Accident Photograph: (OTV)
ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଲେ ୨୦ରୁ ଉର୍ଦ୍ଧ ଯାତ୍ରୀ । ତିନି ଜଣ ଆହତ ଯାତ୍ରୀଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି।କରାଯାଇଛି । ପାଟପୁର ଥାନା ପାଳୁଖୋଳା ନିକଟରେ ରାସ୍ତା କଡରେ ଥିବା ଲୁହାରଡ଼ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରାଭେଲର୍ସ । ଫଳରେ ଟ୍ରାଭେଲର୍ସ ଡ୍ରାଇଭର ଏବଂ ଦୁଇ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଟ୍ରାଭେଲର୍ସ ୨୦ ରୁ ଅଧିକ ପିକନିକ ପାଇଁ ଭୁବନେଶ୍ୱରରୁ ତପ୍ତପାଣି ଜିରାଙ୍ଗ ବୁଲିବା ପାଇଁ ବାହାରିଥିଲେ। ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ରାସ୍ତା କଡ଼ରେ ଖରାପ ହୋଇ ଅଟକି ରହିଥିବା ଲୁହାରଡ଼ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା ଟ୍ରାଭେଲର୍ସ।
ଟ୍ରକକୁ ଧକ୍କା ଦେଲା ଟ୍ରାଭେଲର୍ସ: ୩ ଆହତ
ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କାଦେଲା ଟ୍ରାଭେଲର୍ସ
ପାଟପୁର ଥାନା ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଦୁର୍ଘଟଣା
ଅଳ୍ପକେ ବର୍ତ୍ତିଲେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ, ୩ ଆହତ ମେଡିକାଲରେ ଭର୍ତ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/11/accident-2026-01-11-09-13-59.jpg)