବା ଏକ ବରଫ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୪ ଜଣ ଗୁରୁତର ହୋଇପଡିଛନ୍ତି। ଫ୍ୟାକ୍ଟ୍ରିରେ ଗ୍ୟାସ୍ ସିଲିଣ୍ଡରରେ ବିସ୍ଫୋରଣ ଘଟି ଏପରି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଧରାକୋଟ ଥାନା ପାଟଣା ଛକରେ ଘଟିଛି ଏପରି ବିସ୍ଫୋରଣ।
ହଠାତ୍ ବିସ୍ଫୋରଣ ହେବାରୁ ଆଖପାଖ ଲୋକେ ଧାଁଦୌଡ଼ କରିଥିଲେ। ଏହାପରେ ବରଫ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ତା’ ମଧ୍ୟରୁ ଗୁରୁତରମାନଙ୍କୁ ଉଦ୍ଧାର କରିଥିଲା। ଗୁରୁତର ମାନେ ହେଲେ ରମେଶ ମହାପାତ୍ର, ହେମନ୍ତ ମହାପାତ୍ର, ସଭାପତି ମହାପାତ୍ର ଏବଂ ବିଦେଶୀ ପ୍ରଧାନ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ମେଡିକାଲ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ଗୁରୁତରମାନଙ୍କୁ ପ୍ରଥମେ ଆସିକା ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେମାନଙ୍କ ମଧ୍ୟରୁ ବିଦେଶୀ ପ୍ରଧାନ ଓ ରମେଶ ମହାପାତ୍ର ନାମକ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଏହି ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/09/blast-2026-03-09-09-57-39.jpg)