Advertisment

Road Accident: ଭୟଙ୍କର ଦୁର୍ଘଟଣା, ୩ ଜଣଙ୍କୁ ଚାପିଦେଲା ଟ୍ରକ୍

ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ  ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି।

Accident

Accident Photograph: (OTV)

Advertisment

ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ  ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ  ଘଟଣାସ୍ଥଳରେ ତିନି ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ରକ୍ରେ ହଠାତ୍  ନିଆଁ ଲାଗିଗଲା । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ନିଆଁ ନିୟନ୍ତ୍ରଣ କରିଛନ୍ତି । 

Advertisment

ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥର ପିଠାମାରେନଠାରେ ଏହି ଦୁର୍ଘଟଣା ଘଟିଛି।  ଏକ ବାଇକରେ ତିନି ଯୁବକ ଜମନକିରାରୁ ସମ୍ବଲପୁର ଅଭିମୁଖେ ଯାଉଥିଲେ। ଉକ୍ତ ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। 

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ,  ବାଇକଟି ଟ୍ରକ୍ ଚକ ତଳେ ଚାପି ହୋଇ ରହିଯାଇଥିଲା।  ଘଟଣାସ୍ଥଳରେ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। କିଛି ସମୟ ମଧ୍ୟରେ ପ୍ରଥମେ ବାଇକ ଓ ପରେ ଟ୍ରକ୍ ରେ ନିଆଁ ଲାଗିଯାଇଥିଲା।  ଖବର ପାଇ ପୋଲିସ୍ ଓ ଅଗ୍ନିଶମ ବାହିନୀ  କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଟ୍ରକ୍ର ସମ୍ମୁଖ ଭାଗ ପୋଡିଯାଇଥିବା ବେଳେ  ବାଇକ୍ଟି ମଧ୍ୟ ସମ୍ପୂର୍ଣ୍ଣ ପୋଡି ଯାଇଛି। ମୃତକଙ୍କ ପରିଚୟ ମିଳିପାରିନି। 

Advertisment
3 Dead In Accident Sambalpur Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ