Advertisment

Major Accident in Capital: ଓଭରବ୍ରିଜ୍ ତଳକୁ ଖସିଲା କାର୍, କ୍ୟାପିଟାଲ ଥାନା ପୋଲିସର ତନାଘନା

ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର୍। ଭୁବନେଶ୍ବର ଶିଶୁଭବନ ଓଭରବ୍ରିଜ୍ ବ୍ୟାରିକେଡ୍ କୁ ପିଟି ତଳକୁ ଖସିଲା। ଅଳ୍ପକେ ବର୍ତ୍ତିଲେ କାର୍ ଡ୍ରାଇଭର ଓ ଘର ଲୋକେ।

Accident

Accident Photograph: (OTV)

Advertisment

ରାଜଧାନୀରେ ବଡ଼ ଦୁର୍ଘଟଣା। ଶିଶୁ ଭବନ ଓଭରବ୍ରିଜରୁ ତଳକୁ ଖସିଲା କାର। ତଳକୁ ଖସିବା ପରେ ଏକ ଗଛକୁ ପିଟିଥିଲା କାର। ଏହାପରେ ଗଛରେ ପଡ଼ି ଏକ ଘର ଉପରକୁ ଖସି ପଡିଥିଲା କାର। ବ୍ୟାରିକେଡରେ଼ ପିଟି ତଳକୁ ଖସି ପଡଥିଲା କାର। ଦୁର୍ଘଟଣାରୁ ଅଳ୍ପେକେ ବର୍ତ୍ତି ଯାଇଛନ୍ତି ଗାଡିର ଡ୍ରାଇଭର। 

Advertisment

ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତନାଘନା କରୁଛି। ଗାଡିକୁ ଉଦ୍ଧାର ଲାଗି ଉଦ୍ୟମ ଜାରି ରହିଛି। ଅଗ୍ନିଶମବାହିନୀ ଓ ପୋଲିସ ପକ୍ଷରୁ ଗାଡ଼ିକୁ ବାହାର କରିବାକୁ ପ୍ରୟାସ ଚାଲିଛି। ଦୁର୍ଘଟଣାରେ ଏତେ କାହାର କ୍ଷତି ଘଟିନଥିବା ଜଣାପଡିଛି। ଗାଡ଼ି ତଳକୁ ଖସିବା ପରେ ଘରେ ଇଟା ଖସି ଜଣେ ମହିଳା ସାମାନ୍ୟ ଆହତ ହୋଇଛନ୍ତି।

Bhubaneswar Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ