Advertisment

Road Tragedy in Jajpur: ଯାଜପୁର ଜିଲ୍ଲା କଂଗ୍ରେସ ଉପସଭାପତି ଦୁର୍ଘଟଣାରେ ମୃତ, ମାଡିଗଲା ଟ୍ରକ

ଟ୍ରକ୍ ଧକ୍କାରେ ଯାଜପୁର ଜିଲ୍ଲା କଂଗ୍ରେସ ଉପସଭାପତି ମୃତ। ମୃତକ ସ୍ଥାନୀୟ ବାରାଗାଡ଼ିଆ ଗ୍ରାମର ରଞ୍ଜିତ ରାଜ୍। ରଞ୍ଜିତ ଦୀର୍ଘଦିନ ଧରି ସୁକିନ୍ଦା ବ୍ଲକ୍ କଂଗ୍ରେସ ସଭାପତି ରୂପେ କାର୍ଯ୍ୟ କରି ଆସୁଥିଲେ। ନିକଟରେ ତାଙ୍କୁ କଂଗ୍ରେସ ପକ୍ଷରୁ ଯାଜପୁର ଜିଲ୍ଲା ଉପ ସଭାପତି ଭାବେ ଚୟନ କରାଯାଇଥିଲା।

Accident

Accident Photograph: (OTV)

Advertisment

ଯାଜପୁର ଡ଼ୁବୁରୀ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ୍ ଧକ୍କାରେ ଯାଜପୁର ଜିଲ୍ଲା କଂଗ୍ରେସ ଉପସଭାପତି ମୃତ। ମୃତକ ସ୍ଥାନୀୟ ବାରାଗାଡ଼ିଆ ଗ୍ରାମର ରଞ୍ଜିତ ରାଜ୍। ରଞ୍ଜିତ ଦୀର୍ଘଦିନ ଧରି ସୁକିନ୍ଦା ବ୍ଲକ୍ କଂଗ୍ରେସ ସଭାପତି ରୂପେ କାର୍ଯ୍ୟ କରି ଆସୁଥିଲେ। ନିକଟରେ ତାଙ୍କୁ କଂଗ୍ରେସ ପକ୍ଷରୁ ଯାଜପୁର ଜିଲ୍ଲା ଉପ ସଭାପତି ଭାବେ ଚୟନ କରାଯାଇଥିଲା।

Advertisment

ସୂଚନା ମୁତାବକ ରଞ୍ଜିତ ଡ଼ୁବୁରୀ ଛକରେ ରାସ୍ତା ପାର ହେଉଥିବା ବେଳେ ଏକ ୧୪ ଚକିଆ ଟ୍ରକ ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଘଟଣା ସ୍ଥଳରେ ଉତ୍ତେଜନା ସହ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ କରାଯାଇଛି। ଡ଼ୁବୁରୀ ଛକରୁ କେନ୍ଦୁଝର,ଚଣ୍ଡିଖୋଲ,ଯାଜପୁର ରୋଡ, ଢେଙ୍କାନାଳ କୁ ଯାଇଥିବା ସମସ୍ତ ରାସ୍ତା ରେ ଗାଡି ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି।

ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ପୋଲିସ୍ ଅଟକ ରଖିଥିବା ବେଳେ ଡ୍ରାଇଭର ଫେରାର ରହିଛି। ଘଟଣାସ୍ଥଳରେ କଳିଙ୍ଗନଗର ପୋଲିସ୍, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗ ନଗର ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ରହି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

Advertisment

  ଡୁବୁରୀ ଛକରେ ଦୁର୍ଘଟଣା: ଜଣେ ମୃତ

ଯାଜପୁର ଡୁବୁରୀ ଛକରେ ଟ୍ରକ୍ ଧକ୍କାରେ କଂଗ୍ରେସ ନେତା ରଣଜିତ ରାଜ ମୃତ
ଯାଜପୁର ଜିଲ୍ଲା କଂଗ୍ରେସର ଉପସଭାପତି ଦାୟିତ୍ବରେ ଥିଲେ ରଣଜିତ
ଦୁର୍ଘଟଣା ପରେ ଉତ୍ତେଜନା, ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
କେନ୍ଦୁଝର, ଢେଙ୍କାନାଳ, ଚଣ୍ଡିଖୋଲ ଓ ଯାଜପୁରକୁ ଯାତାୟାତ ବାଧାପ୍ରାପ୍ତ

Death Congress Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ