Horrific Car Crash Photograph: (OTV)
Advertisment
ସମ୍ବଲପୁର ଅଇଁଠାପାଲିରେ ଭୟଙ୍କର କାର ଦୁର୍ଘଟଣା। ଦୁର୍ଘଟଣା ର ତୀବ୍ରତା ଏତେ ଅଧିକ ଥିଲା ଯେ କାର ଠାରୁ ଇଞ୍ଜିନ ପ୍ରାୟ ୧୦୦ ଫୁଟ ଦୂର ରାସ୍ତାରେ ଅପର ପାର୍ଶ୍ବରେ ପଡିଛି ।
Advertisment
ଦୁର୍ଘଟଣାରେ ରାସ୍ତା କଡରେ ଥିବା ୩ ଟି ୨ ଚକିଆ ଯାନ ବି ଭାଙ୍ଗି ଯାଇଛି। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ । ଗତକାଲି ବିଳମ୍ୱିତ ରାତିରେ ଆଦର୍ଶ ମାର୍ଗ ନିକଟରେ ଘଟିଛି ଏହି ଦୁର୍ଘଟଣା। ଏହାର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସିସିଟିଭି ଫୁଟେଜରେ ଏହି ଦୁର୍ଘଟଣା କେତେ ଭୟଙ୍କର ଭାବେ ଘଟିଛି, ତାହା ସମ୍ପୂର୍ଣ୍ଣ ଜାଣି ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/30/horrific-car-crash-2026-01-30-10-35-10.jpg)