Explosion Photograph: (OTV)
ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଏକ ପଥର ଖଣିରେ ବଡ଼ ଧରଣର ବିସ୍ଫୋରଣ। ଗତକାଲିଠୁ ଗୋପାଳପୁର ନିକଟ ଏକ ପଥର ଖଣିରେ ବିସ୍ଫୋରଣ ହୋଇଥିବା ସୂଚନା ଆସିଛି। ଏଥିରେ କିଛି ମୃତାହତ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସଠିକ୍ ତଥ୍ୟ ମିଳିପାରିନାହିଁ ।
ଖବର ପାଇ ଘଟଣାସ୍ଥଳକୁ ଯାଇ ଓଡ଼ପଡା ତହସିଲଦାର ଓ ମୋଟଙ୍ଗା ପୋଲିସ ଯାଞ୍ଚ କରୁଛି । ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି। ତେବେ ୟା ଭିତରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ବିସ୍ଫୋରଣ ହୋଇଥିବା ପଥର ଖଣିର ବ୍ଲାଷ୍ଟିଂ ଅନୁମତି ନଥିବା ସୂଚନା ମିଳିଛି ।
ବ୍ଲାଷ୍ଟିଂ ଅନୁମତି ନଥିବାରୁ ଏହାକୁ ବନ୍ଦ କରିବାକୁ ଗତ ବର୍ଷ ସେପ୍ଟେମ୍ବର ୮ ତାରିଖରେ ଲିଜଧାରୀଙ୍କୁ ଢେଙ୍କାନାଳ ଜିଲ୍ଲା ମାଇନିଂ ଅଫିସ ତରଫରୁ ଚିଠି ହୋଇଥିଲା । ତେବେ ନିୟମ ନମାନି ସଂପୃକ୍ତ ଖଣିରେ ବ୍ଲାଷ୍ଟିଂ ଚାଲୁଥିବା ସୂଚନା ମିଳିଛି । ତେବେ ଏନେଇ ଜିଲ୍ଲା ଖଣି ଅଧିକାରୀ କିମ୍ବା ସଂପୃକ୍ତ ଲିଜଧାରୀଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି ।
ପଥର ଖଣିରେ ବଡ଼ ବିସ୍ଫୋରଣ
ଢେଙ୍କାନାଳ ମୋଟଙ୍ଗା ଥାନା ଅଞ୍ଚଳରେ ବିସ୍ଫୋରଣ
ଗୋପାଳପୁର ନିକଟ ପଥର ଖଣିରେ ହୋଇଛି ବିସ୍ଫୋରଣ
ବିସ୍ଫୋରଣରେ କିଛି ମୃତାହତ ହୋଇଥିବା ସନ୍ଦେହ
ଘଟଣାସ୍ଥଳରେ ଅଛନ୍ତି ଓଡ଼ାପଡ଼ା ତହସିଲଦାର
ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇ ରଖିଛି ମୋଟଙ୍ଗା ପୋଲିସ
ସଂପୃକ୍ତ ଖଣିକୁ ବ୍ଲାଷ୍ଟିଂ ଅନୁମତି ନଥିଲା
ଖଣି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା ମାଇନିଂ ଅଫିସ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/04/explosion-2026-01-04-09-28-29.jpg)