DJ DEATH Photograph: (OTV)
ଡିଜେ ନେଲା ଜୀବନ ! ବାରିପଦାରେ ଘଟିଛି ଅଭାବନୀୟ ଘଟଣା। ଡିଜେ ସାଉଣ୍ଡରେ ହୃଦଘାତ ଯୋଗୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ଅଞ୍ଚଳର ଦିଲ୍ଲୀପ କୁମାର ରଣା । ଦିଲ୍ଲୀପ ଗତକାଲି ଜଣେ ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବାକୁ ବାରିପଦା ଯାଇଥିଲେ । ବରଯାତ୍ରୀରେ ଯିବାବେଳେ ମାତ୍ରାଧିକ ଡିଜେ ସାଉଣ୍ଡ ଯୋଗୁ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ବାରିପଦା ଓ ପରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀପଙ୍କର ମୃତ୍ୟୁ ହୋଇଛି। ଡିଜେ ସାଉଣ୍ଡ ଯୋଗୁ ତାଙ୍କର ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ମାତ୍ରାଧିକ ଡିଜେ ସାଉଣ୍ଡ ଯୋଗୁ ଚାଲିଗଲା ଜୀବନ !
ବାରିପଦାରେ ଅଭାବନୀୟ ଘଟଣା
ଡିଜେ ସାଉଣ୍ଡରେ ହେଲା ହୃଦଘାତ !
ମୃତକ ହେଲେ ବଡ଼ବିଲ୍ ଅଞ୍ଚଳର ଦିଲ୍ଲୀପ କୁମାର ରଣା
ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବାକୁ ବାରିପଦା ଯାଇଥିଲେ
ବରଯାତ୍ରୀରେ ଯିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ
ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀପଙ୍କର ମୃତ୍ୟୁ
ଡିଜେ ସାଉଣ୍ଡ ଯୋଗୁ ଜୀବନ ଯାଇଥିବା ପରିବାରର ଅଭିଯୋଗ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/28/dj-death-2025-11-28-08-32-48.jpg)